ବିଶ୍ୱରଞ୍ଜନ, ବର୍ଷା, ସ୍ମୃତିରେଖା, ବବିତାଙ୍କ ନାମରେ ମାମଲା

ଯାଜପୁର,୨୯ା୫(ହର୍ଷବର୍ଦ୍ଧନ ବେହେରା):ଭାରତୀୟ ଗଣତନ୍ତ୍ର ପାଇଁ ରାଜନୀତିର ଅପରାଧୀକରଣ ଉଦ୍‌ବେଗର ବିଷୟ। ଏହାସହ ପ୍ରାର୍ଥୀଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ତାଲିକା ମଧ୍ୟ ରାଜନୀତି ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏହିକ୍ରମରେ ଚଳିତ ସାଧାରଣ ନିର୍ବାଚନରେ ଯାଜପୁର ସଂସଦୀୟ କ୍ଷେତ୍ରର ୭ ବିଧାନସଭା ଆସନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କରିଥିବା ବିଜେଡି, ଭାଜପା ଓ କଂଗ୍ରେସର ୪ ପ୍ରାର୍ଥତ୍ଙ୍କ ନାମରେ ଏକାଧିକ ମାମଲା ରହିଛି। ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ପ୍ରାର୍ଥୀମାନେ ଦୈନିକ ଖବରକାଗଜରେ ବିଜ୍ଞାପନ ଦେଇ ଜନସାଧାରଣଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ସେହି ପ୍ରାର୍ଥୀମାନେ ଅଳ୍ପ ଛପା ଯାଉଥିବା କେତେକ ଖବରକାଗଜରେ ବିଜ୍ଞାପନ ଦେଇ ଅଞ୍ଚଳବାସୀଙ୍କୁ ଏକପ୍ରକାର ଅନ୍ଧାରରେ ରଖିଥିବା ମତପ୍ରକାଶ ପାଇଛି।
ସତ୍ୟପାଠରୁ ମିଳିଥିବା ତଥ୍ୟ ଅନୁଯାୟୀ, ବରୀ ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକଙ୍କ ନାମରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ମାମଲା ରହିଛି। ସେଥିମଧ୍ୟରୁ ବିଭିନ୍ନ ଥାନାରେ ଆଇପିସି ୫୦୭, ୫୦୬, ୨୯୪,୩୨୩ ଭଳି ମାମଲା ରୁଜୁ ହୋଇଛି। ସେହିଭଳି ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶିନୀ ୪୨୦, ୩୪୧, ୧୮୬, ୧୭୦, ୫୦୬, ୨୯୪, ୪୪୮, ୪୬୧, ଆଟ୍ରୋସିଟି ଭଳି ଅନେକ ମାମଲାରେ ଛନ୍ଦି ହୋଇଛନ୍ତି। ଧର୍ମଶାଳା ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ପ୍ରାର୍ଥୀ ସ୍ମୃତିରେଖା ପହିଙ୍କ ନାମରେ ବିଭିନ୍ନ ଥାନାରେ ୧୮୮, ୨୬୯, ୨୭୦, ୩୪୧, ୨୯୪, ୩୨୩, ୫୦୬, ୩୭୯, ୪୨୭, ୧୪୩, ୧୪୯, ୩୯୪, ୫୦୭ ଭଳି ମାମଲା ବିଚାରାଧୀନ ରହିଛି। ବିଞ୍ଝାରପୁର ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ପ୍ରାର୍ଥୀ ବବିତା ମଲିକଙ୍କ ନାମରେ ୧୪୭, ୩୪୧, ୨୮୩, ୨୯୦, ୨୯୪, ୫୦୬, ୧୪୯ ଭଳି କେତେକ ମାମଲା ବିଚାରାଧୀନ ରହିଛି। ସ୍ବାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁଙ୍କ ନାମରେ ମଧ୍ୟ ଏକାଧିକ ମାମଲା ବିଚାରାଧୀନ ଥିବା ସତ୍ୟପାଠରେ ଦର୍ଶାଯାଇଛି।
ଅନ୍ୟପକ୍ଷେ ଯାଜପୁର ଜିଲାର ୧୦ରୁ ଊର୍ଦ୍ଧ୍ୱ ପ୍ରାର୍ଥୀ କୋଟିପତି। ସେଥିମଧ୍ୟରୁ ଶିଳ୍ପ ଓ ଖଣି ସମେତ ଲଘୁ ଖଣିଜ ଦ୍ରବ୍ୟ ସମ୍ପଦରେ ଭରପୂର ଥିବା ଦୁଇ ବିଧାନସଭା ନିର୍ବାଚନମଣ୍ଡଳୀର ସୁକିନ୍ଦା ଓ ଧର୍ମଶାଳାର ୩ ପ୍ରାର୍ଥୀ କ୍ରମାଗତ ଭାବେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।
ଏଥର ଯାଜପୁର ଜିଲାର ଗୋଟିଏ ଲୋକ ସଭା ଓ ୭ଟି ବିଧାନସଭା ପାଇଁ ୭୪ ଜଣ ପ୍ରାର୍ଥୀ ମଇଦାନରେ ରହିଛନ୍ତି। ସେଥିମଧ୍ୟରୁ ଦାଖଲ କରିଥିବା ସତ୍ୟପାଠରୁ ଜଣାପଡିଛି, ସୁକିନ୍ଦା ନିର୍ବାଚନମଣ୍ଡଳୀ ବିଧାୟକ ପ୍ରୀତିରଞ୍ଜନ ଘଡେଇ ଓ ତାଙ୍କ ସ୍ତ୍ରୀଙ୍କ ନାମରେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ୨୬.୪୯ କୋଟି ଟଙ୍କା ରହିଛି। ତା’ପରକୁ ଧର୍ମଶାଳା ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ପ୍ରଣବ ବଳବନ୍ତରାୟ(ଜିତୁ) ଓ ତାଙ୍କ ସ୍ତ୍ରୀଙ୍କ ନାମରେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ପ୍ରାୟ ୨୨.୨୫ କୋଟି ଟଙ୍କା ଓ ତୃତୀୟରେ ଶିଳ୍ପ ଓ ଖଣି ସମୃଦ୍ଧ ସୁକିନ୍ଦା ଆସନ ପାଇଁ ଭାଜପା ପ୍ରାର୍ଥୀ ପ୍ରଦୀପ ବଳସାମନ୍ତ ଓ ତାଙ୍କ ସ୍ତ୍ରୀଙ୍କ ନାମରେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ପ୍ରାୟ ୧୭.୩୦ କୋଟି ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri