ଦିନକୁ ଦିନ ବଢୁଛି ଦ୍ୱନ୍ଦ୍ୱ

ଖଇରା, ୨୯।୫(ଉତ୍କଳବନ୍ଧୁ ପଣ୍ଡା):ବାଲେଶ୍ୱର ଜିଲା ସିମୁଳିଆ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଚାର ଜମିଚାଲିଛି। ଭୋଟଗ୍ରହଣ ଆଉ ମାତ୍ର ୨ ଦିନ ବାକି ଥିବା ବେଳେ ଏପର୍ଯ୍ୟନ୍ତ ସବୁ ଦଳରେ ଦଳବଦଳ, ମିଶ୍ରଣ ଚାଲିଛି। ଅପରପକ୍ଷେ ଦଳରୁ ପ୍ରଥମେ ଇସ୍ତଫା ଏବଂ ପରେ ଫେରିଆସି ବାଲେଶ୍ୱର ଜିଲାସଭାପତି ଆସନ ପାଇଥିବା ସ୍ଥାନୀୟ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ କାର୍ଯ୍ୟ ସିମୁଳିଆ ଭୋଟରଙ୍କୁ ଦ୍ୱନ୍ଦ୍ୱରେ ପକାଇଛି।
ବାଲେଶ୍ୱର ଜିଲା ଏବଂ ଭଦ୍ରକ ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ୪୨ନମ୍ବର ସିମୁଳିଆ ନିର୍ବାଚନମଣ୍ଡଳୀରେ ଏଥର ୬ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ବିଜେଡିରୁ ସୁବାସିନୀ ସାହୁ, ଭାଜପାରୁ ପଦ୍ମଲୋଚନ ପଣ୍ଡା, କଂଗ୍ରେସରୁ ହିମାଂଶୁ ଶେଖର ବେହେରା, ବହୁଜନ ସମାଜପାର୍ଟିରୁ ପୃଥ୍ବୀରାଜ ଦାସ, ନ୍ୟାଶନାଲ ଅପନି ପାର୍ଟିରୁ ରଞ୍ଜନ କୁମାର ସାମଲ ଓ ସବିତାରାଣୀ ପାକଳ ସ୍ବାଧୀନ ଭାବେ ନିର୍ବାଚନ ଲଢୁଛନ୍ତି। ପ୍ରତିଦ୍ୱନ୍ଦ୍ୱିତା ମୁଖ୍ୟତଃ ବିଜେଡି, ଭାଜପା ଓ କଂଗ୍ରେସ ମଧ୍ୟରେ ହେବ ବୋଲି କୁହାଯାଉଛି। ଭାଜପାର ପଦ୍ମଲୋଚନ ବିଭିନ୍ନ ଦଳରୁ ୬ ଥର ପ୍ରାର୍ଥୀ ହୋଇସାରିଥିବା ବେଳେ ଏଥର ୭ମ ଥର ପାଇଁ ମଇଦାନକୁ ଓହ୍ଲାଇଛନ୍ତି। ପୂର୍ବରୁ ସେ ୩ଥର କଂଗ୍ରେସ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ। ୨୦୧୯ରେ ଭାଜପାରେ ମିଶି ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ହେଁ ବିଜେଡିର ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କଠାରୁ ପରାଜିତ ହୋଇଥିଲେ। ଏଥର ଜ୍ୟୋତିପ୍ରକାଶଙ୍କ ବଦଳରେ ବିଜେଡି ରାଜ୍ୟ ମାନବ ସମ୍ବଳ ଓ ସଂସ୍କୃତି ବିଭାଗ ସମ୍ପାଦକ ଶଶିକୁମାର ସାହୁଙ୍କ ସ୍ତ୍ରୀ ସୁବାସିନୀଙ୍କୁ ଟିକେଟ ଦେଇଥିବା ବେଳେ କଂଗ୍ରେସ ଯୁବ ଚେହେରା ଖଇରା ବ୍ଲକର ହିମାଂଶୁ ଶେଖର ବେହେରାଙ୍କୁ ପ୍ରାର୍ଥୀ କରିଛି। ଏଥର ଅଭିଜ୍ଞ ପଦ୍ମଲୋଚନଙ୍କୁ ନୂଆ ମୁହଁ ଭାବେ ସୁବାସିନୀ ଓ ହିମାଂଶୁ ଟକ୍କର ଦେଉଛନ୍ତି। ବିଧାୟକ ଜ୍ୟୋତିପ୍ରକାଶଙ୍କ ଟିକେଟ କଟିବା ପରେ ତାଙ୍କର ସମର୍ଥକମାନେ ପ୍ରଥମେ ହୋ ହଲ୍ଲା କରିବା ପରେ ଆଉ ତାଙ୍କର ନିଷ୍ପତ୍ତିକୁ ଅପେକ୍ଷା କରି ନ ପାରି ଅଧିକାଂଶ ସୁବାସିନୀଙ୍କ ଶିବିରକୁ ଆଉ କିଛି ଗେରୁଆଦଳକୁ ମୁହାଁଇଛନ୍ତି। ୧୮ତାରିଖରେ ଖଇରା ଦୁର୍ଗାମଣ୍ଡପରେ ବିଜେଡି ମିଶ୍ରଣ ପର୍ବରେ ୧୩ ଲୋକପ୍ରତିନିଧି, ପୂର୍ବତନ ଲୋକପ୍ରତିନିଧିଙ୍କ ମିଶ୍ରଣ ପରେ ତାଙ୍କୁ କାଉଣ୍ଟର କରି ୨୩ତାରିଖରେ କୁପାରୀଠାରେ ଭାଜପାର ଏକ ମିଶ୍ରଣ ପର୍ବ ଆୟୋଜନ କରାଯାଇଥିଲା। ସେଥିରେ ୧୪ଜଣ ଲୋକପ୍ରତିନିଧି ଓ ପୂର୍ବତନ ଲୋକପ୍ରତିନିଧି ଭାଜପାରେ ସାମିଲ ହୋଇଥିଲେ। ସେବେଠାରୁ ପ୍ରତ୍ୟେକ ଦିନ ଉଭୟ ଦଳରେ ଛୋଟବଡ ମିଶ୍ରଣ ଲାଗିରହିଛି। ଭାଜପା ଜିଲା ପରିଷଦ ସଭ୍ୟ ଗଜେନ୍ଦ୍ର ପ୍ରସାଦ ଦାସ ବିଜେଡି ପ୍ରାର୍ଥତ୍ନୀଙ୍କ ପାଇଁ ପ୍ରଚାର ଆରମ୍ଭ କରିଥିବା ବେଳେ ବିଜେଡିର ଜିଲା ପରିଷଦ ସଭ୍ୟା ସାବିତ୍ରୀ ପାଢୀ ଓ ସଭ୍ୟ ଉମାକାନ୍ତ ମହାରଣାଙ୍କ ନୀରବତା ଭୋଟରଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ବିଧାୟକ ଜ୍ୟୋତି ପାଣିଗ୍ରାହୀ ୨୨ତାରିଖ ସକାଳ ୯ଟାରେ ବିଜେଡିରୁ ଇସ୍ତଫା ଦେବାର ୨୪ ଘଣ୍ଟା ନ ପୂରୁଣୁ ଇସ୍ତଫା ପ୍ରତ୍ୟାହାର ସହ ଜିଲା ସଭାପତି ହେବା ଭଳି ନାଟକୀୟ ଘଟଣାବଳୀ ସିମୁଳିଆ ରାଜନୈତିକ ସମୀକରଣକୁ ଓଲପାଲଟ କରିଦେଇଛି। ବିଧାୟକ ମଙ୍ଗଳବାର ସୁବାସିନୀଙ୍କ ସହ ପ୍ରଚାର ମଇଦାନକୁ ଓହ୍ଳାଇଛନ୍ତି। ବିଜେଡି ଏଠାରେ ପ୍ରଥମ କରି ସୁଯୋଗ ଦେଇଥିବା ମହିଳା ପ୍ରାର୍ଥୀ ଜିତିବେ ବୋଲି ଦଳୀୟ ସମର୍ଥକମାନେ କହୁଥିବା ଶୁଣିବାକୁ ମିଳୁଛି। ସେପଟେ ବିଧାୟକଙ୍କୁ ହାଇଜାକ୍‌ କରାଯିବା, ଇସ୍ତଫା ପ୍ରତ୍ୟାହାର ପାଇଁ ଚାପ ପକାଯିବା ଭଳି ପ୍ରସଙ୍ଗ ଉଠାଇ ସ୍ଥିର ସରକାର ପାଇଁ ଭାଜପାକୁ ବିପୁଳମାତ୍ରାରେ ଭୋଟଦେଇ ବିଜୟୀ କରାଇବେ ବୋଲି ପଦ୍ମଲୋଚନଙ୍କ ସମର୍ଥକମାନେ ସଭାସମିତିରେ କହୁଛନ୍ତି। ସେପଟେ ସିମୁଳିଆ ଖଇରା ଭୋଟର ଅଞ୍ଚଳର ବିକାଶ ପାଇଁ କଂଗ୍ରେସକୁ ବିଜୟୀ କରାଇବେ ବୋଲି କଂଗ୍ରେସ ସମର୍ଥକମାନେ ସଭାସମିତିରେ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?