ସମସ୍ୟା ଘେରରେ ସଦର ମହକୁମା: ନା ଅଛି ବସ ଷ୍ଟାଣ୍ଡ ନା ଶୌଚାଳୟ ; ମହିଳା ଯାତ୍ରୀ ହନ୍ତସନ୍ତ

ଥୁଆମୂଳ ରାମପୁର,୭।୧୧(ଦୁର୍ଗା କୀର୍ତ୍ତି): ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଗମନାଗମନ ଭଳି ବିଭିନ୍ନ କ୍ଷେତ୍ରରେ ସବୁଠାରୁ ପଛରେ ରହିଥିବା କଳାହାଣ୍ଡି ଜିଲାର ଆଦିବାସୀ ଅଧ୍ୟ୍ୟୁଷିତ ଥୁଆମୂଳ ରାମପୁର ବ୍ଲକ ବେଶ୍‌ ପରିଚିତ। ବସ ସେବା ଏବଂ ଯାତ୍ରୀଙ୍କ ପାଇଁ ଯେଉଁ ସମସ୍ୟା ଉପୁଜୁଛି ଏହା ଏକ ଜ୍ୱଳନ୍ତ ଉଦାହରଣ। ବ୍ଲକର ବିଭିନ୍ନ ଅଞ୍ଚଳକୁ ଲକ୍ଷ୍ମୀ ବସ ଚଳାଚଳ ହେଉଥିବାବେଳେ ରାଜ୍ୟର ରାଜଧାନୀ ଏବଂ ଜିଲା ମୁଖ୍ୟାଳୟ ତଥା ସୀମାନ୍ତ ରାୟଗଡା ଜିଲାରୁ ଯାତ୍ରୀଙ୍କୁ ନେଇ ଅନେକ ବସ ଚଳାଚଳ କରୁଛି ହେଲେ ବସ ଷ୍ଟାଣ୍ଡର ସ୍ବତନ୍ତ୍ର ବ୍ୟବସ୍ଥା ନ ଥିବା ଯୋଗୁ ବସ ଗୁଡିକ ରାସ୍ତା ଉପରେ ଠିଆ ହେବାକୁ ବାଧ୍ୟ ହେଉଛି। ଯେଉଁଥିପାଇଁ ଅନ୍ୟ ଯାନବାହନ ଚଳାଚଳ ଉପରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି। ଏପରିକି ଜନସାଧାରଣଙ୍କ ଯାତାୟତ ପ୍ରତି ମଧ୍ୟ ବାଧା ଉପୁଜୁଥିବା ବେଳେ ଛୋଟବଡ ଅଘଟଣର ଆଶଙ୍କା ରହିଛି।

ବ୍ଲକ ମୁଖ୍ୟାଳୟ ହେଇଥିବା ଯୋଗୁ ପ୍ରତିଦିନ ବହୁ ସଂଖ୍ୟାରେ ଯାତ୍ରୀ ଯାତାୟତ କରିଥାନ୍ତି। ଖରା ହେଉ ଅବା ବର୍ଷା ବସ ଷ୍ଟାଣ୍ଡ ଖଣ୍ଡିକ ଥିଲେ, ବିଭିନ୍ନ ପ୍ରାନ୍ତରୁ ଯାତାୟତ କରୁଥିବା ଯାତ୍ରୀମାନେ କିଛି ସମୟ ପାଇଁ ମଧ୍ୟ ଆଶ୍ରୟ ନେଇଥାଆନ୍ତେ। ଆଜକୁ ପ୍ରାୟ ୪୦ ବର୍ଷରୁ ଉଦ୍ଧର୍‌ବ ହେବ ଜିଲା ମୁଖ୍ୟାଳୟଠାରୁ ଥୁଆମୂଳ ରାମପୁର ବ୍ଲକକୁ ଗମନାଗମନର ବ୍ୟବସ୍ଥା ହୋଇପାରିଛି। ଇତି ମଧ୍ୟରେ ବ୍ଲକର ପ୍ରାୟତଃ ଅଞ୍ଚଳକୁ ଗମନାଗମନର ବ୍ୟବସ୍ଥା ହୋଇପାରିଛି। କିନ୍ତୁ ଆଜିଯାଏ ବ୍ଲକ ମୁଖ୍ୟାଳୟରେ ବସ ରହଣି ପାଇଁ ସ୍ଥାୟୀ ବ୍ୟବସ୍ଥା ହେଇପାରିନି, ଯାହା ସମଗ୍ର ବ୍ଲକ ବାସୀଙ୍କ ପାଇଁ ବିଡମ୍ବନାର ବିଷୟ ପାଲଟିଛି।

ବିଦ୍ୟାଳୟ ଏବଂ କଲେଜ ଛାତ୍ରଛାତ୍ରୀଙ୍କ ସମେତ ଅନେକ ଯାତ୍ରୀ ଆସୁଥିବା ବେଳେ ଜରୁରୀକାଳୀନ ଶୌଚାଳୟର ବ୍ୟବସ୍ଥା ହେଇପାରିନି।ଯେଉଁଥିପାଇଁ ମହିଳା ଯାତ୍ରୀ ମାନଙ୍କ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହେଉଛି। ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ମହିଳାମାନଙ୍କ ସୁରକ୍ଷା ପ୍ରତି ଯତ୍ନବାନ ଥିବା ସରକାରଙ୍କ ସହ ସ୍ଥାନୀୟ ପ୍ରଶାସନ ଏଠାରେ ସମ୍ପୂର୍ଣ୍ଣ ଅବହେଳା ପ୍ରଦର୍ଶନ କରୁଥିବା ଜଣାପଡିଛି।

ବ୍ଲକର କେନ୍ଦ୍ରସ୍ଥଳୀ ଭାବେ ପରିଚିତ ମାଣିକେଶ୍ବରୀ ଛକ ଯେଉଁଠି ବ୍ଲକ ମୁଖ୍ୟାଳୟକୁ ଆସୁଥିବା ସମସ୍ତ ବସ ର ରହଣି ସ୍ଥାନ ହୋଇଥିବା ଦୃଷ୍ଟିରୁ ଉକ୍ତ ସ୍ଥାନ ନିକଟରେ ଗତ ୫ ବର୍ଷ ତଳେ ୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ଶୌଚାଳୟ ନିର୍ମାଣ ହୋଇଛି। କିନ୍ତୁ ଅବ୍ୟବସ୍ଥା ଏବଂ ପ୍ରଶାସନିକ ଅବହେଳା ଯୋଗୁ ତାହା ବର୍ତ୍ତମାନ ବ୍ୟବହାର ଉପଯୋଗୀ ନ ହୋଇ ପଡିରହିଛି। ଅନ୍ୟ ପଟରେ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଜମି ଚିହ୍ନଟ ହୋଇଥିବା ସୂଚନା ରହିଥିବା ବେଳେ ନିର୍ମାଣ କ୍ଷେତ୍ରରେ ବିଳମ୍ବତାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ଅସନ୍ତୋଷର ବାତାବରଣ ରହିଥିବା ଦେଖିବାକୁ ମିଳିଛି। ଏନେଇ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅବଗତ କରାଯିବାରୁ ଉକ୍ତ ଶୌଚାଳୟକୁ ପୁର୍ଣ୍ଣ ବ୍ୟବସ୍ଥିତ ରୂପରେ ଆବଶ୍ୟକୀୟ ମରାମତି କରାଯିବ ବୋଲି କହିଛନ୍ତି।

ଅପରପକ୍ଷରେ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଯେଉଁ ଜମି ଚିହ୍ନଟ ହୋଇଛି ସେଇ ସ୍ଥାନର ନକ୍ସା ଏବଂ କାଗଜପତ୍ର ଜିଲା ପ୍ରଶାସନକୁ ପଠାଯାଇଥିବା ସୂଚନା ଥିବାବେଳେ ପରିବହନ ବିଭାଗ, ରାଜସ୍ବ ବିଭାଗ ଏବଂ ବନବିଭାଗ ଅଧିକାରୀଙ୍କ ସବୁଜ ସଂକେତ ପରେ ପ୍ରକଳ୍ପ ଚୁଡାନ୍ତ ହୋଇପାରିବ ବୋଲି ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?