ମାଣ୍ଡିପଙ୍କାରେ ପରିସ୍ଥିତି ଭୟାବହ: ବିଜୟ ମହାପାତ୍ର

ଦାରିଙ୍ଗବାଡି, ୯।୧୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କାକୁ ଶନିବାର ରାଜ୍ୟର ବରିଷ୍ଠ ନେତା ବିଜୟ ମହାପାତ୍ର ଗସ୍ତ କରିଛନ୍ତି। ସେ ମୃତକଙ୍କ ପରିବାର ଲୋକଙ୍କୁ ଭେଟିବା ସହ ଅସୁସ୍ଥ ଥିବା ପରିବାର ଲୋକଙ୍କୁ ଭେଟିଛନ୍ତି। ମାଣ୍ଡିପଙ୍କାରେ କେଉଁ ପରିସ୍ଥିତିରେ ଆମ୍ବ ଟାକୁଆ ଖାଇଥିଲେ ସେନେଇ ପଚାରି ବୁଝିଥିଲେ। ଗାଁରେ ନିୟମିତ ପିଡ଼ିଏସ ଚାଉଳ ମିଳି ନ ଥିବା ବେଳେ ନଭେମ୍ବରରେ ଦିଆଯାଇଥିଲା ବୋଲି ଅଞ୍ଚଳବାସୀ ଜଣାଇଥିଲେ।

ସେହିପରି ନେଟୱାର୍କ ନ ଥିବାରୁ ସେମାନେ ରାସନ କାର୍ଡକୁ ଇ-କଓ୍ବୋଇସି କରିପାରି ନ ଥିଲେ ତେଣୁ ଚାଉଳ ମିଳୁ ନ ଥିଲା। ଏବେ ଘଟଣା ପରେ ରାସନ ଦିଆଯାଉଥିବା ଲୋକ ଅଭିଯୋଗ କରିଥିଲେ। ସଠିକ ସମୟରେ ଚାଉଳ ମିଳିଥିଲେ ଏଭଳି ଆମ୍ବ ଟାକୁଆ ଖାଇବାକୁ ପଡି ନ ଥାନ୍ତା ବୋଲି ମୃତକଙ୍କ ପରିବାର ଲୋକ କହିଛନ୍ତି। ବିଦ୍ୟୁତ ବିଭ୍ରାଟ, ନେଟୱାର୍କ ନ ଥିବା, ସୁଦ୍ଧ ପିଇବା ପାଣିର ସମସ୍ୟା ନେଇ ବିଜୟ ମହାପାତ୍ରଙ୍କୁ ଲୋକ ଜଣାଇଥିଲେ।

ସମସ୍ତ ଘଟଣା ଶୁଣିବା ପରେ ବିଜୟ ମହାପାତ୍ର ଏକ ଖବରଦାତା ସମ୍ମିଳନୀରେ ନିଜ ପ୍ରତିକ୍ରିୟାରେ କହିଛନ୍ତି, ମାଣ୍ଡିପଙ୍କାର ପରିସ୍ଥିତି ଭୟାଭୟ। ଲୋକଙ୍କୁ ପ୍ରକୃତରେ ଭୋକ ପାଇଁ ଟାକୁଆ ଯାଉ କରି ଖାଇଛନ୍ତି। ଯଦି ପ୍ରତିମାସରେ ଚାଉଳ ମିଳିଥାନ୍ତା ତେବେ ଲୋକମାନେ ଭୋକରେ ଏଭଳି ଟାକୁଆ ଯାଉ ଖାଇ ନ ଥାନ୍ତେ।

ସେହିପରି ଏବେ ମାଣ୍ଡିପଙ୍କାରେ ଜିଲାପ୍ରଶାସନ ପକ୍ଷରୁ ରିଲିଫ ବଣ୍ଟନ ରନ୍ଧା ଖାଦ୍ୟ ଦେବା ସହ ସ୍ବାସ୍ଥ୍ୟ କ୍ୟାମ୍ପ କରି ଲୋକଙ୍କୁ ଚିକିତ୍ସା ସୁବିଧା ଦିଆଯିବା ଆବଶ୍ୟକ। ସେ ଏନେଇ କନ୍ଧମାଳ ଜିଲାପାଳଙ୍କ ସହ ଫୁଲବାଣୀରେ ଆଲୋଚନା କରିବି ବୋଲି ବିଜୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟୋକନ ଆସିଲା, ଧାନ ଉଠିଲାନି

ବଲାଙ୍ଗୀର,୭ା୧୨(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲାରେ ଡିସେମ୍ବର ୨ ତାରିଖରୁ ଧାନକିଣା ଆରମ୍ଭ ହେବ ବୋଲି ଜିଲା ସ୍ତରୀୟ ଧାନକ୍ରୟ କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା।...

ଧାନ ବିକ୍ରି ପାଇଁ ଟୋକନ୍‌ ତାରିଖରେ ବିଳମ୍ବ

ଭବାନୀପାଟଣା,୭ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଚଳିତ ଖରିଫ ଋତୁ ପାଇଁ ନଭେମ୍ବର ୨୯ରେ ଖୋଲିଛି ଧାନ ମଣ୍ଡି। ହେଲେ ଏବେଯାଏ ଆରମ୍ଭ ହୋଇପାରିନି ଧାନ...

ନୀଳଗିରିରେ ପଶିଲେ ୫୫ ଟିକିଆ ହାତୀପଲ: ବନାଞ୍ଚଳବାସୀ ଆତଙ୍କିତ

ନୀଳଗିରି, ୭।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିକୁ ପ୍ରବେଶ କଲେ ୫୫ ଟିକିଆ ଝାଡଖଣ୍ଡୀ ହାତୀପଲ। ଝାଡଖଣ୍ଡୀ ଦଲମା ଜଙ୍ଗଲରୁ ଗତ ୨୦୧୦ ମସିହାରୁ...

ଛତିଶଗଡ଼ ଢାଞ୍ଚାରେ ଧାନ କିଣିବାକୁ ଚାଷୀଙ୍କ ଦାବି

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା-ଛତିଶଗଡ ରାଜ୍ୟର ଧାନ ସଂଗ୍ରହ ପ୍ରକ୍ରିୟା ତଥା ବିକ୍ରି ବ୍ୟବସ୍ଥା ମଧ୍ୟରେ ଆକାଶ ପାତାଳ ଫରକ ରହିଛି ବୋଲି ବରଗଡ଼ର ଚାଷୀ ସଙ୍ଗଠନ...

ଅଟକିଛି ଭାରୀଯାନ : ଦାରିଙ୍ଗବାଡି-ବ୍ରହ୍ମପୁର ଯାତାୟତ ଠପ୍‌

ଦାରିଙ୍ଗବାଡି, ୭।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସଂଯୋଗ କରୁଥିବା ୫୯ନଂ ଜାତୀୟ ରାଜପଥର ଗାଜଲବାଡି ଘାଟିରେ ୧ ବୁଲାଣି ରାସ୍ତାରେ ଗାଡିଟି ବୁଲାଇ...

ଆନୁଷଙ୍ଗିକ ସୁବିଧା ଅଭାବରୁ ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

ଭବାନୀପାଟଣା,୭ା୧୨(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ ଫୁର୍ଲିଝରଣ ଜଳପ୍ରପାତ। ଏଠାକୁ ବର୍ଷତମାମ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ଭିଡ଼...

ପାକ୍ସ ସମ୍ପାଦକଙ୍କୁ ୪ ବର୍ଷ ଜେଲ

ସୋନପୁର,୬।୧୨(ମୃତ୍ୟୁଞ୍ଜୟ ଶତପଥୀ): ସରକାରୀ ଅର୍ଥ ଆତ୍ମସାତ ମାମଲାର ବିଚାରକରି ବଲାଙ୍ଗୀର ଭିଜିଲାନ୍ସ ସ୍ବତନ୍ତ୍ର ଜଜ୍‌ ମଳୟ ରଞ୍ଜନ ଦାଶ ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ କଳାପଥର...

କୋକସରାରେ ନୂତନ ଧାନମଣ୍ଡି ଉଦ୍‌ଘାଟିତ

କୋକସରା,୬ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):କୋକସରା ପ୍ରାଥମିକ କୃଷି ସମବାୟ ସମିତି ଅଧୀନରେ ଥିବା ରେଙ୍ଗାଳପାଲି ପଞ୍ଚାୟତର ଝରିଆଗୁଡାଠାରେ ଚଳିତ ବର୍ଷ ନୂତନ ଧାନ ମଣ୍ଡି ଶୁକ୍ରବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri