
ପୁରୀ,୨୯ା୬: ଚଳିତବର୍ଷ ପୁରୀ ରଥଯାତ୍ରା ସମୟରେ ଘଟିଥିବା ଦୁର୍ଘଟଣାଗୁଡ଼ିକ ରାଜ୍ୟରେ ତୀବ୍ର ଚର୍ଚ୍ଚାର ବିଷୟ ହୋଇଛି। ଏହାକୁ ନେଇ ବିରୋଧୀ ସରକାରଙ୍କୁ ଘେରିଲେଣି। ଟିକିଏ ପଛକୁ ଯାଇ ଦେଖିଲେ ଗତ ବର୍ଷ ରଥଯାତ୍ରା ସମୟରେ ବଡ଼ଠାକୁରଙ୍କ ବିଗ୍ରହ ଖସିପଡ଼ିବା ଘଟଣାର ତଦନ୍ତ ରିପୋର୍ଟ ଏକ ବର୍ଷ ବିତିଯାଇଥିଲେ ମଧ୍ୟ ଏଯାଏ ପ୍ରକାଶ ପାଇନାହିଁ। ଏହା ମଧ୍ୟରେ ଚଳିତ ବର୍ଷ ରଥଯାତ୍ରା ସମୟରେ ଦର୍ଶନ ବେଳେ ଦଳାଚକଟା ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି, ଯାହା ପ୍ରଶାସନିକ ବ୍ୟବସ୍ଥା ଉପରେ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ରାଜ୍ୟ ସରକାର ଏହି ଚଳିତ ବର୍ଷର ଦୁର୍ଘଟଣାର ତଦନ୍ତ ପାଇଁ ଉନ୍ନୟନ କମିଶନରଙ୍କ ଅଧୀନରେ ଏକ ପ୍ରଶାସନିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତେବେ, ଗତ ବର୍ଷର ବିଗ୍ରହ ଖସିପଡ଼ିବା ଘଟଣାର ତଦନ୍ତ ରିପୋର୍ଟ ଏଯାଏ ପ୍ରକାଶ ନହେବା ଯୋଗୁଁ ଚଳିତ ବର୍ଷର ତଦନ୍ତ ପ୍ରକ୍ରିୟା କେବେ ଆରମ୍ଭ ହେବ ଏବଂ ଏହାର ରିପୋର୍ଟ କେବେ ସାମ୍ନାକୁ ଆସିବ, ତାହାକୁ ନେଇ ଜଙକୁ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।
ତେବେ ଚଳିତବର୍ଷର ରଥଯାତ୍ରାକୁ ଦେଖିଲେ ପୁରୀ ରଥଯାତ୍ରାର ସୁରକ୍ଷା ଓ ପରିଚାଳନା ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ସାଧାରଣ ଜନତା ଏବଂ ଭକ୍ତମାନେ ପ୍ରଶାସନର ଦାୟିତ୍ୱହୀନତା ଓ ତଦନ୍ତ ପ୍ରକ୍ରିୟାରେ ବିଳମ୍ବ ନେଇ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ରାଜ୍ୟ ସରକାର ଏହି ଘଟଣାଗୁଡ଼ିକର ତୁରନ୍ତ ତଦନ୍ତ ଓ ରିପୋର୍ଟ ପ୍ରକାଶ କରିବାକୁ ଦାବି ଉଠୁଛି, ଯାହା ଦ୍ୱାରା ଭବିଷ୍ୟତରେ ଏପରି ଅଘଟଣ ରୋକାଯାଇପାରିବ।