କେନ୍ଦ୍ରାପଡ଼ା

ସାମୁଦ୍ରିକ ଜୁଆରରେ ରାସ୍ତାରେ ୩ ଫୁଟର ପାଣି

ମହାକାଳପଡ଼ା,୧୬ା୭(ଡି.ଏନ.ଏ.): ପୂର୍ଣ୍ଣିମା ଯୋଗୁ ସାମୁଦ୍ରିକ ଜୁଆରରେ ପାଣି କୂଳ ଲଙ୍ଘିଛି। ଫଳରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ବତୀଘର ପଞ୍ଚାୟତ ଟୁବି ଫେରିଘାଟ-ବତୀଘର ମୁଖ୍ୟରାସ୍ତାର ପ୍ରସ୍ତାବିତ ସରଂକ୍ଷିତ ଜଙ୍ଗଲ ନିକଟରେ ସମୁଦ୍ର ଜଳ ପ୍ରବେଶ କରି ରାସ୍ତାରେ...

ବିପର୍ଯ୍ୟସ୍ତ ହେବ କୃଷି, ପାନୀୟ ଜଳ

କେନ୍ଦ୍ରାପଡ଼ା ଅଫିସ, ୧୬ା୭: ମହାନଦୀର ଜଳଧାରା ସମ୍ପୂର୍ଣ୍ଣ ବ୍ୟାହତ ହୋଇପାରେ। ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ଟୁକୁନୀ ସାହୁ ମହାନଦୀ ଜଳ ବିବାଦକୁ ନେଇ ଏପରି ଆଶଙ୍କା ବିଧାନସଭାରେ ପ୍ରକଟ ପରେ ଏହାର ପ୍ରତିଧ୍ୱନି କେନ୍ଦ୍ରାପଡ଼ା ଜିଲାରେ ଶୁକ୍ରବାର ଦେଖିବାକୁ ମିଳିଛି।...

୪ଶହ ଏକର ଜମିକୁ ମାଡ଼ିଗଲା ଜୁଆର

ରାଜନଗର,୧୪ା୭(ଡି.ଏନ.ଏ.): ପାଟ୍ଟଶାଳା ନଦୀର ଜୁଆର ଗୁରୁବାର ବନ୍ଧ ଡେଇଁ ଭେଡାକୁ ପଶିଛି। ଉଚ୍ଚ ଜୁଆର ରଙ୍ଗଣୀ ପଞ୍ଚାୟତର ପଟ୍ଟାପାରିଆ ଓ ଭେକ୍ଟାମୌଜାର ପ୍ରାୟ ୪ଶହ ଏକର ଚାଷ ଜମିରେ ମାଡି ଯାଇଛି। ଖରିଫ ଧାନ ଚାଷ ପାଇଁ ଚାଷୀମାନେ ତଳି...

ଡେରାବିଶ ମହିଳା ଶିଶୁ ସମନ୍ବିତ ବିଭାଗରେ ଦୁର୍ନୀତି

ଡେରାବିଶ,୧୫ା୭(ସ୍ବ.ପ୍ର.): ଶିଶୁମାନଙ୍କ ସାମଗ୍ରୀକ ବିକାଶ ପାଇଁ ସମନ୍ବିତ ଶିଶୁ ବିକାଶ ଯୋଜନାରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଥିବା ବେଳେ କେନ୍ଦ୍ରପଡ଼ା ଜିଲା ଡେରାବିଶ ବ୍ଲକ୍‌ ଅଧୀନ ଅଙ୍ଗନୱାଡି କେନ୍ଦ୍ରକୁ ପ୍ରାଥମିକ ଚିକିତ୍ସା  କିଟ୍‌ ଓ ଖେଳଣା କିଟ୍‌ ଯୋଗାଣରେ ବ୍ୟାପକ ଦୁର୍ନୀତି...

ଗୋଖାଦ୍ୟ ଦର ବୃଦ୍ଧି ଚାଷୀ ହନ୍ତସନ୍ତ

କେନ୍ଦ୍ରାପଡ଼ା ଅଫିସ, ୧୫ା୭: କଥାରେ ଅଛି ଗୋଦରା କୋଡ଼େ ଯେତେ, ମାଡ଼େ ସେତେ। ଏପରି ଉଦାହରଣ କେନ୍ଦ୍ରାପଡ଼ା ଜିଲାର ଦୁଗ୍ଧ ଚାଷୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଦୁଗ୍ଧ ଚାଷୀ ଓ ସଙ୍ଗଠନ ପକ୍ଷରୁ ହେଉଥିବା ଚାପରୁ ରାଜ୍ୟ ସରକାର ଦୁଗ୍ଧ...

ଇଲିଶି ଦର ଆକାଶଛୁଆଁ

ମହାକାଳପଡ଼ା,୧୫ା୭ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସମୁଦ୍ର ଓ ସଂଲଗ୍ନ ନଦୀରେ ଲଘୁଚାପ ପ୍ରଭାବ ଯୋଗୁ ୨ ଦିନ ହେଲା ଇଲିଶି ମାଛ ବହୁଳ ମାତ୍ରାରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡୁଛନ୍ତି। ଇଲିଶି ମାଛର ଚାହିଦା ଥିବାରୁ ଏହାର ଦର...

ଗାଁରେ ପଶିଲା ସମୁଦ୍ର ଜଳ

ମହାକାଳପଡ଼ା,୧୪ା୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତଳିଆ ଅଞ୍ଚଳରେ ସମୁଦ୍ର ଜଳ ବୁଧବାର ପ୍ରବେଶ କରିଛି । ସମୁଦ୍ରରେ ଉଚ୍ଚ ଜୁଆର ଉଠିବା ପରେ ଏହି ପରିସ୍ଥିତି ସୃଷ୍ଟି ହୋଇଛି। ଚିଙ୍ଗୁଡ଼ି ଘେରି ବନ୍ଧ ମୁକୁଳା ଥିବାରୁ ସମୁଦ୍ର ଜଳ...

ଜଳ ପାଲଟିଛି ଜହର, ଜବରଦଖଲରେ ନଦୀପଥ

କେନ୍ଦ୍ରାପଡ଼ା ଅଫିସ, ୧୪ା୭: ପୁରାଣ ପ୍ରସିଦ୍ଧ ମଧୁସାଗର ତଥା କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ଗୋବରୀ ନଦୀ ଏବେ ଜଳଧାରଣ କ୍ଷମତା ହରାଇଛି। ଜଳ ମଧ୍ୟ ଜହର ପାଲଟିଛି। ନଦୀମାର୍ଗ ଏବେ ଜବରଦଖଲକୁ ଚାଲି ଯାଇଛି। କୃଷି କ୍ଷେତ୍ରକୁ ଆଉ ପର୍ଯ୍ୟାପ୍ତ...

ଜଣେ କର୍ମଚାରୀରେ ପାରାଦୀପ ସମେତ ୩ ବ୍ଲକ

ପାରାଦୀପ, ୧୪ା୭(ସ୍ବ.ପ୍ର.): ୧୯୬୨ ମସିହା ଜାନୁୟାରୀ ୩ରେ ପାରାଦୀପ ବନ୍ଦରର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ପରେ ଅନେକ ସରକାରୀ ଅଫିସ ପାରାଦୀପରେ ସ୍ଥାପନା ହୋଇଥିଲା। ସେଥିମଧ୍ୟରେ ପ୍ରଥମ ଅଫିସ ଥିଲା ବିଏସ୍‌ଏନ୍‌ଏଲ୍‌ (ଭାରତ ସଞ୍ଚାର ନିଗମ ଲିମିଟେଡ୍‌)। ୧୯୬୫ରେ ସ୍ଥାପନା...

ସର୍ବୋଚ୍ଚ ଜୁଆର ଚିହ୍ନଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କେନ୍ଦ୍ରାପଡ଼ା ଅଫିସ, ୧୩।୭: ବିଶ୍ୱତାପନର ସମୁଦ୍ର ଉପରେ ପ୍ରଭାବ ପଡୁଛି। ଏହାର ପ୍ରଭାବରେ ଉତ୍ତାଳ ହୋଇ ଜୁଆର ପାଣି ଗ୍ରାମ ମଧ୍ୟକୁ ପଶୁଛି। ଲୁଣା ବନ୍ଧ ଟପି ଚାଷ ବାସକୁ କ୍ଷତି ପହଞ୍ଚାଉଛି। ପ୍ରତିବର୍ଷ ସାମୁଦ୍ରିକ ଝଡ଼ବର୍ଷା ପରି ପ୍ରାକୃତିକ...

ଶିଶୁଙ୍କୁ ମିଳିଲା ପୋକ ସାଲୁବାଲୁ ଛତୁଆ

ଆଳି,୧୩।୭(ଡି.ଏନ.ଏ.): ରାଜ୍ୟ ସରକାର ୬ ମାସରୁ ୩ ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କ ସ୍ବାସ୍ଥ୍ୟ ଗଠନରେ ସହାୟକ ହେବା ନିମନ୍ତେ ପୁଷ୍ଟିକର ଛତୁଆ ଯୋଗାଇ ଦେଉଛନ୍ତି। ଏହି ଛତୁଆ ପ୍ରସ୍ତୁତି ନିମନ୍ତେ ସ୍ବୟଂ ସହାୟିକା ଗୋଷ୍ଠୀକୁ ଦାୟିତ୍ୱ ଦିଆଯାଇଛି। ଅନେକ ସମୟରେ...

ଗଜାମରୁଡ଼ି ଆଶଙ୍କାରେ ଚାଷୀ

କେନ୍ଦ୍ରାପଡ଼ା ଅଫିସ, ୧୨ା୭:ଆକାଶରେ ବାଦଲ ଅଛି, ବର୍ଷା ନାହିଁ। ମୌସୁମୀ ବର୍ଷା ଓଡ଼ିଶାକୁ ଛୁଇଁଥିବା ପାଣିପାଗ ବିଶେଷଜ୍ଞ ସୂଚନା ଦେଇଥିଲେ। ହେଲେ କେନ୍ଦ୍ରାପଡ଼ା ଜିଲାରେ ବର୍ଷା ପରିମାଣ ଖୁବ୍‌ କମ୍‌ ରହିଛି। ଗତ ୩ ମାସର ବର୍ଷା ପରିମାଣ ୨୦୨୧...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri