ଦାୟିତ୍ୱ ନେଲେ ଥାନା ଅଧିକାରୀ
ଗୋପାଳପୁର,୯ା୩(ନବୀନ ରାଜ ଆଚାର): ବ୍ରହ୍ମପୁର ପୋଲିସ ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସବୁ ଥାନାଧିକାରୀଙ୍କୁ ଅଦଳବଦଳ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗୋଳନ୍ଥରା ଥାନାଧିକାରୀ ଭାବେ ବିବେକାନନ୍ଦ ସ୍ବାଇଁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗତ ଫେବୃଆରୀରେ ଥିବା ଥାନା ଅଧିକାରୀ…
ଇବ୍ ନଦୀରେ ଭାସିଗଲେ ୩ ନାବାଳକ
ସୁନ୍ଦରଗଡ଼,୯ା୩: ସୁନ୍ଦରଗଡ଼ ସହର ସେମିନାରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ଇବ୍ ନଦୀରେ ଭାସି ଯାଇଛନ୍ତି ୩ ନାବାଳକ। ପରିବାର ସହ ଭୋଜି କରିବାକୁ ଆସି ଏହି ୩ ନାବାଳକ ଚୋରାବାଲିରେ ଫସି ଯାଇଥିବା ଅନୁମାନ କରାଯାଉଛି। ଖବର ପାଇ…
ଦାବି ପୂରଣ ନ ହେଲେ ସମୂହ ଭୋଟ୍ ବର୍ଜନ କରିବେ ବ୍ରାହ୍ମଣୀଗାଁବାସୀ
ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୯ା୩(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁକୁ ବ୍ଲକ ଘୋଷଣା ଦାବି ଜୋର ଧରିଛି। ଶନିବାର ଉକ୍ତ ବ୍ଲକ ଦୁର୍ଗମ ଅଞ୍ଚଳ କାଟିଙ୍ଗିଆ ପଞ୍ଚାୟତର ମିଞ୍ଜାପଙ୍କାଠାରେ ଏନେଇ ବିଶାଳ ଜନସମାବେଶ ହୋଇଛି। ଏଥିରେ ବ୍ରାହ୍ମଣୀଗାଁକୁ ବ୍ଲକ ଘୋଷଣା ଶୀଘ୍ର…
ସ୍ବାମୀଙ୍କ ଅତ୍ୟାଚାର ସହି ନ ପାରି ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ସ୍ତ୍ରୀ
କେନ୍ଦୁଝର,୯ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ବାମୀର ଅତ୍ୟାଚାରରେ ଗୀତାରାଣୀ ଅତିଷ୍ଠ। ଅତ୍ୟାଚାରୀ ସ୍ବାମୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗୀତାରାଣୀ ତାଙ୍କର ଦୁଇଟି କୋମଳମତି ଛୁଆଙ୍କ ଭରଣପୋଷଣ ସହିତ ସାହାଯ୍ୟ ସହଯୋଗ କରିବାକୁ ଜିଲାପାଳ ଓ ଏସ୍ପିଙ୍କ…
କେନ୍ଦୁଝର ଦେଇ ଦିଲ୍ଲୀକୁ ଗଡ଼ିଲା ଟ୍ରେନ୍
କେନ୍ଦୁଝର,୯ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷିତ ପୁରୀ-ଆନନ୍ଦବିହାର(ନୂଆଦିଲ୍ଲୀ) ଟ୍ରେନ୍ ଶନିବାରଠାରୁ କେନ୍ଦୁଝର ଦେଇ ଗଡ଼ିଛି। ଏହି ଟ୍ରେନ୍ କେନ୍ଦୁଝରରେ ନିର୍ଦ୍ଧାରିତ ସମୟ ପୂର୍ବରୁ ୯ଟା ୫୦ରେ କେନ୍ଦୁଝରଗଡ଼ ଷ୍ଟେଶନରେ ପହଞ୍ଚିଥିଲା। ଏହାକୁ ସ୍ବାଗତ କରିବା ପାଇଁ ବହୁ ଲୋକ ଷ୍ଟେଶନରେ ପହଞ୍ଚିଥିଲେ।…
ଛତ୍ରପୁର କୋର୍ଟରେ ପ୍ରଥମ ରାଷ୍ଟ୍ରୀୟ ଅଦାଲତ, ୧୬ ଲକ୍ଷ ୪୭ ହଜାର ୧୫୮ ଟଙ୍କା ଆଦାୟ
ଛତ୍ରପୁର,୯ା୩(ଦିଲ୍ଲୀପ ସାମଲ): ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ସ୍ଥାନୀୟ କୋର୍ଟ ପରିସରରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲା ଓ ଦୌରା ଜଜ୍ ମନୋରଞ୍ଜନ ଦାଶ, ସିନିୟର ସିଭିଲ ଜଜ୍…
ପାଗଳର କଟୁରି ଚୋଟରେ ଜଣଙ୍କ ଜୀବନ ଗଲା
ଯାଜପୁର,୯ା୩(ହର୍ଷବର୍ଦ୍ଧନ ବେହେରା): ଯାଜପୁର ସଦର ଥାନା ଜମଧର ଗାଁରେ ଶନିବାର ଅଭାବନୀୟ ଘଟଣା ଘଟିଛି। ପାଗଳର କଟୁରି ଚୋଟରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି। ମୃତକ ହେଲେ ସ୍ବର୍ଗତ ପବନ ମଳିକଙ୍କ ପୁଅ କାଳନ୍ଦୀ ( ୬୨)। ତାଙ୍କ ଘର ସପ୍ନେଶ୍ୱରପୁର।…
ରାଜପଥ କଡ଼ରୁ ମିଳିଲା ନରକଙ୍କାଳ
ରାୟଗଡ଼ା,୯।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଥାନା ଅଧୀନ ସାଙ୍କେଶ ଗାଁ ନିକଟରୁ ପୋଲିସ ଏକ ନରକଙ୍କାଳ ଜବତ କରିଛି। ୩୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ନରକଙ୍କାଳ ଦେଖି ଗ୍ରାମବାସୀ ପୋଲିସକୁ ସୂଚନା ଦେଇଥିଲେ। ଖବରପାଇ ପୋଲିସ ଏବଂ ସାଇଣ୍ଡିଫିକ ଟିମ୍…
ମହାପ୍ରଭୁଙ୍କୁ ଦର୍ଶନ କଲେ ଜଷ୍ଟିସ ଅରିଜିତ ପଶାୟତ: ଅପରାହ୍ନରେ କରିବେ ବୈଠକ
ପୁରୀ,୯।୩: ଏସଆଇଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ଓଡ଼ିଶାରେ ପହଞ୍ଚିଛନ୍ତି। ସେ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସକଳେ ସେ ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ସ୍ତ୍ରୀଙ୍କ ସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।…
ପୂର୍ବତନ ଓ୍ବାର୍ଡ ମେମ୍ବର ଦମ୍ପତିଙ୍କୁ ହତ୍ୟା: ଜଙ୍ଗଲ ଭିତରେ ପଡରହିଛି ମୃତଦେହ
ଫୁଲବାଣୀ,୯।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଗୋଚ୍ଛାପଡା ଥାନା ଅଞ୍ଚଳରେ ପୂର୍ବତନ ଓ୍ବାର୍ଡ ମେମ୍ବର ଦମ୍ପତ୍ତିଙ୍କୁ ହତ୍ୟା କରାଯାଇିଛି। ଶୁକ୍ରବାର ରାତିରେ ଏହି ଘଟଣା ଘଟିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଜଙ୍ଗଲରେ ମୃତଦେହ ପଡିରହିଛି। ଦୁର୍ଗମ ତଥା ମାଓ ଅଧ୍ୟୁଷିତ ଅଞ୍ଚଳ…
ଖତ ଖାଉଛି ଜବତ ଗାଡ଼ି
ରାଉରକେଲା,୮।୩(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରରେ ଜନସଂଖ୍ୟା ସହ ଯାନବାହନ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ୨୦୧୨ ପୂର୍ବରୁ ଏବଂ ୨୦୧୨ ମସିହା ପରବର୍ତ୍ତୀ ସମୟରେ ସହରରେ ଓଆର ଏବଂ ଓଡି ସିରିଜରେ ମୋଟ ୩.୧୮ଲକ୍ଷ ଯାନାବାହନ ପଞ୍ଜୀକୃତ ହୋଇଛି। ସେହିପରି…
କାଳହେଲା ଶିବରାତ୍ରି ଯାତ୍ରା: କୁସୁମୁଣ୍ଡା ଘାଟିରେ ଓଲଟିଲା ଟ୍ରାକ୍ଟର, ୩୦ରୁ ଊର୍ଦ୍ଧ୍ୱ ଗୁରୁତର
ତୁମୁଡିବନ୍ଧ,୯।୩(ଦୀପକ କୁମାର ପରାସେଠ୍): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବେଲଘରରୁ ମହାଶିବରାତ୍ରି ଯାତ୍ରା ଦେଖି ଟ୍ରାକ୍ଟରରେ ଫେରୁଥିବା ବେଳେ ଏକ ଅଭାବନୀୟ ଘଟଣା ଘଟିଛି। କୁସୁମୁଣ୍ଡା ଘାଟି ବୁଲନ୍ତିଆଠାରେ ଶନିବାର ସକାଳେ ଟ୍ରାକ୍ଟର ଓଲଟି ୩୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି। ଗୁରୁତରମାନେ ଝିରିପାଣି…

