ଯାଜପୁରରେ ବିକାଶ ନାଁରେ ୩ ପରିବାରର ଲୁଟ୍‌ ପ୍ରସଙ୍ଗ:ଜୋର୍‌ ଧରିଛି ଆରୋପ ପ୍ରତ୍ୟାରୋପ

ଯାଜପୁର,୫ା୧୦(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାରେ ବିକାଶ ନାମରେ ୩ ପରିବାର ଲୁଟ୍‌ କରିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମନ୍ତବ୍ୟ ପରେ ଉଭୟ ବିଜେଡି ଓ ଭାଜପା ମଧ୍ୟରେ ଆରୋପ ଏବଂ ପ୍ରତ୍ୟାରୋପ ଜୋର ଧରିଛି। ମୁଖ୍ୟମନ୍ତ୍ରୀ ମାଝୀ ୩ ପରିବାରଙ୍କ ନାମ ନେଇ ନ ଥିଲେ ସୁଦ୍ଧା ତାଙ୍କୁ ସୁକିନ୍ଦା ବ୍ଲକର ନଗଡ଼ା ବୁଲି ଆସି ବିକାଶର ଚିତ୍ର ଦେଖିବାକୁ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ଆହ୍ବାନ ଦେଇଛନ୍ତି। ତେବେ ଏହି ଆହ୍ବାନ ଉପରେ ବରିଷ୍ଠ ଭାଜପା ନେତା ଚନ୍ଦ୍ରଶେଖର ପଣ୍ଡା କହିଛନ୍ତି, ୨୦୧୬ରେ ନଗଡ଼ାରେ ଅପପୁଷ୍ଟି କାରଣରୁ ୧୫ରୁ ଊର୍ଦ୍ଧ୍ୱ ଶିଶୁଙ୍କ ଜୀବନ ଯିବାପରେ ନିଜର ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଯାଇ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯାଇଛି ସତ। କିନ୍ତୁ ନଗଡ଼ାର ବାମ ଓ ଡାହାଣ ପାର୍ଶ୍ୱ ଗ୍ରାମ ତୁମୁଣି, ତଳଡିହ ଓ ଗୁହିଆଶାଳ ଗ୍ରାମବାସୀଙ୍କ ଜୀବନଧାରଣର ମାନ ଏବେ ବି ବହୁପଛରେ ରହିଛି। ପାହାଡ଼ ଶୀର୍ଷରେ ଥିବା ଏହି ଗ୍ରାମଗୁଡ଼ିକୁ ବିଜେଡି ସରକାର ସମୟରେ କାହିଁକି ବିକାଶ ପହଞ୍ଚିପାରିଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଡିଏମ୍‌ଏଫ୍‌ ପାଣ୍ଠିର ଦୁରୁପଯୋଗ ହୋଇଛି। ଏଯାଏ ଉପଯୁକ୍ତ ଚିକିତ୍ସା ସୁବିଧା ପାଇବାରୁ ଅଞ୍ଚଳବାସୀ ବଞ୍ଚିତ ରହିଛନ୍ତି ବୋଲି ସେ ଆହୁରି ମତ ରଖିଛନ୍ତି।
ଜିଲା ବିଜେଡି ମହିଳା ସଭାନେତ୍ରୀ ସବିତା ରାଉତ କହିଛନ୍ତି, ଯାଜପୁର ଜିଲା ସାରା ବିକାଶ ଓଡ଼ିଶା ଦେଖୁଛି। ସେଥିମଧ୍ୟରୁ ମେଡିକାଲ କଲେଜ ଅନ୍ୟତମ। ବିରଜା ମନ୍ଦିରର ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ବହୁତ ସୁନ୍ଦର ହୋଇଛି। ନଗଡ଼ାର ବିକାଶ କଥା ଯଦି କହିବା ତେବେ ସେଠାକୁ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ବିଜୁଳି ଇତ୍ୟାଦି ପହଞ୍ଚିସାରିଛି। ଅପପୁଷ୍ଟି ଦୂରେଇ ଯାଇଛି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଭିତ୍ତିହୀନ। ତେଣୁ କୌଣସି ନକାରାତ୍ମକ ମନ୍ତବ୍ୟ ନ ଦେଇ ଯେଉଁସବୁ କାର୍ଯ୍ୟ ବାକି ଅଛି, ସେହିସବୁକୁ ଏବର ସରକାର ପୂରଣ କରିବାର କଥା ବୋଲି ରାଉତ କହିଛନ୍ତି।
ଜିଲା କଂଗ୍ରେସ ସଭାପତି ମନୋଜ କୁମାର ରାଉତ କହିଛନ୍ତି, ବିଜେଡି ଓ ଭାଜପା ସରକାର ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ। ୨୪ ବର୍ଷର ନବୀନ ସରକାରଙ୍କ ମଧ୍ୟରେ ଭାଜପା ଓ ବିଜେଡି ୯ ବର୍ଷ ମିଳିମିଶି ଶାସନ କରିଥିଲା। ଗତ ୫ ବର୍ଷର ନବୀନ ଶାସନକୁ ଦେଖିଲେ କେନ୍ଦ୍ର ସରକାରଙ୍କୁ ବିଜେଡି ସମସ୍ତ କ୍ଷେତ୍ରରେ ସହଯୋଗ କରିଆସୁଥିଲା। ଏବେ ଯେଉଁ ବୟାନବାଜି ଚାଲିଛି ସେହିସବୁ କେବଳ ଲୋକଦେଖାଣିଆ। ବାସ୍ତବରେ ସୁକିନ୍ଦା ଅଞ୍ଚଳର ତୁମୁଣି, ଗୁହିଆଶାଳ, ତଳଡିହ ପ୍ରଭୃତି ଗ୍ରାମର ବିକାଶ ପାଇଁ କାହାରି ଆଗ୍ରହ ନାହିଁ। ଯେଉଁ କିଛି ବିକାଶ ହୋଇଛି ସେସବୁ କେବଳ କଂଗ୍ରେସ ଶାସନ ସମୟରେ ହୋଇଥିଲା। ବର୍ତ୍ତମାନର ଭାଜପା ବିଧାୟକ କେବଳ ବ୍ୟବସାୟରେ ମାତିଛନ୍ତି। ତାଙ୍କର ସମ୍ପର୍କୀୟମାନେ କିଭଳି ଖଣି ଲିଜ୍‌ ପାଇବେ ସେଥିପାଇଁ ଲାଗି ପଡ଼ିଛନ୍ତି। ଏକ ବଡ଼ ସରକାରୀ ଖଣି କମ୍ପାନୀକୁ ଭାଜପାର ପାର୍ଟି ଅଫିସ ଭାବେ ବ୍ୟବହାର କରୁଛନ୍ତି। ଲୋକଙ୍କ ବିକାଶ ପାଇଁ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି।
ସରକାରୀ ଏବଂ ରାଜନୈତିକସ୍ତରରେ ନିଜର ବାହୁସ୍ଫୋଟ ମାରିବା ପାଇଁ କେବଳ ନଗଡ଼ାକୁ କେନ୍ଦ୍ରୀଭୂତ କରି ପାର୍ଶ୍ୱ ଅଞ୍ଚଳ ପ୍ରତି ଆଖି ବୁଜିଦେବା ବିିକାଶ ପ୍ରତି ଅଣଦେଖା ବୋଲି ଭାଜପା ଓ କଂଗ୍ରେସ ନେତାମାନେ ମତପ୍ରକାଶ କରିଛନ୍ତି। ବିକାଶ ହେଲେ କେତେଜଣ ପ୍ରଭାବଶାଳୀ ନେତାଙ୍କ ପାଇଁ ବିପଦ ହୋଇପାରେ ବୋଲି ଏଭଳି ଜାଣିଶୁଣି ଦଶନ୍ଧି ଧରି ଅବହେଳା କରାଯାଇଥିବା ସେମାନେ କହୁଛନ୍ତି।
ସାମାଜିକ କର୍ମୀ ମଣ୍ଟୁ ଦାସ କହିଛନ୍ତି ତୁମୁଣି, ତଳଡ଼ିହ ଓ ଗୁହିଆଶାଳ ଗ୍ରାମବାସୀ ପାଦଚଲା ରାସ୍ତାରେ ଏବେବି ଯିବା ଆସିବା କରୁଛନ୍ତି। କୌଣସି କାର୍ଯ୍ୟରେ ପାହାଡ଼ ପାଦଦେଶକୁ ଆସିଲେ ସେହି ଦିନ ପୁଣି ନିଜ ଗ୍ରାମକୁ ଫେରିବା କଷ୍ଟକର ହୋଇପଡୁଛି। ପୁଣି ବନ୍ୟପ୍ରାଣୀଙ୍କ ଭୟ ରହୁଛି। ଗୁହିଆଶାଳରେ କେତେଜଣ ଛାତ୍ରୀଛାତ୍ର ମାଟ୍ରିକ ପାସ କରିଛନ୍ତି। କିନ୍ତୁ ସେମାନଙ୍କୁ ଆଉ ଉଚ୍ଚଶିକ୍ଷା ଗ୍ରହଣ କରିବାକୁ ପ୍ରୋତ୍ସାହନ କିମ୍ବା ସୁବିଧା ମିଳିପାରୁନାହିଁ। ପାହାଡ଼ ଶୀର୍ଷରେ ଏହି ଅବହେଳିତ ଗ୍ରାମଗୁଡିକର ପରିସ୍ଥିତି କ୍ରମଶଃ ଆହୁରି ସଙ୍ଗିନ ହୋଇ ପଡୁଛି ବୋଲି ଦାସ କହିଛନ୍ତି।
ସୂଚନାଥାଉ କି, ନଗଡ଼ାରେ ପୁଷ୍ଟିହୀନତାର ଶିକାର ଶିଶୁମୃତ୍ୟୁ ଘଟଣାକୁ ପାଖାପାଖି ୮ ବର୍ଷ ଅତିକ୍ରାନ୍ତ ହୋଇଛି। ଇତିମଧ୍ୟରେ ନଗଡ଼ା ମୌଜାର ସାମଗ୍ରିକ ବିକାଶ ନିମନ୍ତେ ପ୍ରାୟ ୧୩ କୋଟି ଟଙ୍କା ଖର୍ଚ୍ଚ କରି ପାହାଡ଼ ଚିରି ରାସ୍ତା ନିର୍ମାଣ ହୋଇଛି। କିନ୍ତୁ ନଗଡ଼ାଠାରୁ ୨.୭ କିମି ଦୂର ବାମପାର୍ଶ୍ୱରେ ଥିବା ତୁମୁଣି ଗ୍ରାମକୁ ଏଯାଏ ରାସ୍ତା ନିର୍ମାଣ ହୋଇ ପାରିନାହିଁ। ତୁମୁଣି ଗଁାଟି ପାହାଡ଼ ଶିଖରର ସମତଳ ଭୂମିରେ ରହିଛି। ଭଲ ରାସ୍ତା ନ ଥିବାରୁ ସେଠାରେ ସରକାରୀ ସୁବିଧା ସୁଯୋଗ ଅପହଞ୍ଚ ରହିଛି। ଏବେ ବି ମାତୃ ମୃତ୍ୟୁହାର ଓ ଶିଶୁ ଅପପୁଷ୍ଟିରେ ଲଗାମ ଲାଗିପାରିନାହିଁ। ଅନୁରୂପ ପରିସ୍ଥିତି ଦେଖାଦେଇଛି ନଗଡା ଡାହାଣ ପାର୍ଶ୍ୱ ୩ କି.ମି. ଦୂର ଗୁହିଆଶାଳ ଓ ତଳଡିହ ଗ୍ରାମରେ। ସୁକିନ୍ଦା ନିର୍ବାଚନମଣ୍ଡଳୀରୁ ବିଭିନ୍ନ ସମୟରେ ପ୍ରତିନିଧିତ୍ୱ କରୁଥିବା ନେତାଙ୍କ ଦୁର୍ବଳ ନେତୃତ୍ୱ ତୁମୁଣି ତଳଡିହ ଏବଂ ଗୁହିଆଶାଳ ଗ୍ରାମରେ ସ୍ପଷ୍ଟ ପ୍ରତିଫଳିତ ହେଉଛି ବୋଲି କେତେଜଣ ମତ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?