ଭୟ ଭିତରେ ବି ଲୋକଙ୍କୁ ସଚେତନ କରୁଛନ୍ତି ଅଙ୍ଗନଓ୍ବାଡି କର୍ମୀ
ଲାଞ୍ଜିଗଡ,୧୬।୪(ଡି.ଏନ୍.ଏ.): ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ପ୍ରଶାସନର ସମସ୍ତ ବିଭାଗ ସଚେତନତା ପାଇଁ ଅଣ୍ଟା ଭିଡଛି। ଏଥିରୁ ବାଦ ପଡି ନାହାନ୍ତି ଦୁର୍ଗମ ଅଞ୍ଚଳରେ ଥିବା ଅଙ୍ଗନବାଡି କର୍ମୀ। ସେମାନେ ଗ୍ରାମାଞ୍ଚର ଦୁର୍ଗମ ଅଞ୍ଚଳକୁ…
ଲକ୍ଡାଉନ୍ ନିୟମ ଉଲ୍ଲଘଂନ: ୧୯ ହଜାର ଜରିମାନା ଆଦାୟ ସହ ଜଣେ ଚା’ ଦୋକାନୀ ଗିରଫ
ଜୁନାଗଡ଼,୧୬।୪(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ଲକ୍ଡାଉନ୍ କଡ଼ାକଡ଼ି କରାଯାଇଛି। ଏହାକୁ ସଫଳ କରିବା ପାଇଁ ଜୁନାଗଡ଼ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ହେଳେ ଏହା ସତ୍ତ୍ବେ ବି କେତେକ ଅମାନିଆ ବାଇକ ଚାଳକ ଏହି ନିୟମକୁ ମାନୁନାହାନ୍ତି। ଜୁନାଗଡ଼…
କେସିଙ୍ଗା ଏନ୍ଏସିରେ ଶୁଖିଲା ଖାଦ୍ୟ ବଣ୍ଟନ କଲା ମାନବ ସେବା ଟ୍ରଷ୍ଟ
କେସିଙ୍ଗା,୧୫।୪(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଏନ୍ଏସିର ୬ ନଂ. ୱାର୍ଡରେ ମାନବ ସେବା ଟ୍ରଷ୍ଟ ପକ୍ଷରୁ ଶୁଖିଲା ଖାଦ୍ୟ ବୁଧବାର ବଣ୍ଟନ କରାଯାଇଛି। ସମ୍ପୂର୍ଣ୍ଣ ଦେଶ ଲକ୍ଡାଉନ୍ରେ ଥିବାବେଳେ ସହରର ସାହି ବସ୍ତିରେ ରହୁଥିବା ଗରିବ ତଥା ଶ୍ରମିକଶ୍ରେଣୀୟ ଲୋକେ ବିଶେଷ…
ଖୁବ୍ଶୀଘ୍ର କଳାହାଣ୍ଡିରେ କୋଭିଡ ହସ୍ପିଟାଲ: ଦିନିକିଆ ଗସ୍ତରେ ସ୍ଥିତି ସମୀକ୍ଷା କଲେ ୫-ଟି ସଚିବ, ଉନ୍ନୟନ କମିଶନର
ଭବାନୀପାଟଣା/ଧର୍ମଗଡ,୧୫।୪(ଡି.ଏନ୍.ଏ.): ବୁଧବାର ଦିନିକିଆ କଳାହାଣ୍ଡି ଗସ୍ତରେ ୫-ଟି ସଚିବ ଭିକେ ପାଣ୍ଡିଆନ ଏବଂ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଆସି ଭବାନିପାଟଣାଠାରେ ହେବାକୁ ଥିବା କୋଭିଡ ହସ୍ପିଟାଲର ସମୀକ୍ଷା କରିଛନ୍ତି। ୨୦୦ ଶଯ୍ୟା ବିଶିଷ୍ଟ ଏହି ସ୍ବତନ୍ତ୍ର କୋଭିଡ ହସ୍ପିଟାଲ କଳାହାଣ୍ଡି…
କରୋନା ପାଇଁ ଅନ୍ ଲାଇନ୍ରେ ପାଠ ପଢାକୁ ଗୁରୁତ୍ୱ
ଜୁନାଗଡ,୧୪।୪(ଡି.ଏନ୍.ଏ): କରୋନା ମୁକାବିଲା ପାଇଁ ଜାରି କରାଯାଇଥିବା କଟକଣା ଯୋଗୁ ଓଡିଶାର ସମସ୍ତ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଛି। ଯାହା ଶିକ୍ଷାଦାନ ଉପରେ ଗୁରୁତର ପ୍ରଭାବ ପକାଇଛି। ଘରେ ବସି ପିଲା ବହି ଖୋଲିବା ସାର ହେଉଛି। ମଙ୍ଗଳବାର…
ସ୍କୁଲରୁ ଚାଉଳ, ଖେଳ ସାମଗ୍ରୀ ଚୋରି
ଜୁନାଗଡ,୧୪।୪(ଡି.ଏନ୍.ଏ): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ସନ୍ୟାସୀ କୁଣ୍ଡାମାଲ ପଞ୍ଚାୟତ ବାଞ୍ଜିନାଳପଡା ପ୍ରାଥମିକ ବିଦ୍ୟାଳୟରେ ସୋମବାର ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ଅଫିସ୍ର ତାଲା ଭାଙ୍ଗି ସେଠାରେ ଥିବା ଚାଉଳ ଓ ଖେଳଣା ସାମଗ୍ରୀ ଚୋରି କରିନେଇଛନ୍ତି। ମଙ୍ଗଳବାର ସକାଳରେ ସ୍କୁଲ…
ଗ୍ୟାସ ଟାଙ୍କି ଫାଟି ମା’, ପୁଅ ଗୁରୁତର
ଭବାନୀପାଟଣା,୧୩।୪(ସ୍ବ.ପ୍ର.)-କଳାହାଣ୍ଡି ଜିଲା ଭବାନୀପାଟଣା ସହର ରାମସାଗର ପଡାରେ ପୋଲିସ ଏଏସ୍ଆଇ ଟଙ୍କଧର ଜାଲଙ୍କ ରୋଷେଇ ଘରେ ନୂତନ ଗ୍ୟାସ ରେଗୁଲେଟର ସଂଯୋଗ କରୁଥିବାବେଳେ ସୋମବାର ମଧ୍ୟାହ୍ନରେ ହଠାତ୍ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ଯୋଗଁୁ ଟାଙ୍କି ଫାଟିଯାଇଥିଲା। ଏହି ସମୟରେ ଘଟଣାସ୍ଥଳରେ…
କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ କଳାହାଣ୍ଡିବାସୀ ଆଶ୍ୱସ୍ତ
ଧର୍ମଗଡ଼,୧୩ା୪(ଡି.ଏନ୍.ଏ.) : କଳାହାଣ୍ଡି ଜିଲାର ଜଣେ କୋଭିଡ୍ ପଜିଟିଭ ଆକ୍ରାନ୍ତ ବର୍ତ୍ତମାନ ସୁସ୍ଥ ହୋଇଥିବା ଜଣାପଡ଼ିଛି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ୍ ମାଧ୍ୟମରେ ସୂଚନା ଦିଆଯାଇଛି। ଏନେଇ ଜିଲାବାସୀଙ୍କୁ କିଛିଟା ଆଶ୍ୱସ୍ତି ମିଳିଛି। ଗୋଲାମୁଣ୍ଡା ବ୍ଲକ…
ଲକ୍ଡାଉନ ବଢାଇଲା ଚାଷୀଙ୍କ ଦୁର୍ଦ୍ଦଶା
କର୍ଲାମୁଣ୍ଡା, ୧୩ା୪(ଡି.ଏନ.ଏ.) ଲକ୍ଡାଉନ ଯୋଗୁଁ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳର ପରିବା ଓ ତରଭୁଜ ଚାଷୀ ସଙ୍କଟରେ ପଡିଛନ୍ତି। ଚଳିତ ବର୍ଷ ଅନୁକୂଳ ପାଗ ଯୋଗୁ ଭଲ ଫସଲ ହୋଇଥିଲେ ମଧ୍ୟ ଲକ୍ଡାଉନ ଜନିତ କଟକଣା ଯୋଗୁ ଏ ସବୁ…
ଘରକୁ ଫେରୁଥିବା ୮ ଶ୍ରମିକଙ୍କୁ ସଙ୍ଗରୋଧ ଗୃହକୁ ପଠାଇଲା ପୋଲିସ
କୋକସରା,୧୨।୪ (ଡି.ଏନ.ଏ.) କୋରାପୁଟ ଜିଲାର ବୋରିଗୁମାର ଏକ ରାଇସ୍ ମିଲ୍ରେ ଶ୍ରମିକ ଭାବରେ କାମ କରୁଥିବା ୮ ଜଣ ଶ୍ରମିକ ରବିବାର ଚାଲି ଚାଲି ଘରକୁ ଫେରୁଥିବା ବେଳେ ପୋଲିସ ହାବୁଡ଼ରେ ପଡିଛନ୍ତି। କଳାହାଣ୍ଡି ଓ ନବରଙ୍ଗପୁର ସୀମାରେ ଆମପାଣି…
ଅସଦାଚରଣ ଅଭିଯୋଗରେ ଛତିଶଗଡରୁ ଗିରଫ
ଭବାନୀପାଟଣା/ଜୟପାଟଣା୧୨।୪(ସ୍ବ.ପ୍ର/ଡି.ଏନ୍.ଏ): ଓଡିଶା ଭିଜିଲାନ୍ସ ବିଭାଗକୁ ଚକମା ଦେଇ ଦୀର୍ଘ ୨ବର୍ଷ ଧରି ଫେରାର ଥିବା ଅଭିଯୁକ୍ତ ଶେଷରେ ଜଣେ ମହିଳାଙ୍କୁ ଅସଦାଚରଣ କରିବା ଘଟଣାରେ ଛତିଶଗଡ ରାଜ୍ୟ ଜଗଦଲପୁର ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ହେଲେ ଦେବୀ ପ୍ରସାଦ…
କରୋନା ମାଡ, ସ୍ଥାଣୁ ପାଲଟିଛି ରଙ୍ଗତୁଳୀ
ଜୁନାଗଡ,୧୨।୪(ଡି.ଏନ୍.ଏ.)-ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଲକ୍ଡାଉନ ଜାରି କରିଛନ୍ତି। ଏହାର ପ୍ରଭାବରେ ଅନେକ ଲୋକ ନିଜ ଜୀବିକା ହରାଇ ବସିଛନ୍ତି। ଫଳରେ ସେମାନଙ୍କ ଚଳିବା ଏବେ କଷ୍ଟକର ହୋଇପଡିଛି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଚିତ୍ରକର,ରଙ୍ଗତୂଳୀ…

