ସ୍କୁଲ ସମୟରେ ବଜାରରୁ ଆଳୁ ବୋହିଲେ ଛାତ୍ର

ଅନୁଗୋଳ,୯ା୧୧(ଜ୍ୟୋତିରଞ୍ଜନ ସାହୁ):ସ୍କୁଲରେ ପାଠପଢ଼ା ଚାଲିଥିବା ବେଳେ ୨ ଜଣ ଛାତ୍ର ସାଇକେଲ ନେଇ ବଜାର ଯିବା ସହ ମଧ୍ୟାହ୍ନଭୋଜନ ପାଇଁ ବସ୍ତାରେ ଆଳୁ କିଣି ଆଣିବା ଅନୁଗୋଳ ସହରରେ ଚର୍ଚ୍ଚାର ବିଷୟ ହୋଇଛି। ଅନୁଗୋଳ ଉତ୍ତରପଡା ନୋଡାଲ ବିଦ୍ୟାଳୟରେ ଶୁକ୍ରବାର ଘଟିଥିବା ଏହି ଘଟଣାକୁ ନେଇ ଅଭିଭାବକମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏପରି ଖବର ମିଳିବା ପରେ ବ୍ଲକ ଶିକ୍ଷା ଅଧିକାରୀ ଲୋପାମୁଦ୍ରା ପଟ୍ଟନାୟକ ତୁରନ୍ତ ଉକ୍ତ ସ୍କୁଲକୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।
ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟା ୪୦ରେ ସ୍କୁଲ ଚାଲିଥିବା ବେଳେ ୨ ଜଣ ଛାତ୍ର ଏକ ସାଇକେଲ ନେଇ ସ୍କୁଲରୁ ଏକ କିଲୋମିଟର ଦୂର ବଜାରକୁ ଯାଇଥିଲେ। ଏକ ଦୋକାନରେ ଠିଆ ହୋଇ ମୂଲଚାଲ କରିବା ପରେ ଆଳୁ ଓ ପିଆଜ କିଣି ବସ୍ତାରେ ପୂରାଇଥିଲେ। ପରେ ସେହି ବସ୍ତାକୁ ସାଇକେଲରେ ଲଦି ସ୍କୁଲ ଅଭିମୁଖେ ସାଇକେଲ ଗଡ଼ାଇ ଗଡ଼ାଇ ଆସିଥିଲେ। ବାଟରେ ଆଉ କେତୋଟି ଦୋକାନରେ ରହି କିଛି ସାମଗ୍ରୀ ମଧ୍ୟ କିଣିଥିଲେ। କିଛି ସମୟ ପରେ ଦୁଇ ଛାତ୍ର ବିଦ୍ୟାଳୟରେ ପହଞ୍ଚି ଆଳୁ ଓ ପିଆଜ ବସ୍ତାକୁ ରୋଷେଇ ଘରେ ରଖିଥିଲେ। କିଣାଯାଇଥିବା ଆଳୁ ଓ ପିଆଜ ମଧ୍ୟାନ୍ନ ଭୋଜନରେ ଲଗାଯାଇଥିଲା। ମଧ୍ୟାନ୍ନ ଭୋଜନ ବାବଦ ଅର୍ଥ ସରକାର ସିଧାସଳଖ ପ୍ରଧାନ ଶିକ୍ଷକଙ୍କ ପାଖକୁ ପଠାଉଥିବା ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷ ବଜାରରୁ ରୋଷେଇ ସାମଗ୍ରୀ କିଣିବାର ନିୟମ ରହିଛି। କିନ୍ତୁ ଉତ୍ତରପଡା ନୋଡାଲ ବିଦ୍ୟାଳୟରେ ପାଠପଢ଼ା ଚାଲିଥିବା ସମୟରେ କିପରି ୨ ଛାତ୍ରଙ୍କୁ ବଜାରକୁ ପଠାଯାଇ ଆଳୁ, ପିଆଜ କିଣି ଅଣାଗଲା ତାହାକୁ ନେଇ ଅଭିଭାବକମାନେ ପ୍ରଶ୍ନ ଉଠାଇଛନ୍ତି। ପିଲାମାନେ ପାଠପଢ଼ିବାକୁ ଆସୁଥିବା ବେଳେ ସେମାନଙ୍କୁ କିପରି ବଜାରକୁ ପଠାଗଲା ଓ ଏହି ସମୟରେ ଦୁର୍ଘଟଣା ଘଟିଥିଲେ କିଏ ଦାୟୀ ରହିଥାନ୍ତେ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି। ତୁରନ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେମାନେ ଦାବି କରିଛନ୍ତି। ଏ ନେଇ ଅନୁଗୋଳ ବ୍ଲକ ଶିକ୍ଷା ଅଧିକାରୀ ପଟ୍ଟନାୟକ କହିଛନ୍ତି, ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟର କୌଣସି କାର୍ଯ୍ୟରେ ଲଗାଯିବା କଥା ନୁହେଁ। ଘଟଣା ଦୃଷ୍ଟିକୁ ଆସିବା ପରେ ତୁରନ୍ତ ବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ କରାଯାଇଛି। ତେବେ ଯୋଗାଯୋଗ ସମ୍ଭବ ନ ହେବାରୁ ଘଟଣା ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବେକରେ ଓଢ଼ଣୀ ବାନ୍ଧି ଝୁଲିପଡ଼ିଲେ ଦଶମ ଶ୍ରେଣୀ ଛାତ୍ରୀ, ପଢ଼ା ଖାତା ଜବତ କରି ପୋଲିସ…

ଝରିଗାଁ,୫ା୮(କିଶୋର ଚନ୍ଦ୍ର ମଣ୍ଡଳ): ବେକରେ ଓଢ଼ଣୀ ଦେଇ ଝୁଲି ପଡ଼ିଛନ୍ତି ଜଣେ ଦଶମ ଶ୍ରେଣୀ ଛାତ୍ରୀ। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡ଼ା…

ସୁପ୍ରିମକୋର୍ଟ ଛାତ୍ରମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ସପକ୍ଷରେ ନାହାନ୍ତି

ନୂଆଦିଲ୍ଲୀ,୫।୮: ଜଣେ ଆବେଦନକାରୀ କୌଣସି ରାଜନୈତିକ ସମାଧାନ ଆଧାରରେ ଛାତ୍ର ପ୍ରତିବାଦ ସମୟରେ ବିଶୃଙ୍ଖଳା ସମ୍ବନ୍ଧୀୟ ମାମଲା ପ୍ରତ୍ୟାହାର କରିବାକୁ ବିରୋଧ କରିଛନ୍ତି। ଆବେଦନରେ ଆୟୋଜକଙ୍କ ଉପରେ…

ଫିଲ୍ମ ନା ଆଉ କିଛି…କେଉଁଥିରୁ ଏତେଟଙ୍କା କମାନ୍ତି ଉଦୟନିଧି ଷ୍ଟାଲିନ୍‌? ଜାଣନ୍ତୁ ନେଟଓ଼୍ବର୍ଥ

ନୂଆଦିଲ୍ଲୀ,୫।୮: ତାମିଲନାଡୁ ରାଜନୀତିରେ ଆଜିକାଲି ପ୍ରବଳ ହଲଚଲ ଦେଖିବାକୁ ମିଳୁଛି। ତାଞ୍ଜାଭୁରରେ ଆୟୋଜିତ ଏକ ଜନସଭା ସମୟରେ ଅଭିନେତ୍ରୀ ତ୍ରିଷା କୃଷ୍ଣନଙ୍କୁ ନେଇ ଦିଆଯାଇଥିବା ବିବାଦୀୟ ବକ୍ତବ୍ୟ…

ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ପୁଣି ତ୍ରୁଟି; ‘ଅ’ ‘ଆ’ ବଦଳରେ ‘ଚ’ ରୁ ଆରମ୍ଭ ବର୍ଣ୍ଣମାଳା, ସରକାର କହିଲେ…

ଭୁବନେଶ୍ବର,୫।୮: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ତ୍ରୁଟି ସାମ୍ନାକୁ ଆସିଛି । ସଂଶୋଧନ ପରେ ତ୍ରୁଟିକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଅ ଆ…

‘ମୁଁ ଏମକେ ଷ୍ଟାଲିନଙ୍କ ପୁଅ…,’କାହିଁକି ଏମିତି କହିଲେ ଉଦୟନିଧି? ଏବେ ବିଜୟଙ୍କୁ କଲେଣି ଟାର୍ଗେଟ

ଚେନ୍ନାଇ,୫।୮: ଅଭିନେତ୍ରୀ ତ୍ରିଶାଙ୍କ ବିଷୟରେ ଦୁଇ-ଆକ୍ଷେପ ମନ୍ତବ୍ୟ ଦେବା ଅଭିଯୋଗରେ ଗିରଫ ହେବାର କିଛି ଘଣ୍ଟା ପରେ ଉଦୟନିଧି ଷ୍ଟାଲିନଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଥିଲା। ମୁକ୍ତି ପରେ…

ଜିଲାରେ ୫୦୦ରୁ ଅଧିକ ଉଠା ଜଳସେଚନ ପମ୍ପ୍‌ ଅଚଳ: ଚିନ୍ତାରେ ଚାଷୀ

ଛତ୍ରପୁର,୫ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଏକ କୃଷି ପ୍ରଧାନ ଜିଲା ଅଟେ। କୃଷକ ଓ ଶ୍ରମିକ ପ୍ରାୟ ୮୦% ଲୋକ କୃଷି ଉପରେ ନିର୍ଭର କରି ପରିବାର…

କେସିଙ୍ଗାରେ ମଶାଙ୍କ ପ୍ରାଦୁର୍ଭାବ: ପ୍ରତି ଡ୍ରେନ୍‌ରେ ପକାଯାଉଛି ମଶାତେଲ

କେସିଙ୍ଗା,୫ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏ୍‌ସିର ୧୨ଟି ଓ୍ବାର୍ଡରେ ମଶା ନିବାରଣ ପାଇଁ ଏନ୍‌ଏସି ପକ୍ଷରୁ ବିଭିନ୍ନ ଗଳିକନ୍ଦିରେ ଥିବା ପ୍ରତିଟି ଡ୍ରେନ୍‌ରେ ମଶାତେଲ ପକାଯାଉଛି।…

କାରଣ ଖୋଜୁଛି ଦଳ? ପରାଜୟ ପରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଭାଜପାର ବଡ଼ ବୈଠକ

ପାଟନା,୫।୮: ବଡ଼ ପରାଜୟ ପରେ, ଭାଜପା ଆଜି (ବୁଧବାର) ପାଟନାସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଛି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସମେତ ନେତାମାନେ ବୈଠକରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri