ବିରାଜିବେ ମା’: ଆକର୍ଷଣ ସାଜିବ ଦିଲ୍ଲୀର ଲାଲକିଲ୍ଲା ମଣ୍ଡପ

ଭବାନୀପାଟଣା,୫/୧୦(ଉତ୍ତମ କୁମାର ଦାଶ):ମା’ ଦୁର୍ଗାଙ୍କ ଆଗମନ ପାଇଁ କଳାହାଣ୍ଡି ଜିଲା ଭବାନୀପାଟଣା ସହର ଚଳଚଞ୍ଚଳ ହୋଇଉଠିଛି। ସହରର ନକଟିଗୁଡ଼ା ପୂଜା ମଣ୍ଡପ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥାଏ। ଚଳିତବର୍ଷ ଦିଲ୍ଲୀର ଲାଲକିଲ୍ଲା ଆକୃତିର ପୂଜାମଣ୍ଡପ ଆକର୍ଷଣ ସାଜିବ ବୋଲି କମିଟି ପକ୍ଷରୁ କୁହାଯାଇଛି। ଏଠାକାର ସାର୍ବଜନୀନ ଦୁର୍ଗାପୂଜା ୧୪ ବର୍ଷରେ ପଦାର୍ପଣ କରିଛି। ୨୦୧୧ରେ ନକଟିଗୁଡ଼ାରେ ଦୁର୍ଗାପୂଜା ଆରମ୍ଭ ହୋଇଥିଲା। ଉକ୍ତ ବର୍ଷ ପୁରୀ ଶ୍ରୀମନ୍ଦିର ଆକୃତିର ମଣ୍ଡପ ନିର୍ମାଣ କରାଯାଇଥିଲା। ୨୦୧୨ରେ ଚେନ୍ନାଇ ଆଇପ୍ପା ମନ୍ଦିର, ୨୦୧୩ରେ ତିରୁପତି ବାଲାଜୀ ମନ୍ଦିର, ୨୦୧୪ରେ କର୍ନାଟକ ବିଧାନସଭା,୨୦୧୫ରେ ଅକ୍ଷରଧାମ ମନ୍ଦିର, ୨୦୧୬ରେ କୋଣାର୍କ ସୂର୍ଯ୍ୟମନ୍ଦିର, ୨୦୧୭ରେ ଋଷିକେଶ ମନ୍ଦିର, ୨୦୧୮ରେ ବୃନ୍ଦାବନ ଚନ୍ଦ୍ରୋଦୟା ମନ୍ଦିର,୨୦୧୯ରେ ଭୁବନେଶ୍ବର ରାମମନ୍ଦିର ସଦୃଶ ପୂଜାମଣ୍ଡପର ରୂପ ଦିଆଯାଇଥିଲା। କୋଭିଡ୍‌ ସମୟରେ କେବଳ ମା’ଜଗଜ୍ଜନନୀଙ୍କ ବିଧିପୂଜା କରାଯାଇଥିଲା। ପରେ ୨୦୨୨ରେ ରାଷ୍ଟ୍ରପତି ଭବନ ଓ ୨୦୨୩ରେ ରୁଷିଆର ହର୍ମିଟେଜ ମ୍ୟୁଜିୟମ ମଣ୍ଡପ ଆକାରର ତୋରଣ ହୋଇଥିଲା।
ଚଳିତ ବର୍ଷ ୧୧୨ ଫୁଟ ଲମ୍ବ ଓ ୬୨ ଫୁଟ ଉଚ୍ଚତା ବିଶିଷ୍ଟ ଲାଲକିଲ୍ଲା ଆକୃତିର ପୂଜା ମଣ୍ଡପ ପ୍ରସ୍ତୁତ ହୋଇଛି। ଏହାକୁ ସ୍ଥାନୀୟ ୨୦ରୁ ଊର୍ଦ୍ଧ୍ୱ କୁଶଳୀ କାରିଗର ପ୍ରସ୍ତୁତ କରିଛନ୍ତି। ପୂଜା ସମୟ ମଧ୍ୟରେ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତରଯାତ୍ରା ପାଇଁ ଭବାନୀପାଟଣା ସହରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ମନୋରଞ୍ଜନ ପାଇଁ ଆମେ ପ୍ରୟାସ କରୁଛୁ ବୋଲି ନକଟିଗୁଡ଼ା ଦୁର୍ଗାପୂଜା କମିଟି ସଭାପତି ସାମନ୍ତ ଖମାରୀ, ସମ୍ପାଦକ ସୁକାନ୍ତ ବିଶି ଓ କୋଷାଧ୍ୟକ୍ଷ ବୀରେନ ଖମାରୀ ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଗୁରୁବାରଠାରୁ ଏଠାରେ ମା’ଙ୍କ ପୂଜା ଆରମ୍ଭ ହୋଇଛି। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ଏଥର ପୂଜାରେ କର୍ତ୍ତା ଭାବେ ନରେନ୍ଦ୍ର କୁମାର ଦାଶ ଓ ସହଧର୍ମିଣୀ ରଶ୍ମି ପ୍ରଭା ଦାଶ ଦାୟିତ୍ୱ ତୁଲାଉଥିବାବେଳେ ଗିରୀଶ ଚନ୍ଦ୍ର ହୋତା ମୁଖ୍ୟ ପୂଜକ ରହିଛନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମରେ ବଲାଙ୍ଗୀରର ଦଣ୍ଡନୃତ୍ୟ, ମେଲୋଡି, ଡ୍ୟାନ୍ସ ଡ୍ୟାନ୍ସ ଆଦି ରହିଛି। ସେହିପରି ୧୨ ତାରିଖ ସକାଳେ ମହିଳାମାନଙ୍କ ମଧ୍ୟରେ ରଙ୍ଗୋଲି ପ୍ରତିଯୋଗିତା ହେବ। ଉକ୍ତ ଦିନ ଅପରାହ୍ନରେ ଲାଖମରା କାର୍ଯ୍ୟକ୍ରମ ମଧ୍ୟ ରହିଛି। ୧୩ ତାରିଖରେ ରାବଣପୋଡ଼ି ଅନୁଷ୍ଠିତ ହେବ। ଏଥର ଲାଖମରା ଓ ରାବଣପୋଡ଼ି ମୁଖ୍ୟ ଆକର୍ଷଣ ହେବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ପୂଜାମଣ୍ଡପ ପରିସରରେ ନିର୍ମାଣ ହୋଇଥିବା ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରତିମୂର୍ତ୍ତି ମଧ୍ୟ ଭକ୍ତଙ୍କୁ ଆକୃଷ୍ଟ କରୁଛି। ସନ୍ଧ୍ୟା ସମୟରେ ପ୍ରବଳ ଭିଡ଼ ହେଉଥିବାବେଳେ ଆଲୋକମାଳାରେ ଝଲସୁଛି ପୂଜାମଣ୍ଡପ।

Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ଏମ୍‌ପିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯୋଗାଣ ସହାୟକ: ଦୀର୍ଘଦିନର ସମସ୍ୟା ସମାଧାନ ଦାବି

ଗଞ୍ଜାମ, ୩୦।୯: ଦୀର୍ଘ ୧୪ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରିଆସୁଥିବା ଯୋଗାଣ ସହାୟକମାନେ ନିଜର ବିଭିନ୍ନ ସମସ୍ୟା…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?