କଳାହାଣ୍ଡି

୨୬ ଶ୍ରମିକଙ୍କୁ ସଂଗରୋଧ ଗୃହକୁ ପଠାଇଲା ପୋଲିସ

ଭବାନୀପାଟଣା/କୋକସରା,୨୦।୪(ସ୍ବ.ପ୍ର/ଡି.ଏନ.ଏ.): ଫୁଲବାଣୀରୁ ୨୬ଜଣ ଶ୍ରମିକ ନରଙ୍ଗପୁରକୁ ଚାଲିଚାଲି ଆସୁଥିବା ସମୟରେ ସୋମବାର ଆମପାଣି ପୋଲିସ ହାତରେ ଧରା ପଡିଥିଲେ। ପରେ ଉକ୍ତ ଶ୍ରମିକମାନଙ୍କୁ ସ୍ଥାନୀୟ ସଂଗରୋଧ ଗୃହରେ ଥଇଥାନ କରାଯାଇଛି। ମିଳିଥିବା ସୁଚନା ଅନୁସାରେ, ଫୁଲବାଣୀ ଜିଲା ଖଜୁରୀପଡାଠାରେ ନବରଙ୍ଗପୁର ଜିଲାର…

ଲକ୍ଷାଧିକ ଟଙ୍କାର ଶାଗୁଆନ ପଟା ଜବତ

ଭବାନୀପାଟଣା/ଜୟପାଟଣା,୧୯।୪(ସ୍ବ.ପ୍ର/ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଅର୍ନ୍ତଗତ ଜୟପାଟଣା ରେଞ୍ଜ ବଟକର୍ଲାକୋର୍ଟ ଓ ପାବଲି ଗ୍ରାମରେ ରବିବାର ବନ ବିଭାଗ ପକ୍ଷରୁ ଚଢାଉ କରି ବିପୁଳ ପରିମାଣରେ ଶାଗୁଆନ କାଠ ଜବତ କରଯାଇଛି। ଏହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ…

କଳାହାଣ୍ଡି ପୋଲିସ ପକ୍ଷରୁ ରକ୍ତଦାନ ଶିବିର, ୧୦୧ ୟୁନିଟ ରକ୍ତ ସଂଗ୍ରହ

ଜୁନାଗଡ,୧୯।୪(ଡି.ଏନ୍‌.ଏ)-ଜୁନାଗଡ ସହର ଅଗ୍ରସେନ ଭବନଠାରେ ରବିବାର କଳାହାଣ୍ଡି ପୋଲିସ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରରେ ୧୦୧ଜଣ ମହିଳା,ପୁରୁଷ ସ୍ବେଚ୍ଛାକୃତଭାବେ ରକ୍ତଦାନ କରିଥିଲେ। ପରେ ସେମାନଙ୍କୁ କଳାହାଣ୍ଡି ପୋଲିସ ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇଥିଲା।…

କରୋନା ମାଡ: ଆର୍ଥିକ ସହାୟତା ଦାବି କଲା ବାରିକ ସମିତି

ଭବାନୀପାଟଣା, ୧୮।୪(ସ୍ବ.ପ୍ର.): କରୋନା ଯୋଗଁୁ ମାର୍ଚ୍ଚ ୨୪ ମାର୍ଚ୍ଚଠାରୁ ସାରାଦେଶରେ ଲକ୍‌ଡାଉନ ଜାରିରହିଛି। ଯାହାଫଳରେ ଅନେକ ଲୋକ ଏବେ ନିଜ ଜୀବିକା ହରାଇ ବସିଛନ୍ତି। କାମ କରି ପରିବାର ଚଳଉଥିବା ଉକ୍ତ ଲୋକମାନଙ୍କ ଜୀବନ ଏବେ ଦୁର୍ବିସହ ହୋଇପଡିଛି। ଏପରି ଏକ…

ଖାଦ୍ୟ ପାଇଲେ ଘାଟି ଉପରେ ରହୁଥିବା ଭୋକିଲା ମାଙ୍କଡପଲ

ଲାଞ୍ଜିଗଡ,୧୮।୪(ଡି.ଏନ୍‌.ଏ): ଭବାନୀପାଟଣାରୁ ବିଶ୍ୱନାଥପୁରକୁ ଯାଉଥିବା ରାସ୍ତାରେ ବଞ୍ଜାରୀଘାଟି, ଢେପଗୁଡା ଘାଟି, ଶିକେରକୁପା ଆଦି ଅଞ୍ଚଳରେ ଶହଶହ ମାଙ୍କଡଙ୍କୁ ଲକ୍‌ ଡାଉନ ଭୋକିଲା ରଖିଛି। ଏବେ ଲାଞ୍ଜିଗଡରୋଡର ଯୋଗମୟା ଏସ୍‌ଏସ୍‌ଜି ଗ୍ରୁପ କିନ୍ତୁ ଏମାନଙ୍କ ପାଇଁ ରନ୍ଧା ଖାଦ୍ୟ ଯୋଗାଉଛି। ଏହି ମହିଳା…

ଦୁର୍ଗମ ଅଞ୍ଚଳ ନିୟମଗିରି ପାଦଦେଶର ଅଧିବାସୀଙ୍କୁ ସଚେତନ କଲେ ବିଡିଓ

ଲାଞ୍ଜିଗଡ,୧୮।୪(ଡି.ଏନ୍‌.ଏ):କରୋନା ମୁକାବିଲା ନେଇ ନିୟମଗିରି ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସଚେତନ କରାଯାଇଛି। ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ନିୟମଗିରି ପାଦ ଦେଶରେ ଥିବା ତ୍ରିଲୋଚନପୁର ପଞ୍ଚାୟତର ବିଭିନ୍ନ ଗାଁକୁ ଯାଇ କରୋନା ସମ୍ପର୍କରେ ଲୋକଙ୍କୁ ସତେନ କରିଛନ୍ତି। ତ୍ରିଲୋଚନପୁର…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତାର ହାତ ବଢ଼ାଇଲା କଳାହାଣ୍ଡି ଶିକ୍ଷା ବିଭାଗ

ଭବାନୀପାଟଣା,୧୮।୪ (ସ୍ବ.ପ୍ର.): କୋଭିଡ-୧୯ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତାର ହାତ ବଢ଼ାଇଛି କଳାହାଣ୍ଡି ଜିଲା ଶିକ୍ଷା ବିଭାଗ। ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଉଦ୍ଦେଶ୍ୟରେ ଜିଲା ଶିକ୍ଷାଧିକାରୀ ସୁଶାନ୍ତ ଚୋପଦାର ସମୁଦାୟ ୭୭ ଲକ୍ଷ ୪୧ ହଜାର ୫୮ ଟଙ୍କାର…

ଲକ୍‌ ଡାଉନ୍‌ ହେଲା ଚାଷୀଙ୍କ ପାଇଁ କାଳ

କୋକସରା, ୧୮ା୪(ଡି.ଏନ.ଏ.) – ପ୍ରଥମେ କରାବର୍ଷା ଓ ତାର କିଛିଦିନ ପରେ ଲକ୍‌ଡାଉନ କଳାହାଣ୍ଡି ଜିଲା କୋକସରା ବ୍ଲକର ପନିପରିବା ଓ ତରଭୁଜ ଚାଷୀଙ୍କ ପାଇଁ କାଳ ସାବ୍ୟସ୍ତ ହୋଇଛି । ଏଥିଯୋଗୁ ଶତାଧିକ ଚାଷୀ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି…

ଘରଘର ବୁଲି କରୋନା ସଚେତନତା ବାର୍ତ୍ତା ଦେଉଛନ୍ତି ଅଙ୍ଗନଓ୍ବାଡ଼ି କର୍ମୀ

ଭବାନୀପାଟଣା,୧୭ା୪(ଡି.ଏନ୍‌.ଏ.): ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ପ୍ରଶାସନର ସମସ୍ତ ବିଭାଗ ସଚେତନତା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ଦୁର୍ଗମ ଅଞ୍ଚଳରେ ଥିବା ଅଙ୍ଗନଓ୍ବାଡି କର୍ମୀ। ସେମାନେ ଘରଘର ବୁଲି ସଚେତନତାର ବାର୍ତ୍ତା…

ଜୟପାଟଣା ବ୍ଲକ ପିଏ ନିଲମ୍ବିତ

ଭବାନୀପାଟଣା/ଜୟପାଟଣା,୧୭।୪(ଡି.ଏନ୍‌.ଏ.) – କଳାହାଣ୍ଡି ଜିଲା ଜୟପାଟଣା ବ୍ଲକର କାର୍ଯ୍ୟରତ ପିଏ (ପ୍ରଗତି ସହାୟକ) ଶତାମ୍ବର ପ୍ରଧାନୀଙ୍କୁ ବୁଧବାର ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ସଚିବ ଡି. କେ. ସିଂହ ନିଲମ୍ବନ କରିଛନ୍ତି । ସୂଚନା ଅନୁସାରେ, ପିଏ ପ୍ରଧାନୀ ଥୁଆମୁଳ…

ପୋଲିସ ଉପସ୍ଥିତି ସତ୍ତ୍ୱେ ସାମାଜିକ ଦୂରତା ନିୟମ ଉଲ୍ଲଂଘନ

ଜୁନାଗଡ଼,୧୬।୪(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଚାରବାହାଲ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ୨୬ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଗୁରୁବାର ପୋଲିସ ଉପସ୍ଥିତି ସତ୍ତ୍ୱେ ସାମାଜିକ ଦୂରତା ନିୟମ ଲୋକମାନେ ଉଲ୍ଲଂଘନ କରିଥିବା ଦେଖିବାକୁ ମିଳିଥିଲା। ସାମାଜିକ ଦୂରତା ଉପରେ ସଚେତନ ଥିବା ପୋଲିସ…

ଏଲ୍‌ଆଇ ପଏଣ୍ଟରେ ପାଣି ଉଠାଇ ବିକ୍ରି ଅଭିଯୋଗ

ଜୁନାଗଡ,୧୬।୪(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ତଳମଲା ପଞ୍ଚାୟତ ମସିଗଁା ଗ୍ରାମରେ ଥିବା ବାଗଡିସର ନାଳର ପାଣିକୁ କେତେକ ମୁଷ୍ଟିମେୟ ଲୋକ ଏଲ୍‌ଆଇ ପଏଣ୍ଟ ସାହାଯ୍ୟରେ ପାଣି ଉଠାଇ ଧାନ ଚାଷ ପାଇଁ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଏ ନେଇ ଗ୍ରାମବାସୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?