ନୂଆବର୍ଷରୁ ଆର୍‌ଟିଓ ଅଫିସରେ ଅଚଳାବସ୍ଥା ଆଶଙ୍କା

ବାରିପଦା ଅଫିସ,୩୦।୧୨:  ଉଚ୍ଚ ନ୍ୟାୟାଳୟଙ୍କ ରାୟକୁ ସରକାର ଅଣଦେଖା କରୁଥିବାରୁ ମୟୂରଭଞ୍ଜ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆର୍‌ଟିଓ)ରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର(ସ୍ମାର୍ଟ ଚିପ୍‌)ଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଫଳରେ ନୂତନ ବର୍ଷର ପ୍ରାରମ୍ଭରୁ ପରିବହନ କାର୍ଯ୍ୟାଳୟରେ ଅଚଳାବସ୍ଥା ଆଶଙ୍କା ଦେଖାଦେଇଛି। ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଦୀର୍ଘ ୧୫ବର୍ଷ ଧରି ସ୍ମାର୍ଟ ଚିପ୍‌ ଲିମିଟେଡ଼ ନାମକ ସଂସ୍ଥା ନିରବଚ୍ଛିନ୍ନ ସେବା ଯୋଗାଇ ଆସୁଛି। ୨୦୦୬ରୁ ଅଦ୍ୟାବଧି ଦୈନିକ ୧୦ରୁ ୧୬ ଘଣ୍ଟା ପର୍ଯ୍ୟନ୍ତ ଡାଟା ଏଣ୍ଟ୍ରି ଅପରେଟରମାନେ କାର୍ଯ୍ୟ କରୁଥିଲେ। ଚଳିତ ଡିସେମ୍ବର ମାସ ୩୧ତାରିଖରେ ସରକାରଙ୍କ ସହିତ ଉକ୍ତ କମ୍ପାନୀର ଏଗ୍ରିମେଣ୍ଟ ସରିବାକୁ ଯାଉଛି। ଫଳରେ ଡାଟା ଏଣ୍ଟ୍ରି ଅପରେଟରଙ୍କ ଚାକିରି ନିୟମିତ କରିବା ପାଇଁ ସମସ୍ତେ ଉଚ୍ଚନ୍ୟାୟାଳୟର ଆଶ୍ରୟ ନେଇଥିଲେ। ତଦନୁଯାୟୀ ଗତ ଡିସେମ୍ବର ୨୧ରେ ଉଚ୍ଚ ନ୍ୟାୟାଳୟ ଡବ୍ଲୁପି(ସି) ନଂ. ୯୦୪୪(୨୦୨୦) ଅନୁସାରେ ଉକ୍ତ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଯଥାଶୀଘ୍ର ନିୟମିତ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ସରକାର କୌଣସି ପଦକ୍ଷେପ ନେଇ ନ ଥିବାରୁ ସେମାନଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟରେ ରହିିଛି। ପରିବହନ କାର୍ଯ୍ୟାଳୟ କାର୍ଯ୍ୟ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କୁ କ୍ରାଇମବ୍ରାଞ୍ଚର ଜେରା

ବାରିପଦା ଅଫିସ,୨ା୯: ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କୁ ଗୁରୁବାର ତାଙ୍କ ବାପଘର ମୟୂରଭଞ୍ଜ ଜିଲା କପ୍ତିପଦାର ଗୌଡ଼ଗଁା ଘରେ ଜେରା କରୁଛି କ୍ରାଇମବ୍ରାଞ୍ଚର ୫...

ଭାଜପାରେ ମିଶିବା ପ୍ରଚାରକୁ ଜାମଦା ବ୍ଳକ ଉପାଧ୍ୟକ୍ଷଙ୍କ ଖଣ୍ଡନ

ବାରିପଦା ଅଫିସ, ୧୩ା୬-ମୟୂରଭଞ୍ଜ ଜିଲା ଜାମଦା ବ୍ଲକ ଉପାଧ୍ୟକ୍ଷ ସାଗରାମ ମୁର୍ମୁ ଭାଜପାରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହାକୁ ସାଗରାମ ମୁର୍ମୁ ଖଣ୍ଡନ...

କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାରିପଦା ଅଫିସ,୨୫।୧୧: ମୟୂରଭଞ୍ଜ ଜିଲା ବାରିପଦା ଆଇଟିଡିଏ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ...

ପୁଣି ଶିମିଳିପାଳରୁ ହାତୀ ମୃତଦେହ ଠାବ: ଶୁଣ୍ଢ କାଟି ଦାନ୍ତ ନେଇଗଲେ

ବାରିପଦା ଅଫିସ,୯।୨: ଶିମିଳିପାଳ ଅଭୟାରଣ୍ୟରେ ହାତୀ ମଡକ ପିଛା ଛାଡୁନି। ପୁଣି ଏକ ଦନ୍ତାହାତୀର ମୃତଦେହକୁ ବନବିଭାଗ ଠାବ କରିଛି। ପିଠାବଟା ରେଞ୍ଜର ଗୋପୀନାଥପୁର ବିଟ...

ଖବର ପ୍ରକାଶ ପରେ ମୁକୁଳା ଟ୍ରାନ୍ସଫର୍ମର ଆଗରେ ନିର୍ମାଣ ହେଲା ପାଚେରି

ଗୋପବନ୍ଧୁ ନଗର,୨୪ା୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ବର୍ଷ ଧରି ଥିବା ଏକ ମୁକୁଳା ଟ୍ରାନ୍ସଫର୍ମର ଆଗରେ ସୁରକ୍ଷା ପାଚେରି ନିର୍ମାଣ...

୨ ଶିକ୍ଷକଙ୍କ ବଦଳି ଦାବିରେ ବିଦ୍ୟାଳୟରେ ତାଲା

ଠାକୁରମୁଣ୍ଡା,୨୮ା୮(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଜରକ ପଞ୍ଚାୟତ ଅନ୍ତର୍ଗତ ଦୁବପାଳ ସରକାରୀ ଉଚ୍ଚ ବିଦ୍ୟାଳୟର ୨ ଶିକ୍ଷକଙ୍କୁ ବିଦ୍ୟାଳୟରୁ ତୁରନ୍ତ ବଦଳି କରିବା ଦାବିରେ...

ଚିଟ୍‌ଫଣ୍ଡ ଠକେଇ: ପ୍ରଶାସନିକ ଅବହେଳାରୁ ଟଙ୍କା ଫେରି ପାଉ ନାହାନ୍ତି ଜମାକାରୀ

ବାରିପଦା ଅଫିସ,୧୮।୯- ମୟୂରଭଞ୍ଜ ଜିଲାରେ ବିଭିନ୍ନ ଚିଟ୍‌ଫଣ୍ଡ ସଂସ୍ଥା କାର୍ଯ୍ୟାଳୟମାନ ଖୋଲି ଅଧିକ ସୁଧ ଓ ଅନ୍ୟାନ୍ୟ ସୁବିଧା ଦେବାର ପ୍ରଲୋଭନ ଦେଖାଇ ଜମାକାରୀଙ୍କଠାରୁ କୋଟି...

ଦନ୍ତା ଉତ୍ପାତ, ସନ୍ଧ୍ୟା ହେଲେ ରାସ୍ତା ଶୂନଶାନ

କୁଆମରା,୭ା୧(ଡ଼ି.ଏନ୍‌.ଏ.)- ବାଟବଣା ହୋଇ ଘୁରି ବୁଲୁଥିବା ଦନ୍ତା ଉତ୍ପାତ ଆରମ୍ଭ କରିଛି। ଗୋପବନ୍ଧୁ ନଗର ଓ ବଡସାହି ବ୍ଲକ ସୀମା କାହ୍ନୁପୁରା ଜଙ୍ଗଲରେ ୫ ଦିନ...

Advertisement
Archives

Model This Week