ଠେଙ୍ଗାବାଡ଼ି ଧରି ଦେଶୀ ମଦଭାଟି ଭାଙ୍ଗିଲେ ମହିଳା, ଶୋଇ ରହିଛି ଅବକାରୀ ବିଭାଗ

ଜି.ଉଦୟଗିରି,୮ା୧୧(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି କକଟୀ ପଦାସାହିର ଉଦୟଜ୍ୟୋତି ମହିଳା ମହାସଂଘ ତରଫରୁ ତୃତୀୟ ଦିନରେ ମଦ ବିରୋଧୀ ଆନ୍ଦୋଳନକୁ ଉଗ୍ର ରୂପ ସହ ଜୋରଦାର କରାଯାଇଛି। ଶୋଇ ରହିଛି ଅବକାରୀ ବିଭାଗ। ମହାସଂଘ ମହିଳାମାନେ ପୂର୍ବ ଦୁଇ ଦିନରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦେଶୀ ମଦ ପ୍ରସ୍ତୁତ ହେଉଥିବା ସ୍ଥାନରୁ ବ୍ୟାରେଲ୍‌ ବ୍ୟାରେଲ୍‌ ପୋଚ୍‌ ସହ ଲିଟର ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଥିବାବେଳେ ଗୁରୁବାର ସନ୍ଧ୍ୟାରେ ଏକାଧିକ ମହିଳା ହାତରେ ଠେଙ୍ଗା ବାଡ଼ି ଧରି ମାଲାସୁଙ୍ଗା ଗ୍ରାମକୁ ଯିବା ରାସ୍ତା ପାଶର୍‌ବରେ ଥିବା ଝାଉଁବଣ ଭିତରେ ମଦ ରନ୍ଧା ହେଉଥିବା ସ୍ଥାନକୁ ଯାଇ ପୋଚ୍‌, ମଦ ସହ ସମସ୍ତ ମଦ ରନ୍ଧା ପ୍ରସ୍ତୁତି ସମାଗ୍ରୀ ନଷ୍ଟ କରିଥିବା ଦେଖିବାକୁ ମିଳିଛି। ମହିଳାଙ୍କ ଆକ୍ରମଣ ଦେଖି ମଦ ରନ୍ଧା ଗୋଷ୍ଠୀ ଛତ୍ରଭଙ୍ଗ ଦେଇଛନ୍ତି। ମହିଳାମାନଙ୍କ ଦ୍ୱାରା ତିନି ଦିନରେ ଶହ ଶହ ଲିଟର ପୋଚ୍‌ ଓ ମଦ ନଷ୍ଟ କରାଯାଇଛି। ମଦ ବିରୋଧୀ ଅଭିଯାନ ବିଷୟରେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ମଧ୍ୟ ଅବକାରୀ ବିଭାଗ ଶୋଇ ରହିଥିବା ନେଇ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋ ସମ୍ପ୍ରଦାୟର ମକରରେ ନିଆରା ହେସାରାଘା ପର୍ବ: ନୃତ୍ୟ ଗୀତର ତାଳେତାଳେ ନାଚିଲେ…

ପାଟଣା,୧୮।୧(ବୀରକିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବାଇଦ ବାଜା ଗ୍ରାମରେ ଶୁକ୍ରବାର ସାରେରେ ହୋ ସମ୍ପ୍ରଦାୟର ହେଶା ରେଗା ମାର୍ଶାଲ ଯୁବକ ସଂଘ ପକ୍ଷରୁ ମକର...

ପାଟଣା ରେଞ୍ଜରେ ପକ୍ଷୀଗଣନା ଆରମ୍ଭ : ଗତବର୍ଷ ତୁଳନାରେ…

ପାଟଣା,୧୮।୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ଶନିବାର ଠାରୁ ପକ୍ଷୀଗଣନା ଆରମ୍ଭ ହୋଇଛି। ରେଞ୍ଜର ଖିରେଇଟାଙ୍ଗିରି ସେକ୍ସନର ବଡ଼ବନ୍ଧ ଏବଂ ରାଜନଗର ନିକଟ ବୈତରଣୀ...

