
ଭୁବନେଶ୍ୱର,୨୯।୬: ନିର୍ବାଚନ ଅଧିକାରୀ ତଥା ବାଲେଶ୍ବର ଏମ୍ପି ପ୍ରତାପ ଷଡ଼ଙ୍ଗୀ ରବିବାର ଏକ ବଡ଼ ସୂଚନା ଦେଇଛନ୍ତି। ଭାଜପା ରାଜ୍ୟ ସଭାପତି ସହ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନକୁ ସ୍ଥଗିତ କରାଯାଇଥିବା ସେ କହିଛନ୍ତି। ପୁରୀ ଅଘଟଣ ପାଇଁ ମର୍ମାହତ ବୋଲି କହିବା ସହ ଏନେଇ ନିର୍ବାଚନକୁ ସ୍ଥଗିତ କରାଯାଇଥିବା ବାଲେଶ୍ବର ଏମ୍ପି ପ୍ରତାପ କହିଛନ୍ତି।
ଏଥର ଦଳର ରାଜ୍ୟ ସଭାପତି କିଏ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି। କେତେଜଣଙ୍କ ନାଁ ସଭାପତି ନିର୍ବାଚନ ଲାଗି ଚର୍ଚ୍ଚାରେ ରହିଛି। ଅନ୍ୟପଟେ ବର୍ତ୍ତମାନ ସଭାପତି ଥିବା ମନମୋହନଙ୍କୁ ଆଉ ଥରେ ଏହି ପଦରେ ରଖିବା ପାଇଁ ଉପରେ ନିଷ୍ପତ୍ତି ହୋଇଥିବା କଥା ମଧ୍ୟ ଶୁଣିବାକୁ ମିଳୁଛି।
ଅନ୍ୟପଟେ ଭାଜପା ସରକାରରେ ନିଗମ ଓ ବୋର୍ଡଗୁଡ଼ିକର ଅଧ୍ୟକ୍ଷ ପଦ ଖାଲିପଡ଼ିଛି। ରାଜ୍ୟ ସଭାପତି ନିର୍ବାଚନ ପରେ ଏହି ପଦବୀ ପୂରଣ ହେବ ବୋଲି ଦୀର୍ଘଦିନ ଧରି ଶୁଣିବାକୁ ମିଳୁଛି। ଅନ୍ୟପଟେ ସଭାପତି ଚୟନ ପରେ ଖାଲି ପଡ଼ିଥିବା ୬ ମନ୍ତ୍ରୀ ପଦବୀ ପୂରଣ ହେବା ସହ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇପାରେ ବୋଲି ଭାଜପା ମହଲରେ ଚର୍ଚ୍ଚା ଚାଲିଛି।