ଚାଷୀନେତାଙ୍କୁ ଅଭ୍ୟାସଗତ ଅପରାଧୀ ଦର୍ଶାଇବା ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ, ସମର୍ଥନ ଜଣାଇଲା ଓକିଲ ସଂଘ

ବରଗଡ଼,୫।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ରଙ୍କୁ ପୋଲିସ ଅସାମାଜିକ ଏବଂ ଅଭ୍ୟାସଗତ ଅପରାଧୀ ଦର୍ଶାଇବା ଘଟଣାକୁ ନେଇ ବିରୋଧ ତେଜିବାରେ ଲାଗିଛି। ଚାଷୀ, ଭୂମିହୀନଙ୍କ ହକ୍‌ ପାଇଁ ଆନ୍ଦୋଳନର ନେତୃତ୍ୱ ନେଉଥିବା ଉକ୍ତ ଚାଷୀନେତାଙ୍କ ପ୍ରତି ପୋଲିସର ସେଭଳି ଆଚରଣ, କାର୍ଯ୍ୟାନୁଷ୍ଠାନକୁ ବିଭିନ୍ନ ମହଲରେ ଦୃଢ଼ ନିନ୍ଦା କରାଯାଇଛି। ତାକୁ ନେଇ ଜିଲାର ବିଭିନ୍ନ ବ୍ଲକରେ ଚାଷୀ ସଙ୍ଗଠନ ତୁହାକୁ ତୁହା ବୈଠକ କରୁଛନ୍ତି। ଶୁକ୍ରବାର ଜିଲାର ୧୨ ବ୍ଲକରେ ଥିବା ଚାଷୀ ସଙ୍ଗଠନ ଏକତ୍ରିତ ହୋଇ ଜିଲା ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ଉପତ୍ନ୍ନ କୁମାର ଭୋଇଙ୍କ ନେତୃତ୍ୱରେ ଚାଷୀନେତା ମହାପାତ୍ରଙ୍କ ବିରୋଧରେ ପୋଲିସ ନେଇଥିବା କାର୍ଯ୍ୟାନୁଷ୍ଠାନ ପ୍ରତ୍ୟାହାର ଦାବିରେ ଜିଲାପାଳ ଆଦିତ୍ୟ ଗୋୟଲ ଏବଂ ଏସପି ପି.ଏସ୍‌ ମୀନାଙ୍କୁ ଫେରାଦ ହୋଇ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ଏବଂ ଏସ୍‌ପିଙ୍କ ଅନୁପସ୍ଥିତିରେ ଅତିରିକ୍ତ ଏସ୍‌ପି ତପନ କୁମାର ମହାନ୍ତି ସ୍ମାରକପତ୍ର ଗ୍ରହଣ କରିଥିଲେ। ଯଦି ମହାପାତ୍ରଙ୍କ ବିରୋଧରେ ପୋଲିସ ନେଇଥିବା କାର୍ଯ୍ୟାନୁଷ୍ଠାନ ପ୍ରତ୍ୟାହାର ନ ହୁଏ, ସଂଯୁକ୍ତ କୃଷକ ସଙ୍ଗଠନ ଯେକୌଣସି ମୁହୂର୍ତ୍ତରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସ୍ମାରକପତ୍ରରେ ଚେତାବନୀ ଦିଆଯାଇଛି। ବରଗଡ଼ ଜିଲା ଓକିଲ ସଂଘ ମଧ୍ୟ ମହାପାତ୍ରଙ୍କ ବିରୋଧରେ ପୋଲିସର ସେଭଳି କାର୍ଯ୍ୟାନୁଷ୍ଠାନକୁ ଦୃଢ଼ ନିନ୍ଦା କରିଛି ଏବଂ ସଂଯୁକ୍ତ କୃଷକ ସଙ୍ଗଠନକୁ ସମର୍ଥନ ଜଣାଇଛି। ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫ୍‌ କହିଛନ୍ତି, ଜଣେ ଚାଷୀନେତାଙ୍କ ବିରୋଧରେ ପୋଲିସ ଯେଭଳି କାର୍ଯ୍ୟାନୁଷ୍ଠାନ ନେଇଛି ତାହା ଆଦୌ ଗ୍ରହଣୀୟ ନୁହେଁ। ଓକିଲ ସଂଘର ବରିଷ୍ଠ ସଦସ୍ୟ ନିଧୁବନ ବିହାରୀ ପ୍ରସାଦ ପଣ୍ଡା କହିଛନ୍ତି, ଚାଷୀନେତା ମହାପାତ୍ରଙ୍କ ବିରୋଧରେ ଯେଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ତାହା ସ୍ବାଧୀନତା ପୂର୍ବର ବ୍ରିଟିଶ ଶାସନର ଦମନକୁ ମନେ ପକାଇ ଦେଇଛି। ଚାଷୀନେତା ଲିଙ୍ଗରାଜ ପ୍ରଧାନ କହିଛନ୍ତି, ସଂଯୁକ୍ତ କୃଷକ ସଙ୍ଗଠନର ପରାମର୍ଶଦାତା ମହାପାତ୍ରଙ୍କ ବିରୋଧରେ ପୋଲିସ ନେଇଥିବା କାର୍ଯ୍ୟାନୁଷ୍ଠାନ ଆଦୌ ଗ୍ରହଣୀୟ ନୁହେଁ। ତାକୁ ପୋଲିସ ପ୍ରଶାସନ ପ୍ରତ୍ୟାହାର ନ କଲେ ଜିଲାର ସବୁଠି ଆନ୍ଦୋଳନ ହେବ ବୋଲି ସେ କହିଛନ୍ତି। ଓଡ଼ିଶା ରାଜ୍ୟ କୃଷକ ସଙ୍ଗଠନ ଅତାବିରା ବ୍ଲକ ସଭାପତି ବିରେନ୍ଦ୍ର କର ଚାଷୀନେତା ମହାପାତ୍ରଙ୍କ କଣ୍ଠରୋଧ ଓ ମନୋବଳ ଭାଙ୍ଗିବାକୁ ପୋଲିସ ପ୍ରଶାସନ ଯେଭଳି ଅପପ୍ରୟାସ କରୁଛି ତାକୁ ବରଦାସ୍ତ କରାଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଅଶୋଧିତ ତୈଳ ଆମଦାନୀରେ ୧୧% ବୃଦ୍ଧି: କମିଲା ଏଲପିଜି ଆମଦାନୀ

ନୂଆଦିଲ୍ଲୀ, ୨୦।୧୧: ବିଶ୍ୱବ୍ୟାପୀ ଶକ୍ତି ଯୋଗାଣକୁ ନେଇ ଉତ୍ତେଜନା ଏବଂ ମଧ୍ୟପ୍ରାଚ୍ୟ ସହ ହର୍ମୁଜ ପ୍ରଣାଳୀରେ ଅସ୍ଥିରତା ମଧ୍ୟରେ ଭାରତ ଅଶୋଧିତ ତୈଳ (Crude Oil) ଆମଦାନୀ…

ୱେଲିଂଟନ୍‌ରେ ଜୟସ୍ବାଲଙ୍କ ଧମାକା: SENA ଦେଶରେ ଗୌତମ ଗମ୍ଭୀରଙ୍କୁ ପକାଇଲେ ପଛରେ

ୱେଲିଂଟନ,୨୦।୧୧: ୱେଲିଂଟନରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଓପନର୍‌ ଯଶସ୍ବୀ ଜୟସ୍ବାଲଙ୍କ ବ୍ୟାଟ୍‌ରେ ଦେଖିବାକୁ ମିଳିଛି ଦମ୍‌ଦାର ପ୍ରଦର୍ଶନ। ପ୍ରଥମ…

ଅକ୍ବାନ ପ୍ରଭାବରେ ଦିଗପହଣ୍ଡି ଜଳବନ୍ଦୀ, ବସ୍‌ଷ୍ଟାଣ୍ଡ ସମେତ ବିଭିନ୍ନ ସାହିରେ ପଶିଲା ନର୍ଦ୍ଦମା ପାଣି

ଦିଗପହଣ୍ଡି,୨୦।୧୧(ଅଶେଷ ନାଥ ମିଶ୍ର): ଅକ୍ୱାନ ପ୍ରଭାବରେ ଦିଗପହଣ୍ଡିରେ ତୁହାକୁ ତୁହା ବର୍ଷା ଜାରି ରହିଛି । ଲଗାଣ ବର୍ଷା ଯୋଗୁଁ ଶୁକ୍ରବାର ଦିଗପହଣ୍ଡି ସହର ଉବୁ ଟୁବୁ…

ଜାଡେଜାଙ୍କୁ ପଛରେ ପକାଇଲେ ଯଶସ୍ବୀ ଜୟସ୍ବାଲ: ହାସଲ କଲେ ବଡ଼ ଉପଲବ୍ଧି

ଓ୍ବେଲିଂଟନ୍‌,୨୦।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଜାରି ରହିଛି। ନ୍ୟୁଜିଲାଣ୍ଡର ପ୍ରଥମ ପାଳି ଶେଷ ହୋଇଥିବା ବେଳେ ହେନରୀ ନିକୋଲସ ଓ ଗ୍ଲେନ…

ବାବୁବନ୍ଧ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ ଧକ୍କାରେ ଜେଜେ-ନାତିଙ୍କ ମୃତ୍ୟୁ

ସମ୍ବଲପୁର,୨୦।୧୧(ପ୍ରମୋଦ ବହିଦାର): ଶୁକ୍ରବାର ସକାଳୁ ସକାଳୁ ଜାତୀୟ ରାଜପଥ(୫୩)ର ବାବୁବନ୍ଧ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଜେଜେ ଏବଂ ତାଙ୍କର…

‘ଅର୍ଣ୍ଣବ’ ତୁଳନାରେ ‘ଅକ୍ୱାନ’ରେ ବର୍ଷା ପରିମାଣ ବହୁତ କମ: ସର୍ବାଧିକ ୬୭ ମିମି ବର୍ଷା ରେକର୍ଡ

ଦାରିଙ୍ଗବାଡ଼ି, ୨୦।୧୧ (ଅରୁଣ ସାହୁ): ବାତ୍ୟା ‘ଅକ୍ୱାନ’କୁ ମୁକାବିଲା କରିବା ପାଇଁ ଦାରିଙ୍ଗବାଡ଼ି ବ୍ଲକ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ତେବେ ଗୁରୁବାରଠାରୁ ଶୁକ୍ରବାର ସକାଳ…

୧୦ ହଜାର ରୋହିଙ୍ଗ୍ୟାଙ୍କୁ ହତ୍ୟା କରିଛି ମ୍ୟାନ୍‌ମାର ସେନା: ଆଇସିଜେ

ଦି ହେଗ,୨୦।୧୧: ୨୦୧୭ ମସିହାରେ ସଂଖ୍ୟାଲଘୁ ମୁସଲମାନ ସମ୍ପ୍ରଦାୟ ଉପରେ ହୋଇଥିବା ବର୍ବର ଦମନଲୀଳା ସମୟରେ ମ୍ୟାନ୍‌ମାର ସୁରକ୍ଷା ବଳ ହଜାର ହଜାର ରୋହିଙ୍ଗ୍ୟା ନାଗରିକଙ୍କୁ ହତ୍ୟା…

ଅଧରାତିରେ ଗାଁରେ ପହଞ୍ଚିଲେ ବିଡିଓ-ତହସିଲଦାର: ବାତ୍ୟା ‘ଅକ୍ୱାନ’ ମୁକାବିଲା ପାଇଁ କେସିଙ୍ଗା ପ୍ରଶାସନ ତତ୍ପର

କେସିଙ୍ଗା, ୨୦।୧୧ (ତୁମେଶ୍ୱର ସାହୁ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଅକ୍ୱାନ’ର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲାରେ ପ୍ରଶାସନିକ ତତ୍ପରତା ବୃଦ୍ଧି ପାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?