ଆଜି ଘରକୁ ଫେରିବେ ହାବିଲ

ବାରିପଦା ଅଫିସ, ୧୯।୧୨: ଦୋଷୀ ନ ହୋଇ ବି ଅନ୍ଧାର କୋଠରୀ ଭିତରେ ବିତିଯାଇଛି ଦୀର୍ଘ ୧୮ବର୍ଷ ୧୧ମାସ ୧୫ଦିନ। ବାଟ ଭୁଲିଯାଇଥିବା ମଣିଷଟିଏ ପୁନର୍ବାର ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଅଣ୍ଟା ଭିଡିଛନ୍ତି। ପରିବାରଠାରୁ ବହୁ ଦୂରରେ ରହି ସ୍ତ୍ରୀ ଓ ସନ୍ତାନକୁ ଝୁରି ଝୁରି ଦିନ ପରେ ଦିନ ବିତିଯାଇଛି। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ କୋହ୍ଳ ସମ୍ପ୍ରଦାୟର ହାବିଲ ସିଦ୍ଧୁ(୫୯) ନିର୍ଦ୍ଦୋଷରେ ଖଲାସ ହୋଇ ଗାଁ ଅଭିମୁଖେ ବାହାରିଛନ୍ତି। ଦଣ୍ଡ ଭୋଗିବା ବେଳେ ଜେଲ ମଧ୍ୟରେ କାମ କରି ଉପାର୍ଜିତ ଅର୍ଥକୁ ସାଙ୍ଗରେ ଧରି ଘରକୁ ଫେରୁଛନ୍ତି। କିଛି ବ୍ୟବସାୟ କରି ପରିବାର ମୁହଁରେ ହସ ଫୁଟାଇବା ବୋଲି ସେ ଚେଷ୍ଟା କରିବେ ବୋଲି କହିଛନ୍ତି।
ଅଧ୍ୟୁଷିତ ବଣପାହାଡ ଘେରା ଜିଲାରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ନୃଶଂସକାଣ୍ଡ ଘଟିଚାଲିଛି। ଏହାର ଠିକ୍‌ ତଦନ୍ତ ନ ହେବାରୁ ବହୁ ଅପରାଧୀ ନିର୍ଦ୍ଦୋଷରେ ଖଲାସ ହେଉଥିବା ବେଳେ ଅନେକଙ୍କୁ ଅପରାଧରେ ଛନ୍ଦି ଦେଇ ଅପରାଧୀ ସଜାଇ ଦିଆଯାଇଛି। ଦୀର୍ଘ ୧୮ବର୍ଷ ହେଲା ଯଶିପୁର ଥାନା ବଳରାମପୁର ଅଞ୍ଚଳର ହାବିଲ ସିଦ୍ଧୁ ଏକ ଟ୍ରିପଲ ମର୍ଡର ମାମଲାରେ ଆଜୀବନ କାରାଦଣ୍ଡ ବାରିପଦା ମଣ୍ଡଳ କାରାଗାରରେ ଭୋଗୁଥିଲେ। ତାଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ବାରିପଦାକୁ ଆସି ମାମଲା ଲଢିବା ସମ୍ଭବ ହୋଇପାରି ନ ଥିଲା। ମାତ୍ର ହାବିଲ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବାକୁ ଯାଇ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ। ଜିଲା ଓ ଦୌରାଜଜ୍‌ ଡିସେମ୍ବର ୧୫ ତାରିଖରେ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ତେବେ ହାବିଲ ଜେଲ୍‌ରୁ ଖଲାସ ହୋଇଥିବା ଖବର ତାଙ୍କ ସ୍ତ୍ରୀ ଦାରମିଗା, ବିବାହିତ ପୁଅ ଅଗସ୍ତି ଓ ଝିଅ ରାନ୍ଧାଙ୍କ ସହ ନାତୁଣୀ ନାତିମାନେ ଜାଣିପାରି ନାହାନ୍ତି ା ଘରକୁ ଫେରିବା ପାଇଁ ହାତରେ ଅର୍ଥ ନ ଥିବାରୁ ସେ ଶନିବାର ପର୍ଯ୍ୟନ୍ତ ବାରିପଦାରେ ରହି ଶ୍ରମଦାନରେ ଉପାର୍ଜିତ ୯୬ହଜାର ୯୭୮ଟଙ୍କା ପୋଷ୍ଟଅଫିସରୁ ଉଠାଇଛନ୍ତି। ଟଙ୍କା ଉଠାଇବା ପରେ ରବିବାର ନିଜ ଗ୍ରାମକୁ ଫେରିଯିବାର ଖୁସିରେ ସେ ଆତ୍ମହରା ହୋଇପଡିଛନ୍ତି। ପୋଲିସ ମାଡ ଓ ଗ୍ରାମବାସୀଙ୍କ କଟୁ କଥା ବାରମ୍ବାର ତାଙ୍କ ମନକୁ ଆନ୍ଦୋଳିତ କରୁଛି ା ଅନ୍ଧାର ସେଲରେ ଯୌବନ ବିତିଯାଇଥିବା ବେଳେ ବୃଦ୍ଧାବସ୍ଥା ତାଙ୍କୁ ନୂଆ ସକାଳ ସଦୃଶ ମନେ ହେଉଛି ା ଦଣ୍ଡ ଭୋଗିବା ସମୟରେ ପରିବାର ପାଇଁ ୨୦ହଜାର, ଉଚ୍ଚ ନ୍ୟାୟାଳୟ ମାମଲା ପରିଚାଳନା ପାଇଁ ୧୧ହଜାର ଓ ନିଜର ଖର୍ଚ୍ଚ ବାବଦକୁ ୧୦ହଜାର ଟଙ୍କା ସେ ନିଜର ଉପାର୍ଜିତ ଅର୍ଥ ରାଶିରୁ ଖର୍ଚ୍ଚ କରିଛନ୍ତି ା ଆଗାମୀ ଦିନରେ ନିଜ ପରିବାର ସହ ଖୁସିରେ ରହି ଅବଶିଷ୍ଟ ଜୀବନ ବିତାଇବେ ବୋଲି ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମହାବଳ ଶିକାର, ଆଉ ଜଣେ ଗିରଫ

ବାରିପଦା ଅଫିସ/ଉଦଳା,୧୬ା୧୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଉଦଳା ବନଖଣ୍ଡ ଅଧୀନ ବିସିପୁର ଅଞ୍ଚଳରେ ମହାବଳ ବାଘ ଚମଡ଼ା ବିକ୍ରି ଅଭିଯୋଗରେ ସ୍ବତନ୍ତ୍ର ଟାସ୍କ ଫୋର୍ସ ଟିମ୍‌ (ଏସ୍‌ଟିଏଫ୍‌)...

ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ୨ ଗିରଫ

ଠାକୁରମୁଣ୍ଡା,୨୦।୩(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ତାଳପଦା ଗ୍ରାମପଞ୍ଚାୟତ କାଳିଆଜିଆଣି ସଂରକ୍ଷିତ ୧ ନଂ. ଜଙ୍ଗଲରେ ନିଆଁ ଲଗାଇବା ଘଟଣାରେ ଶୁକ୍ରବାର...

୬ରେ କଳା ଦିବସ ପାଳିବ କୁଡୁମୀ ସେନା

ବାରିପଦା ଅଫିସ,୨ା୯- ୧୯୫୦ ସେପ୍ଟେମ୍ବର ୬ ତାରିଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁଡୁମୀ ଜାତିକୁ ଜନଜାତି ତାଲିକାରୁ ବାଦ ଦିଆଯାଇଥିଲା ା ଏହାର ପ୍ରତିବାଦରେ ବିଗତ...

ଅଧ୍ୟକ୍ଷ ପଦ ଲାଗି ୧୭ ପ୍ରାର୍ଥୀ

ବାରିପଦା ଅଫିସ,୮ା୩ ମୟୂରଭଞ୍ଜ ଜିଲା ବାରିପଦା ପୌରାଧ୍ୟକ୍ଷ ପଦବୀ ଲାଗି ମୋଟ ୧୭ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ବିଜେଡିି, କଂଗ୍ରେସ, ଭାଜପା, ଜେଏମ୍‌ଏମ୍‌ ଓ...

୫୦ ଫୁଟ ତଳକୁ ଖସିଲା ୧୦୨ ଆମ୍ବୁଲାନ୍ସ

କପ୍ତିପଦା/ଠାକୁରମୁଣ୍ଡା,୨୯ା୫: ମୟୂରଭଞ୍ଜ ଜିଲା କପ୍ତିପଦା-ଠାକୁରମୁଣ୍ଡା ରାସ୍ତାର ଶରତ ୩ ନମ୍ବର ଘାଟିରେ ଶନିବାର ଏକ ୧୦୨ ଆମ୍ବୁୁଲାନ୍ସ ୫୦ ଫୁଟ ତଳକୁ ଖସି ପଡ଼ିଛି। ସେଥିରେ...

ଅସ୍ତ୍ରୋପଚାରର ୨୪ ଘଣ୍ଟା ନ ପୂରୁଣୁ ଆଖିବୁଜିଲା ଅସୁସ୍ଥ ଦନ୍ତା

ବାରିପଦା ଅଫିସ,୩ା୧୦: ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଅଧୀନ ମସିଣାକାଟି ସଂରକ୍ଷିତ ଜଙ୍ଗଲରେ ଅଟକି ରହିଥିବା ଅସୁସ୍ଥ ଦନ୍ତାହାତୀର ଅସ୍ତ୍ରୋପଚାର କରିବାର ୨୪ ଘଣ୍ଟା ନ...

ଯନ୍ତ୍ରୀଙ୍କଠାରୁ ୫୦ ହଜାର ଲୁଟ

ଠାକୁରମୁଣ୍ଡା,୮ା୧୧(ଡି.ଏନ୍‌.ଏ.): କରଞ୍ଜିଆ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ଏକ ଦୋକାନରେ ଜୋତା ପଲିସ କରୁଥିବା ବେଳେ ଗୁରବାର ଜଣେ ଯନ୍ତ୍ରୀଙ୍କ ୫୦ ହଜାର ଟଙ୍କା ଥିବା...

ବେଆଇନ ମଣ୍ଡପ ସିଲ୍‌

ବାରିପଦା ଅଫିସ,୨୯।୧୦: ମୟୂରଭଞ୍ଜ ଜିଲା ବାରିପଦା ପୌରପାଳିକାର ବିନା ଅନୁମତିରେ ବେଆଇନ ଭାବେ ଚାଲିଥିବା ଦୁଇଟି କଲ୍ୟାଣ ମଣ୍ଡପ ଓ ଗୋଟିଏ ନିର୍ମାଣାଧୀନ କୋଠାକୁ ଶୁକ୍ରବାର...

Advertisement
Archives

Model This Week