ମୋ ବସ୍‌ ଡ୍ରାଇଭରଙ୍କୁ ହାଣିଦେଲେ ଦୁର୍ବୃତ୍ତ

ଚୌଦ୍ୱାର,୨୯ା୫(ଆଶୁତୋଷ ଦାସ):ଚୌଦ୍ୱାର ଅଞ୍ଚଳରେ ମୋ ବସ୍‌ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଡ୍ରାଇଭର ସୁକାନ୍ତ ଦାସଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ଅପରାହ୍ନରେ ମୋ ବସ୍‌ଟି କଟକରୁ ବାହାରି ଚୌଦ୍ୱାର ଆଗ୍ରାହାଟସ୍ଥିତ ଡିଏମ୍‌ଟିଆଇ ଛକରେ ପହଞ୍ଚିଥିଲା। ସେଠାରେ ଯାତ୍ରୀଙ୍କୁ ଓହ୍ଲାଇ ପୁନର୍ବାର କଟକ ଅଭିମୁଖେ ଯିବାକୁ ବହାରୁଥିଲା। ଏହି ସମୟରେ ୩ଜଣ ଯୁବକ କଳାରଙ୍ଗର ଏକ ପଲ୍‌ସର୍‌ ବାଇକ୍‌ରେ ଆସି ବସ୍‌ ସମ୍ମୁଖରେ ଅଟକିଥିଲେ। ହଠାତ୍‌ ବସ୍‌ ଡ୍ରାଇଭର ସୁକାନ୍ତଙ୍କୁ ଗାଳିଗୁଲଜ କରିବା ସହ ଗାଡ଼ିରୁ ତଳକୁ ଟାଣିଆଣି ମାରଣାସ୍ତ୍ରରେ ତାଙ୍କ ହାତ, ଗୋଡ଼ ଓ ମୁଣ୍ଡକୁ ହାଣି ଦେଇଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ଜମା ହୋଇଯିବାରୁ ସମ୍ପୃକ୍ତ ଯୁବକମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ସୁକାନ୍ତଙ୍କୁ ପ୍ରଥମେ ଟାଙ୍ଗୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଆକ୍ରମଣର କାରଣ ଜଣାପଡ଼ିନାହିଁ। ଏନେଇ ଅଭିଯୋଗ ହେବା ପରେ ଚୌଦ୍ୱାର ପୋଲିସ ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ପ୍ରଶାସନର ନିଷ୍ପତ୍ତି; ଆଉ ଦୁଇଦିନ ସ୍କୁଲ, କଲେଜ ବନ୍ଦ

ବାଲେଶ୍ୱର, ୧୯।୬: ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟଣାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଆଉ ୨ ଦିନ ସ୍କୁଲ, କଲେଜ ବନ୍ଦ ନିଷ୍ପତ୍ତି...

ଓଲଟିଲା ଯାତ୍ରୀବାହୀ ଅଟୋ

ଦିଗପହଣ୍ଡି,୧୯ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ଅନଙ୍ଗପୁର ଗାଁ ନିକଟ ମୁଖ୍ୟରାସ୍ତାରେ ବୁଧବାର ଅପରାହ୍ନରେ ଏକ ଯାତ୍ରୀବାହୀ ଅଟୋ (ନଂ.ଓଡି ୦୭...

ବାଲେଶ୍ୱରରେ ଆସନ୍ତାକାଲି ୪ ଘଣ୍ଟା କର୍ଫ୍ୟୁ କୋହଳ

ବାଲେଶ୍ୱର, ୧୯।୬: ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦରୁ ବାଲେଶ୍ୱର ମୁନିସିପାଲିଟି ଅଞ୍ଚଳରେ ଲାଗୁ ହୋଇଥିବା କର୍ଫ୍ୟୁ ଗୁରୁବାର ଚାରି ଘଣ୍ଟା ପାଇଁ କୋହଳ କରାଯାଇଛି। ସ୍ଥିତିକୁ...

ବାଲେଶ୍ୱରରେ ଚାଲିଛି କର୍ଫ୍ୟୁ, ହେଲେ କାହିଁକି ବନ୍ଦ ହେଲା ଇଣ୍ଟରନେଟ୍‌

ବାଲେଶ୍ୱର,୧୯।୬(ମାନସ ବିଶ୍ୱାଳ): ଅଶାନ୍ତ ହୋଇପଡିଛି ବାଲେଶ୍ୱର। ନାଳରେ ପ୍ରବାହିତ ଲାଲ ରଙ୍ଗର ପାଣିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଯାହାପରେ ବାଲେଶ୍ୱରରେ ୧୪୪...

ପ୍ରକାଶ ପାଇଲା OSSTET ରେଜଲ୍ଟ, ଜାଣନ୍ତୁ କେମିତି କରିବେ ଡାଉନ୍‌ଲୋଡ୍‌

କଟକ,୧୯ା୬(କାର୍ତ୍ତିକ ସାହୁ): ବୁଧବାର ପ୍ରକାଶ ପାଇଛି ଓଏସ୍‌ଏସ୍‌ଟିଇଟି ରେଜଲ୍ଟ। (ODISHA SECONDARY SCHOOL TEACHER ELIGIBILITY TEST)। ଏହି ରେଜଲ୍ଟ ଜାଣିବା ପାଇଁ www.bseodisha.ac.inରେ ଲଗ୍‌...

ଜୁଲାଇ ୮ରେ ଖୋଲିବ ରତ୍ନ ଭଣ୍ଡାର, ଭଣ୍ଡାରରେ ରହିଛି ଏତେ ସୁନା-ରୁପା ଅଳଙ୍କାର!

ଭୁବନେଶ୍ୱର,୧୯।୬: ଖୋଲିବ କାଳିଆର ରତ୍ନ ଭଣ୍ଡାର। ଓଡ଼ିଶାରେ ନୂଆ ସରକାର ଶପଥ ନେବା ପରେ ଏବେ ଜୁଲାଇ ୮ରେ ରତ୍ନ ଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି...

ଦୁର୍ଘଟଣାରେ ବାଇକ ଆରୋହୀଙ୍କ ଗଲା ଜୀବନ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକୋ

କେନ୍ଦୁଝର,୧୯।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରୁ ରାଇସୁଆଁ ଅଭିମୁଖେ ଯାଉଥିବା ଏକ ବାଇକ ଉପରେ ଏନଏଚ ୨୦ରେ ଟ୍ରକ ଚଢ଼ିଯିବାରୁ ଜଣେ ଯୁବକର ମୃତ୍ୟୁ ଘଟିଛି। ଫଳରେ...

୫ ଦିନ ହେବ କୁକୁର ମୁହଁରେ ପଶିଛି ପ୍ଲାଷ୍ଟିକ ଡବା: ଉଦ୍ଧାର ପାଇଁ ଉଠିଲା ଦାବି

ଲୋଇସିଂହା,୧୮।୬(ସୁଶାନ୍ତ ବାରିକ):ଏକ ବୁଲା କୁକୁର ମୁହଁରେ ପ୍ଲାଷ୍ଟିକ ଡବା ପଶି ଯାଇଛି। ଏଭଳି ଏକ ଦୃଶ୍ୟ ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ନଅଗାଁ (ଖ)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri