
ଦାରିଙ୍ଗବାଡ଼ି,୨୯ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ମା’ପଟ୍ଟାଖଣ୍ଡା ବଣିକ ସଂଘର ନୂଆ କର୍ମକର୍ତ୍ତା ଚୟନ ରବିବାର ଅନୁଷ୍ଠିତ ହୋଇଯାଇଛ। ପ୍ରତିମାସର ଶେଷ ରବିବାର ଦିନ ଭଳି ଚଳିତ ମାସରେ ବୈଠକ ସଙ୍ଘର ସଭାପତି ଶଙ୍କୁରୁ ଅମୂଲ୍ୟ କୁମାର ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସଂଘର ନିୟମ ଅନୁଯାୟୀ ପ୍ରତି ୨ ବର୍ଷରେ କମିଟି ପରିବର୍ତ୍ତନ କରାଯିବା ନିୟମ ପ୍ରକାରେ ସଭାପତିଙ୍କ ସମେତ ସମସ୍ତ କର୍ମକର୍ତ୍ତା ପରିବର୍ତ୍ତନ କରାଯାଇଥିଲା। ଏହି କ୍ରମରେ ସଭାପତି ଭାବେ ଆଇନଜୀବୀ ତଥା ବ୍ୟବସାୟୀ ମହେଶ କୁମାର ସାହୁଙ୍କୁ ଚୟନ କରାଯାଇଥିବା ବେଳେ ଉପସଭାପତି ଶଙ୍କୁରୁ ଅମୂଲ୍ୟ କୁମାର ସୁବୁଦ୍ଧି, ସମ୍ପାଦକ ଶଙ୍କୁରୁ ସୁନିଲ କୁମାର ସୁବୁଦ୍ଧି, ସହସଂପାଦକ ଆଶୁତୋଷ ସାହୁ ଏବଂ କୋଷାଧ୍ୟକ୍ଷ ଭାବେ ରାଜେଶ କୁମାର ସାହୁଙ୍କୁ ସଂଘର ସଦସ୍ୟମାନେ ଚୟନ କରିଥିଲେ।
ସେହିପରି ଉପଦେଷ୍ଟା ମଣ୍ଡଳୀରେ ଅଜିତ କୁମାର ସାହୁ, ଆରୁପାନନ୍ଦ ସାହୁ, ଅଶୋକ ବେହେରା, ରାମାନନ୍ଦ ଚୌଧରୀ, ସଞ୍ଜୟ ସାହୁ, ଘଣ୍ଟା ନାୟକ, ସିମାଞ୍ଚଳ ସାହୁ, ବିଭୂତି ଭୂଷଣ ସାହୁ, ବାଲାଜୀ ପାତ୍ର
ପ୍ରଦୀପ ସାହୁ ଏବଂ ବାସୁଦେବ ସାହୁଙ୍କୁ ଚୟନ କରାଯାଇଥିଲା। ସମସ୍ତ ନୂତନ କର୍ମକର୍ତ୍ତାଙ୍କୁ ଶପଥ ପାଠ କରାଯାଇ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ସଂଘର ନିୟମ ପାଳନ ସହ ଅଞ୍ଚଳର ଗ୍ରାହକମାନଙ୍କୁ ଉତ୍ତମ ସେବା ପ୍ରଦାନ ସହ ବ୍ୟବସାୟୀଙ୍କ ଉତ୍ତମ ନୀତିଶାସ୍ତ୍ର ସରକାରଙ୍କ ସମସ୍ତ ନିୟମ ପାଳନ ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଚିତ୍ତରଞ୍ଜନ ପ୍ରଧାନ, କୁଲୁ ଚୌଧୁରୀ, ମନୋରଞ୍ଜନ ସାହୁ, ଅରୀ ବାଡ଼ତିୟା,ଶଙ୍କୁରୁ ସୁଶୀଲ ଲୁମର ସୁବୁଦ୍ଧି, ଲୁଲୁ ସାହୁ, କାଳୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।