ଧାନକିଣା ବିଳମ୍ବିତ, ଚାଷୀ ଅସନ୍ତୋଷ

ବରଗଡ଼,୯।୧୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଚାଷୀମାନେ ଖରିଫ୍‌ ଧାନ ଅମଳ ଆରମ୍ଭ କରି ଦେଇଛନ୍ତି। ଜିଲାର ଉଭୟ ହୀରାକୁଦ ଜଳସେଚିତ ଏବଂ ଅଣଜଳସେଚିତ ଅଞ୍ଚଳରେ ଅମଳ ପ୍ରକ୍ରିୟା ଆଗେଇ ଚାଲିଛି। ଅନେକ ଚାଷୀ କ୍ଷେତରୁ ଧାନ ଫସଲ କାଟିଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ଜମିରେ ହାର୍ଭେଷ୍ଟର ମାଧ୍ୟମରେ ତ ଆଉ କେତେକ ଖଳାକୁ କଟାଧାନ ଆଣି ଅମଳ କରିଛନ୍ତି। ଏପରିକି ଅନେକ ଚାଷୀ ଅମଳ ଧାନକୁ ଖଳାରେ ଶୁଖାଇଥିବାବେଳେ ଆଉ କେତେକ ଶୁଖାଧାନକୁ ବିକ୍ରି ପାଇଁ ରଖିଛନ୍ତି। ମଣ୍ଡି ଖୋଲି ନ ଥିବା ଯୋଗୁ ସେମାନେ ଅମଳ ଧାନକୁ ବିକ୍ରି ପାଇଁ ମଣ୍ଡିକୁ ନେଇ ପାରିନାହାନ୍ତି। ଆସନ୍ତା ୨୦ତାରିଖରୁ ଜିଲାରେ ଧାନମଣ୍ଡି ଖୋଲିବାକୁ ଧାନ ସଂଗ୍ରହ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। ତେବେ ମଣ୍ଡି ଖୋଲିବାକୁ ଆହୁରି ୧୨ଦିନ ଥିବାବେଳେ ଏତେଦିନ ଧରି ଅମଳ ଧାନକୁ କିଭଳି ସୁରକ୍ଷିତ ରଖିବେ, ତାକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ସେହିପରି ଧାନ ବିକ୍ରି କରିପାରି ନ ଥିବା ଯୋଗୁ ଅମଳ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କୁ ପାରିଶ୍ରମିକ ଦେବା ପାଇଁ ମଧ୍ୟ ହଟହଟାର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଖରିଫ ଋତୁରେ ବରଗଡ଼ ଜିଲାର ଉଭୟ ଜଳସେଚିତ ଏବଂ ଅଣଜଳସେଚିତ ଅଞ୍ଚଳର ଚାଷୀମାନେ ଧାନଚାଷ କରିଥାନ୍ତି। ଅଣଜଳସେଚିତ ଅଞ୍ଚଳର ଚାଷୀଙ୍କ ଫସଲ ସାଧାରଣତଃ ବର୍ଷା ଏବଂ ଉଠାଜଳସେଚନ ଉପରେ ନିର୍ଭର କରୁଥିବା ଯୋଗୁ ସମ୍ପୃକ୍ତ ଅଞ୍ଚଳର ଚାଷୀମାନେ ସ୍ବଳ୍ପ ମିଆଦୀ କିସମ ଧାନ ଚାଷ କରିଥାନ୍ତି। ଅନୁରୂପ ଭାବେ ଜଳସେଚିତ ଅଞ୍ଚଳର ଚାଷୀମାନେ ମଧ୍ୟ ଉଭୟ ସ୍ବଳ୍ପ ମିଆଦୀ ଏବଂ ଦୀର୍ଘ ମିଆଦୀ କିସମ ଧାନ ଚାଷ କରିଥାନ୍ତି। କେନାଲ ପାଣି ବନ୍ଦ ନେଇ ସୂଚନା ଦିଆଯାଇଥିବା ଯୋଗୁ ଜଳସେଚିତ ଅଞ୍ଚଳର ଅନେକ ଚାଷୀ ମଧ୍ୟ ଏଥର ସ୍ବଳ୍ପ ମିଆଦୀ କିସମ ଧାନ ଚାଷ କରିଥିଲେ। ଏହି କ୍ରମରେ ଜିଲାର ଉଭୟ ଜଳସେଚିତ ଏବଂ ଅଣଜଳସେଚିତ ଅଞ୍ଚଳର ଚାଷୀମାନେ ଧାନ ଅମଳ କରିସାରିଥିବାବେଳେ ଅବଶିଷ୍ଟ ଚାଷୀଙ୍କ ଧାନ ଅମଳକ୍ଷମ ଅବସ୍ଥାରେ ରହିଛି। ଏହି ଦୃଷ୍ଟିରୁ ଏଥର ନଭେମ୍ବର ୧୦ତାରିଖ ସୁଦ୍ଧା ଜିଲାରେ ମଣ୍ଡି ଖୋଲି ଧାନକିଣା ଆରମ୍ଭ କରିବାକୁ ବିଭିନ୍ନ କୃଷକ ସଙ୍ଗଠନର ପ୍ରତିନିଧିମାନେ ଜିଲା ପ୍ରଶାସନ ସହିତ ସ୍ଥାନୟ ଜନ ପ୍ରତିନିଧିଙ୍କଠାରେ ଦାବି କରିଆସୁଥିଲେ। କିନ୍ତୁ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟିରେ ନଭେମ୍ବର ୧୦ ବଦଳରେ ୨୦ତାରିଖରେ ମଣ୍ଡି ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ଜାଣିବା ପରେ ଜିଲାର ଅନେକ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିଛି।
କଲାପାଣିର ଚାଷୀନେତା ସୁରେଶ ନେକାଣ୍ଟି କହିଛନ୍ତି, ସେ ୩ ଏକର ଜମିର ଧାନ ଅମଳ କରି ସାରିଛନ୍ତି। କିନ୍ତୁ ମଣ୍ଡି ଖୋଲିବା ବିଳମ୍ବ ହେଉଥିବା ଯୋଗୁ ତାଙ୍କ ଧାନ ବିକ୍ରି ମଧ୍ୟ ବିଳମ୍ବିତ ହେବ ବୋଲି ସେ କହିଛନ୍ତି। ଏଥର ନଭେମ୍ବର ୧୦ତାରିଖ ସୁଦ୍ଧା ମଣ୍ଡି ଖୋଲିବାକୁ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଭେଟି ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସେତେବେଳେ ସେମାନେ ହଁ କହିଥିଲେ, କିନ୍ତୁ ମଣ୍ଡି ଖୋଲିବା ଦିବସକୁ ବିଳମ୍ବିତ କରାଗଲା। ଏହାଦ୍ୱାରା ଚାଷୀମାନେ କ୍ଷତିଗ୍ରସ୍ତ ହେବେ ଏବଂ ବେପାରୀମାନେ ଲାଭ ଉଠାଇବେ ବୋଲି ନେକାଣ୍ଟି କହିଛନ୍ତି। ସେହିପରି ଆଉ ଜଣେ ଚାଷୀନେତା ବରାହଗୋଡ଼ାର ଏକାଦଶିଆ ସାହୁ କହିଛନ୍ତି, ନୂଆ ସରକାରଙ୍କଠାରୁ ଚାଷୀମାନେ ବହୁତ କିଛି ଆଶା ରଖିଥିଲେ। କିନ୍ତୁ ଚାଷୀଙ୍କ ସେହି ଆଶାପୂରଣ ହେବ ବୋଲି ପରିଲକ୍ଷିତ ହେଉନାହିଁ। ନଭେମ୍ବର ୧୦ତାରିଖରୁ ମଣ୍ଡି ଖୋଲିବାକୁ ଆମେ ବିଧାୟକଙ୍କୁ କହିଥିଲୁ। କିନ୍ତୁ ତାହା ହେଲା ନାହିଁ। ଅନ୍ୟପଟେ ନୂଆ ସରକାର ଆସିବା ପରେ ଧାନ ସଂଗ୍ରହ କମିଟିରେ ପୂର୍ବରୁ ରହି ଆସିଥିବା ଚାଷୀ ପ୍ରତିନିଧିମାନଙ୍କୁ ମଧ୍ୟ ବାଦ୍‌ ଦିଆଯାଇଛି ଏବଂ ନୂତନ ଲୋକଙ୍କୁ ଚାଷୀ ପ୍ରତିନିଧି ଭାବେ ରଖାଯାଇଛି। ସେ ଯାହାହେଉ ଆଗରୁ ମଣ୍ଡି ଖୋଲି ନ ଥିଲେ ସୁଦ୍ଧା ଚାଷୀଙ୍କ ଧାନ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ମଣ୍ଡିରେ ଚାଷୀଙ୍କୁ ଜାଗା ଦିଆଯାଉଥିଲା। ଏଥର ମଧ୍ୟ ସେଭଳି ବ୍ୟବସ୍ଥା କରାଯାଉ। କଟ୍‌ନୀ ଛଟ୍‌ନୀ ହେବ ନାହିଁ ବୋଲି ନୂଆ ସରକାର ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏଥିପାଇଁ ଧାନ ସଂଗ୍ରହ ସମୟରେ ମେଶିନ ବସିବ ବୋଲି ଶୁଣିବାକୁ ମିଳିଛି। ଯଦି କଟ୍‌ନୀ ଛଟ୍‌ନୀ ହେବ ଚାଷୀମାନେ ଦୃଢ଼ ବିରୋଧ କରିବେ ଏବଂ ସେଥିପାଇଁ ଯେଉଁ ପରିସ୍ଥିତି ଉପଜିବ ସରକାରୀ କଳ ଦାୟୀ ରହିବ ବୋଲି ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଙ୍ଗାଲିରେ ଏନକାଉଣ୍ଟର: କୋଡିନ୍‌ କଫ୍‌ସିରପ୍‌ ଚାଲାଣକାରୀଙ୍କୁ….

ସମ୍ବଲପୁର, ୨୦।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ନିଶା କାରବାର ବିରୋଧରେ ପୋଲିସର ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ଅନ୍ତର୍ଗତ ରେଙ୍ଗାଲି ଥାନା…

ଏହି ୭ ପ୍ରକାରର UPI ପେମେଣ୍ଟ୍‌ ଉପରେ କୌଣସି ଚାର୍ଜ ଲାଗିବ ନାହିଁ; ଜାଣନ୍ତୁ କ’ଣ?

ନୂଆଦିଲ୍ଲୀ,୨୦ା୯: UPI ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ୧୫ ଅକ୍ଟୋବର, ୨୦୨୬ ଠାରୁ, ଏକ ନୂତନ ବାଣିଜ୍ୟ ରିହାତି ହାର (MDR) ଢାଞ୍ଚା କିଛି…

ସିମନବାଡ଼ି ସବ୍‌ଷ୍ଟେସନ କାର୍ଯ୍ୟ ଶେଷକୁ ବିତିଲା ଦୀର୍ଘଦିନ : ଲୋକଙ୍କୁ ମିଳୁନି ସେବା, ବିଭାଗର ଅହେତୁକ ବିଳମ୍ବକୁ ନେଇ ବଢ଼ୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି, ୨୦/୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଦୀର୍ଘଦିନ ହେଲା ୩୩/୧୧ କେଭି ବିଦ୍ୟୁତ ସବ୍‌ଷ୍ଟେସନ ସ୍ଥାପନ କାର୍ଯ୍ୟ ଶେଷ ହୋଇସାରିଛି। ହେଲେ…

ଭାରତରେ ପ୍ରବେଶ କରିବ ଆପଲ ପେ’

ନୂଆଦିଲ୍ଲୀ,୨୦ା୯: ଭାରତରେ ସର୍ୱାଧିକ ପ୍ରଚଳିତ ୟୁପିଆଇ ପେମେଣ୍ଟ ବ୍ୟବସ୍ଥା ଫୋନ୍‌ ପେ’ ଭଳି ଆମେରିକାରେ ଆପଲ ପେ’ ମଧ୍ୟ ଗ୍ରାହକ ମହଲରେ ବେଶ୍‌ ପରିଚିତ। ତେବେ ଆମେରିକାରେ…

ପେଟ୍ରୋଲିୟମ ମନ୍ତ୍ରଣାଳୟର ବଡ଼ ଘୋଷଣା, ଅକ୍ଟୋବର ୧ରୁ ଏମାନଙ୍କୁ ମିଳିବନି LPG ସିଲିଣ୍ଡର

ନୂଆଦିଲ୍ଲୀ,୨୦ା୯: ନିୟନ୍ତ୍ରିତ ଖୁଚୁରା ବିକ୍ରୟ ମୂଲ୍ୟରେ ଉପଯୁକ୍ତ ସବ୍‌ସିଡି ସହ ସିଲିଣ୍ଡର ରିଫିଲ ପାଇବାକୁ ଚାହୁଁଥିବା ଘରୋଇ ଏଲ୍‌ପିଜି ଗ୍ରାହକମାନଙ୍କ ପାଇଁ ଆସନ୍ତା ଅକ୍ଟୋବର ୧ରୁ ବାୟୋମେଟ୍ରିକ୍‌…

ବୁଧ-ଗୁରୁଙ୍କ ଯୁତିରେ ୪ ରାଶିଙ୍କ ଫିଟିବ ଭାଗ୍ୟ, ଟଙ୍କାରେ ଭରିଯିବ ସିନ୍ଦୁକ, ଚାକିରିରେ ବଡ଼ ପଦବୀ…

ବୈଦିକ ଜ୍ୟୋତିଷରେ ବୁଧ ଏବଂ ବୃହସ୍ପତି (ଗୁରୁ) ଉଭୟ ଅତ୍ୟନ୍ତ ଶୁଭ ଗ୍ରହ, କାରଣ ଶୁକ୍ରଙ୍କ ତୁଳନାରେ ଏମାନଙ୍କ ମଧ୍ୟରେ ଦେବତ୍ୱ ରହିଛି। ଯେତେବେଳେ ବୁଧ-ଗୁରୁଙ୍କ ଯୁତି,…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ସକାଳୁ ସକାଳୁ ବର୍ଷାକୁ ନେଇ ବଡ଼ ଅପଡେଟ୍‌: ଜାରି ହେଲା ଆଲର୍ଟ, ଓଡ଼ିଶାର ଏହି ଜିଲାରେ…

ଭୁବନେଶ୍ୱର,୨୦ା୯(ସୌମ୍ୟରଞ୍ଜନ ରାଉତ): ଉତ୍ତର ଆଣ୍ଡାମାନ ସାଗର ଓ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଶନିବାର ସାରେ ଲଘୁଚାପର ରୂପ ନେଇଛି। ପଶ୍ଚିମ ଓ ଉତ୍ତର ପଶ୍ଚିମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?