ପରିତ୍ୟକ୍ତ ଅବସ୍ଥାରେ ସ୍ବାଧୀନତା ସଂଗ୍ରାମର ସ୍ମାରକୀ

ଡେରାବିଶ,୧୫ା୮(ବେବର୍ତ୍ତା ଅଜୟ ଦାସ): ସ୍ବାଧୀନତା ଆନ୍ଦୋଳନରେ କେନ୍ଦ୍ରାପଡ଼ା ଜିଲାର ଭୂମିକା ଅବିସ୍ମରଣୀୟ। ସ୍ବାଧୀନତା ସଂଗ୍ରାମରେ ଜିଲାର କୋଣ ଅନୁକୋଣରୁ ସେ ସମୟରେ ବହୁ ଛାତ୍ର ଓ ଯୁବକ ନିଜକୁ ଉତ୍ସର୍ଗକରି ଆନ୍ଦୋଳନର ବାର୍ତ୍ତା ପ୍ରତ୍ୟେକ ପରିବାରରେ ପହଞ୍ଚାଇଥିଲେ। ଜାତିର ପିତା ଗାନ୍ଧିଜୀଙ୍କ ଐତିହାସିକ ପଦଯାତ୍ରା କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କାକତିଆଠାରେ ୧୯୩୪ ମେ ୨୬ରେ ପହଞ୍ଚତ୍ବା ପରେ ଗାନ୍ଧିଜୀଙ୍କୁ ଉଚ୍ଛ୍ବ୍ବସିତ ସମ୍ବର୍ଦ୍ଧନା ଦେବା ସହ ପଦଯାତ୍ରାରେ ବହୁ ସଂଖ୍ୟାରେ ଯୁବକ ସାମିଲ ହୋଇଥିଲେ। ପରେ ବ୍ଲକ ଅଧୀନ ଖମୋଳ ପଞ୍ଚାୟତ ସଲାରୋ ମଠରେ ଗାନ୍ଧିଜୀ ରାତ୍ରିଯାପନ କରିବା ସହ ୨୭ ତାରିଖରେ ସଲାରଠାରେ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇଥିଲେ। ପରେ ଗାନ୍ଧିଜୀଙ୍କ ପଦଯାତ୍ରା କେନ୍ଦ୍ରାପଡ଼ା ଅଭିମୁଖେ ଯିବା ସହ ଗରାପୁର ଡାକବଙ୍ଗଳାରେ ରାତ୍ରିଯାପନ ପରେ ମେ ୩୦ରେ ଡେରାବିଶ ବ୍ଲକ ଅନ୍ତର୍ଗତ ବାରିମୂଳ ପଡ଼ିଆରେ ବିଶାଳ ଜନସମାବେଶକୁ ଗାନ୍ଧିଜୀ ଉଦ୍‌ବୋଧନ ଦେଇଥିଲେ। ଏହି ସ୍ମରଣୀୟ ଦିନ ଭାରତ ସ୍ବାଧୀନତା ଆନ୍ଦୋଳନ ଇତିହାସରେ ଏକ ଫର୍ଦ୍ଦ ହୋଇ ରହିଛି। କାରଣ ଜନସମାବେଶରେ ଉପସ୍ଥିତ ଶତାଧିକ ଯୁବକ ଓ ଛାତ୍ର ନିଜକୁ ସ୍ବାଧୀନତା ଆନ୍ଦୋଳନରେ ଝାସ ଦେଇଥିଲେ। ଇତିମଧ୍ୟରେ ଏହି ଘଟଣାକୁ ୮୯ବର୍ଷ ବିତିଯାଇଥିବା ବେଳେ ସମଗ୍ର ଦେଶରେ ୭୬ତମ ସ୍ବାଧୀନତା ଦିବସ ପାଳନ ହେବାକୁ ଯାଉଛି। ସରକାରଙ୍କ ବିଭିନ୍ନ ଉନ୍ନୟନ ଯୋଜନା ଓ ଜିଲା ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହିଥିବା ସ୍ବାଧୀନତା ସଂଗ୍ରାମର ସ୍ମାରକୀ ବାରିମୂଳର ଗାନ୍ଧୀ ସ୍ମୃତିପୀଠଟି ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ସ୍ଥାନୀୟ ଅଞ୍ଚଳବାସୀ, ବୁଦ୍ଧିଜୀବୀ ମହଲରୁ ଜିଲା ପ୍ରଶାସନଠାରୁ ଆରମ୍ଭକରି ମୁଖ୍ୟମନ୍ତ୍ରୀଙ୍କ ଯାଏ ଏହି ପୀଠର ଉନ୍ନତୀକରଣ ପାଇଁ ବାରମ୍ବାର ଦାବି ହୋଇ ଆସୁଛି। ହେଲେ ପୀଠର ଉନ୍ନତୀକରଣ ପାଇଁ ଏଯାଏ କୌଣସି ପ୍ରଶାସନିକ ପଦକ୍ଷେପ ନିଆଯାଇନାହିଁ ବୋଲି ବାରିମୂଳର ପୂର୍ବତନ ସରପଞ୍ଚ ସୁଦ୍ଧଦେବ ବେହେରା କହିଛନ୍ତି। ପ୍ରତ୍ୟେକ ବର୍ଷ ଗାନ୍ଧିଜୀଙ୍କ ସ୍ବନକ୍ଷତ୍ର ଦିବସ ଅକ୍ଟୋବର ୨ ଓ ମହାପ୍ରୟାଣ ଦିବସ ଜାନୁୟାରୀ ୩୦ରେ ଗାନ୍ଧୀ ଫାଉଣ୍ଡେଶନ ଟ୍ରଷ୍ଟ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଉତ୍ସବ ପାଳନ କରାଯାଉଛି। ମାତ୍ର ସରକାରୀ ଯୋଜନା ଏଠାରେ ଅପହଞ୍ଚ ହୋଇଥିବାରୁ ପୀଠର ଉନ୍ନତି ସମ୍ଭବ ହୋଇପାରୁନାହିଁ ବୋଲି ସୁଦ୍ଧଦେବ କହିଛନ୍ତି। ଏଠାରେ ଏକ ଶିଶୁ ଉଦ୍ୟାନ କରାଯିବା ସହ ଗାନ୍ଧୀଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଓ ପୀଠର ବିକାଶ ପାଇଁ ଯୁବନେତା ଦିଲୀପ ଦାସ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଯେଉଁ ବରଗଛ ମୂଳରେ ଗାନ୍ଧିଜୀ ତାଙ୍କର ଓଜସ୍ବିନୀ ଭାଷଣ ଦେଇଥିଲେ ରକ୍ଷଣାବେକ୍ଷଣ ଅଭାବରୁ ଗୋବରୀ ନଦୀର ବନ୍ୟାରେ ତାହା ଉପୁଡ଼ି ଯାଇଛି। ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାପନ କରାଯାଇଥିବା ଏକ ଆବକ୍ଷ ପ୍ରତିମୂର୍ତ୍ତି ଅତୀତର ସେହିଦିନକୁ କେବଳ ଗୁମୁରୁଛନ୍ତି। ଏ ସମ୍ପର୍କରେ ବିଡିଓ ଦାଶରଥି ଜେନାଙ୍କୁ ପଚାରିବାରୁ ଏହି ପୀଠର ଉନ୍ନତୀକରଣ ପାଇଁ ବାରିମୂଳ ସରପଞ୍ଚଙ୍କ ସହ ଆଲୋଚନା କରାଯାଇଛି। ଖୁବ୍‌ଶୀଘ୍ର ସ୍ମୃତିପୀଠର ଉନ୍ନତି ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିକଅପ୍ ଧକ୍କାରେ ଶିଶୁଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଟାୟାର ଜାଳି ଆନ୍ଦୋଳନ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ମେକ୍ସପିକଅପ୍ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସଂଧ୍ଯ୍ଯାରେ ଉତ୍ତେଜନା ଦେଖାଦେଇଛି । ଚାଙ୍ଗୁଡ଼ିଆପଦର ସାହିର…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…

ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ଗାଡ଼ି ଚାଳକଙ୍କ ପାଇଁ ଆସିଲା କଡ଼ା ନିୟମ, ଏହା ନଥିଲେ ୧ ଅକ୍ଟୋବରଠୁ ମିଳିବନି ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ,୨୭।୯: ଦିଲ୍ଲୀ-NCRରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ଅକ୍ଟୋବର ୧ରୁ କଡ଼ା ନିୟମ ଲାଗୁ କରାଯିବାକୁ ଯାଉଛି ।…

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଏହି ୫ ରାଶି ସବୁଠୁ ଦୁଃଖୀ ରାଶି, ଅଧିକ ପାଇବା ଆଶାରେ ରହନ୍ତି ଅସନ୍ତୁଷ୍ଟ, ପଢନ୍ତୁ ଆପଣଙ୍କ ରାଶି ଅଛି କି…

ଶାସ୍ତ୍ରରେ କୁହାଯାଇଛି, ଯେଉଁ ବ୍ୟକ୍ତି ସନ୍ତୁଷ୍ଟ ରହନ୍ତି ସେ ସବୁବେଳେ ସୁଖୀ ରହନ୍ତି। ସନ୍ତୋଷକୁ ମଣିଷର ସବୁଠାରୁ ବଡ଼ ଶକ୍ତି ବୋଲି ମଧ୍ୟ କୁହାଯାଏ। କିନ୍ତୁ ଏପରି…

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

‘ଘର ଭାଙ୍ଗୁଥିବାଙ୍କୁ ପ୍ରୋତ୍ସାହନ ଦିଅନି’, ଗୋବିନ୍ଦା-କୋମଲଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ…

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଲାଲବାଗଚା ରାଜାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଥିବା ବେଳେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ଓ କୋ-ଷ୍ଟାର୍‌ କୋମଲ ରାଣୀ ସ୍ବର୍ଣ୍ଣକାରଙ୍କ ସହ…

ମାଛ ଡବାରେ ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଲା କଳାହାଣ୍ଡି ଅବକାରୀ ବିଭାଗ, ୨୫ ବସ୍ତା ଜବତ

ଭବାନୀପାଟଣା,୨୭।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଗଞ୍ଜେଇ ମାଫିଆମାନେ ବିଭିନ୍ନ ସମୟରେ ଅଭିନବ ଉପାୟରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରୁଥିବା ନଜିର ରହିଛି । ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?