ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗାଁକୁ ରାସ୍ତା ନାହିଁ

ମହାକାଳପଡ଼ା,୧୮ା୮ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଭାରତ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗାଁକୁ ରାସ୍ତା ନାହିଁ ବୋଲି କହିଛନ୍ତି ଗ୍ରାମବାସୀ। ଗ୍ରାମର ଛାତ୍ରୀଛାତ୍ରମାନେ ପାଠ ପଢ଼ିବା ପାଇଁ ୨ କି.ମି. ଦୂର ନିକଟ ଉଚ୍ଚ ବିଦ୍ୟାଳୟକୁ ଯାତାୟାତ ପାଇଁ ବର୍ଷାଦିନରେ ନାହିଁ ନ ଥିବା ଅସୁବିଧା ଭୋଗୁଥିବା ଦେଖିବାକୁ ମିଳୁଛି। ପିଲାମାନେ କାଦୁଅ ପଙ୍କରେ ହାତରେ ଚପଲ, ବସ୍ତାନି ଧରି ଯାଉଛନ୍ତି। ବାଇକ୍‌ ଆରୋହୀମାନେ ଆଣ୍ଠୁଏ କାଦୁଅରେ ବାଇକ୍‌କୁ ଠେଲି ଠେଲି ନେଇ ଯାଉଥିବା ଦେଖିବାକୁ ମିଳୁଛି। ଏଭଳି ଦେଖିବାକୁ ମିଳୁଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଗଡ଼ରୋମିତ-ସୋବଳା ମଧ୍ୟ ସ୍ଥଳ ଗ୍ରାମ୍ୟ ରାସ୍ତାର ଅତି ଦୟନୀୟ ଅବସ୍ଥା।
ପ୍ରତିଦିନ ଗ୍ରାମର ଶ୍ରମିକମାନେ ଦୁର୍ଦ୍ଦିନରେ ବାଇକ୍‌ ଯୋଗେ ପାରାଦୀପ ଶିଳ୍ପ କାରଖାନାକୁ ଯାତାୟାତ କରୁଛନ୍ତି। ତେବେ ଗ୍ରାମର ୪୦ରୁ ଅଧିକ ଛାତ୍ରୀଛାତ୍ର ଏହି କାଦୁଅ ପଙ୍କ ରାସ୍ତା ପାରହୋଇ ଗଡ଼ରୋମିତସ୍ଥିତ ଚମ୍ପକେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟକୁ ଅଧ୍ୟୟନ କରିବାକୁ ଯାଇଥାନ୍ତି। ତେବେ ଗ୍ରାମର ୨ଟି ୱାର୍ଡ ୩୦୦ ପରିବାର ବିଶିଷ୍ଟ ୧ ହଜାରରୁ ଅଧିକ ଲୋକ ବସବାସ କରନ୍ତି। ହେଲେ ଏହି ଗ୍ରାମକୁ ଭଲ ରାସ୍ତା ନାହିଁ ଆମେ ବାଧ୍ୟ ହୋଇ କାଦୁଅରେ ବାଇକ୍‌ଗୁଡିକୁ ଠେଲି କି ନେଉଥିବା ରବୀନ୍ଦ୍ର ସାହୁ , ରଶ୍ମିରଞ୍ଜନ ରାଉତ, ସଦାନନ୍ଦ ସ୍ବାଇଁ ପ୍ରମୁଖ କହିଛନ୍ତି। ଆମ ଦେଶ ସ୍ବାଧୀନ ହୋଇଛି ସତ କିନ୍ତୁ ଆମେ ପାଠ ପଢ଼ିବା ପାଇଁ ଦୈନିକ ବହି ବସ୍ତାନି ବୋଝ ଧରି କାଦୁଆ ପଙ୍କପାଣିରେ ବହୁ କଷ୍ଟରେ ବିଦ୍ୟାଳୟ ଯାଉଛୁ ବୋଲି ଗାଁର ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ପୂଜାରାଣୀ ରାଉତ, ଜଗନ୍ନାଥ ରାଉତ, ଲିପ୍‌ସାରାଣୀ ସ୍ବାଇଁ, ଅବିନାଶ ସ୍ବାଇଁ, ରକି ବେହେରା ଓ ପୂଜାରାଣୀ ଦାସଙ୍କ ସମେତ ଅନ୍ୟ ପିଲାମାନେ କହିଛନ୍ତି। ଗ୍ରାମର ସୂର୍ଯ୍ୟକାନ୍ତ ସେଠୀଙ୍କ କହିବା କଥା ଏହି କାଦୁଅ ରାସ୍ତାକୁ ପାରହେବା ପାଇଁ ଘଣ୍ଟାଏ ସମୟ ଲାଗେ। ନିର୍ବାଚନ ପୂର୍ବରୁ ଠିକାଦାରମାନେ ମୁଠାଏ ମୁଠାଏ ଗୋଡ଼ି, ବାଲି, ଡଷ୍ଟ ଛିଞ୍ଚତ୍ ଦେଇ କାମ ସାରି ଦିଅନ୍ତି। ନିର୍ବାଚନ ସରିଲେ ଉକ୍ତ କାଦୁଅ ରାସ୍ତା ଅବସ୍ଥା ବଦଳେ ନାହିଁ। ଏ ସଂକ୍ରାନ୍ତରେ ବିଡିଓ ସାଗର କୁମାର ନନ୍ଦଙ୍କୁ ପଚାରିବାରେ ସୋବଳା ଗାଁ ରାସ୍ତା ସମସ୍ୟା ନଜରକୁ ଆସିଛି। ପ୍ରଶାସନ ପକ୍ଷରୁ ଖୁବ୍‌ଶୀଘ୍ର ରାସ୍ତା ପୁନରୁଦ୍ଧାର କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିତୃ ଦିବସରେ ବାପାଙ୍କୁ ବିଳାସପୂର୍ଣ୍ଣ କାର ଉପହାର ଦେଲେ ଏହି କ୍ରିକେଟର, ଦାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୨୨।୬: ଭାରତୀୟ ଟିମର ଇଂଲଣ୍ଡ ଗସ୍ତ ୧ ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି। ଏହି ଗସ୍ତ ସମୟରେ, ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ପାଞ୍ଚଟି ଟି-୨୦ ମ୍ୟାଚ…

ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହେବା ପରେ ସମାଲୋଚକମାନଙ୍କୁ କଡ଼ା ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୨।୬: ଶ୍ରୀଲଙ୍କା ଏ’କୁ ପରାସ୍ତ କରିବା ପରେ ‘ପ୍ଲେୟାର ଅଫ ଦି ମ୍ୟାଚ’ ବିବେଚିତ ବୈଭବ ସୂର୍ଯ୍ୟବଂଶୀ କହିଛନ୍ତି ଯେ ସେ ପ୍ରଥମ ୧୦ ଓଭରର ଫାଇଦା…

ଆମେରିକା-ଇରାନ ଶାନ୍ତି ଆଲୋଚନା ମଧ୍ୟରେ କତାର ଗ୍ୟାସ ଟର୍ମିନାଲରେ ବଡ଼ ବିସ୍ଫୋରଣ; ୫୪ ଜଣ ଆହତ, ୧୮ ନିଖୋଜ

ଦୋହା,୨୨।୬: ରବିବାର ରାତିରେ (ଜୁନ ୨୧) କତାରର ରାସ ଲାଫାନରେ ଏକ ପ୍ରମୁଖ ପ୍ରାକୃତିକ ଗ୍ୟାସ ରପ୍ତାନି ଟର୍ମିନାଲରେ ଏକ ବଡ଼ ବିସ୍ଫୋରଣ ଘଟିଥିଲା। ଇରାନ ଦ୍ୱାରା…

ପିଲାଚୋର ସନ୍ଦେହରେ ବାହାର ରାଜ୍ୟର ଯୁବକଙ୍କୁ ନିର୍ଧୂମ ମାଡ଼, ଭିଡିଓ ଭାଇରାଲ ପରେ…

ସମ୍ବଲପୁର,୨୨ା୬(ପ୍ରମୋଦ ବହିଦାର): ସମ୍ବଲପୁର ସହରର କ୍ଷେତରାଜପୁର ଥାନା ଅନ୍ତର୍ଗତ ଧୋବାପଡ଼ା ଅଞ୍ଚଳରେ ରବିବାର ସକାଳେ ଜଣେ ବାହାର ରାଜ୍ୟର ଯୁବକଙ୍କୁ ପିଲା ଚୋର ଭାବି କିଛି ସ୍ଥାନୀୟ…

୫୨ ବର୍ଷରେ ପଦାର୍ପଣ କଲେ ବିଜୟ, ଭିନ୍ନ ଢଙ୍ଗରେ ଶୁଭେଚ୍ଛା ଜଣାଇଲେ ରାହୁଲ

ଚେନ୍ନାଇ,୨୨।୬: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ଟିଭିକେ ମୁଖ୍ୟ ଥାଲାପତି ବିଜୟ ତାଙ୍କର ୫୨ତମ ଜନ୍ମଦିନ ପାଳନ କରୁଛନ୍ତି। ଲୋକ ସଭାରେ ବିରୋଧୀ ଦଳ ନେତା ଏବଂ ବରିଷ୍ଠ…

ମା’ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ଏମ୍‌ପି ପ୍ରଦୀପ ପାଣିଗ୍ରାହୀ, ଘଣ୍ଟ-ଢୋଲ ପଟୁଆରରେ…

ଗଞ୍ଜାମ,୨୨ା୬(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ଆଲିଆବାଦ ଗ୍ରାମର ଗ୍ରାମ୍ୟଦେବୀ ମା’ ବୁଢ଼ୀଠାକୁରାଣୀଙ୍କ ଭବ୍ୟ ନୂତନ ମନ୍ଦିର ପ୍ରତିଷ୍ଠା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…

ପଞ୍ଚାୟତ ନିର୍ବାଚନ ପାଇଁ ସଂଗଠନ ସୁଦୃଢ଼ କରିବାକୁ କଂଗ୍ରେସର ଆହ୍ବାନ

ଥୁଆମୂଳ ରାମପୁର,୨୨ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରସ୍ଥିତ ବରଙ୍ଗା ତୋଟାଠାରେ ଥୁଆମୂଳ ରାମପୁର ପଞ୍ଚାୟତ କଂଗ୍ରେସ କମିଟି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ କର୍ମୀ ସମ୍ମିଳନୀ ଅନୁଷ୍ଠିତ…

ସ୍ବିଜରଲ୍ୟାଣ୍ଡ ବୈଠକ ଶେଷ: ହର୍ମୁଜରେ ହଟିଲା ଅବରୋଧ, ସମ୍ପତ୍ତି ଫ୍ରିଜ ଆରମ୍ଭ, ହେଲେ ଏବେବି ବାକି ଅଛି…

ତେହରାନ,୨୨।୬: ସ୍ବିଜରଲ୍ୟାଣ୍ଡରେ ଆମେରିକା ଏବଂ ଇରାନ ମଧ୍ୟରେ ବୈଠକ ଶେଷ ହୋଇଛି। ଇରାନ ବୈଠକ ଶେଷ ହେବାର ଘୋଷଣା କରିଛି ଏବଂ ସମାଧାନ ହୋଇଥିବା ସମସ୍ୟାଗୁଡ଼ିକୁ ଉଲ୍ଲେଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri