ଗାଁ ମୁହାଁ ଗୋଠଛଡ଼ା ଦନ୍ତା

ବାରିପଦା ଅଫିସ,୨୦।୧୨: ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଅଧୀନ ଫୁଲଝରୀ ଓ ଦଲକି ସଂରକ୍ଷିତ ଜଙ୍ଗଲରେ ୪୦ରୁ ଊର୍ଦ୍ଧ୍ୱ ଝାଡ଼ଖଣ୍ଡୀ ହାତୀପଲ ରହିଛନ୍ତି। ଦୁଇ ଦଳରେ ବିଭକ୍ତ ହୋଇ ଜଙ୍ଗଲରେ ରହୁଥିବା ବେଳେ ରବିବାର ଗୋଠଛଡ଼ା ଦନ୍ତା ହାତୀଟି ଗଁା ଗଣ୍ଡାରେ ପ୍ରବେଶ କରିଛି। ଫଳରେ ଆଖପାଖ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି। ଲୋକେ ରାତି ଅନିଦ୍ରା ହୋଇ ଜଗୁଛନ୍ତି। ବନ ବିଭାଗ ପକ୍ଷରୁ ହାତୀର ଗତିପଥ ପ୍ରତି ସତର୍କ ଦୃଷ୍ଟି ଦିଆଯାଉଥିବା ବେଳେ ଲୋକଙ୍କୁ ସଚେତନ କରାଯାଉଥିବା ରେଞ୍ଜର ଘନଶ୍ୟାମ ସିଂ କହିଛନ୍ତି।
ଯେ, ପ୍ରତିବର୍ଷ ଭଳି ଝାଡ଼ଖଣ୍ଡରୁ ଆସୁଥିବା ହାତୀପଲ ବେତନଟୀ ରେଞ୍ଜ ଦେଇ ନୀଳଗିରି ଅଭିମୁଖେ ଯାଇଥାନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ହାତୀପଲ ଦୁଇଟି ଦଳରେ ବିଭକ୍ତ ହୋଇ ଓଡ଼ିଶାରେ ପ୍ରବେଶ କରିଛନ୍ତି। ମୁକ୍ତାପୁର ଜଙ୍ଗଲ ପାର୍‌ ହୋଇ ଫୁଲଝରୀରେ ୩୦ଟି ହାତୀ ରହିଥିବା ବେଳେ ଅବଶିଷ୍ଟ ଦଲକି ଜଙ୍ଗଲରେ ରହିଛନ୍ତି। ରବିବାର ଦିନ ବେଳେ ହାତୀପଲ ୧୮ନଂ. ଜାତୀୟ ରାଜପଥ ଓ ରେଳଧାରଣା ଦେଇ ଅତିକ୍ରମ କରିଛନ୍ତି। ମୁଖ୍ୟ ଦଳରୁ ଅଲଗା ହୋଇ ଦନ୍ତାହାତୀଟି ନଡ଼ପୁର ସରସ୍ବତୀ ଶିଶୁମନ୍ଦିର ପରିସରରେ ବିଚରଣ କରିଥିଲା। ଆଗ୍ରିଆ-ନଡ଼ପୁର ରାସ୍ତାରେ ଅଟକି ରହିବାରୁ ଯାନବାହନ ଚଳାଚଳ ବନ୍ଦ ରହିଥିଲା। ସଞ୍ଜ ନଇଁଲେ ହାତୀମାନେ ଖାଦ୍ୟ ଅନ୍ବେଷଣରେ ଚଳପ୍ରଚଳ କରିଥାନ୍ତି। ବାତ୍ୟା ପାଇଁ ଚାଷୀମାନେ ଆଗୁଆ ଫସଲ ଅମଳ କରିଥିବାରୁ କ୍ଷେତରେ ପାଚିଲା ଧାନ ନ ପାଇ ଗ୍ରାମାଭିମୁଖି ହେବାର ଅନୁମାନ କରାଯାଇଛି। ଖଳାରେ ଗଦା ହୋଇଥିବା ଧାନକୁ ଖାଇବା ସହ ଘରେ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଥାନ୍ତି। ଫଳରେ ଚାଷୀ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିଥିବା ବର୍ଷତମାମ ଫସଲ ବଣୁଆ ହାତୀଙ୍କ ମୁହଁରେ ପଡ଼ିଥାଏ। ସେହିପରି ଶୀତଦିନେ ହେଉଥିବା ପନିପରିବା ଫସଲକୁ ଖାଇବା ସହ ବ୍ୟାପକ ନଷ୍ଟ ମଧ୍ୟ କରିଥାନ୍ତି। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଭାଳେଣି ପଡ଼ିଛି। ବନ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ହାତୀପଲଙ୍କ ଚଲାପଥ ବଦଳାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରକୁ ଯାଇଥିଲେ ମା’, ଫେରିଲା ବେଳକୁ ଝୁଲି ପଡିଥିଲେ ଝିଅ

ଉଦଳା,୨୪।୮(ସନ୍ତୋଷ ବାଛିନୀ): ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଉଦଳା ଥାନା ଏନଏସି ୧୦ ନମ୍ବର ୱାର୍ଡରେ ଏଭଳି ଅଭାବନୀୟ ଘଟଣା ଘଟିଛି…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ଲଭ୍‌-ସେକ୍ସ-ଧୋକା ଅଭିଯୋଗ; ବାରିପଦା ଟାଉନ୍‌ ଥାନାର SI ଅଟକ

ବାରିପଦା,୨୨।୮: ବାରିପଦା ଟାଉନ୍‌ ଥାନାର ଜଣେ ସବ୍‌-ଇନ୍ସପେକ୍ଟରଙ୍କ ବିରୋଧରେ ଜଣେ ମହିଳା ଲଭ୍‌-ସେକ୍ସ-ଧୋକା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ଟାଉନ୍‌ ଥାନାର SI ପ୍ରଭାତ ନାୟକଙ୍କୁ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri