ଯୁବପିଢ଼ି ହିଁ ବଡ଼ଧରଣର ସମାଧାନ କରିପାରିବେ

କେନ୍ଦ୍ରାପଡ଼ା/ଡେରାବିଶ, ୧୮ା୮(ଜଗନ୍ନାଥ ଧଳ/ବେବର୍ତ୍ତା ଅଜୟ ଦାସ): ଆମମାନଙ୍କ ମଧ୍ୟରେ ପ୍ରଶ୍ନ ପଚାରିବାର ମାନସିକତା ପିଲାବେଳେ ଦେଖାଦେଇଥାଏ। ପିଲାମାନେ ପଚାରି ପଚାରି ସବୁକଥା ଜାଣିବାକୁ ପାଇଥାନ୍ତି। ପରବର୍ତ୍ତୀ ସମୟରେ ଆମେ ଯେତେବେଳେ ସମାଜ ଭିତରକୁ ପ୍ରବେଶ କରୁ, ଶିକ୍ଷାନୁଷ୍ଠାନ ଯାଉ ଏବଂ ବୟସ୍କ ଲୋକଙ୍କ ସହ ଭେଟୁ ସେତେବେଳେ ଆମ ପ୍ରଶ୍ନ ପଚାରିବାର ଶକ୍ତିକୁ କଳେବଳେ କୌଶଳେ ମାରି ଦିଆଯାଏ। ତାହା ସମାଜ କରୁ କି ସରକାର କରୁ କିମ୍ବା ଅଧ୍ୟାପିକା, ଅଧ୍ୟାପକ କରନ୍ତୁ, କ୍ରମଶଃ ଆମର ସେହି ପ୍ରଶ୍ନ କରିବାର ଶକ୍ତିକୁ ହ୍ରାସ କରି ଦିଆଯାଏ। ଯାହାଫଳରେ ଯାହା ଆମ ଆଖିଆଗକୁ ଆସିଲା, ତାହାକୁ ‘କାନ୍ଦୁଥିବେ, ଯାହା ପାଉଥିବେ ବାନ୍ଧୁଥିବେ’ ଚରିତ୍ରରେ ଗ୍ରହଣ କରି ଆମେ ସମସ୍ତେ ପ୍ରାୟ ବଢ଼ିବାକୁ ପସନ୍ଦ କରିଥାଉ। ଓଡ଼ିଶାରେ ପିଲାମାନଙ୍କର ପ୍ରଶ୍ନ କରିବାର ଇଚ୍ଛା ଅଛି, କିନ୍ତୁ ତାହା ଦବି ଯାଉଛି। ତାହାକୁ ଜାଗ୍ରତ କରିବାକୁ ହେଲେ ବୌଦ୍ଧିକ ବିକାଶ ଜରୁରୀ ଏବଂ କଥା କହିବାର କୌଶଳ ଶିଖିବାକୁ ହେବ। ସବୁ କିଛି ଯେ ଶାସନ ବ୍ୟବସ୍ଥା, ସରକାର, ରାଜନୈତିକ ନେତା କରିଦେବେ ତାହାନୁହେଁ, ଏହିସବୁ ମାଧ୍ୟମ ଆଂଶିକ ସମାଧାନ ଦେଇପାରିବ। କିନ୍ତୁ ଯୁବପିଢ଼ି ହିଁ ବଡ଼ଧରଣର ସମାଧାନ କରିପାରିବେ। ଯେତେବେଳେ ଆମ ଯୁବପିଢ଼ି ସଚେତନ ହେବେ, ପ୍ରଶ୍ନ ପଚାରିବେ ଏବଂ ଯେତେବେଳେ ବୁଝିବେ ସମାଜରେ କ’ଣ ହେଉଛି, ତା’ର ସମାଧାନ ସେମାନେ ହିଁ ବାହାର କରିପାରିବେ ବୋଲି ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ କହିଛନ୍ତି। ଧରିତ୍ରୀର ୫୦ ବର୍ଷ ଉପଲକ୍ଷେ କେନ୍ଦ୍ରାପଡ଼ା ଜିଲା ଡେରାବିଶ ମହାବିଦ୍ୟାଳୟ ସଭାକକ୍ଷ ପରିସରରେ ଗୁରୁବାର ଅନୁଷ୍ଠିତ ‘ଗଣମାଧ୍ୟମ, ଗଣତନ୍ତ୍ର, ଯୁବପିଢ଼ି’ ଶୀର୍ଷକ ବକ୍ତୃତା ପ୍ରତିଯୋଗିତାରେ ସମ୍ପାଦକ ସତପଥୀ ଉପରୋକ୍ତ ଉଦ୍‌ବୋଧନ ଦେଇ ଛାତ୍ରୀଛାତ୍ରମାନଙ୍କୁ ଉତ୍ସାହିତ କରିଛନ୍ତି। ସୁସ୍ଥ ଗଣତନ୍ତ୍ର ସ୍ଥାପନ ପାଇଁ ଯୁବପିଢ଼ି ପ୍ରଶ୍ନ କରିବାର ସମୟ ଆସିଛି। ଧରିତ୍ରୀ ଏଥିପାଇଁ ସଚେତନତା ସୃଷ୍ଟି କରୁଛି ବୋଲି ସେ କହିଛନ୍ତି।
ମୁଖ୍ୟ ଅତିଥି ଭାବେ ଡେରାବିଶ ମହାବିଦ୍ୟାଳୟ ଅଧ୍ୟକ୍ଷ ଚନ୍ଦ୍ରଶେଖର ନାୟକ ଯୋଗଦେଇ ଧରିତ୍ରୀର ଏହି ପଦକ୍ଷେପକୁ ସାଧୁବାଦ ଜଣାଇବା ସହ ବକ୍ତୃତା ପ୍ରତିଯୋଗିତାର ବିଷୟ ସମୟ ଉପଯୋଗୀ ବୋଲି କହିଛନ୍ତି। ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶରତ କୁମାର କର ଯୋଗଦେଇ କହିଛନ୍ତି, ଧରିତ୍ରୀର ବକ୍ତୃତା ପ୍ରତିଯୋଗିତା କାର୍ଯ୍ୟକ୍ରମ ଯୁବପିଢ଼ିଙ୍କ ମଧ୍ୟରେ ଗଣତନ୍ତ୍ର ପ୍ରତି ସଚେତନତା ସୃଷ୍ଟି କରୁଛି। ଏହାଦ୍ୱାରା ଛାତ୍ରୀଛାତ୍ର ଦେଶରେ ଚାଲିଥିବା ଗଣତନ୍ତ୍ରକୁ ବିଶ୍ଳେଷଣ କରୁଛନ୍ତି। ଗଣତନ୍ତ୍ର ଯେତେ ସୁଦୃଢ଼ ହେବ, ସେହି ପରିମାଣରେ ଦେଶ ସଶକ୍ତ ହେବ ବୋଲି ସଭାପତି କର କହିଛନ୍ତି। ପ୍ରତିଯୋଗିତାର ବିଚାରକ ଭାବେ ଅଧ୍ୟାପିକା ପ୍ରଜ୍ଞା ପଟ୍ଟନାୟକ, ଶିକ୍ଷାବିତ୍‌ ଈଶ୍ୱର ଚନ୍ଦ୍ର ପୃଷ୍ଟି, ଶିକ୍ଷାବିତ୍‌ ଗୋଲେଖ ଚନ୍ଦ୍ର ମହାଭୋଇ ଯୋଗଦେଇ କହିଥିଲେ ଯେ, ସାମାଜିକ ଗଣମାଧ୍ୟମରେ ଆସୁଥିବା ବହୁ ଖବର ସାମାଜିକ ବ୍ୟବସ୍ଥାକୁ କ୍ଷୁଣ୍ଣ କରୁଛି। ଏଥିପାଇଁ ଦେଶରେ ଅଶାନ୍ତି ସୃଷ୍ଟି ହେଉଛି। ଖବରକୁ ପରଖିବା ବ୍ୟବସ୍ଥା ନାହିଁ। ଅପରପକ୍ଷରେ ଧରିତ୍ରୀ ପରି ଗଣମାଧ୍ୟମ ଯୁବବର୍ଗଙ୍କୁ ପ୍ରତ୍ୟେକ ଖବର ପ୍ରତି ଯତ୍ନଶୀଳ ହେବାକୁ ଗତ ୪୯ ବର୍ଷ ଧରି ନିରନ୍ତର ପ୍ରୟାସ ଜାରି ରଖିଛି ବୋଲି ସେମାନେ ମତ ଦେଇଛନ୍ତି। ବକ୍ତୃତା ପ୍ରତିଯୋଗିତାରେ ମହାବିଦ୍ୟାଳୟର ୧୬ ଜଣ ଛାତ୍ରୀଛାତ୍ର ଭାଗ ନେଇଥିଲେ। ଏମାନଙ୍କ ମଧ୍ୟରୁ ଯୁକ୍ତ୩ ଛାତ୍ରୀ ଚିନ୍ମୟୀ ଶୁଭଦର୍ଶନୀ ପ୍ରଧାନ ଓ ଯୁକ୍ତ୨ ଛାତ୍ରୀ ସ୍ମୃତି ସାଗରିକା ପରିଡ଼ା ଯୁଗ୍ମ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଯୁକ୍ତ ୨ ଛାତ୍ରୀ ସୁଶ୍ରୀ ଶ୍ରାବଣୀ ଦାସ ଦ୍ୱିତୀୟ ବିଜେତା ଏବଂ ଯୁକ୍ତ୩ ଛାତ୍ରୀ ବନ୍ଦିତା ପଣ୍ଡା ତୃତୀୟ ବିଜେତା ହୋଇଛନ୍ତି। ପ୍ରାରମ୍ଭରେ ଇନ୍ଦୁପୁରସ୍ଥିତ ପାୟଲ ସଙ୍ଗୀତ ବିଦ୍ୟାଳୟର ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ଅଧ୍ୟାପକ ବୃନ୍ଦାବନ ଦାସ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଧରିତ୍ରୀର କେନ୍ଦ୍ରାପଡ଼ା ଜିଲା ପ୍ରତିନିଧି ଜଗନ୍ନାଥ ଧଳ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଡେରାବିଶ ପ୍ରତିନିଧି ବେବର୍ତ୍ତା ଅଜୟ ଦାସ ଧନ୍ୟବାଦ ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାର୍ଶାଘାଇ ପ୍ରତିନିଧି ଶୁଭେନ୍ଦୁ ପ୍ରସାଦ ଚୌଧୁରୀ, ମହାକାଳପଡ଼ା ପ୍ରତିନିଧି ପ୍ରତାପ କୁମାର ସ୍ବାଇଁ, ପଟ୍ଟାମୁଣ୍ଡାଇ ପ୍ରତିନିଧି କଳ୍ପତରୁ ନାୟକ ଓ ରାଜକନିକା ପ୍ରତିନିଧି ସଞ୍ଜୟ କୁମାର ଦାଶ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?