ଆଜି ଘରକୁ ଫେରିବେ ହାବିଲ

ବାରିପଦା ଅଫିସ, ୧୯।୧୨: ଦୋଷୀ ନ ହୋଇ ବି ଅନ୍ଧାର କୋଠରୀ ଭିତରେ ବିତିଯାଇଛି ଦୀର୍ଘ ୧୮ବର୍ଷ ୧୧ମାସ ୧୫ଦିନ। ବାଟ ଭୁଲିଯାଇଥିବା ମଣିଷଟିଏ ପୁନର୍ବାର ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଅଣ୍ଟା ଭିଡିଛନ୍ତି। ପରିବାରଠାରୁ ବହୁ ଦୂରରେ ରହି ସ୍ତ୍ରୀ ଓ ସନ୍ତାନକୁ ଝୁରି ଝୁରି ଦିନ ପରେ ଦିନ ବିତିଯାଇଛି। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ କୋହ୍ଳ ସମ୍ପ୍ରଦାୟର ହାବିଲ ସିଦ୍ଧୁ(୫୯) ନିର୍ଦ୍ଦୋଷରେ ଖଲାସ ହୋଇ ଗାଁ ଅଭିମୁଖେ ବାହାରିଛନ୍ତି। ଦଣ୍ଡ ଭୋଗିବା ବେଳେ ଜେଲ ମଧ୍ୟରେ କାମ କରି ଉପାର୍ଜିତ ଅର୍ଥକୁ ସାଙ୍ଗରେ ଧରି ଘରକୁ ଫେରୁଛନ୍ତି। କିଛି ବ୍ୟବସାୟ କରି ପରିବାର ମୁହଁରେ ହସ ଫୁଟାଇବା ବୋଲି ସେ ଚେଷ୍ଟା କରିବେ ବୋଲି କହିଛନ୍ତି।
ଅଧ୍ୟୁଷିତ ବଣପାହାଡ ଘେରା ଜିଲାରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ନୃଶଂସକାଣ୍ଡ ଘଟିଚାଲିଛି। ଏହାର ଠିକ୍‌ ତଦନ୍ତ ନ ହେବାରୁ ବହୁ ଅପରାଧୀ ନିର୍ଦ୍ଦୋଷରେ ଖଲାସ ହେଉଥିବା ବେଳେ ଅନେକଙ୍କୁ ଅପରାଧରେ ଛନ୍ଦି ଦେଇ ଅପରାଧୀ ସଜାଇ ଦିଆଯାଇଛି। ଦୀର୍ଘ ୧୮ବର୍ଷ ହେଲା ଯଶିପୁର ଥାନା ବଳରାମପୁର ଅଞ୍ଚଳର ହାବିଲ ସିଦ୍ଧୁ ଏକ ଟ୍ରିପଲ ମର୍ଡର ମାମଲାରେ ଆଜୀବନ କାରାଦଣ୍ଡ ବାରିପଦା ମଣ୍ଡଳ କାରାଗାରରେ ଭୋଗୁଥିଲେ। ତାଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ବାରିପଦାକୁ ଆସି ମାମଲା ଲଢିବା ସମ୍ଭବ ହୋଇପାରି ନ ଥିଲା। ମାତ୍ର ହାବିଲ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବାକୁ ଯାଇ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ। ଜିଲା ଓ ଦୌରାଜଜ୍‌ ଡିସେମ୍ବର ୧୫ ତାରିଖରେ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ତେବେ ହାବିଲ ଜେଲ୍‌ରୁ ଖଲାସ ହୋଇଥିବା ଖବର ତାଙ୍କ ସ୍ତ୍ରୀ ଦାରମିଗା, ବିବାହିତ ପୁଅ ଅଗସ୍ତି ଓ ଝିଅ ରାନ୍ଧାଙ୍କ ସହ ନାତୁଣୀ ନାତିମାନେ ଜାଣିପାରି ନାହାନ୍ତି ା ଘରକୁ ଫେରିବା ପାଇଁ ହାତରେ ଅର୍ଥ ନ ଥିବାରୁ ସେ ଶନିବାର ପର୍ଯ୍ୟନ୍ତ ବାରିପଦାରେ ରହି ଶ୍ରମଦାନରେ ଉପାର୍ଜିତ ୯୬ହଜାର ୯୭୮ଟଙ୍କା ପୋଷ୍ଟଅଫିସରୁ ଉଠାଇଛନ୍ତି। ଟଙ୍କା ଉଠାଇବା ପରେ ରବିବାର ନିଜ ଗ୍ରାମକୁ ଫେରିଯିବାର ଖୁସିରେ ସେ ଆତ୍ମହରା ହୋଇପଡିଛନ୍ତି। ପୋଲିସ ମାଡ ଓ ଗ୍ରାମବାସୀଙ୍କ କଟୁ କଥା ବାରମ୍ବାର ତାଙ୍କ ମନକୁ ଆନ୍ଦୋଳିତ କରୁଛି ା ଅନ୍ଧାର ସେଲରେ ଯୌବନ ବିତିଯାଇଥିବା ବେଳେ ବୃଦ୍ଧାବସ୍ଥା ତାଙ୍କୁ ନୂଆ ସକାଳ ସଦୃଶ ମନେ ହେଉଛି ା ଦଣ୍ଡ ଭୋଗିବା ସମୟରେ ପରିବାର ପାଇଁ ୨୦ହଜାର, ଉଚ୍ଚ ନ୍ୟାୟାଳୟ ମାମଲା ପରିଚାଳନା ପାଇଁ ୧୧ହଜାର ଓ ନିଜର ଖର୍ଚ୍ଚ ବାବଦକୁ ୧୦ହଜାର ଟଙ୍କା ସେ ନିଜର ଉପାର୍ଜିତ ଅର୍ଥ ରାଶିରୁ ଖର୍ଚ୍ଚ କରିଛନ୍ତି ା ଆଗାମୀ ଦିନରେ ନିଜ ପରିବାର ସହ ଖୁସିରେ ରହି ଅବଶିଷ୍ଟ ଜୀବନ ବିତାଇବେ ବୋଲି ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ହେବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଗଲେ ବୃଦ୍ଧ, କଚାଡ଼ି ମାରିଦେଲା

ମୋରଡା,୧୪।୬(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକରେ ବର୍ଷ ତମାମ ହାତୀ ଉପଦ୍ରଵ ଲାଗି ରହିଥିବା ବେଳେ ଦିନକୁ ଦିନ ଧନଜୀବନ କ୍ଷୟକ୍ଷତି ବୃଦ୍ଧି ପାଉଥିବାର ଦେଖିବାକୁ…

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମସ୍ଥଳ ନୋ ଫ୍ଲାଇଂ ଜୋନ୍‌ ଘୋଷଣା

ବାରିପଦା,୧୧ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆସନ୍ତା ୧୯ ଓ ୨୦ରେ ମୟୂରଭଞ୍ଜ ଜିଲା ଗସ୍ତ କାର୍ଯ୍ୟକ୍ରମ ଥିବାରୁ ସୁରକ୍ଷା ଦୃଷ୍ଟିରୁ…

ମାରପିଟ୍ ସହିନପାରି ଘର ଛାଡ଼ିଥିଲେ ସ୍ତ୍ରୀ, ରାଗରେ ପେଟ୍ରୋଲ ଢାଳି ଶାଶୁ-ଶ୍ୱଶୁରଙ୍କୁ ଜାଳିଦେବାକୁ ଜ୍ୱାଇଁଙ୍କ ଉଦ୍ୟମ

ବାରିପଦା/ମୋରଡା,୧୦/୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଜ୍ୱାଇଁ ନିଜ ଶାଶୁ ଓ ଶ୍ୱଶୁରଙ୍କୁ…

ସାଧୁଙ୍କୁ ମାରିଥିଲା କଲରାପତରିଆ ବାଘ: ଶିମିଳିପାଳ ଇତିହାସରେ ପ୍ରଥମ

ବାରିପଦା,୮।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଜାତୀୟ ଉଦ୍ୟାନ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନ ଅନ୍ତର୍ଗତ କୁମୁଦାବଡ଼ି ନିକଟରେ ଜଙ୍ଗଲରୁ ମିଳିଥିବା ଖଣ୍ଡବିଖଣ୍ଡିତ ମୃଦଦେହ ଅଂଶ ସମ୍ବନ୍ଧରେ…

ପୋଖରୀରେ ଭାସୁଥିଲା ମହିଳାଙ୍କ ମୃତଦେହ, ଲୋକେ ଗାଧୋଇବାକୁ ଯିବାବେଳେ…

ବୈଶିଙ୍ଗା,୩ା୬(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ନିକଟସ୍ଥ ନୂଆସାହି ଗ୍ରାମ ପୋଖରୀରୁ ବୁଧବାର ଜଣେ ଅଜଣା ମହିଳାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି।…

ବିଡିଓଙ୍କୁ ନିଲମ୍ବନ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ, ଏହି ସବୁ ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ

ବାରିପଦା,୩।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ନିର୍ବାଚନମଣ୍ଡଳୀର ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଏଇଆରଓ) ତଥା ବଡ଼ସାହି ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡ଼ିଓ) ସ୍ମୃତିମୟୀ ବନଜା…

ଆସିଲା ଖୁସିଖବର: ମା’ ହେଲା ‘ଜିନ୍ନତ’

ଭୁବନେଶ୍ୱର,୨।୬: ମୟୁରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରୁ ଏକ ଖୁସି ଖବର ଆସିଛି॥ ମା’ ହୋଇଛି ବାଘୁଣୀ ‘ଜିନ୍ନତ’। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ…

ଶିମିଳିପାଳରେ ମାଉସ୍‌ ଡିଅର: ଜୋର୍‌ ଧରିଲା ଚର୍ଚ୍ଚା

ବାରିପଦା,୨ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନ ଓଡ଼ିଶାର ଏକ ଅନନ୍ୟ ବନ୍ୟପ୍ରାଣୀ ଆବାସସ୍ଥଳୀ ଭାବେ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏଠାରେ ବିଶ୍ୱର କ୍ଷୁଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri