ଆନ୍ଦୋଳନସ୍ଥଳକୁ ଯାଉଥିବା ବେଳେ ଗଛରେ ପିଟିହେଲା ପୋଲିସ ଭ୍ୟାନ୍, ଆଉ ତା’ ପରେ…
କେନ୍ଦୁଝର,୧୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟିରେ ଭାରସାମ୍ୟ ହରାଇ ଏକ ପୋଲିସ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେଲକୋଇରେ ଚକଧର ଜଳସେଚନ ପ୍ରକଳ୍ପ ପ୍ରତିବାଦରେ ଆରମ୍ଭ ହୋଇଥିବା ୧୨ ଘଣ୍ଟିଆ ଏନ୍ଏଚ୍ ୪୯ ଅବରୋଧ ଆନ୍ଦୋଳନ ଓ ତେଲକୋଇ…
କେନାଲରେ ଭାସି ଯାଉଥିଲା ଅଜଣା ଯୁବକଙ୍କ ମୃତଦେହ, ମୁହଁରେ ରହିଛି…
ନିଶ୍ଚିନ୍ତକୋଇଲି,୧୨ା୯(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ ୮ନମ୍ବର କେନାଲରେ ଅଜଣା ଯୁବକଙ୍କ ମୃତଦେହ ଭାସି ଯାଉଥିବାର ସ୍ଥାନୀୟ ଲୋକେ ଦେଖି ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବିଦ୍ୟୁତ୍…
ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଦୁର୍ଗନ୍ଧରେ ଫାଟି ପଡୁଛି ନାକ
ଦେବଗଡ଼,୧୨ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରପରିଷଦ ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ବକେୟା ଥିବା ଇପିଏଫ୍ ଟଙ୍କା ପ୍ରଦାନ ଦାବିରେ ସେମାନେ ଏହି ଆନ୍ଦୋଳନ କରିଛନ୍ତି। ଫଳରେ ସହର ଭିତରେ କୁଢ଼କୁଢ଼ ଆବର୍ଜନା ପଡ଼ିରହିଛି। ତୁରନ୍ତ ସଫା କରିବା ପାଇଁ…
ପ୍ରସ୍ତାବିତ ଜଳସେଚନ ପ୍ରକଳ୍ପ ନେଇ ପ୍ରତିବାଦ, ୧୨ ଘଣ୍ଟିଆ ଜାତୀୟ ରାଜପଥ ଅବରୋଧ
କେନ୍ଦୁଝର,୧୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ସମାକୋଇ ଚକାଦର ସମନ୍ବୟ ସମିତି ତେଲକୋଇ ଡାକରାରେ ପ୍ରସ୍ତାବିତ ଚକଧର ଜଳସେଚନ ପ୍ରକଳ୍ପ ପ୍ରତିବାଦରେ ୧୨ ଘଣ୍ଟିଆ ଏନ୍ଏଚ୍ ଅବରୋଧ କରି ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ କରିଛନ୍ତି। ଏହି ଅବସରରେ ସକାଳ ୬ଟାରୁ ଆନ୍ଦୋଳନକାରୀମାନେ ଜଗମୋହନପୁର ନିକଟରେ…
ମହିଳାଙ୍କ ବେକରୁ ସୁନା ଚେନ ଲୁଟ ଉଦ୍ୟମ ପଣ୍ଡ
ରାୟଗଡ଼ା,୧୨।୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ପୁରୁଣା ପୋଲିସ ଷ୍ଟେସନ ସମ୍ମୁଖରେ ମହିଳାଙ୍କ ବେକରୁ ଚେନ ସ୍ନାଚିଂ ଘଟଣା ସାମ୍ନାକୁ ଆସିଛି। ତେବେ ବେକରେ ପିନ୍ଧିଥିବା ଚେନ ଟାଣିଥିଲେ ହେଁ ଦୃର୍ବୁତ୍ତ ଏଥିରେ ସଫଳ ହୋଇପାରି ନଥିଲେ। ହେଲେ ଏହି…
କ୍ୱାକ୍ଙ୍କ କବଳରେ ରୋଗୀ
ମହାକାଳପଡ଼ା,୧୨ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ବିଭିନ୍ନ ଗ୍ରାମରେ ନକଲି ଡାକ୍ତର ତଥା କ୍ୱାକ୍ଙ୍କ ପ୍ରଭାବ ବଢ଼ି ଚାଲିଛି। ରାଜ୍ୟ ବାହାରୁ ଆସୁଥିବା ଏପରି କ୍ୱାକ୍ ଅସ୍ଥାୟୀ ଭାବେ ଗାଁରେ ରହି ରୋଗୀଙ୍କ ଚିକିତ୍ସା କରିବା ସହିତ ନିମ୍ନମାନର…
ସରକାରଙ୍କୁ ସମାଲୋଚନା କଲେ ଶଙ୍କରାଚାର୍ଯ୍ୟ
ପୁରୀ,୧୨ା୯(ଅଜିତ୍ କୁମାର ମହାନ୍ତି): ରାଜ୍ୟ ସରକାର ନୂଆ ଅବକାରୀ ନୀତି ଲାଗୁ କରିଛନ୍ତି। ଏହି ନୂଆ ଆଇନର ପ୍ରାବଧାନ ଅନୁଯାୟୀ, ଏଣିକି ସମୁଦ୍ର ବେଳାଭୂମି ଓ ନଦୀପଠାରେ ମଦ ବିକ୍ରି ହୋଇପାରିବ। ବେଳାଭୂମିରେ ଛୋଟ ଛୋଟ ଷ୍ଟଲ୍ କରାଯାଇ ବିଚ୍ ସାକ୍ସ…
ବିଜେଡିରେ ବଢ଼ୁଛି କନ୍ଦଳ
ପାରାଦୀପ/ କୁଜଙ୍ଗ, (ଶରତ ରାଉତ/ମନୋଜ ପ୍ରଧାନ),୧୨ା୯: ସାଧାରଣ ନିର୍ବାଚନରେ ପାରାଦୀପ ନିର୍ବାଚନ ମଣ୍ଡଳୀରେ ବିଜେଡିର ପରାଜୟକୁ ଅନେକେ ନେତା ଓ କର୍ମୀ ଗ୍ରହଣ କରିପାରୁନାହାନ୍ତି। ଗତ ୩ମାସ ମଧ୍ୟରେ ବିଜେଡି ସମର୍ଥିତ କେତେକ ସରପଞ୍ଚ ଓ ସମିତି ସଭ୍ୟ ଦଳ ଛାଡ଼ି…
ସ୍କ୍ରବ୍ ଟାଇଫସ୍: ବରଗଡ଼ରେ ୩ ମୃତ
ବରଗଡ଼,୧୨।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍କ୍ରବ୍ ଟାଇଫସ୍ ରୋଗ ବ୍ୟାପିବାରେ ଲାଗିଛି। ଏଥିରେ ଆକ୍ରାନ୍ତ ହୋଇ ଏପର୍ଯ୍ୟନ୍ତ ଜିଲାର ୩ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ବୁଙ୍ଗାପାଲି ଗ୍ରାମର ସରୋଜ ପ୍ରଧାନ(୪୨), ପଦ୍ମପୁରର ସଖୀ ପ୍ରଧାନ(୭୦) ଏବଂ…
ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢ଼ିଗଲେ ଅଜଣା ବ୍ୟକ୍ତି: ପୁଣି ସୁରକ୍ଷା ଉପରେ ଉଠିଲା ପ୍ରଶ୍ନବାଚୀ
ପୁରୀ ୧୧ା୯( ଅଜିତ୍ କୁମାର ମହାନ୍ତି):ବୁଧବାର ଶ୍ରୀମନ୍ଦିର ଭିତରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଯାହାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଉପରେ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜଣେ ବୟସ୍କ ବ୍ୟକ୍ତି ଶ୍ରୀମନ୍ଦିର ଦଧିନଉତି ଉପରେ ଚଢିଯାଇଥିବା ଦେଖିବାକୁ…
ବିଜେଡି ଛାଡ଼ିଲେ ଉପସଭାପତି ଚିନ୍ମୟ ମିଶ୍ର, କହିଲେ ଦଳ ତାଙ୍କୁ…
ଭବାନୀପାଟଣା,୧୧ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ବିଜୁ ଯୁବ ଜନତା ଦଳର ଜିଲା ଉପସଭାପତି ଚିନ୍ମୟ ମିଶ୍ର ବୁଧବାର ବିଜେଡି ଛାଡ଼ିଛନ୍ତି। ଏ ନେଇ ବିଜୁ ଯୁବ ଜନତା ଦଳର ଜିଲା ସଭାପତି ଆଦିତ୍ୟ ନନ୍ଦଙ୍କୁ ସେ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି।…
ମା’ ଡୋକରୀ ଠାକୁରାଣୀଙ୍କ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ଜୟପାଟଣା,୧୧ା୯(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ମୁଖିଗୁଡା ନିକଟିସ୍ଥ ତାଳଗୁଡ଼ଠାରେ ଥିବା ପ୍ରସିଦ୍ଧ ମା’ ଡୋକରୀ ଠାକୁରାଣୀଙ୍କ ମନ୍ଦିରରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ମଙ୍ଗଳବାର ବିଳମ୍ବିତ ରାତିରେ ମନ୍ଦିର କବାଟ ଭାଙ୍ଗି ଭିତରକୁ ପଶି ସେଠାରେ ଥିବା…

