ପଟ୍ଟାମୁଣ୍ଡାଇରେ ବେଧଡ଼କ ଚାଲିଛି ନିଶା କାରବାର

କେନ୍ଦ୍ରାପଡ଼ା,୧୮ା୮(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବେଆଇନ ଦେଶୀ ଓ ବିଦେଶୀ ମଦ ସାଙ୍ଗକୁ ଗଞ୍ଜେଇ, ଅଫିମ, ବ୍ରାଉନସୁଗାର କାରବାର କାୟା ମେଲିଛି। ମାତ୍ର ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହଁି ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଚୋରା ବ୍ୟବସାୟୀଙ୍କଠାରୁ ଅସାଧୁ କର୍ମଚାରୀମାନେ ମାସିକିଆ ଚାନ୍ଦା ନେଇ ମାତ୍ରାଧିକ ଅନୁକମ୍ପା ଦେଖାଉଛନ୍ତି ବୋଲି ସାଧାରଣରେ ଅଭିଯୋଗ ହେଉଛି।
ଆଇନଜୀବୀ ପ୍ରମୋଦ ସାହୁ କହିଛନ୍ତି, ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଦିନକୁ ଦିନ ବେଆଇନ ନିଶା କାରବାର ବଢି ଚାଲିଛି। ବ୍ରାଉନସୁଗାର, ଗଞ୍ଜେଇ, ଅଫିମ, ବିଦେଶୀ ଓ ଦେଶୀ ମଦ ବ୍ୟାପକ ଭାବେ ଚୋରାରେ ବିକ୍ରି ହେଉଛି। ଏହାର କବଳରେ ପଡି ଯୁବବର୍ଗ ବିଭିନ୍ନ ପ୍ରକାରର ଆପରାଧିକ କାର୍ଯ୍ୟ କରୁଛନ୍ତି। ପରିବାରରେ ଅଶାନ୍ତି ସୃଷ୍ଟି ହେଉଛି। ଏହି ଅଞ୍ଚଳର ଅନେକ ସ୍ଥାନରେ ଛୋଟଛୋଟ ଟୁଙ୍ଗି କରି ମଠ ନାମରେ ଗେରୁଆ ବସ୍ତ୍ର ପିନ୍ଧି ନିଶା କାରବାର କରୁଥିବା ଅଭିଯୋଗ ହେଉଥିଲେ ମଧ୍ୟ ପୋଲିସ ଓ ଅବକାରୀ ବିଭାଗର କର୍ମଚାରୀମାନେ ଏହାକୁ ପ୍ରୋତ୍ସାହନ ପ୍ରଦାନ କରି ନିଜ ପକେଟ ଗରମ କରୁଥିବା ଅଭିଯୋଗ ହେଉଛି। ଜନ ସଚେତନତା ଉପରେ ମଧ୍ୟ ବିଭାଗ ଧ୍ୟାନ ଦେଉନାହିଁ। ବୁଦ୍ଧିଜୀବୀ ପ୍ରବୀର ନାୟକ କହିଛନ୍ତି, ପ୍ରତିବର୍ଷ ଅବକାରୀ ବିଭାଗ ପକ୍ଷରୁ ବିଭାଗୀୟ ଜିଲା ସୁପରିଣ୍ଟେଣ୍ଡେଣ୍ଟଙ୍କୁ କେତେ ମାମଲା ରୁଜୁ କରିବାକୁ ପଡିବ ଟାର୍ଗେଟ୍‌ ଦିଆଯାଉଛି। ଏହି ଅନୁଯାୟୀ ଯେଉଁମାନଙ୍କଠାରୁ ମାସିକିଆ ଚାନ୍ଦା ଆଦାୟ କରାଯାଉଛି ସେମାନଙ୍କ ନାମରେ କୋହଳ ମାମଲା ରୁଜୁ ହେବା ସହ ଟାର୍ଗେଟ ପୂରଣ ହେଉଛି। ହେଲେ ବିଭାଗୀୟ ଅଧିକାରୀମାନେ ଅଭିଯୁକ୍ତମାନଙ୍କ ବିରୋଧରେ କୋର୍ଟରେ କୋହଳ ଚାର୍ଜସିଟ୍‌ ଦାଖଲ କରିବାରୁ ସହଜରେ ଜାମିନ ମିଳିଯାଉଛି। ଜାମିନ ପାଇଲା ପରେ ପୁଣି ଅଭିଯୁକ୍ତମାନେ ସେମାନଙ୍କ ବ୍ୟବସାୟ ଚଳାଉଛନ୍ତି। ସାମଜିକ କର୍ମୀ ଜ୍ୟୋତି ପ୍ରକାଶ ପ୍ରଧାନ କହିଛନ୍ତି, ଅବକାରୀ ବିଭାଗ ଅସାଧୁ କର୍ମଚାରୀମାନେ ନିଶା ବ୍ୟବସାୟୀମାନଙ୍କଠାରୁ ସବିଧା, ସୁଯୋଗ ହାତେଇ ଅନେକ ସମୟରେ ମାମଲାକୁ ରଫାଦଫା କରି ଦେଉଛନ୍ତି। ଅନ୍ୟ ଏକ ପ୍ରସଙ୍ଗ ହେଲା ପୋଲିସ କୌଣସି ମାମଲା କଲେ ପ୍ରିଲିମିନାରୀ ଚାର୍ଜସିଟ୍‌ ଦିଏ। ଶେଷରେ ଫାଇନାଲ ଚାର୍ଜସିଟ୍‌ ଦେଇଥାଏ। ହେଲେ ଅବକାରୀ ବିଭାଗ ଥରକରେ ଫାଇନାଲ ଚାର୍ଜଶିଟ୍‌ ଦେଇଥାଏ। ଯେହେତୁ ୬ ମାସ ଭିତରେ ଚାର୍ଜସିଟ୍‌ ଦେବାକୁ ପଡୁଛି, ତେଣୁ ଅବକାରୀ ବିଭାଗର ଅସାଧୁ କର୍ମଚାରୀମାନେ ଅଭିଯୁକ୍ତଙ୍କଠାରୁ ମୋଟା ଅଙ୍କର ଲାଞ୍ଚ ଦାବି କରିଥାନ୍ତି। ଯେଉଁମାନେ ଟଙ୍କା ଦେବାରେ ବିଳମ୍ବ କରିଥାନ୍ତି, ସେମାନଙ୍କ ଚାର୍ଜସିଟ୍‌ ଦାଖଲରେ ମଧ୍ୟ ଜାଣିଶୁଣି ବିଳମ୍ବ କରାଯାଉଥିବା ଚର୍ଚ୍ଚା ହେଉଛି। ସେହିପରି ଯୁବନେତା ସତ୍ୟପ୍ରିୟ ସାମଲ କହିଛନ୍ତି, ବଜାରରେ ଅନେକ ସମୟରେ ନିଷିଦ୍ଧ ମାଦକ ଦ୍ରବ୍ୟ ବିକ୍ରି ହେଉଛି। ଏହା ସେବନ କଲେ ଜୀବନ ପ୍ରତି ବିପଦ ଥାଏ। ତେଣୁ ବିଭାଗ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ନିର୍ଦ୍ଦେଶ ରହିଛି। ଏଥିରେ ଅବକାରୀ, ପୋଲିସ, ବନ କର୍ମଚାରୀ ସମେତ ଭେଷଜ ନିରୀକ୍ଷକ ରହିଛନ୍ତି। ସ୍କ୍ବାଡ୍‌ ପକ୍ଷରୁ ସ୍ବେଚ୍ଛାସେବୀ ସଙ୍ଗଠନ, ସ୍ବୟଂ ସହାୟକ ଗୋଷ୍ଠୀ ଓ ପଞ୍ଚାୟତିରାଜ ସଙ୍ଗଠନ ମାଧ୍ୟମରେ ଜନ ସଚେତନତା କାର୍ଯ୍ୟକ୍ରମ କରାଯିବା କଥା। ଏ ନେଇ ଅବକାରୀ ବିଭାଗକୁ ବାର୍ଷିକ ଅନୁଦାନ ଆସୁଛି। ଏ ସମ୍ପର୍କରେ ଅବକାରୀ ବିଭାଗ ଇନ୍ସପେକ୍ଟର କମଳ ପାଇକରାୟଙ୍କୁ ପଚାରିବାରେ ସଚେତନତା ସୃଷ୍ଟି ପାଇଁ ଯେଉଁ ଅର୍ଥ ଆସୁଛି, ସେଥିରେ ରଥ ପରିକ୍ରମା ସହ ୨ଟି କାର୍ଯ୍ୟକ୍ରମ ହେଉଛି। ବିଭିନ୍ନ ସମୟରେ ବିଭାଗ ପକ୍ଷରୁ ଚଢ଼ାଉ କରାଯିବା ସହ ବେଆଇନ ମାଦକ ଦ୍ରବ୍ୟ କାରବାର କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?