୨ ଜଣଙ୍କୁ ଧକ୍କା ଦେଇ ନାଳରେ ପଶିଲା ପୋଲିସ ଗାଡ଼ି
କଟକ,୧୩।୯: ୨ ଜଣଙ୍କୁ ଧକ୍କା ଦେଇ ନାଳରେ ପଶିଲା ପୋଲିସ ଗାଡ଼ି। ଏଭଳି ଘଟଣା ଘଟିଛି କଟକ ଜିଲା ବିଜୁ ପଟ୍ଟନାୟକ ଛକରେ। ୨ ଜଣଙ୍କୁ ଧକ୍କା ଦେଇ ପୋଲିସ ଗାଡ଼ି ନାଳରେ ପଶିଛି। ଏଥିରେ ଜଣେ ଜୋତା ମରାମତି ଦୋକାନୀ…
କରୋନା ବେଳେ ଓମ୍ବାଡସି ଅର୍ଥ ହେରଫେର: ପୁଣି ବନ୍ଧାହେଲେ ୨ ଅଭିଯୁକ୍ତ
ବାରିପଦା,୧୩।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକରେ କୋଭିଡ ପରିଚାଳନା ସମୟରେ ଓମ୍ବାଡସି ପାଣ୍ଠି ହଡପ ମାମଲାରେ ଫେରାର ଥିବା ଆଉ ୨ଜଣ ଅଭିଯୁକ୍ତଙ୍କୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଉଛନ୍ତି କୋଷ୍ଠା ଅଞ୍ଚଳର ଦିବ୍ୟଲୋଚନ…
ରାଗିଗଲେ ମୁଖ୍ୟମନ୍ତ୍ରୀ ବସ୍ ଡ୍ରାଇଭର ଅନ୍ୟଜଣେ ଡ୍ରାଇଭରଙ୍କୁ ଟାଙ୍ଗିଆରେ ହାଣିଦେଲେ
ବଲାଙ୍ଗୀର,୧୩।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବେଲପଡା ତାରିଣୀ ମନ୍ଦିର ନିକଟରେ ମୁଖ୍ୟମନ୍ତ୍ରୀ ବସ୍ର ଜଣେ ଡ୍ରାଇଭର ଅନ୍ୟ ଜଣେ ଡ୍ରାଇଭରଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଛନ୍ତି। ଗୁରୁତର ଡ୍ରାଇଭର ଜଣକ ହେଲେ ଆଦିତ୍ୟ ବିଶ୍ବାଳ। ଗୁରୁତର ଆଦିତ୍ୟଙ୍କୁ ପ୍ରଥମେ ବେଲପଡା…
କାଳ ହେଲା ଭସାଣି: ଗଣେଶ ବିସର୍ଜନ କରିବାକୁ ଆସି ଭାସିଗଲେ ୪ ଛାତ୍ର, ୨ ଉଦ୍ଧାର, ୨ ନିଖୋଜ
ବାରିପଦା,୧୩।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ଭଞ୍ଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀପୋଷି ନିକଟସ୍ଥ ସୁବର୍ଣ୍ଣରେଖା କେନାଲରେ ଗଣେଶ ମୂର୍ତ୍ତି ଭସାଇବା ସମୟରେ ୪ଛାତ୍ର ପାଣି ସୁଅରେ ଭାସି ଯାଇଛନ୍ତି। ଖବରପାଇ ତୁରନ୍ତ ଅଗ୍ନିଶମ ବିଭାଗ ପହଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର…
ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଗଡିଲା ସୁଭଦ୍ରା ରଥ
କର୍ଲାମୁଣ୍ଡା,୧୩।୯(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ସୁଭଦ୍ରା ରଥ ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଯାଇଛି।ଏହି ଅବସରରେ ବିଡିଓ ମଣ୍ଟୁ ଖମାରୀ, ତହସିଲଦାର ଅରୁଣ ବର୍ଗେ, ସିଡିପିଓ କଳ୍ପଳତା ତ୍ରିପାଠୀ ପ୍ରମୁଖ ଯୋଗଦେଇ ସୁଭଦ୍ରା ରଥକୁ ପତାକା…
ସାଙ୍ଗର ଠେଙ୍ଗା ମାଡ଼ରେ ଚାଲିଗଲା ଯୁବକଙ୍କ ଜୀବନ: ଅଭିଯୁକ୍ତଙ୍କୁ ଧରିଲା ପୋଲିସ
ସମ୍ବଲପୁର,୧୩।୯(ପ୍ରମୋଦ ବହିଦାର): ସମ୍ବଲପୁର ସଦର ଥାନା ଅନ୍ତର୍ଗତ ରାସନପୁର ବାଙ୍କିଟିକ୍ରା ଗ୍ରାମରେ ସାଙ୍ଗର ଠେଙ୍ଗା ମାଡ଼ରେ ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ମାନେଶ୍ବର ମିର୍ଗାମୁଣ୍ଡାର ସୂର୍ଯ୍ୟନାରାୟଣ ପାଣିଗ୍ରାହୀ(୪୮)l ମିଳିଥିବା ସୂଚନା ଅନୁଯାଇ ଗତ ଗୁରବାର…
ଆକ୍ସନ ମୋଡ୍ରେ ଅରବିନ୍ଦ ପାଢୀ: ଲୁହା କଡ଼େଇରେ ମହାପ୍ରସାଦ ପ୍ରସ୍ତୁତ ହେବା ପ୍ରସଙ୍ଗରେ ଦେଲେ କଡ଼ା ନିର୍ଦ୍ଦେଶ
ପୁରୀ,୧୩।୯: ଶ୍ରୀମନ୍ଦିରରେ ଲୁହା କଡ଼େଇରେ ରୋଷେଇ ହେବା ପ୍ରସଙ୍ଗକୁ ବିବାଦ ବଢିବାରେ ଲାଗିଛି। ଏହା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଲୁହା କଡ଼େଇ ଜବତ ସହ ୭ ଦିନରେ କାର୍ଯ୍ୟକାରିତା ରିପୋର୍ଟ ଦେବାକୁ…
ମାଈ ହାତୀର ସନ୍ଦେହଜନକ ମୃତଦେହ ଉଦ୍ଧାର
ଭବାନୀପାଟଣା,୧୩।୯(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ନର୍ଲା ନବୋଦୟ ନିକଟରେ ଶୁକ୍ରବାର ସକାଳରେ ଜଣେ ମାଈ ହାତୀର ମୃତଦେହ ଠାବ ହୋଇଛି। ଖବର ପାଇ ବନବିଭାଗ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ କେଉଁ କାରଣରୁ ହାତୀର ମୃତ ହୋଇଛି ତାହା ବର୍ତ୍ତମାନ…
୧୧ରେ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା
ଭବାନୀପାଟଣା,୧୩ା୯(ଉତ୍ତମ କୁମାର ଦାଶ):ଅକ୍ଟୋବର ୧୧ରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଅନୁଷ୍ଠିତ ହେବ। ଉତ୍ସବ ପାଳନ ପାଇଁ ଗୁରୁବାର ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ…
୧୫ ମାସ ହେଲା ମିଳିନି ଦରମା: ସିଡିଓଙ୍କୁ ଫେରାଦ ହେଲେ ସିଆର୍ପି
ଭବାନୀପାଟଣା,୧୩ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକର ୨୪ ପଞ୍ଚାୟତରେ କାର୍ଯ୍ୟରତ ସିଆର୍ପି, ଏମ୍ବିକେ ଓ ବ୍ୟାଙ୍କ ମିତ୍ରଙ୍କୁ ଗତ ୧୫ମାସ ହେଲା ଦରମା ମିଳିନାହିଁ। ବ୍ଲକ୍ର ଅନ୍ୟ ୧୦ ପଞ୍ଚାୟତରେ କାର୍ଯ୍ୟରତ ସମାନ ପଦବୀଧାରୀଙ୍କୁ ଦରମା ପ୍ରଦାନ କରାଯାଇଥିବାବେଳେ…
କଳାହାଣ୍ଡି ଗଡ଼ଜାତ ଅଞ୍ଚଳରେ ନୂଆଁଖାଇ ଆଜି
ଭବାନୀପାଟଣା,୧୩ା୯ (ଉତ୍ତମ କୁମାର ଦାଶ):ନୂଆଁଖାଇ କଳାହାଣ୍ଡି ଜିଲାର ଏକ ମୁଖ୍ୟ ପରମ୍ପରା। ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲାରେ ସପ୍ତମୀ ତିଥିରେ ନୂଆଁଖାଇ ପାଳନ ହେଉଥିବାବେଳେ ଏଠାରେ ପ୍ରତିପଦାଠାରୁ ଆରମ୍ଭକରି ଦଶହରା ଦଶମୀ ପର୍ଯ୍ୟନ୍ତ ଚାଲିଥାଏ। ରାତି ପାହିଲେ ଅର୍ଥାତ୍ ଶୁକ୍ରବାର ଜିଲାର…
ମୋ ଜଙ୍ଗଲ ଜମି ଯୋଜନା ବାଟବଣା
ନୟାଗଡ଼,୧୩।୯(ଲୋକନାଥ ମିଶ୍ର): ମୋ ଜଙ୍ଗଲ ଜମି ଯୋଜନା ନୟାଗଡ଼ ଜିଲାରେ ବାଟବଣା ହୋଇଥିବା ଅଭିଯୋଗ ହୋଇଛି। ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ସଂଶୋଧନ ନିୟମାବଳି ୨୦୧୨ କାର୍ଯ୍ୟକାରୀ ହେଉଥିଲେ ହେଁ ନୟାଗଡ଼ ଜିଲାର ବନବାସୀ କାହିଁକି ଉପେକ୍ଷିତ ହେଉଛନ୍ତି ତାହା…

