ସଫେଇ ଆଳରେ କରୁଥିଲେ ସୁନା ଲୁଟ, ଧରା ପଡିବା ପରେ ଦୟା ଦେଖାଇଲେ ସୁନା ମାଲିକ

ଦାରିଙ୍ଗବାଡି, ୨୮।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ସୁନା ସଫେଇ କରିଦେବି-ମଙ୍ଗଳସୂତ୍ର ଗୁନ୍ଥିଦେବା ବାହାନା କରି ସୁନା ଲୁଟ କରୁଥିଲେ ୪ ମହିଳା। ତେବେ ଗ୍ରାମବାସୀ ସେମାନଙ୍କୁ କାବୁ କରି ପୋଲିସା ଜିମା ଦେଇଛନ୍ତି। କିନ୍ତୁ ଉକ୍ତ ୪ ଜଣ ମହିଳା ଛୋଟ ଛୋଟ ପିଲା ଧରିଥିବାବେକେ ସେମାନଙ୍କୁ ଦୟା କରି ଲିଖିତ ଚୁକ୍ତି କରି ଛାଡିଦେଇଥିବା ଜଣାପଡିଛି ।

ପ୍ରକାଶ ଯେ, ସିମନବାଡି ଗ୍ରାମର ସାରୁମାହା ସାହିର ସୀମାଦ୍ରୀ ନାୟକଙ୍କ ଘରକୁ କିଛିଦିନ ତଳେ କିଛି ମହିଳା ଚୁଡି ବିକ୍ରିପାଇଁ ଆସିଥିଲେ। ଚୁଡି ବିକ୍ରିବେଳେ ସୀମାଦ୍ରୀଙ୍କ ପରିବାର ସହ ପରିଚୟ ସୃଷ୍ଟି କରିବା ସହ ବିଶ୍ୱାସ ବଢ଼ାଇଥିଲେ। ମାଳି, ମଙ୍ଗଳସୂତ୍ରକୁ ସୁନ୍ଦର ଭାବେ ଗୁନ୍ଥି ଦେବୁ କହି ଭରସା ଦେଇଥିଲେ। ଏଥିରେ ସୀମାଦ୍ରୀଙ୍କ ପରିବାର ରାଜି ହେବାରୁ ପୂର୍ବ ପ୍ରସ୍ତୁତି ଓ ଅବିକଳ ପିତଳର ମଙ୍ଗଳସୂତ୍ର ନେଇ ସୀମାଦ୍ରୀଙ୍କ ଘରେ ମହିଳା ମାନେ ପହଞ୍ଚିଥିଲେ। ସମସ୍ତ ମହିଳା ହିନ୍ଦୀଭାଷୀ ଥିଲେ। ସେମାନେ ମଙ୍ଗଳସୂତ୍ର ଗୁନ୍ଥିବା ସମୟରେ ସୁନା ମଙ୍ଗଳସୂତ୍ରକୁ ଚଞ୍ଚକତା କରି ନେଇ ପିତଳର ଅବିକଳ ମଙ୍ଗଳସୂତ୍ର ଦେଇ ସେଠାରୁ ଚାଲିଯାଇଥିଲେ। ତେବେ ସେମାନେ ଯିବା ପରେ ସୀମାଦ୍ରୀଙ୍କୁ ମଙ୍ଗଳସୂତ୍ରଟି ନକଲି ବୋଲି ଜାଣି ସେମାନଙ୍କୁ ଧରିବାକୁ ଦୌଡ଼ି ଯାଇ ବାଟରେ ଗ୍ରାମବାସୀଙ୍କ ସହାୟତାରେ ଧରିଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ ସୁଦ୍ଧା ସୀମାଦ୍ରୀ ଉକ୍ତ ମହିଳାମାନଙ୍କୁ ଦୟା କରି ଛାଡିଦେଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଗତ କିଛି ଦିନ ହେଲା ମହିଳାମାନେ ସିମନବାଡି ପଞ୍ଚାୟତ ସଲାବାଡି ଛକରେ ରହି ଗାଁ ଗାଁ ବୁଲି ଏଭଳି ବୁଲା ବିକାଳୀ କାର୍ଯ୍ୟ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ବରଗଡ଼ରେ ବଢ଼ିଲା ସ୍କୁଲ-କଲେଜ ଛୁଟି ଅବଧି, ଏହି ଦିନ ଖୋଲିବ

ବରଗଡ଼,୧୮।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍କୁଲ, କଲେଜର ଗ୍ରୀଷ୍ମ ଅବକାଶ(ଖରାଛୁଟି) ଅବଧିକୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପାଣିପାଗ ବିଭାଗର ରିପୋର୍ଟକୁ ନେଇ…

୪ ନୂଆ ଟାଉନ୍‌ ପ୍ଲାନ୍‌ ସ୍କିମ୍‌ ଘୋଷଣାକଲା ବିଡିଏ

ଭୁବନେଶ୍ୱର,୧୮ା୬(ରବିନାରାୟଣ ଜେନା): ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ (ଓଡିଏ) ଆକ୍ଟର ୧୯୮୨ର ଧାରା ୨୩(୧)ର ବ୍ୟବସ୍ଥା ଅନୁଯାୟୀ, ବିଡିଏ ଭୁବନେଶ୍ୱର ବିକାଶ ଯୋଜନା ଅଞ୍ଚଳ (ବିଡିପିଏ)ରେ ୪ଟି ନୂଆ…

ମାଟିତଳୁ ମିଳିଲା ବଙ୍କର ହିଲ୍‌ ଯୁଦ୍ଧ ସମୟର ଦୁର୍ଗ, ଗୁଳି

ବୋଷ୍ଟନ, ୧୮ା୬ (ଏ.ପି.): ଆମେରିକାର ସ୍ୱାଧୀନତା ସଂଗ୍ରାମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରଣାଙ୍ଗନ ଭାବେ ପରିଚିତ ‘ବଙ୍କର ହିଲ୍‌’ର ମାଟି ତଳୁ ପ୍ରତ୍ନତତ୍ତ୍ୱବିତ୍‌ମାନେ ୧୭୭୫ ମସିହା ଯୁଦ୍ଧର ଅନେକ…

ଫିଲ୍ମ ଷ୍ଟାଇଲ୍‌ ଲୁଟ୍‌ ପରେ ପୋଲିସର ଏନ୍‌କାଉଣ୍ଟର, ୨ ସୁନା ଲୁଟେରା ଗୁରୁତର

ଅନୁଗୋଳ,୧୮।୬( ଜ୍ୟୋତି ରଞ୍ଜନ ସାହୁ ): ତାଳଚେରରେ ଏକ ସୁନା ରିଫାଇନେରୀ ଦୋକାନରେ ଫିଲ୍ମ ଷ୍ଟାଇଲରେ ଲୁଟ୍‌ ଘଟଣା ପରେ ଅନୁଗୋଳ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଆମେରିକା-ଇରାନ ମଧ୍ୟରେ ୧୪ ସୂତ୍ରୀ ବୁଝାମଣାପତ୍ର ସ୍ୱାକ୍ଷରିତ, ଡିଜିଟାଲ୍‌ ସ୍ୱାକ୍ଷର କଲେ…

ଓ୍ବାଶିଂଟନ, ୧୮।୬: ମାସ ମାସ ଧରି ଚାଲିଥିବା ଦୀର୍ଘ ଅଚଳାବସ୍ଥା ପରେ, ଶେଷରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଚୁକ୍ତି ହୋଇଛି। ଡୋନାଲ୍ଡ ଟ୍ରମ୍ପ ଏବଂ…

ଜୁଲାଇ ୧୫ରେ କାର୍ଯ୍ୟକାରୀ ହେବ ଭାରତ-ବ୍ରିଟେନ୍‌ ଟ୍ରେଡ୍‌ ଡିଲ୍‌

ଏଭିଆନ୍‌-ଲେସ୍‌-ବାଏନ୍ସ, ୧୮।୬: ଭାରତ ଓ ବ୍ରିଟେନ୍‌ ମଧ୍ୟରେ ବିସ୍ତୃତ ଅର୍ଥନୈତିକ ଓ ବାଣିଜ୍ୟ ଚୁକ୍ତିନାମା ଜୁଲାଇ ୧୫ରୁ କାର୍ଯ୍ୟକାରୀ ହେବ। ଏହି ଐତିହାସିକ ଚୁକ୍ତି ସ୍ବାକ୍ଷର ହେବାର…

ମୋଦିଙ୍କୁ ଭେଟିବା ପରେ ଭନ୍‌ ଡେର୍‌ ଲେୟେନ୍‌ଙ୍କ ଘୋଷଣା, ବର୍ଷ ଶେଷ ସୁଦ୍ଧା ଭାରତ-ୟୁରୋପୀୟ ସଂଘ ମଧ୍ୟରେ…

ଏଭିଆନ୍‌-ଲେସ୍‌ବାଏନ୍ସ,୧୮।୬(ପି.ଟି.): ଚଳିତ ବର୍ଷ ଶେଷ ସୁଦ୍ଧା ଭାରତ ଏବଂ ୟୁରୋପୀୟ ସଂଘ (ଇୟୁ) ମଧ୍ୟରେ ମହତ୍ତ୍ୱାକାଂକ୍ଷୀ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫ୍‌ଟିଏ) ସ୍ବାକ୍ଷର ହେବ ବୋଲି ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri