ରାଜନଗର-ପଟ୍ଟାମୁଣ୍ଡାଇ ବିଧାନସଭା ଆସନ, ସବ୍‌ଡିଭିଜନ ଦାବି

ପଟ୍ଟାମୁଣ୍ଡାଇ, ୨୦ା୮(ଅକ୍ଷୟ ବିଶ୍ୱାଳ/କଳ୍ପତରୁ ନାୟକ)ବିଭିନ୍ନ କ୍ଷେତ୍ରରେ ନିଜର ଉତ୍କର୍ଷତା ପ୍ରଦର୍ଶନ କରି କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳ ଉପସ୍ଥିତି ଜାହିର କରିଥିଲା। ରାଜ୍ୟ ରାଜନୀତିକୁ ନିୟନ୍ତ୍ରଣ କରିଆସୁଥିବା ଜିଲାର ପ୍ରମୁଖ ଅଙ୍ଗ ଭାବେ ପଟ୍ଟାମୁଣ୍ଡାଇ ବିଧାନସଭା ଆସନ ଓଡ଼ିଶାର ରାଜନୈତିକ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲା। ଓଡ଼ିଶାର ଅନ୍ୟତମ ପ୍ରମୁଖ ବାଣିଜି୍ୟକ ପେଣ୍ଠ ଭାବେ ପଟ୍ଟାମୁଣ୍ଡାଇର ସୁନାମ ରହିଛି। ଗତ ସୀମା ପୁନଃ ନିର୍ଦ୍ଧାରଣରେ ପ୍ରଶାସନିକ ଚକ୍ରାନ୍ତର ଶିକାର ହୋଇ ବିଧାନସଭା ଆସନ ଲୋପ ପାଇବା ସହ ପଟ୍ଟାମୁଣ୍ଡାଇ ତା’ର ସତ୍ତା ହରାଇ ବସିଥିଲା, ଯାହା ପଟ୍ଟାମୁଣ୍ଡାଇବାସୀଙ୍କ ଭାବାବେଗକୁ କୁଠାରାଘାତ କରିଥିଲା। ବିଲୁପ୍ତ ପଟ୍ଟାମୁଣ୍ଡାଇ ବିଧାନସଭା ଆସନକୁ ଭାଗ ଭାଗ କରି ରାଜନଗର, କେନ୍ଦ୍ରାପଡ଼ା ଓ ଆଳି ବିଧାନସଭା ଆସନ ମଧ୍ୟରେ ମିଶାଇ ଦିଆଯାଇଛି। ପଟ୍ଟାମୁଣ୍ଡାଇବାସୀଙ୍କ ସ୍ବାର୍ଥ, ସ୍ବାଭିମାନର ସୁରକ୍ଷା ଓ ହୃତ୍‌ ଗୌରବକୁ ଫେରାଇ ଆଣିବାକୁ ଅଣରାଜନୈତିକ ଗଣସଙ୍ଗଠନ ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦ ଦୀର୍ଘ ୧୫ ବର୍ଷ ହେବ ବିଭିନ୍ନ ଆନ୍ଦୋଳନ ଜାରି ରଖିଛି। ରାଜନଗର ବିଧାନସଭା ଆସନ ସହ ପଟ୍ଟାମୁଣ୍ଡାଇ ନାମ ଯୋଡ଼ି ରାଜନଗର-ପଟ୍ଟାମୁଣ୍ଡାଇ ବିଧାନସଭା ଆସନ ଘୋଷଣା ସହ ପଟ୍ଟାମୁଣ୍ଡାଇ ସବ୍‌ଡିଭିଜନ ଓ ରାଜନଗର ଏନ୍‌ଏସି ଘୋଷଣା ଦାବି ଉପରେ ଫୋକସ କରାଯାଇଛି। ଏହି ଦାବି ପୂରଣ ପାଇଁ ବିକାଶ ପରିଷଦ ଭାରତବର୍ଷର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ, ଓଡ଼ିଶା ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ସଚିବଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ଖବରଦାତାମାନଙ୍କୁ ସବିଶେଷ ସୂଚନା ଦେଇ ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦ ପ୍ରତିଷ୍ଠାତା ଆଇନଜୀବୀ ବିଜୟ କେତନ ସ୍ବାଇଁ, ଆବାହକ ପ୍ରଫେସର ଉମେଶ ଚନ୍ଦ୍ର ପରିଡ଼ା, ଉପଦେଷ୍ଟା ମଣ୍ଡଳୀ ଅଧ୍ୟକ୍ଷ ଆଇନଜୀବୀ ରାମକୃଷ୍ଣ ଦାଶ, ପଟ୍ଟାମୁଣ୍ଡାଇ ବ୍ଲକ କୃଷକ ପରିଷଦ ଆବାହକ ରଞ୍ଜନ ରାଉତ, ସଂଖ୍ୟାଲଘୁ ପରିଷଦ ଆବାହକ ସେକ୍‌ ଜାକିର ହୁସେନ, ପଟ୍ଟାମୁଣ୍ଡାଇ ନଗର ଯୁବ ପରିଷଦ ଆବାହକ ସନ୍ତୋଷ କୁମାର ବିଶ୍ୱାଳ ପ୍ରମୁଖ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାର ଦ୍ୱିତୀୟ ବୃହତମ ସହର ତଥା ଅଘୋଷିତ ସବ୍‌ଡିଭିଜନ ଏବଂ ପଟ୍ଟାମୁଣ୍ଡାଇ, ଆଳି, ରାଜକନିକା ଓ ରାଜନଗରର ପ୍ରବେଶ ଦ୍ୱାର ପଟ୍ଟାମୁଣ୍ଡାଇ ସୀମା ପୁନଃ ନିର୍ଦ୍ଧାରଣ ପରେ ନିଜର ସତ୍ତା ହରାଇ ବସିଛି। ସମସ୍ତ ଯୋଗ୍ୟତା ଓ ଭିତ୍ତିଭୂମି ସତ୍ତ୍ୱେ ରାଜସ୍ବ ସବ୍‌ଡିଭିଜନ ଘୋଷଣାରୁ ବଞ୍ଚତ୍ତ ହୋଇଛି। ଫଳରେ ପଟ୍ଟାମୁଣ୍ଡାଇବାସୀଙ୍କ ଭାବାବେଗକୁ ଆଘାତ ଦେଇଛି ଓ ରାଜନଗର ନିର୍ବାଚନମଣ୍ଡଳୀରେ ପଟ୍ଟାମୁଣ୍ଡାଇ ନଁା ନ ଥିବାବେଳେ ପଟ୍ଟାମୁଣ୍ଡାଇ ସବ୍‌ଡିଭିଜନ ଘୋଷଣା ଶୀତଳଭଣ୍ଡାରରେ ରହିଛି।
ରାଜନଗର ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରିଥିବା ପ୍ରତିନିଧିମାନେ ରାଜ୍ୟ ବିଧାନସଭାରେ ପଟ୍ଟାମୁଣ୍ଡାଇ ସବ୍‌ଡିଭିଜନ ଦାବି ବାରମ୍ବାର ଉଠାଇଥିଲେ ମଧ୍ୟ ସରକାରୀସ୍ତରରେ ଏ ଦିଗରେ କୌଣସି ଠୋସ୍‌ ପଦକ୍ଷେପ ନିଆଯାଇନାହିଁ। ବାଧ୍ୟହୋଇ ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦ ପଟ୍ଟାମୁଣ୍ଡାଇ ସବ୍‌ଡିଭିଜନ ଦାବି ନେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲା। ଉଚ୍ଚ ନ୍ୟାୟାଳୟ ଏ ଦିଗରେ ଉପଯୁକ୍ତ ବିଚାର କରି ଅବିଳମ୍ବେ ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏଥିସହ ଓଡ଼ିଶା ରାଜ୍ୟପାଳ ବିକାଶ ପରିଷଦର ପଟ୍ଟାମୁଣ୍ଡାଇ ସବ୍‌ଡିଭିଜନ ଦାବି ଉପରେ ହସ୍ତକ୍ଷେପ କରି ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ସୁପାରିସ କରିଛନ୍ତି। ପଟ୍ଟାମୁଣ୍ଡାଇରେ ସବ୍‌ଡିଭିଜନ ହସ୍ପିଟାଲ, ଏଡିଜେ କୋର୍ଟ, ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ, ବିଦ୍ୟୁତ୍‌, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ସବ୍‌ଡିଭିଜନ କାର୍ଯ୍ୟାଳୟ, କୃଷି ଜିଲା କାର୍ଯ୍ୟାଳୟ, ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନ ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସହ ପର୍ଯ୍ୟାପ୍ତ ସରକାରୀ ଜମି ରହିଛି। ଉପରୋକ୍ତ ଦାବି ସହ ବହୁ ପ୍ରତୀକ୍ଷିତ ପଟ୍ଟାମୁଣ୍ଡାଇ ସରକାରୀ ବସ୍‌ଷ୍ଟାଣ୍ଡ, ଯାତ୍ରୀ ବିଶ୍ରାମାଗାର ନିର୍ମାଣ ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନେଲେ ପଟ୍ଟାମୁଣ୍ଡାଇ, ରାଜନଗରବାସୀଙ୍କ ସ୍ବପ୍ନ ସାକାର ହେବ। ଏହି ଦାବି ହାସଲ ପର୍ଯ୍ୟନ୍ତ ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦ ତା’ର ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଜାରି ରଖିବ ବୋଲି ଚେତାବନୀ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

୧୨ ବର୍ଷ ଧରି କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ବନ୍ଦ

କେନ୍ଦ୍ରାପଡ଼ା,୨୯ା୪ (ଜଗନ୍ନାଥ ଧଳ): ଛକ ବଜାରଠାରୁ ଗ୍ରାମାଞ୍ଚଳରେ କୁକୁଡା ମାଂସ ବିକ୍ରୟ କେନ୍ଦ୍ର ଭରପୂର ରହିଛି। କେଜି ପ୍ରତି ୨୨୦ରୁ ୩୫୦ ଟଙ୍କାରେ ମାଂସ ବିକ୍ରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri