ଲୁକ୍କାୟିତ ପ୍ରତିଭାଙ୍କୁ ଖୋଜି ସମ୍ବର୍ଦ୍ଧିତ କରିବ ଘୁମୁସର ଗବେଷଣା ପ୍ରତିଷ୍ଠାନ

ଭଞ୍ଜନଗର,୨୯ା୬(ବାବୁଲା ପ୍ରଧାନ): ଘୁମୁସର ଇତିହାସର ପ୍ରଚାର ଓ ପ୍ରସାର ଲକ୍ଷ୍ୟ ନେଇ ଗଢ଼ି ଉଠିଥିବା ଘୁମୁସର ଗବେଷଣା ପ୍ରତିଷ୍ଠାନର ଏକ ବୈଠକ ରବିବାର ଭଞ୍ଜନଗର ସହର ଲଣ୍ଡେଇସାହିସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଆବାହକ ଡ. ଶ୍ୟାମା ପ୍ରସାଦ ମିଶ୍ର ଗତ ବାର୍ଷିକ ଅଧିବେଶନ ସମ୍ପର୍କରେ କହିଥିଲେ। ଏହି ଅବସରରେ ଆଗାମୀ ଦୁଇ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା। ଏଥିସହ ଆଗାମୀ ଦିନରେ ଲୁକ୍କାୟିତ ଅବସ୍ଥାରେ ରହୁଥିବା ଲେଖକ, କବି ପ୍ରମୁଖଙ୍କୁ ଖୋଜି ବାହାର କରି ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ସନ୍ତୋଷ କୁମାର ଆପଟ୍ଟ ସଭାପତି ଭାବେ ଆଗାମୀ ଦୁଇ ବର୍ଷ ପାଇଁ ମନୋନୀତ ହୋଇଥିବା ବେଳେ ଡ. ଶିରିଶ କୁମାର ଷଡ଼ଙ୍ଗୀ କାର୍ଯ୍ୟକାରୀ ସଭାପତି ଏବଂ ସାଧାରଣ ସମ୍ପାଦକ ଭାବେ
ତପନ କୁମାର ମିଶ୍ର ମନୋନୀତ ହୋଇଛନ୍ତି। ଉପସଭାପତି ଭାବେ ସନ୍ତୋଷ ଜେନା, ଡ. ଚିତ୍ତ ରଞ୍ଜନ ମିଶ୍ର, ନେତାଜୀ ବିଷୋୟୀ, ସମ୍ପାଦକ ଡ. ରବୀନ୍ଦ୍ର କୁମାର ମିଶ୍ର, ସନ୍ତୋଷ ଜେନା, ଡ. ଆଶୋକ କୁମାର ସ୍ବାଇଁ, ସହ ସମ୍ପାଦକ ବି.କେ ପ୍ରଧାନ, ମାଧବ ଦଳେଇ, କୋଷାଧ୍ୟକ୍ଷ ଭାବେ ଦାମୋଦର ଷଡ଼ଙ୍ଗୀ ମନୋନୀତ ହୋଇଛନ୍ତି। ଏଥିସହ ଉପଦେଷ୍ଟା ଭାବେ ଜଗବନ୍ଧୁ ଜେନା ଏବଂ କାର୍ଯ୍ୟକାରୀ କମିଟିକୁ ଅଜୟ ବିଶ୍ବାଳ, ଡ. ଜୟଦେବ ଗୌଡ଼, ଡ. ବିଷ୍ଠୁ ପ୍ରସାଦ ରଥ, ସୁପ୍ରଭା ବେହେରା, ବିଶ୍ୱଜିତ୍‌ ସ୍ବାଇଁ, ରଶ୍ମିତା କୁମାରୀ ପଟ୍ଟନାୟକ ମନୋନୀତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମୁଦ୍ର ଉପକୂଳ ଅଞ୍ଚଳ ପରିଦର୍ଶନ କଲେ ବିଧାୟକ: ପ୍ରଶାସନିକ ଅଧିକାରୀଙ୍କ ସହ ବନ୍ୟାସ୍ଥିତି ନେଇ ଆଲୋଚନା

ଛତ୍ରପୁର, ୨୫।୯ (ଦିଲ୍ଲୀପ ସାମଲ/ ବିଦ୍ୟାଧର ସାହୁ): ଗତ ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନର…

ପୁରୁଷୋତ୍ତମପୁର ସହରରେ ପଶିଲା ବନ୍ୟାପାଣି: ସ୍ଥିତି ପରଖିଲେ ଉପଜିଲାପାଳ

ପୁରୁଷୋତ୍ତମପୁର, ୨୫।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଚାରିଦିନ ହେଲା ଲଗାଣ ବର୍ଷା ଲାଗିରହିଛି। ଏହି…

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

୪ଦିନ ହେଲା ବର୍ଷା ଜାରି: କୁଳଲଙ୍ଘି ଗର୍ଜନ କରୁଛି ରୁଷିକୁଲ୍ୟା

ପୁରୁଷୋତ୍ତମପୁର,୨୫।୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ୪ଦିନ ହେଲା ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁ…

ତୁହାକୁ ତୁହା ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ: ଗୋଖରକୁଦା ରାସ୍ତାରେ ଭାଙ୍ଗିଲା ଗଛ, ଘରେ ପଶିଲା ବର୍ଷା ଜଳ

ଗଞ୍ଜାମ,୨୫।୯(ବିଦ୍ୟାଧର ସାହୁ ): ଗତ ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ତୁହାକୁ ବର୍ଷା ପାଇଁ ଲୋକେ ଘରୁ ପଦାକୁ…

ଗଞ୍ଜାମରେ ଗଭୀର ଅବପାତର ପ୍ରଭାବ: NH-516A ରେ ଗଛ ପଡ଼ି ରାସ୍ତା ବନ୍ଦ

ଛତ୍ରପୁର,୨୫।୯(ଦିଲ୍ଲୀପ ସାମଲ) : ଗଭୀର ଅବପାତଜନିତ ଲଗାଣ ବର୍ଷା ପରେ ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ଗୁରୁବାର ଠାରୁ ପବନର ବେଗ ବଢ଼ିବାରେ ଲାଗିଛି । ଏହାର…

ସୂର୍ଯ୍ୟନାରାୟଣପୁର ODRP କଲୋନୀରେ ପଶିଲା ଋଷିକୂଲ୍ୟା ନଦୀ ପାଣି: ବନ୍ୟା ପରିସ୍ଥିତି, ଆତଙ୍କ…

ଗଞ୍ଜାମ,୨୪ା୯(ଦିଲୀପ ସାମଲ/ଅନାଥ ତରାଇ): ବାତ୍ୟାଜନିତ ଲଗାଣ ବର୍ଷା ଏବଂ ଋଷିକୂଲ୍ୟା ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବା ଯୋଗୁ ଗଞ୍ଜାମ ବ୍ଲକ୍‌ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?