ଜି.ଉଦୟଗିରି ପୂର୍ତ୍ତ ବିଭାଗ ବଙ୍ଗଳାରେ ଅଚାନକ ପହଞ୍ଚିଗଲେ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ପରେ…

ଜି.ଉଦୟଗିରି,୧୮ା୧(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ପୂର୍ତ୍ତ ବିଭାଗ ବଙ୍ଗଳାରେ ଅଚାନକ ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ...

ଦୀଘା ମୁହାଣରେ ବୁଡ଼ିଲା ମାଛଧରା ଟ୍ରଲର: ଅଳ୍ପକେ ବର୍ତ୍ତିଲେ ୯ ମତ୍ସ୍ୟଜୀବୀ

ଭୋଗରାଇ, ୧୮।୧ ( ପ୍ରଦୀପ ଦାସ ): ଓଡିଶା ପଶ୍ଚିମବଙ୍ଗ ସୀମାନ୍ତ ଦୀଘା ମୁହାଣ ନିକଟରେ ଏକ ମାଛଧରା ଟ୍ରଲର ବଡିଯାଇଛି। ମାଛ ମାରି କୂଳକୁ...

ନିଖୋଜ ଯୁବତୀ ଜଙ୍ଗଲରୁ ଉଦ୍ଧାର ଘଟଣା: ପୀଡିତାଙ୍କୁ ଭେଟିଲେ କଂସ ଅଭିନେତା

ବରଗଡ଼,୧୮।୧(ପ୍ରେମାନନ୍ଦ ଖମାରୀ):ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ମାମଲା ସାରାରାଜ୍ୟରେ ହଇଚଇ ସୃଷ୍ଟି କରିଛି। ପୀଡିତା ଏବେ ମଧ୍ୟ...

ମାଲକାନଗିରିରୁ ରୋଗୀ ନେଇଯାଉଥିବା ବସ୍‌ ବିଶାଖାପାଟଣାରେ ଦୁର୍ଘଟଣାଗ୍ରସ୍ତ: ଚାଲିଗଲା ୨ ଜୀବନ

ମାଲକାନଗିରି,୧୮।୧(ଦୁର୍ଯ୍ୟୋଧନ ପାତ୍ର): ବିଶାଖାପାଟନମସ୍ଥିତ ଅନିଲ ନିରୁକୋଣ୍ଡା ହସ୍ପିଟାଲରେ ଚିକିତ୍ସା ପାଇଁ ରୋଗୀଙ୍କୁ ହସ୍ପିଟାଲ ତରଫରୁ ନେଇ ଯାଉଥିବା ବସ୍‌ର ସଡ଼କ ଦୁର୍ଘଟଣା ହୋଇଛି। ଦୁର୍ଘଟଣା ବିଶାଖାପାଟନମ...

ବାଳସୁଧାର ଗୃହକୁ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧୮।୧(ଅଶେଷ ନାଥ ମିଶ୍ର): ବାଇକ ସହ ଗଞ୍ଜେଇ ଜବତ ଘଟଣାରେ ଗଞ୍ଜାମ ଜିଲା ପାଟପୁର ଥାନା ଏସ୍‌ଆଇ ହିମାଂଶୁ ପାତ୍ର ଶୁକ୍ରବାର ଅଭିଯୁକ୍ତଙ୍କୁ ଥାନା ମାମଲା...

ବିଲରୁ ମିଳିଲା ହାତୀର ମୃତଦେହ: ତଦନ୍ତ ଆରମ୍ଭ

ଖୋର୍ଦ୍ଧା,୧୮।୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ରେଞ୍ଜ ଅନ୍ତର୍ଗତ ପରିଛଳ ପଞ୍ଚାୟତ ଅନ୍ତର୍ଗତ ଡାଳତୋଡା କଣିବାରି ଫସଲ କ୍ଷେତରୁ ଏକ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ମୃତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri