ଥମିଲା ଚର୍ଚ୍ଚା: ଚକ୍ରମଣୀଙ୍କୁ ଦୋହରାଇଲା ବିଜେଡି
ଫୁଲବାଣୀ, ୧୨ା୪(ରାକେଶ କୁମାର ରାଉତ):କନ୍ଧମାଳ ଜିଲା ବାଲିଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ପୂର୍ଣ୍ଣଛେଦ ପକାଇଛନ୍ତି। ବିଧାୟକ ଥିବା ଚକ୍ରମଣୀ କହଁରଙ୍କୁ ପୁଣି…
ବ୍ରିଜ୍ରୁ ଖସିଲା କଦଳୀ ବୋଝେଇ ଟ୍ରକ୍
ଭଦ୍ରକ,୧୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ଗେଲପୁର ଓଭର ବ୍ରିଜରୁ ତଳକୁ ଶୁକ୍ରବାର ଖସି ପଡ଼ିଛି କଦଳୀ ବୋଝେଇ ଟ୍ରକ୍। ଟ୍ରକର ଆଗ ଚକା ଫାଟିଯିବାରୁ ଭାରସାମ୍ୟ ହରାଇ ଓଭର ବ୍ରିଜ୍ରୁ ତଳକୁ ଖସି ପଡ଼ିଥିଲା। ଟ୍ରକ୍ ଡ୍ରାଇଭର…
ଆବର୍ଜନା ମଧ୍ୟରେ ମୁକ୍ତାକାଶ ଜିମ୍
ବ୍ରହ୍ମପୁର,୧୨ା୪(ସ୍ମୃତି ରଞ୍ଜନ ମହାଲିକ): ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍ସି) ପକ୍ଷରୁ ମୁକ୍ତା ଯୋଜନାରେ ସହରର ବିକାଶ ଚାଲିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ୨୨.୭୪କୋଟି ଟଙ୍କା ବ୍ୟୟରେ ଏହି ଯୋଜନାରେ ୧୬୩ ପ୍ରକଳ୍ପ କରାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ୩୪.୭୪ କୋଟି ଟଙ୍କା…
ସୂର୍ଯ୍ୟମଣି-ପୂର୍ଣ୍ଣଚନ୍ଦ୍ରଙ୍କ ମଧ୍ୟରେ ହେବ କଡ଼ା ଟକ୍କର
ପୁରୁଷୋତ୍ତମପୁର, ୧୨ା୪(ସୀମାଞ୍ଚଳ ମିଶ୍ର): ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ୧୯୮୫ରୁ ଜନତା ଦଳ ଓ ବିଜେଡି କବଜାରେ ରହିଛି। ଏଠାରୁ କ୍ରମାଗତ ଭାବରେ ଖଲ୍ଲିକୋଟ ରାଣୀ ଭି.ସୁଜ୍ଞାନ କୁମାରୀ ଦେଓ ବିଧାୟିକା ନିର୍ବାଚିତ ହୋଇ ଆସୁଥିଲେ। ମାତ୍ର ୨୦୦୮ ସୀମା ନିର୍ଦ୍ଧାରଣ…
ଶିଶୁ ଉଦ୍ୟାନ ଏବେ କ୍ଷୁଦ୍ର ଜଙ୍ଗଲ
ହାଟଡ଼ିହୀ,୧୨।୪(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍ ଶଢ଼ା ପଞ୍ଚାୟତ ମିଠିଗାଁ ଗ୍ରାମରେ ଥିବା ଶିଶୁ ଉଦ୍ୟାନ ଏବେ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି। ପରିସର ଅନାବନା ଗଛ, ଲତାରେ ଭର୍ତ୍ତି ହୋଇଛି। ଶିଶୁ ଉଦ୍ୟାନଟି ଏବେ ସରୀସୃପଙ୍କ ବାସସ୍ଥଳୀ ପାଲଟିଥିବା…
ଜଙ୍ଗଲ ନିଆଁରେ ଉଜୁଡ଼ିଯାଉଛି ମୂଲ୍ୟବାନ୍ ଗଛ
ବେଗୁନିଆ,୧୨।୪(ହରପ୍ରସନ୍ନ ପଣ୍ଡା): ଦିନକୁ ଦିନ ଗ୍ରୀଷ୍ମପ୍ରବାହ ଅସହ୍ୟ ହେଉଥିବାବେଳେ ଜଙ୍ଗଲରେ ନିଆଁ ଲାଗିଯିବାରୁ ସ୍ଥାନୀୟ ଅଞ୍ଚଳର ବାସିନ୍ଦାଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଚଳିତବର୍ଷ ଫଗୁଣ ଆରମ୍ଭରୁ ଦୈନିକ ଏବେ ଗ୍ରାମ୍ୟ ଜଙ୍ଗଲ ହେଉ ଅବା ଘରୋଇ କାଜୁ ବଗିଚାରେ ନିଆଁ…
ଟିକେଟ ଚିନ୍ତାରେ କଂଗ୍ରେସ ଆଶାୟୀ
ନିମାପଡ଼ା,୧୨ା୪(ରଞ୍ଜନ ପଟ୍ଟନାୟକ): ୨୦୦୦ ପରଠାରୁ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ କଂଗ୍ରେସର ପ୍ରାର୍ଥୀମାନେ ନିର୍ବାଚନ ଲଢ଼ି ବିଜୟର ସ୍ବାଦ ଚାଖିନାହାନ୍ତି। ଏଥର ନିର୍ବାଚନ ତାରିଖ ଘୋଷଣା ପରେ ବି ଦଳ ଏହି ନିର୍ବାଚନମଣ୍ଡଳୀ ପାଇଁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିପାରିନାହିଁ। ଫଳରେ ନେତା…
କାଟିଆ-ବୈଷପାନ ରାସ୍ତା କାମରେ ଅନିୟମିତତା
ଯାଜପୁର,୧୨ା୪(ହର୍ଷବର୍ଦ୍ଧନ ବେହେରା): ନିର୍ବାଚନ ସମୟରେ ପୂର୍ତ୍ତ ବିଭାଗର ମନମୁଖୀ ଓ ନିମ୍ନମାନର ରାସ୍ତା ନିର୍ମାଣ ସଂପୃକ୍ତ ଅଞ୍ଚଳବାସୀଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିଛି। ଏନେଇ ଅଞ୍ଚଳବାସୀ ଯେତେ ଅଭିଯୋଗ କଲେ ବି ଯାଜପୁର ଜିଲା ପାଣିକୋଇଲି ଆର୍ ଏଣ୍ଡ ବି (ପୂର୍ତ୍ତ)…
ଗୋବରୀ ପୁନରୁଦ୍ଧାର ନାଁରେ କୋଟି କୋଟି ଟଙ୍କା ଚଳୁ
ପଟ୍ଟାମୁଣ୍ଡାଇ,୧୨ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହର ଦେଇ ବହିଯାଉଥିବା ଗୋବରୀ ନଦୀ ଏବେ ସୁପ୍ତ ଅବସ୍ଥାରେ ଖେଳପଡ଼ିଆରେ ପରିଣତ ହୋଇ ଜବରଦଖଲକାରୀଙ୍କ କବ୍ଜାକୁ ଚାଲିଯାଉଛି। କେବଳ ଯେ ନଦୀ ସୁପ୍ତ ହୋଇ ଜବରଦଖଲ ହେଉଛି ତାହା ନୁହେଁ ପରିବେଶ…
ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ
କଟକ,୧୨ା୪: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସେ ଭୋଗରାଇର ପୂର୍ବତନ ବିଧାୟିକା ତଥା ପୂର୍ବତନ ଥିଲେ। ଫୁସ୍ଫୁସ୍ଜନିତ ସମସ୍ୟାରେ ପୀଡ଼ିତ ଥାଇ କଟକର ଏକ ଘରୋଇ ହସ୍ପିଟାଲରେ ସେ…
ରୋଷେଇ ଘରେ ପଶି ରାଜକୀୟ ଖାଦ୍ୟ ଖାଇଲା ଭାଲୁ: ରାଜମହଲ ଲୋକେ ଭୟଭୀତ
ଖଡ଼ିଆଳ,୧୨।୪(ସୁଜିତ୍ କୁମାର ପ୍ରଧାନ):ନୂଆପଡା ଜିଲା ଖଡ଼ିଆଳ ସହରରେ ବୁଧବାର ରାତିରେ ବୁଲୁଥିବା ଭାଲୁ ଶେଷରେ ଖଡ଼ିଆଳ ରାଜବାଟି ରୋଷେଇ ଘରେ ପଶିଥିଲା। ଖଡ଼ିଆଳ ରାଜା ସାହେବଙ୍କ ରାଜବାଟି ଭିତରେ ପଶି ଡାଇନିଂ ହଲରେ ବିଭିନ୍ନ ରାଜକୀୟ ଖାଦ୍ୟ ଖାଇଛି। ଖଡ଼ିଆଳ ରାଜା…
ଦୁଇଜଣଙ୍କ କଳିରୁ ଫାଇଦା ଉଠାଇଲେ ପ୍ରସନ୍ନ
ସମ୍ବଲପୁର,୧୨ା୪(ପ୍ରମୋଦ ବହିଦାର):ସମ୍ବଲପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ କିଏ ପ୍ରାର୍ଥୀ ହେବେ, ତାହା ଉପରେ ସମସ୍ତଙ୍କ ନଜର ଥିଲା। ଗୁରୁବାର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ନାମ ଘୋଷଣା ହେବା ପରେ ଏହି କ୍ଷେତ୍ରରୁ ସମ୍ବଲପୁର ବିଜେଡି ସଭାପତି…

