ସ୍କୁଲରେ ବଜ୍ରପାତ, ୨୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଗୁରୁତର

ପାଟକୁରା,୧୩ା୮(ରବୀନ୍ଦ୍ର କୁମାର ବାରିକ) କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୁହାନଗରୀ ହାଇସ୍କୁଲ ଉପରେ ଶନିବାର ବଜ୍ରପାତ ହୋଇଛି ା ଅପରାହ୍ନରେ ଘଟିଥିବା ଏହି ଦୁଃଖଦ ଘଟଣାରେ ୨୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଗୁରୁତର ହୋଇଛନ୍ତି ା ସେମାନଙ୍କୁ ନିକଟସ୍ଥ ସିଏଚ୍‌ସିରେ ଭର୍ତ୍ତି କରାଯାଇଛି ା ଗୁରୁତରଙ୍କ ମଧ୍ୟରୁ ଅମ୍ରିତା ପଣ୍ଡା ଓ ଆଦ୍ୟାଶା ଲକ୍ଷ୍ମୀ ସାମଲଙ୍କ ଅବସ୍ଥା ଉଦ୍‌ବେଗଜନକ ହେବାରୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ା ରିପୋର୍ଟ ଲେଖା ପର୍ଯ୍ୟନ୍ତ ସିଏଚ୍‌ସିରେ ଥିବା ଛାତ୍ରୀଛାତ୍ର ଚିକିତ୍ସା ପରେ
ଘରକୁ ଫେରିଛନ୍ତି। ଏସମ୍ପର୍କରେ ପ୍ରଧାନ ଶିକ୍ଷକ ସତ୍ୟାନନ୍ଦ ବିଶ୍ୱାଳ ସୂଚନା ଦେଇଛନ୍ତି, ଗୁରୁତର ହୋଇଥିବା ଛାତ୍ରୀଛାତ୍ରମାନେ ଗରଦପୁର ଆଦର୍ଶ ବିଦ୍ୟାଳୟର। ଆଦର୍ଶ ବିଦ୍ୟାଳୟ ନିର୍ମାଣ ଶେଷ ହୋଇ ନ ଥିବାରୁ ୧୫୦ ଛାତ୍ରୀଛାତ୍ର ଏହି ଶିକ୍ଷାନୁଷ୍ଠାନରେ ପଢ଼ୁଛନ୍ତି। ସ୍କୁଲ ନିକଟରେ ୧୧ କେଭିରୁ ଏଲଟି ଲାଇନ ପାଇଁ ଟ୍ରାନଫର୍ମର ବସିଛି। ଅପରାହ୍ନରେ ଏଠାରେ ବଜ୍ରପାତ ହେବାରୁ ଏଲଟି ଲାଇନରେ ଅଧିକ ବିଦ୍ୟୁତ ସରବରାହ ହୋଇ ସ୍କୁଲରେ ଓୟାରିଂ ହୋଇଥିବା ତାର ଜଳି ଯାଇଥିଲା। ଏଥିସହିତ ବଜ୍ରପାତ ଶବ୍ଦରେ ଭୟଭୀତ ହୋଇ ଛାତ୍ରୀଛାତ୍ରମାନେ ଉପରମହଲାରୁ ତଳକୁ ଓହ୍ଲାଇ ପଡିଥିଲେ ା ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଡରି ଯାଇ ଅଚେତ ଅବସ୍ଥାକୁ ଆସି ଯାଇଥିଲେ ା ସେମାନଙ୍କୁ ସିଏଚ୍‌ସି ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ା ତେବେ ଏହି ଦୁର୍ଘଟଣାରେ କେହି ପୋଡ଼ି ଆହତ ହୋଇ ନ ଥିବା ପ୍ରଧାନ ଶିକ୍ଷକ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?