ସ୍କୁଲରେ ବଜ୍ରପାତ, ୨୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଗୁରୁତର

ପାଟକୁରା,୧୩ା୮(ରବୀନ୍ଦ୍ର କୁମାର ବାରିକ) କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୁହାନଗରୀ ହାଇସ୍କୁଲ ଉପରେ ଶନିବାର ବଜ୍ରପାତ ହୋଇଛି ା ଅପରାହ୍ନରେ ଘଟିଥିବା ଏହି ଦୁଃଖଦ ଘଟଣାରେ ୨୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଗୁରୁତର ହୋଇଛନ୍ତି ା ସେମାନଙ୍କୁ ନିକଟସ୍ଥ ସିଏଚ୍‌ସିରେ ଭର୍ତ୍ତି କରାଯାଇଛି ା ଗୁରୁତରଙ୍କ ମଧ୍ୟରୁ ଅମ୍ରିତା ପଣ୍ଡା ଓ ଆଦ୍ୟାଶା ଲକ୍ଷ୍ମୀ ସାମଲଙ୍କ ଅବସ୍ଥା ଉଦ୍‌ବେଗଜନକ ହେବାରୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ା ରିପୋର୍ଟ ଲେଖା ପର୍ଯ୍ୟନ୍ତ ସିଏଚ୍‌ସିରେ ଥିବା ଛାତ୍ରୀଛାତ୍ର ଚିକିତ୍ସା ପରେ
ଘରକୁ ଫେରିଛନ୍ତି। ଏସମ୍ପର୍କରେ ପ୍ରଧାନ ଶିକ୍ଷକ ସତ୍ୟାନନ୍ଦ ବିଶ୍ୱାଳ ସୂଚନା ଦେଇଛନ୍ତି, ଗୁରୁତର ହୋଇଥିବା ଛାତ୍ରୀଛାତ୍ରମାନେ ଗରଦପୁର ଆଦର୍ଶ ବିଦ୍ୟାଳୟର। ଆଦର୍ଶ ବିଦ୍ୟାଳୟ ନିର୍ମାଣ ଶେଷ ହୋଇ ନ ଥିବାରୁ ୧୫୦ ଛାତ୍ରୀଛାତ୍ର ଏହି ଶିକ୍ଷାନୁଷ୍ଠାନରେ ପଢ଼ୁଛନ୍ତି। ସ୍କୁଲ ନିକଟରେ ୧୧ କେଭିରୁ ଏଲଟି ଲାଇନ ପାଇଁ ଟ୍ରାନଫର୍ମର ବସିଛି। ଅପରାହ୍ନରେ ଏଠାରେ ବଜ୍ରପାତ ହେବାରୁ ଏଲଟି ଲାଇନରେ ଅଧିକ ବିଦ୍ୟୁତ ସରବରାହ ହୋଇ ସ୍କୁଲରେ ଓୟାରିଂ ହୋଇଥିବା ତାର ଜଳି ଯାଇଥିଲା। ଏଥିସହିତ ବଜ୍ରପାତ ଶବ୍ଦରେ ଭୟଭୀତ ହୋଇ ଛାତ୍ରୀଛାତ୍ରମାନେ ଉପରମହଲାରୁ ତଳକୁ ଓହ୍ଲାଇ ପଡିଥିଲେ ା ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଡରି ଯାଇ ଅଚେତ ଅବସ୍ଥାକୁ ଆସି ଯାଇଥିଲେ ା ସେମାନଙ୍କୁ ସିଏଚ୍‌ସି ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ା ତେବେ ଏହି ଦୁର୍ଘଟଣାରେ କେହି ପୋଡ଼ି ଆହତ ହୋଇ ନ ଥିବା ପ୍ରଧାନ ଶିକ୍ଷକ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

୪ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ୪୫ କିଲୋଗ୍ରାମ ଗଞ୍ଜେଇ ଜବତ, ୩ ଜଣଙ୍କୁ ବାନ୍ଧିଲା…

ମୋହନା, ୩।୭ (ମନ୍ମଥ ମିଶ୍ର): ଗଜପତି ଜିଲାର ଅଡବା ପୋଲିସ ପକ୍ଷରୁ ଜାଙ୍ଗୁଡ଼ି ଓ ଖାରିଗୁଡ଼ା ନିକଟରେ ପାଟ୍ରୋଲିଂ କରାଯିବା ସହ କଡ଼ାକଡ଼ି ଯାଞ୍ଚ କରାଯାଇଥିଲା। ଏହି…

T20 ବିଶ୍ୱକପ ଫାଇନାଲରେ ପହଞ୍ଚିବା ପରେ ଭାବପ୍ରବଣ ହୋଇଗଲେ ବିଶ୍ୱର ସବୁଠାରୁ ସୁନ୍ଦରୀ କ୍ରିକେଟର

ନୂଆଦିଲ୍ଲୀ,୩।୭: ଚଳିତ ମହିଳା T20 ବିଶ୍ୱକପରେ ଇଂଲଣ୍ଡ ଦ୍ୱିତୀୟ ଫାଇନାଲିଷ୍ଟ ହୋଇଛି। ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ ଗତ ଗୁରୁବାର (ଜୁଲାଇ ୨) ଲଣ୍ଡନର କେନିଂଟନ ଓଭାଲରେ ଇଂଲଣ୍ଡ…

ନ୍ୟାଶନାଲ ପେନକାକ୍ ସ୍ପୋର୍ଟ ଚାମ୍ପିୟନଶିପ୍‌ରେ ଶିବ ପ୍ରସାଦ ଜେନାଙ୍କୁ ସ୍ୱର୍ଣ୍ଣ ପଦକ

ଗଞ୍ଜାମ,୩।୭ (ବିଦ୍ୟାଧର ସାହୁ): ମହାରାଷ୍ଟ୍ରର ନାସିକଠାରେ ଆୟୋଜିତ ନ୍ୟାଶନାଲ ପେନକାକ୍ ସ୍ପୋଟ୍ସ ଚାମ୍ପିୟନଶିପ୍‌ରେ ସବ୍-ଜୁନିୟର ବର୍ଗରେ ଶିବ ପ୍ରସାଦ ଜେନା (୧୪) ସ୍ୱର୍ଣ୍ଣ ପଦକ ହାସଲ କରି…

ଟିମ ଇଣ୍ଡିଆ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇଥିଲେ ସଚିନ ତେନ୍ଦୁଲକର! ‘ନମ୍ବର ୧୦’ ଦେଖି ପ୍ରଶଂସକଙ୍କ ମଧ୍ୟରେ ଖେଳିଗଲା…

ନୂଆଦିଲ୍ଲୀ,୩।୭: ସଚିନ ତେନ୍ଦୁଲକର ନୀଳ ୧୦ ନମ୍ବର ଜର୍ସି ପିନ୍ଧି ପଡ଼ିଆକୁ ପାଦ ଦେଇଥିଲେ। ଏହି ଚିତ୍ରଗୁଡ଼ିକ ଦେଖି ପ୍ରଶଂସକଙ୍କ ମଧ୍ୟରେ ତୁରନ୍ତ ଏକ ସ୍ମୃତିର ଭାବନା…

ଭିବିଜୀ-ରାମଜୀ ଯୋଜନାର ଶୁଭାରମ୍ଭ: ଗ୍ରାମୀଣ ରୋଜଗାର ନୂଆ ଗ୍ୟାରେଣ୍ଟି

ଛତ୍ରପୁର,୩ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାସ୍ତରୀୟ ଜନସମ୍ମିଳନୀ ଓ ଭିବିଜୀ-ରାମଜୀ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଞ୍ଜାମ…

କରିଥିଲେ ପ୍ରେମ ବିବାହ: ଦୁର୍ଘଟଣାରେ ଗୁରୁତର ହେଲେ ସ୍ବାମୀ, ଶେଷରେ ଝିଅର ହତ୍ୟା ଅଭିଯୋଗ…

ବାଲେଶ୍ୱର,୩।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ଚାନ୍ଦିପୁର ଥାନା ଅନ୍ତର୍ଗତ ସାହଦା ଗ୍ରାମର ମନିଷ କୁମାର ସାହୁଙ୍କ ପତ୍ନୀ ମମତା ସାହୁ (୨୧) ଗୁରୁବାର ରାତିରେ ଘରେ ଫାଶୀ…

ଜୟପୁର ଏସ୍‌ଡିଆଇପିଆରଙ୍କୁ ମିଳିଲା ନୂଆ ଦାୟିତ୍ୱ

କୋରାପୁଟ,୩ା୭(ଅମିତାଭ ବେହେରା): ଜୟପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯଶୋଦା ଗାଦବାଙ୍କୁ କୋରାପୁଟ ଜିଲାର ଭାରପ୍ରାପ୍ତ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆରଓ) ଭାବେ…

ଝାଡ଼ଖଣ୍ଡର ଅର୍ଥମନ୍ତ୍ରୀ ଛାଡିଲେ ସରକାରୀ ସୁରକ୍ଷା, ୧୬ ସୁରକ୍ଷାକର୍ମୀ, ୩ଟି ଗାଡ଼ି ଫେରାଇ ଦେଲେ

ରାଞ୍ଚି,୩।୭: ଅର୍ଥମନ୍ତ୍ରୀ ରାଧା କୃଷ୍ଣ କିଶୋର ତାଙ୍କ ଆବଶ୍ୟକତାକୁ ଅଣଦେଖା କରିବା ପାଇଁ ପୋଲିସ ମୁଖ୍ୟାଳୟ ଉପରେ ଅସନ୍ତୁଷ୍ଟ। ଯଦିଓ ସେ ସ୍ପଷ୍ଟ ଭାବରେ ତାଙ୍କର ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri