ରାସ୍ତା କଡ଼ରେ ନିରାଶ୍ରୟ

ବାରିପଦା ଅଫିସ,୨୩।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଘୁରି ବୁଲୁଥିବା ଅସହାୟ, ବାସହୀନ, ମାନସିକ ବିକୃତ ଓ ଦିବ୍ୟାଙ୍ଗମାନଙ୍କୁ ଥଇଥାନ କରାଯାଉନାହିଁ। ହାଡ଼ଭଙ୍ଗା ଶୀତରେ ସେମାନେ ରାସ୍ତା କଡ଼ରେ ପଡ଼ି ରହୁଛନ୍ତି। ଏନେଇ ଅଣରାଜନୈତିକ ସଙ୍ଗଠନ ଜାଗ ମୟୂରଭଞ୍ଜ ଜାଗର କର୍ମକର୍ତ୍ତାମାନେ ଜିଲାପାଳ ବିନୀତ ଭରଦ୍ୱାଜଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ତୁରନ୍ତ ସେମାନଙ୍କୁ ଥଇଥାନ କରା ନ ଗଲେ ଅଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।
ଜିଲାରେ ଏବେ ଅସହ୍ୟ ଶୀତ ଅନୁଭୁତ ହେଉଛି। ୧୦ ଦିନ ହେଲା ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଛି। ମଙ୍ଗଳବାର ପାରଦ ୭.୫ଡିଗ୍ରୀ ସେଲିସିୟସ ରହିଥିଲା। ପ୍ରବଳ ଶୀତ ଲହରୀ ଯୋଗୁ ଜିଲା ପ୍ରଶାସନ ୟଲୋ ୱାର୍ଣ୍ଣି ଜାରି କରି ଡାକବାଜି ଯନ୍ତ୍ର ଯୋଗେ ରାତି ସମୟରେ ଲୋକଙ୍କୁ ଘରୁ ନ ବାହାରିବାକୁ ସଚେତନ କରୁଛି। ତେବେ ବାରିପଦା ସହରରେ ଥିବା ଅସହାୟ, ମାନସିକ ବିକୃତ ଓ ଦିବ୍ୟାଙ୍ଗମାନେ ଶୀତକଷ୍ଟରେ ଫୁଟପାଥରେ ଶୋଉଥିବା ନେଇ ସଙ୍ଗଠନ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି ା ପ୍ରଶାସନ ପକ୍ଷରୁ ଦୁଇଟି ଆଶ୍ରୟସ୍ଥଳୀ ରହିଥିବା ବେଳେ ଅସହାୟମାନଙ୍କୁ ଥଇଥାନ କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଫଳରେ ବସଷ୍ଟାଣ୍ଡ, ରାସ୍ତାପାର୍ଶ୍ୱ, ଦୋକାନ ବାରଣ୍ଡା ଓ ଗଛମୂଳେ ଶୀତ କାକରରେ ସେମାନେ ପଡ଼ିରହୁଛନ୍ତି ା ପଡ଼ୋଶୀ ଜିଲା ଓ ରାଜ୍ୟରୁ ଆସୁଥିବା ବ୍ୟବସାୟୀମାନେ ସହରର ଆଶ୍ରୟସ୍ଥଳୀକୁ କବଜା କରି ରଖୁଥିବା ଦେଖିବାକୁ ମିଳିଛି। ଅପରପକ୍ଷେ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଅସହାୟଙ୍କ ସୁରକ୍ଷା ପାଇଁ ହେଉଥିବା କାର୍ଯ୍ୟକ୍ରମ କେବଳ କାଗଜକଲମରେ ଚାଲିଛି ବୋଲି ଅଭିଯୋଗରେ ଦର୍ଶାଯାଇଛି। ସଙ୍ଗଠନର ପ୍ରତିଷ୍ଠାତା ଅରୁଣ କୁମାର ବେହେରା, ସୋନାଲୀ ପ୍ରିୟଦର୍ଶନୀ ବେହେରା ଓ ତପସ୍ବିନୀ ରଣା ପ୍ରମୁଖ ଜିଲାପାଳଙ୍କୁ ଭେଟିବା ପରେ ଖୁବଶୀଘ୍ର ଏକ ଟିମ୍‌ ପଠାଇ ସେମାନଙ୍କୁ ଆଶ୍ରୟସ୍ଥଳୀରେ ରଖାଯିବ ବୋଲି ଜିଲାପାଳ ଭରଦ୍ୱାଜ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ଆଉ ସହି ହେବନି,ଏଥର ଭୋଟ ବର୍ଜନ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ପାଦଦେଶ ଯଦୁନାଥପୁର ପଞ୍ଚାୟତବାସୀ ଅବହେଳିତ ଓ ନିଷ୍ପେଷିିତ ଅବସ୍ଥାରେ ଜୀବନଯାପନ କରୁଛନ୍ତି। ଦେଶ ସ୍ବାଧୀନତାର ୭୭ବର୍ଷ ପରେ...

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୪ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

ମୋରଡ଼ା ବିଜେଡି ବିଧାୟିକା ପ୍ରାର୍ଥିନୀଙ୍କ ପ୍ରତି ଛୁଟୁଛି ବିଦ୍ରୋହର ସୁଅ: ଦଳରୁ ଇସ୍ତଫା ଦେଲେ ସାଧାରଣ ସମ୍ପାଦକ

ମୋରଡ଼ା,୨୨ା୪(ସ୍ମାରକ ମାଜୀ): ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ପାଇଁ ବିଜୁ ଜନତା ଦଳ ମୋରଡ଼ା ବିଧାୟକ ରାଜକିଶୋର ଦାସଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri