ବନ ବିଭାଗ ଦ୍ୱାରା ୧୩ ଦେଶୀ କୁଜି କଇଁଛ ଜବତ

ମହାକାଳପଡ଼ା,୧୨ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଦେଶୀ କଇଁଛ ମାଂସ ସହରକୁ ଚାଲାଣ ବୃଦ୍ଧି ପାଇଥିବା ଦେଖିବାକୁ ମିଳୁଛି। ଏହାର ଚାହିଦା ସହର ଅଞ୍ଚଳରେ ରହିଛି ବୋଲି କୁହାଯାଇଛି। ଏହି ଅଞ୍ଚଳର କେତେଜଣ କଇଁଛ ବେପାରୀ ସକ୍ରିୟ ହୋଇଛନ୍ତି। ଦେଶୀ କଇଁଛ ଜଙ୍ଗଲ ଭିତରୁ, ନଦୀବନ୍ଧ ବଣ ବୁଦା ମୂଳେ ଓ ବାଡ଼ି ବଗିଚାରେ ଦେଖିବାକୁ ମିଳେ। କେତେଜଣ ଅସାଧୁ ବ୍ୟକ୍ତି ଏହି ଦେଶୀ କଇଁଛଗୁଡିକ ଧରି ନିକଟସ୍ଥ ହାଟ, ବଜାରରେ ଗଢ଼ି ଉଠିଥିବା ମାଛ ଫିସାରି ମାଧ୍ୟମରେ ନଦୀ ପଥରେ ଡଙ୍ଗା ଓ ସ୍ଥଳ ପଥରେ ବସ୍‌ ଯୋଗେ କୋଲକାତା, ବାଲେଶ୍ୱର, ଭଦ୍ରକ, କଟକ, ଭୁବନେଶ୍ୱର ଓ ପାରାଦୀପ ଆଦି ଅଞ୍ଚଳକୁ ଚାଲାଣ କରୁଛନ୍ତି। ବିଶେଷକରି ଏହି କଇଁଛ ମାଂସ ରୋଗୀଙ୍କ ମୁଖ୍ୟ ଖାଦ୍ୟ ହୋଇଥାଏ। ଏହାର ବଜାର ଦର କିଲୋ ପ୍ରତି ୫ଶହ ଟଙ୍କାରୁ ଅଧିକ ବୋଲି ବେପାରୀମାନେ ନାମ ଗୋପନ ସର୍ତ୍ତରେ କହିଛନ୍ତି।
ଗୁରୁବାର ସାରେ ବ୍ଲକର ସ୍ଥାନୀୟ ଜଗରୀଜୋର ସାପ୍ତାହିକ ହାଟରୁ ଏକ ବସ୍‌ରେ କୋଲକାତା କଇଁଛ ବିକ୍ରି କରିବାକୁ ମସୁଧା ଚାଲିଥିଲା। କୌଣସି ସୂତ୍ରରୁ ଖବରପାଇ ବନ ବିଭାଗ କର୍ମଚାରୀ ରୋଜାଲିନ ଦାସଙ୍କ ସମେତ ଅନ୍ୟମାନେ ଘଟଣାସ୍ଥଳରେ ପହଞ୍ଚତ୍ ଜଣେ ବେପାରୀଙ୍କୁ ଅଟକ ରଖିଥିଲେ। ତାଙ୍କ ନିକଟରୁ ୧୩ଟି ଦେଶୀ କୁଜି କଇଁଛକୁ ଅଖା ବସ୍ତାରେ ଭର୍ତ୍ତି ହୋଇଥିବା ଦେଖି ଜବତ କରିଥିଲେ। ଅଟକ ହୋଇଥିବା କଇଁଛ ବେପାରୀ ହେଲେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧୀନ ଧନିଆପଲ୍ଲୀ ଗ୍ରାମର ସହଦେବ ମଲିକ(୪୮) ବୋଲି ଜଣାପଡ଼ିଛି। ଏହି ଦେଶୀ କଇଁଛଗୁଡ଼ିକ ସେଡୁଲ- ୨ରେ ଅନ୍ତର୍ଭୁକ୍ତ ହୋଇଥିବାରୁ ୧୯୭୨ ବନ୍ୟଜୀବ ବନ୍ୟଜନ୍ତୁ ସୁରକ୍ଷା ସଂରକ୍ଷଣ ଆଇନ ଅନୁସାରେ ଏକ ମାମଲା ରୁଜୁ କରାଯାଇ କେସ ନମ୍ବର ଓଆର୍‌ ୧୨/ଏମ ୨୦୨୩-୨୪ କରାଯାଇଛି। ଶୁକ୍ରବାର ଏହି କଇଁଛ ବେପାରୀଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ମହାକାଳପଡ଼ା ବନାଞ୍ଚଳ ଅଧିକାରୀ କାର୍ତ୍ତିକେଶ୍ୱର ଖଣ୍ତାଇ କହିଛନ୍ତି। ତେବେ ସେହିପରି ଏହି ପ୍ରଜାତିର ଦେଶୀ କଇଁଛଗୁଡିକ ବ୍ଲକର ବତିଘର, ଜମ୍ବୁ, ରାମନଗର, ତନ୍ତିଆପାଳ, ବାବାର, ବହାକୁଦ, ତିଖିରୀ, ଯଦୁପୁର, ଓରତଘାଟ ନିକଟରୁ ଗୁପ୍ତ ଭାବେ ବେପାରୀମାନେ ଚାଲାଣ କରୁଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଏହି ଅଞ୍ଚଳରୁ ଦେଶୀ କଇଁଛଗୁଡିକର ବଂଶ ଲୋପ ପାଇବାକୁ ବସିଲାଣି ବୋଲି ପରିବେଶ ପ୍ରେମୀ ସୁବାସ ଚନ୍ଦ୍ର ସ୍ବାଇଁ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri