ଭାଜପା ରାଜ୍ୟରେ ସରକାର ଗଢ଼ିଛିି, ହେଲେ ସରକାର ଚଳାଇବା ନୀତି ଦଳକୁ ଜଣାନାହିଁ: ସୋଫିଆ

କଟକ ଜିଲା ବାରବାଟୀ-କଟକ ବିଧାନସଭା ନିର୍ବାଚନମଣ୍ଡଳୀରୁ ଚଳିତବର୍ଷ କଂଗ୍ରେସ ଟିକେଟରେ ଲଢ଼ି ସୋଫିଆ ଫିର୍ଦ୍ଦୋସ୍‌ ପ୍ରଥମଥର ପାଇଁ ବିଧାୟିକା ହୋଇଛନ୍ତି। ସେ ଭାଜପାର ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ୮,୦୦୧ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ସୋଫିଆ ୫୩,୩୩୯ ଖଣ୍ଡ ଭୋଟ ପାଇଥିବା ବେଳେ ପୂର୍ଣ୍ଣଚନ୍ଦ୍ର ୪୫,୩୩୮ ଖଣ୍ଡ ଭୋଟ ପାଇଥିଲେ।
୧୯୯୧ ଅଗଷ୍ଟ ୨୩ରେ କଟକ ମେହେନ୍ଦିପୁରଠାରେ ସୋଫିଆ ଜନ୍ମଗ୍ରହଣ କରିଥିଲେ। ଫିର୍ଦ୍ଦୋସିଆ ବାନୋ ଓ ମହମ୍ମଦ ମୋକିମଙ୍କ ସେ ବଡ଼ଝିଅ। ସୋଫିଆ କଟକସ୍ଥିତ ସେଣ୍ଟ୍‌ ଯୋଶେଫ ବାଳିକା ବିଦ୍ୟାଳୟରେ ଦଶମ ପର୍ଯ୍ୟନ୍ତ ପଢ଼ିଥିଲେ। ପରେ ୨୦୦୭ରେ ରେଭେନ୍‌ଶା ଜୁନିୟର କଲେଜରୁ ଯୁକ୍ତ ଦୁଇ ବିଜ୍ଞାନରେ ଉତ୍ତୀର୍ଣ୍ଣ ହୋଇଥିଲେ। ୨୦୦୯ରେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଯୁକ୍ତ ୩ରେ ନାମ ଲେଖାଇଥିଲେ। ୨୦୧୩ରେ ଭୁବନେଶ୍ୱରସ୍ଥିତ କିଟ୍‌ ବିଶ୍ୱବିଦ୍ୟାଳୟରେ ସିଭିଲ ଇଞ୍ଜିନିୟରିଂରେ ନାମ ଲେଖାଇ ବି.ଟେକ୍‌ କରିଥିଲେ। ପାଠପଢ଼ା ପରେ ପିତାଙ୍କ ଦ୍ୱାରା ପ୍ରତିଷ୍ଠିତ ନିର୍ମାଣ ଓ ରିୟଲ ଇଷ୍ଟେଟ ବ୍ୟବସାୟ କରୁଥିବା ମେଟ୍ରୋ ଗ୍ରୁପରେ ସେ ଯୋଗଦେଇଥିଲେ। ଏବେ ମେଟ୍ରୋ ଗ୍ରୁପ୍‌ର ମ୍ୟାନେଜିଂ ଡାଇରେକ୍ଟର ଭାବେ ସୋଫିଆ କାର୍ଯ୍ୟରତ ଅଛନ୍ତି। ଏଥିସହ ମୋକିମ ଫାଉଣ୍ଡେଶନର ଟ୍ରଷ୍ଟି ଭାବେ କାର୍ଯ୍ୟ କରୁଛନ୍ତି। ମହାମାରୀ ସମୟରେ ଏହି ଫାଉଣ୍ଡେଶନ ପକ୍ଷରୁ ଅସହାୟଙ୍କୁ ଖାଦ୍ୟ, ଔଷଧ, ମାସ୍କ ପ୍ରଦାନ ସହ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯାଇଥିଲା। ତେବେ ପିତା ରାଜନୀତି କରୁଥିବାରୁ ସୋଫିଆ ପିଲାବେଳୁ ଏଥିପ୍ରତି ପ୍ରଭାବିତ ହୋଇଥିଲେ। ଉଲ୍ଲେଖଯୋଗ୍ୟ, ଛାତ୍ର ରାଜନୀତିରୁ ମୋକିମ ସକ୍ରିୟ ରହି ୨୦୧୯ରେ କଂଗ୍ରେସରୁ ଟିକେଟ ପାଇ ବାରବାଟୀ-କଟକ ଆସନରୁ ବିଧାୟକ ହୋଇଥିଲେ। କିନ୍ତୁ ୨୦୨୪ ନିର୍ବାଚନରେ ହାଇକୋର୍ଟ ତାଙ୍କ ବିଧାୟକ ପଦ ରଦ୍ଦ କରିଥିଲେ। ତେଣୁ କଂଗ୍ରେସ କର୍ମୀ ଏକତ୍ରିତ ହୋଇ ତାଙ୍କ ଝିଅଙ୍କୁ ଟିକେଟ ଦେବା ପାଇଁ ପ୍ରସ୍ତାବ ଦେବା ପରେ ଦଳ ସୋଫିଆଙ୍କୁ ୨୦୨୪ ନିର୍ବାଚନ ଲଢ଼ିବାର ସୁଯୋଗ ଦେଇଥିଲା।

ବାରବାଟୀ-କଟକ ନିର୍ବାଚନମଣ୍ଡଳୀ ବାସିନ୍ଦା ସର୍ବଦା ନିଜ ମାଟିର ଲୋକଙ୍କ ହିତରେ ରହିଛନ୍ତି। ସେଥିପାଇଁ ଏଠାକାର ଜନସାଧାରଣ ୨୦୨୪ ନିର୍ବାଚନରେ ଭାଜପା ଓ ବିଜେଡିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ପୂର୍ବରୁ ତାଙ୍କ ପିତାଙ୍କ ସମୟରେ ବହୁ ଉନ୍ନତିମୂଳକ କାର୍ଯ୍ୟ ହୋଇଛି। ସେଥିପାଇଁ ଲୋକମାନେ କଂଗ୍ରେସକୁ ଚୟନ କରିଛନ୍ତି। ଭାଜପା ରାଜ୍ୟରେ ସରକାର ଗଢ଼ିଛିି, ହେଲେ ସରକାର ଚଳାଇବା ନୀତି ଦଳକୁ ଜଣାନାହିଁ। ଏଠାରେ ଶିକ୍ଷା, ସ୍ବାସ୍ଥ୍ୟ ଓ ବେରୋଜଗାରିଜନିତ ସମସ୍ୟା ରହିଛି। ସେ ବିଧାୟିକା ନିର୍ବାଚିତ ହେବା ଦିନରୁ ଏସବୁ ଦିଗରେ କିଭଳି ଉନ୍ନତି ଆସିପାରିବ ସେଥିପାଇଁ କାର୍ଯ୍ୟ କରୁଛନ୍ତି। ଏହାସହ ସବୁଜ କଟକ ଗଢ଼ିବାର ଯେଉଁ ସ୍ବପ୍ନ ରହିଛି, ତାହା ମଧ୍ୟ ପୂରଣ କରାଯିବ। ସ୍ବର ଉଠାଇ ଦାବି ଉପସ୍ଥାପନା କରି ଲୋକଙ୍କ ପାଇଁ କାମ କରିବା ସମ୍ପୂର୍ଣ୍ଣ ନିଆରା। ଲୋକଙ୍କ ସହ କଂଗ୍ରେସ ପୂର୍ବରୁ ରହିଛି ଏବଂ ଆଗାମୀ ଦିନରେ ରହିଥିବ ବୋଲି ସେ କହିଛନ୍ତି।
ରିପୋର୍ଟ: ଶିଳ୍ପା ପ୍ରିୟଦର୍ଶିନୀ


Enter your email to get our daily news in your inbox.

All Right Reserved By Dharitri.Com

ପଡ଼ୋଶୀଙ୍କ ଠେଙ୍ଗାମାଡ଼ରେ ମହିଳା ଗୁରୁତର ଘଟଣା: ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୪ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମର ତରା ସାହୁ ନାମ୍ନୀ ମହିଳାଙ୍କ ମୁଣ୍ଡକୁ ତାଙ୍କ ପଡ଼ୋଶୀ ଭଗବାନ ଡାକୁଆ ମଙ୍ଗଳବାର...

ବରଗଡ଼ ଧନୁଯାତ୍ରା ପାଇଁ ସ୍ଥାପନ ହେଲା ଶୁଭସ୍ତମ୍ଭ, ଜୀରାନଦୀ ହେବ ଯମୁନା

ବରଗଡ଼,୪ା୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୫ ଜାନୁଆରୀ ୩ରୁ ଆରମ୍ଭ ହୋଇ ଜାନୁଆରୀ ୧୩ ପର୍ଯ୍ୟନ୍ତ ଚାଲିବ। ଦୀର୍ଘ...

ନାବାଳିକାଙ୍କୁ ବଳାତ୍କାର କରି ୯ ମାସର ଗର୍ଭବତୀ କରିଥିଲେ ଯୁବକ, ଏବେ ଭୋଗିବେ ଆଜୀବନ କାରାଦଣ୍ଡ

କେନ୍ଦୁଝର,୪ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ ଟ୍ରାକ୍‌ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି କାଞ୍ଜିପାଣି ଥାନା ଅନ୍ତର୍ଗତ...

ଯୁବକଙ୍କୁ ହତ୍ୟା ଉଦ୍ୟମ କରି ମୁଖ୍ୟ ଅଭିଯୁକ୍ତ ଗଲେ ଜେଲ୍‌

ଦିଗପହଣ୍ଡି,୪ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମର ଜି.ବଂଶୀ ଦୋରାଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ବି....

ତପ୍ତପାଣି ଘାଟିରେ ଓଲଟିଲା ଡ୍ରେସ୍‌ ବୋଝେଇ ଟ୍ରକ୍‌, ଚାପି ହୋଇଗଲେ ଚାଳକ

ଦିଗପହଣ୍ଡି/ପାଟପୁର,୪ା୧୨(ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ସାହୁ): ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି ଘାଟିରେ ଭାରସାମ୍ୟ ହରାଇ ଡ୍ରେସ୍‌ ବୋଝେଇ ଟ୍ରକ୍‌ (ନଂ. ଆର୍‌ଜେ ୧୧ଜିସି-୬୩୮୨) ଓଲଟି...

ଛଟେଇ ପ୍ରତିବାଦରେ ଧାରଣାରେ ବସିଲା ବିଦ୍ୟୁତ୍‌ କର୍ମଚାରୀ ମହାସଂଘ, ଦାବି ପୂରଣ ନ ହେଲେ…

ପୁରୁଷୋତ୍ତମପୁର,୪ା୧୨(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଦ୍ୟୁତ୍‌ ବିଭାଗୀୟ ଡିଭିଜନ କର୍ମଚାରୀ ମହାସଂଘ ଆନ୍ଦୋଳନକୁ ଓହ୍ଲାଇବାକୁ ଲିଖିତ ଭାବେ ଚେତାବନୀ ଦେଇଛନ୍ତି। କର୍ମଚାରୀମାନେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ...

ବିଦ୍ୟୁତ କମ୍ପାନୀ ଉପରେ ସରକାରଙ୍କ ବଡ଼ ବାକି, ଫେରିବାର ସମ୍ଭାବନା ଶୂନ

ଭୁବନେଶ୍ୱର,୪।୧୨: ରାଜ୍ୟର ଚାରୋଟି ବିଦ୍ୟୁତ ବିତରଣ କମ୍ପାନୀ (ଡିସକମ୍) ଉପରେ ଓଡ଼ିଶା ସରକାରଙ୍କ ୬,୫୮୭ କୋଟି ଟଙ୍କା ବକେୟା ରହିଛି। ବୁଧବାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ...

ପରାକ୍ରମ ଦେଖାଇଲା ନୌସେନା, ଉଦ୍‌ଘାଟନ କଲେ ରାଷ୍ଟ୍ରପତି

ପୁରୀ,୪ା୧୨: ପୁରୀ ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ବୁଧବାର ନୌସେନା ତା’ର ପରାକ୍ରମ ଦେଖାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଡେମୋର ଉଦ୍‌ଘାଟନ କରିଛନ୍ତି। ରାଷ୍ଟ୍ରପତି ବ୍ଲୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri