ଆମ ଜିଲା ଖବର

ଭକ୍ତଙ୍କ ସେବାରେ ଲାଗୁନି ୩୫ ଇ-ବସ୍‌

ପୁରୀ,୫ା୮(ଅଜିତ୍‌ କୁମାର ମହାନ୍ତି): କଥାରେ ଅଛି ‘ସରକାର କା ମାଲ୍‌ ଦରିଆ ମେ ଡାଲ୍‌’। ତାହାର ଏକ ଉଦାହରଣ ପୁରୀରେ ଦେଖିବାକୁ ମିଳିଛି। ଭାରତର ଚାରିଧାମ ମଧ୍ୟରୁ ପୁରୀ ଅନ୍ୟତମ ହୋଇଥିବାରୁ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଏଠାକୁ ପ୍ରତିଦିନ ଦେଶ ବିଦେଶରୁ…

ପରିଚୟ ଖୋଜୁଛି ଐତିହ୍ୟ ଖୋର୍ଦ୍ଧାଗଡ଼

ଖୋର୍ଦ୍ଧା,୫ା୮(ପ୍ରଭାତ ପାଣିଗ୍ରାହୀ): ଓଡ଼ିଆ ଜାତିର ଗରିମାମୟ ଐତିହ୍ୟକୁ ନିଜ ବକ୍ଷରେ ଜାବୁଡ଼ି ଧରି ଦଣ୍ଡାୟମାନ ରହିଛି ଖୋର୍ଦ୍ଧାଗଡ଼। ଅତୀତର ସ୍ମୃତିକୁ ସାଉଁଟି ରଖିଥିବା ଏହି ଗଡ଼ ଏବେ ଭଗ୍ନ ଅବସ୍ଥାରେ ରହିଛି। ଯେଉଁଠାରୁ ଦିନେ ପାଇକ ବୀରମାନେ ଇଂରେଜଙ୍କ ବିରୋଧରେ ସଶସ୍ତ୍ର…

ଏସ୍‌ସିବିରେ ପାଳନ ହେଉନି ସ୍ବାସ୍ଥ୍ୟ ବିଭାଗ ନିୟମ

କଟକ,୫ା୮(ଶିଳ୍ପା ପ୍ରିୟଦର୍ଶିନୀ): ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ (ଏସ୍‌ସିବି)ମେଡିକାଲର ବିଭିନ୍ନ ସ୍ଥାନରେ ପାନ, ଗୁଟ୍‌ଖା ଛେପ ନ ପକାଇବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କଡ଼ା ନିୟମ ଲାଗୁ କରାଯାଇଥିଲା। ଏହି ନିୟମ ନ ମାନିଲେ ଜରିମାନା ଆଦାୟ…

ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କଟକ,୫ା୮: କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କ ଘରେ ସୋମବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଏକକାଳୀନ ୧୨ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ ପକ୍ଷରୁ ଚଢ଼ାଉ ଜାରି ରହିଛି। କଟକ, ଭୁବନେଶ୍ବର, ଖୋର୍ଦ୍ଧା, ଭଦ୍ରକ ଓ ଯାଜପୁରରେ ରେଡ୍‌ ଚାଲିଛି।…

ଚାପିଦେଲା ଟ୍ରକ୍‌, ଚାଲିଗଲା ବାପା-ପୁଅଙ୍କ ସହ ୩ ଜୀବନ

କେନ୍ଦୁଝର,୫ା୮: କେନ୍ଦୁଝର ଜିଲାର ଯୋଡ଼ା ଥାନା ଅନ୍ତର୍ଗତ ଡିଏଭି ସ୍କୁଲ ନିକଟରେ ସୋମବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାପା-ପୁଅଙ୍କ ସହିତ ପଡ଼ୋଶୀ ଘରର ପିଲା ଏକ ବାଇକ୍‌ରେ ସ୍କୁଲ ଯାଉଥିବା ସମୟରେ ଟ୍ରକ୍‌ ଚାପି ଦେଇଥିଲା। ଫଳରେ ଘଟଣାସ୍ଥଳରେ…

ଗୁପ୍ତଗିରି ମଠ ହେବ ତାଳବଣ

ମହାକାଳପଡ଼ା,୫ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ପରିବେଶ ଅସନ୍ତୁଳିତ ହେବାର ଆଶଙ୍କା କରାଯାଉଛି। ପ୍ରାକୃତିକ ପରିବେଶ ସୃଷ୍ଟି କରିବା ପାଇଁ ତାଳ ଓ ହେନ୍ତାଳ ବଣର ଆବଶ୍ୟକତା ରହିଛି ବୋଲି ପରିବେଶବିତ୍‌ ସମରେନ୍ଦ୍ର ମାହାଳି କହିଛନ୍ତି। ରବିବାର ଚିତାଲାଗି ଅମାବାସ୍ୟା…

ପଟ ପରିବର୍ତ୍ତନ ଆଡ଼କୁ ମୟୂରଭଞ୍ଜ ରାଜନୀତି

ବାରିପଦା,୫ା୮(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସାଧାରଣ ନିର୍ବାଚନ ପରେ ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଛି। ମୟୂରଭଞ୍ଜ ଜିଲାକୁ ମଧ୍ୟ ଭାଜପା ସମ୍ପୂର୍ଣ୍ଣ ଦଖଲ କରିଛି। ଜିଲାରେ ରାଜନୈତିକ ପାଣିପାଗ ବଦଳିବାରେ ଲାଗିଥିବା ବେଳେ ଏବେ ପଟ୍ଟ ପରିର୍ତ୍ତନର ପବନ ବହିବାରେ ଲାଗିଛି। ପରାଜିତ…

ମାଟିରେ ମିଶିବା ପରେ ସ୍ମୃତି ହୋଇଗଲା ଭ୍ୟୁ ଟାଓ୍ବାର

ଏରସମା,୫।୮(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲାର ଅନ୍ୟତମ ମୁଖ୍ୟ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତସ୍ଥିତ ଶିଆଳି ସମୁଦ୍ର ବେଳାଭୂମି ଏବେ ଶ୍ରୀହୀନ ହୋଇଯାଇଛି। ଲୁଣା ଜୁଆର ପ୍ରତିରୋଧକ ବନ୍ଧ ନିର୍ମାଣ ସମ୍ଭବ ନ ହେବାରୁ ଏହାର ଭିତ୍ତିଭୂମି…

ଆଜି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ, ୫ା୮(ଅଜିତ୍‌ କୁମାର ମହାନ୍ତି):ଶ୍ରାବଣ ଶୁକ୍ଳପକ୍ଷ ପ୍ରତିପ୍ରଦା ତିଥି ସୋମବାର ଅବସରରେ ଶ୍ରୀମନ୍ଦିରରେ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ଦଇତାପତିମାନେ ଏହି ନୀତି ସମ୍ପନ କରିବେ। ଦାରୁଦିଅଁଙ୍କ ବିଭିନ୍ନ ଗୁପ୍ତନୀତି ମଧ୍ୟରୁ ଖସାପଡ଼ା ନୀତି ଅନ୍ୟତମ। ତେଣୁ…

ବାର୍‌ହା ଭାବି ସମ୍ପର୍କୀୟ ଶ୍ୱଶୁରଙ୍କୁ ଗୁଳି

ବଇଣ୍ଡା,୫ା୮(ପରିକ୍ଷିତ ସାହୁ):ଜଙ୍ଗଲକୁ ଶିକାର ପାଇଁ ଯାଇଥିବା ବେଳେ ଘଟିଛି ଅଘଟଣ। ଛତୁ ତୋଳିସାରି ବୁଦା ଭିତରୁ ବାହାରି ଆସୁଥିବା ସମ୍ପର୍କୀୟ ଶ୍ୱଶୁରଙ୍କୁ ବାର୍‌ହା ଭାବି ଗୁଳି ଚଳାଇଛନ୍ତି ଜ୍ୱାଇଁ। ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ତଲେଇପଥର ଜଙ୍ଗଲରେ ରବିବାର…

ବର୍ଷାଋତୁରେ ନଦୀବନ୍ଧରେ ପଥର ପ୍ୟାକିଂ

ଯାଜପୁର/ପ୍ରୀତିପୁର,୫ା୮(ହର୍ଷବର୍ଦ୍ଧନ ବେହେରା/ସୁଶାନ୍ତ ବେହୁରିଆ): ଯାଜପୁର ଜିଲା ବିଞ୍ଝାରପୁର ଜଳସେଚନ ଉପଖଣ୍ଡ ଅନ୍ତର୍ଗତ ଖରସ୍ରୋତା ନଦୀର ଶାଖା ନୂଆମାହାରା ନାଳାର ବାମପାର୍ଶ୍ୱ କୁସୁନପୁରଠାରେ ନଦୀବନ୍ଧର ପଥର ପ୍ୟାକିଂ କାର୍ଯ୍ୟ ବର୍ଷାଋତୁରେ ଚାଲିଛି। ଏଥିପାଇଁ ଜଳସେଚନ ବିଭାଗ ପକ୍ଷରୁ ୨୭ ଲକ୍ଷ ଟଙ୍କା ବ୍ୟୟ…

ବିଷ ପିଇ ମା’ବାପାଙ୍କ ମୃତ୍ୟୁ: ପୁଅ ଗୁରୁତର

କଟକ,୪।୮: କଟକ ସିଡିଏରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ରବିବାର ରାତିରେ ବିଷ ପିଇ ଗୋଟିଏ ପରିବାରର ୩ଜଣ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ମା’, ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?