ଶିଳାନ୍ୟାସ ନ କରି ବାଟରୁ ଫେରିଗଲେ ବିଧାୟକ

ମଙ୍ଗୁଳି-ଜଗତପୁର,୯ା୧୧(ମାନସ ସାମଲ):କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ ଆଗ୍ରାହାଟ ପଞ୍ଚାୟତ ଅଧୀନ ଯାଜଭୈରବ ନୂଆଗଁାରେ ଯାଜଭୈରବ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଶିଳାନ୍ୟାସ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ହେଲେ ସ୍ଥାନୀୟ ବିଧାୟକ ସୌଭିକ୍‌ ବିଶ୍ୱାଳ ଏହାର ଶିଳାନ୍ୟାସ ନ କରି ବାଟରୁ ଫେରିଯାଇଥିବାବେଳେ ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟ ଶିଳାନ୍ୟାସ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ମନ୍ଦିରର ଶିଳାନ୍ୟାସ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। ମୁଖ୍ୟ ଅତିଥି ଭାବେ ବିଧାୟକ ବିଶ୍ୱାଳ ଯୋଗଦେଇ ଶିଳାନ୍ୟାସ କରିଥାନ୍ତେ। ହେଲେ ଏହା ପୂର୍ବରୁ କଟକ ଏମ୍‌ପି ଭର୍ତ୍ତୃହରି ମହତାବଙ୍କ କେତେଜଣ ସମର୍ଥକ ସେଠାରେ ପହଞ୍ଚି ପାଟିତୁଣ୍ଡ କରିଥିଲେ। ଆମ ସରକାର ଚାଲିଛି। କିନ୍ତୁ କାହିଁକି ଏମ୍‌ପିଙ୍କୁ ଡକାଯାଇନି। ବିନା ଏମ୍‌ପିରେ ବିଧାୟକଙ୍କ କାମ କ’ଣ ବୋଲି ନାରାବାଜି ଦେବା ସହ ସେଠାରେ ଉପସ୍ଥିତ ଥିବା ମହିଳାମାନଙ୍କୁ ଯଥାଶୀଘ୍ର ଚାଲିଯିବାକୁ କହିଥିଲେ। ଖବରପାଇ ଚୌଦ୍ୱାର ଥାନା ପକ୍ଷରୁ ଏକ ପ୍ଲାଟୁନ୍‌ ପୋଲିସ ଫୋର୍ସ ସେଠାରେ ପହଞ୍ଚିଥିଲା। କାହିଁକି ପାଟିତୁଣ୍ଡ କରୁଛ ବୋଲି ଏମ୍‌ପିଙ୍କ ସମର୍ଥକଙ୍କୁ ପୋଲିସ ପଚାରିଥିଲା। ବିନା ଏମ୍‌ପିରେ ବିଧାୟକ ଆସିଲେ ତାଙ୍କୁ ବାଡେଇବା ପାଇଁ ଏମ୍‌ପି ଆମକୁ କହିଥିବା ସମର୍ଥକମାନେ ପୋଲିସ ଆଗରେ ପ୍ରକାଶ କରିଥିଲେ। ପୋଲିସ କେବଳ ଦେଖଣାହାରି ସାଜିଥିବାବେଳେ ମହିଳାମାନେ ଅସହାୟ ମନେକରି ସେଠାରୁ ପଳାଇଥିଲେ। ପ୍ରାୟ ୨ ଘଣ୍ଟା ପରେ ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟ ନଡ଼ିଆ ବାଡ଼େଇ ଶିଳାନ୍ୟାସ କରି ଚାଲିଯାଇଥିଲେ। ଏହି କାର୍ଯ୍ୟକ୍ରମରେ ଯୁବ ସଙ୍ଗଠକ ସାରଦା ରଞ୍ଜନ ପରିଜା, ୱାର୍ଡମେମ୍ବର ପ୍ରମୋଦ ସାମଲ, ବିବେକ ସାମଲଙ୍କ ସମେତ ଗ୍ରାମର ଜନସାଧାରଣ ଉପସ୍ଥିତ ଥିଲେ। ଅପରପକ୍ଷରେ ଏହି ପ୍ରକଳ୍ପ ୪ମାସ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଥିବାବେଳେ ୪୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଛି। କିନ୍ତୁ କୌଣସି ସୂଚନାଫଳକ ନ ଲଗାଯାଇ କାହିଁକି ଏତେ ବଡ଼ ପ୍ରକଳ୍ପ କରାଯାଉଛି ବୋଲି ସାଧାରଣ ଚର୍ଚ୍ଚା ହେଉଛି। ଏ ନେଇ ଏମ୍‌ପି ଓ ବିଧାୟକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଟାମଣା ଗ୍ରାମକୁ ନୂତନ ମୈାଜା ଘୋଷାଣା ନେଇ ଶତାଧିକ ମହିଳା, ପୁରୁଷ ପହଞ୍ଚିଲେ…

ଛତ୍ରପୁର, ୬ ।୧୨ (ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲା କୁକୁଡାଖଣ୍ଡି ବ୍ଲକ ଶିହଳା ପଞ୍ଚାୟତର ଟାମଣା ଗ୍ରାମକୁ ନୂତନ ମୈାଜା ଘୋଷାଣା ଦାବିନେଇ ଜିଲା...

କଳାହାଣ୍ଡି ଉତ୍ସବ ‘ଘୁମୁରା’ ଆସିଲେ ଅଧିକାରୀଙ୍କର ମନେ ପଡ଼େ କେନ୍ଦୁଗୁଡ଼ା ଘାଟ, ପରେ କାହାର ଦେଖା ମିଳେନି

ଥୁଆମୂଳ ରାମପୁର,୬ା୧୨: କଳାହାଣ୍ଡି ଜିଲାର କଳା ଓ ସଂସ୍କୃତିର ପର୍ବ ‘ଘୁମୁରା’ରେ କଳାହାଣ୍ଡି ତଥା ବାହାର ରାଜ୍ୟର କଳା ପ୍ରଦର୍ଶନ ଓ ପ୍ରତିଭା ପ୍ରଦର୍ଶିତ କାର୍ଯ୍ୟକ୍ରମକୁ...

ଦାରିଙ୍ଗବାଡିରେ ଆରମ୍ଭ ହେଲାକଫି ସଂଗ୍ରହ: ଏହି ସଂସ୍ଥାକୁ ଦିଆଗଲା ଦାୟିତ୍ୱ

ଦାରିଙ୍ଗବାଡି, ୬।୧୨ (ଅରୁଣ ସାହୁ ): ଦାରିଙ୍ଗବାଡିକୁ ସାରା ବିଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ଦେଇଥିବା କଫି ବଗିଚାର ଉନ୍ନତି ପାଇଁ ଜିଲା ଓ ସ୍ଥାନୀୟ...

ପରିବେଶ, ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଫିଲ୍ମ ଫେଷ୍ଟିଭାଲ

ଦାରିଙ୍ଗବାଡ଼ି,୬ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ମିଶ୍ର କଲ୍ୟାଣ ମଣ୍ଡପ ପରିସରରେ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଫିଲ୍ମ ଫେଷ୍ଟିଭାଲ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।...

କୋଲକାତାରୁ ସମ୍ବଲପୁରକୁ ଚାଲାଣ ହେଉଥିଲା କଫ୍‌ସିରପ୍‌: ୫ ଜଣଙ୍କୁ ବାନ୍ଧିଲା ପୋଲିସ

ସମ୍ବଲପୁର,୬ା୧୨(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଧନୁପାଲି ଥାନା ସିଟି ଷ୍ଟେଶନ ନିକଟ ଝାଙ୍କରପଡ଼ାରୁ କଫ୍‌ସିରପ୍‌ ଜବତ ହୋଇଛି। କୋଲକାତାରୁ ସମ୍ବଲପୁରକୁ ଏହା ଚାଲାଣ ହେଉଥିବାବେଳେ ପୋଲିସ...

ଜନ୍ମମାଟିରେ ଗାଁ ମହିଳାଙ୍କ ସହ କାନ୍ଧରେ କାନ୍ଧ ମିଶାଇ ନାଚିଲେ ରାଷ୍ଟ୍ରପତି

ମୟୂରଭଞ୍ଜ,୬ା୧୨: ନିଜ ଜନ୍ମମାଟିରେ ଶୁକ୍ରବାର ଖୁସି ମନାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଇରଙ୍ଗପୁରର ଉପରବେଡ଼ା ନିଜ ଗାଁ ମହିଳାମାନଙ୍କ ସହ କାନ୍ଧରେ କାନ୍ଧ ମିଶାଇ ନାଚିଛନ୍ତି...

ଗ୍ୟାସ୍‌ ପାଇପ୍‌ ଲାଇନ୍‌ ମରାମତିବେଳେ ଅଘଟଣ: ମାଟି ତଳେ ଚାପି ହୋଇ ଶ୍ରମିକଙ୍କ ଜୀବନ ଗଲା

ପାରାଦୀପ,୬ା୧୨: କଟକ-ପାରାଦୀପ ରାସ୍ତାର ତାଳଦଣ୍ଡାଠାରେ ବିପିସିଏଲ ଗ୍ୟାସ୍‌ ପାଇପ୍‌ ଲାଇନ ମରାମତିବେଳେ ଶୁକ୍ରବାର ଏକ ଅଘଟଣ ଘଟିଛି। ଜଣେ ଶ୍ରମିକ ମରାମତି କାମ କରୁଥିବାବେଳେ ମାଟି...

ବିଚାର ବିଭାଗ ଜମି ମାଡ଼ି ବସିଥିଲେ ଜବରଦଖଲକାରୀ, ମାଟିରେ ମିଶିଲା ୬ ଜଣଙ୍କ କୋଠା

ଦାରିଙ୍ଗବାଡ଼ି,୬ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ରହିଥିବା ପ୍ରଥମ ଶ୍ରେଣୀ ବିଚାର ବିଭାଗର ଜମିକୁ ୬ ଜଣ ଦୀର୍ଘବର୍ଷ ଧରି ଜବରଦଖଲ କରି ରଖିଥିଲେ। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri