କଅଁଳ କାନ୍ଧରେ ବସ୍ତାନି ବୋଝ

ମହାକାଳପଡ଼ା,୧୪ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ପିଲାମାନଙ୍କ ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ହେବା ପାଇଁ ପ୍ରଚୁର ପରିମାଣରେ ଭିଟାମିନ ଆବଶ୍ୟକତା ରହିଛି। ତେବେ ଏହି କୋମଳମତି ପିଲାମାନଙ୍କର ପ୍ରାରମ୍ଭ କାଳରୁ ଶରୀର ଗଠନ ବିକଶିତ ହେବା ପୂର୍ବରୁ ଶାରୀରିକ କଷ୍ଟ ଅନୁଭବ ପରୋକ୍ଷରେ ଦେଖିବାକୁ ମିଳୁଛି। ଏହା କିଛିବର୍ଷ ଲାଗି ରହିଲେ ପିଲାଙ୍କ କାନ୍ଧ, ମେରୁଦଣ୍ଡ ଅଧିକ ବହି ବସ୍ତାନି ବୋଝ ଉପରେ ଭାରାକ୍ରାନ୍ତ ହେଉଛି। ଫଳରେ ପିଲାମାନଙ୍କ ଭବିଷ୍ୟତରେ ମେରୁଦଣ୍ଡ ଜନିତ ସ୍ନାୟୁ (ସ୍ପାଇନାଲ କର୍ଡ) ରୋଗରେ ପୀଡିତ ହେବା ଯଥେଷ୍ଟ ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନଙ୍କ ମତ ଥିଲା। ଫଳରେ ପିଲାମାନଙ୍କ ବୟସ ବଢ଼ିଲେ ଏହି ମେରୁଦଣ୍ଡ ବିକାରଜନିତ ରୋଗ ସମସ୍ୟା ବୃଦ୍ଧି ପାଇବା ସହ ଶାରୀରିକ ଅକ୍ଷମତା ଦେଖା ଦେବ।
କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଅଞ୍ଚଳର ସାମାଜିକ କର୍ମୀ ସୁବାସ ଚନ୍ଦ୍ର ସ୍ବାଇଁ , ଲକ୍ଷ୍ମୀକାନ୍ତ ସ୍ବାଇଁ, ନାଥ କୁମାର ଭୋଳ ପ୍ରମୁଖ କହିଛନ୍ତି, ୨୦୧୭ ମେ ମାସରେ ସର୍ବୋଚ୍ଚ ନ୍ୟାୟାଳୟ ଏକ ଡିଭିଜନ ବେଞ୍ଚ ଶୁଣାଣି କରି ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା କୋମଳମତି ପିଲାମାନଙ୍କ କାନ୍ଧରେ ବହି ବସ୍ତାନି ବୋଝ କମାଇବାକୁ କହିଥିଲେ। କାରଣ ପିଲାମାନଙ୍କ ମେରୁଦଣ୍ଡ ବିକାର ଗ୍ରସ୍ତ ହେବା ସହ ଶାରୀରିକ, ମାନସିକ, ଅକ୍ଷମତା ହେବା ଫଳରେ ଭବିଷ୍ୟତରେ ସେମାନଙ୍କର ଶରୀର ପ୍ରତି ବିପଦ ସୃଷ୍ଟି ହେବା ଆଶଙ୍କା ରହିଛି ବୋଲି ନ୍ୟାୟଧୀଶ ମତବ୍ୟକ୍ତ କରିଥିଲେ। ପରେ ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରୀଛାତ୍ରମାନଙ୍କ ଦୈନିକ ବସ୍ତାନିରେ ରହୁଥିବା ଆବଶ୍ୟକ ଅନୁସାରେ ବହି, ଖାତା, ଖାଦ୍ୟ ଟିଫିନ୍‌ ବକ୍ସ, ପାଣି ବୋତଲ, ଯନ୍ତ୍ର ବାକ୍ସ, ରେନିକୋଟଗୁଡ଼ିକ ବିଦ୍ୟାଳୟକୁ ବୋଝ କମ୍‌ ନେବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଏହି ବ୍ୟାଗ ୨ କିଲୋରୁ ଅଧିକ ହେବ ନାହିଁ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଶିକ୍ଷାନୁଷ୍ଠାନଗୁଡିକ ମୁଖ୍ୟ ମାନୁ ନ ଥିବା ଦେଖିବାକୁ ମିଳୁଛି। ଆଦ୍ୟାବଧି ପ୍ରତି ଛାତ୍ରୀଛାତ୍ରଙ୍କ ବ୍ୟାଗ୍‌ରେ ୩ରୁ ୪ କିଲୋ ଓଜନର ବୋଝ କଅଁଳ କାନ୍ଧରେ ଝୁଲାଇ ନେଉଥିବା ଦେଖିବାକୁ ମିଳୁଛି। ଏହାର ଏକ ଉଦାହରଣ ଦେଖିବାକୁ ମିଳୁଛି ମହାକାଳପଡ଼ା ବ୍ଲକରେ ଥିବା ବିଭିନ୍ନ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକର ଛାତ୍ରୀଛାତ୍ରମାନଙ୍କ କ୍ଷେତ୍ରରେ। ଛାତ୍ରୀଛାତ୍ରମାନଙ୍କ ଶାରୀରିକ, ମାନସିକ ଓ ସ୍ବାର୍ଥ ଦୃଷ୍ଟିରୁ ଶିକ୍ଷା ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ପ୍ରତି ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କୁ ଚିଠି ଲେଖିବା ସହ ତୁରନ୍ତ ସଚେତନତା ଓ ଅଭିଭାବକମାନଙ୍କୁ ଡକାଇ କହିବାକୁ ସେମାନେ କହିଛନ୍ତି। ଏ ସଂକ୍ରାନ୍ତରେ ବ୍ଲକ ଶିକ୍ଷା ଅଧିକାରୀ ତନ୍ମୟ କୁମାର ବେହେରାଙ୍କୁ ପଚାରିବାବାରେ ପ୍ରତି ଶନିବାର ବିଦ୍ୟାଳୟରେ ଅନୁଷ୍ଠିତ ହେଉଥିବା ପିଟିଏସ୍‌ ବା ପ୍ୟାରେଣ୍ଟ ଟିଚର ଷ୍ଟୁଡେଣ୍ଟ୍‌ମାନଙ୍କ ମିଟିଂରେ ଆଲୋଚନା କରାଯାଇ ସଚେତନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ବଢୁଛି ନଦୀ ଜଳସ୍ତର, ଦକ୍ଷିଣ ଓଡ଼ିଶାରେ ବନ୍ୟା

ଭୁବନେଶ୍ୱର,୨୫।୯: ରାଜ୍ୟରେ ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ଦକ୍ଷିଣ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଜଳ ସମ୍ପଦ ବିଭାଗ…

୨ ଅଧିକାରୀ ଚାକିରିରୁ ନିଲମ୍ବିତ: କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୨୫।୯: ରାଜ୍ୟର ଦୁଇ ବରିଷ୍ଠ ଅଧିକାରୀ ଅରୁଣ ବିଶ୍ୱାଳ ଓ ସୁଜିତ ରାଉଳଙ୍କୁ ନିଲମ୍ବନ କରାଯାଇଥିବା ନେଇ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ…

୩୦ରେ ଓଡ଼ିଶା ବନ୍ଦ ଡାକରା: ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ…

ଭୁବନେଶ୍ୱର,୨୫।୯: ଆସନ୍ତା ୩୦ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ। ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ଏହାକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା…

ଏଡ୍‌ସକୁ ନେଇ ଭ୍ରାନ୍ତ ଧାରଣା ଦୂର ହେବା ଜରୁରୀ: କୁଇଜ ପ୍ରତିଯୋଗିତା ଆୟୋଜିତ

ବଲାଙ୍ଗୀର, ୨୫।୯ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସରକାରୀ ମହାବିଦ୍ୟାଳୟ ପରିସରରେ ଶୁକ୍ରବାର ଏଡ୍ସ ସଚେତନତା ଓ ସମ୍ବେଦନଶୀଳତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ଜିଲା ମୁଖ୍ୟ…

ଗବେଷକ ପ୍ରସ୍ତୁତ କଲେ ନିର୍ଭୁଲ୍‌ ଆଟୋମିକ୍‌ ଘଡ଼ି

ନୂଆଦିଲ୍ଲୀ,୨୫।୯(ପି.ଟି.): ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟ (ଏନ୍‌ୟୁଏସ୍‌)ର ଗବେଷକମାନେ ‘ଲୁଟେଟିୟମ’ ନାମକ ବିରଳ ମୃତ୍ତିକା ଧାତୁ ବ୍ୟବହାର କରି ବିଶ୍ୱର ସବୁଠାରୁ ନିର୍ଭୁଲ ଓ ସ୍ଥିର ଅଟୋମିକ୍‌ ଘଡ଼ି…

ଜମିକୁ ଯାଇଥିଲେ ଅକ୍ରୁର: ଆକ୍ରମଣ କଲା ହାତୀ, ଆଉ ତା’ପରେ…

କେସିଙ୍ଗା,୨୫।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନଖଣ୍ଡ ଅଧୀନ ସିରୋଲ ଗ୍ରାମପଞ୍ଚାୟତର ପୋଢ଼ଖମ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅକ୍ରୁର…

ନିଜ ନକ୍ଷତ୍ରରେ ଶନି କଲେ ପ୍ରବେଶ: ୩ ରାଶିଙ୍କ ପଲଟିଯିବ ଭାଗ୍ୟ, ବ୍ୟବସାୟରେ ବମ୍ପର ଲାଭ ଘରକୁ ଆସିବ ଖୁସିଖବର

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ରାଶି ପରିବର୍ତ୍ତନଠାରୁ ଆରମ୍ଭ କରି ନକ୍ଷତ୍ର ଗୋଚରକୁ ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନାଯାଏ। ଶନିଙ୍କ ଗତିବିଧିର ପ୍ରଭାବ ୧୨ଟି ରାଶି ଉପରେ…

ଘରେ ପଶିଲା ମହାବଳ ବାଘ: ବାହାରୁ ତାଲା ପକାଇଦେଲେ ଗାଁ ଲୋକେ

ବାରିପଦା, ୨୫।୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖପରାଖାଇ ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗାଁ ଭିତରକୁ ଏକ ମହାବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?