ମାସକ ପରେ ଟ୍ରକ୍‌ ଡ୍ରାଇଭରଙ୍କ ହତ୍ୟା ଉପରୁ ହଟିଲା ପର୍ଦ୍ଦା

ବାଙ୍ଗିରିପୋଷି,୨୨ା୧୨(ଡି.ଏନ୍‌.ଏ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧୀନ ଭାଲୁପାହାଡ଼ି ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ କଡ଼ରୁ ଗତ ନଭେମ୍ବର ୨୧ରେ ବିହାର ରାଜ୍ୟର ସାରଣ ଅରୁଣ ରାୟ ନାମକ ଜଣେ ଟ୍ରକ୍‌ ଡ୍ରାଇଭରଙ୍କ ମୃତଦେହ ଜବତ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଟଙ୍କା ପଇସାକୁ ନେଇ ବଚସାରୁ ଟ୍ରକ୍‌ର ହେଲପର ହତ୍ୟାକାଣ୍ଡ ଘଟାଇ ମୃତଦେହକୁ ରାସ୍ତା କଡ଼ରେ ଫିଙ୍ଗି ଦେଇଥିଲେ। ଏନେଇ ଏକ ହତ୍ୟା ମାମଲା(ନଂ.୨୬୮/୨୧) ରୁଜୁ ହୋଇଥିବା ବେଳେ ମାସେ ପରେ ଅଭିଯୁକ୍ତ ଅମର ବାହାଦୁର ଯାଦବଙ୍କୁ ଗିରଫ କରାଯାଇଛି। ତାଙ୍କ ଘର ଉତ୍ତରପ୍ରଦେଶର ବାଲିଆ ଜିଲା ଅଧୀନ ଇଫିରାମପତି ଗ୍ରାମରେ। ବୁଧବାର ବାଙ୍ଗିରିପୋଷି ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ କେ.କେ. ହରିପ୍ରସାଦ ଏହି ସୂଚନା ଦେଇଛନ୍ତି।
ଘଟଣା ଦିନ ଟ୍ରକ ମଧ୍ୟରେ ଟଙ୍କା ପଇସାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଅମର ଉତ୍‌କ୍ଷୀପ୍ତ ହୋଇ ଏକ ଲୁହାରଡ୍‌ରେ ଅରୁଣଙ୍କ ମୁଣ୍ଡକୁ ଜୋରରେ ଆଘାତ ଦେବାରୁ ଟ୍ରକରେ ହିଁ ସେ ଟଳି ପଡ଼ିଥିଲେ। କିଛିବାଟ ଆସିବା ପରେ ଏକ ଦଉଡ଼ିରେ ମୃତଦେହକୁ ବାନ୍ଧି ରାସ୍ତା ପାର୍ଶ୍ୱକୁ ଫିଙ୍ଗି ଅମର ଟ୍ରକ୍‌ ନେଇ ପଳାଇଥିଲେ। ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜାଣିବାକୁ ପାଇ ବାଙ୍ଗିରିପୋଷି ଥାନା ଅଧିକାରୀ ସଞ୍ଜୟ ପରିଡ଼ା ଏବଂ ତଦନ୍ତକାରୀ ଟିମ୍‌ ଅନୁସନ୍ଧାନ ଚଳାଇ ହତ୍ୟାକାରୀଙ୍କୁୁ ଧରିବାରେ ସଫଳ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲସରା ବ୍ଲକ : ଯାଞ୍ଚ ହେବ ୬ ଶିକ୍ଷକଙ୍କ ସାର୍ଟିଫିକେଟ୍‌

ହାତୀଓଟ,୯|୧୧-ଗଞ୍ଜାମ ଜିଲାରେ ଜାଲ ଶିକ୍ଷକ ଧରପଗଡ଼ ପାଇଁ ସାର୍ଟିଫିକେଟ ଯାଞ୍ଚ ଚାଲିଛି। ଜିଲା ଶିକ୍ଷାଧିକାରୀ ସନାତନ ପଣ୍ଡା ସମସ୍ତ ବ୍ଲକ ଶିକ୍ଷାଧିକାରୀମାନଙ୍କୁ ଶିକ୍ଷକମାନଙ୍କ ତାଲିକା ପ୍ରସ୍ତୁତ...

ନାଟମଣ୍ଡମ ବିମ୍‌ରେ ଫାଟ

ପୁରୀ ଅଫିସ, ୧୧।୬: ଗୁଣ୍ଡିଚା ମନ୍ଦିର ନାଟମଣ୍ଡପ ଛାତକୁ ଧରି ରଖିଥିବା କଲମ କାପିଟାଲ ବିମ୍‌ରେ ଫାଟ ସୃଷ୍ଟି ହୋଇଛି । ନାଟମଣ୍ଡପ ମରାମତି ପର୍ଯ୍ୟାୟରେ...

ବ୍ୟାଙ୍କରେ ଅଚେତ ହୋଇଗଲେ ନାବାଳିକା ଛାତ୍ରୀ

ଗଞ୍ଜାମ,୨୫।୪(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ ବରୋଦା ଗ୍ରାମର ଜ୍ୟୋତ୍ସ୍ନା ସ୍ବାଇଁ ଓ ତାଙ୍କ ଝିଅ କାଜଲ ସ୍ବାଇଁ(୯) ସୋମବାର କୌଣସି କାମରେ ଗଞ୍ଜାମ ଷ୍ଟେଟ୍‌...

ମହିଳାଙ୍କ ମୃତଦେହ ଉଦ୍ଧାର

ବଇଣ୍ଡା,୮।୯(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ପୋକଣ୍ଡା ଗ୍ରାମର ଏକ ପଣଷ ଗଛରୁ ଝୁଲନ୍ତା ଅବସ୍ଥାରେ ସେହି ଗ୍ରାମର ଶୁଭଦ୍ରା ନାୟକ(୨୭)ଙ୍କ ମୃତଦେହ ରବିବାର ସକାଳେ ଠାକୁରଗଡ଼...

ରାଜ୍ୟରେ ବନ୍ଦ ହେବ ୯୬୬ ପ୍ରାଥମିକ ବିଦ୍ୟାଳୟ

ଭୁବନେଶ୍ୱର,୨୬।୬(ବ୍ୟୁରୋ): ରାଜ୍ୟରେ ବନ୍ଦ ହେବ ୯୬୬ ପ୍ରାଥମିକ ବିଦ୍ୟାଳୟ। ୧୦ରୁ କମ୍‌ ଛାତ୍ରୀଛାତ୍ର ଥିବା ୯୬୬ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରିବା ପାଇଁ ବିଦ୍ୟାଳୟ ଓ...

କପିଳାସ ପୀଠରେ ୩୦ହଜାର ଶ୍ରଦ୍ଧାଳୁ

ଢେଙ୍କାନାଳ ଅଫିସ, ୨।୧ – ଇଂଲିଶ ନବବର୍ଷର ବୁଧବାର ଥିଲା ପ୍ରଥମ ଦିନ। ଏହାକୁ ନେଇ ସବୁଠି ଦେଖାଦେଇଥିଲା ବିପୁଳ ଉତ୍ସାହ। ପରିବାର, ସାଙ୍ଗସାଥୀଙ୍କ ଶୁଭମନାସି...

ଲୁଟି ନେଲେ ସୁନାଗହଣା, ନଗଦ ଟଙ୍କା

କୋକସରା,୨୬।୬(ଡି.ଏନ.ଏ.): କଳାହାଣ୍ଡି ଜିଲା ଆମପାଣି ଥାନା ଅଧୀନ କାଉଡୋଳା ଗ୍ରାମରେ ଏକ ବଡ଼ଧରଣର ଡକାୟତି ହୋଇଛି। ଏ ନେଇ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଅଭିଯୋଗ...

ହାଇଡ୍ରୋ ପାୱାର ପ୍ରୋଜେକ୍ଟକୁ ଗ୍ରାମବାସୀଙ୍କ କଡ଼ା ବିରୋଧ

ପଟ୍ଟାଙ୍ଗି,୧୦ା୨(ଡି.ଏନ.ଏ.):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ନେଇ ଉଭୟ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ଦୀର୍ଘ ବର୍ଷ ଧରି ବିବାଦ ଲାଗିରହିଥିବା ବେଳେ...

Advertisement
Archives

Model This Week