ମ.ରାମପୁରକୁ ରାଜସ୍ବ ସବ୍‌ଡିଭିଜନ ମାନ୍ୟତା ଦାବି ତେଜିଲା

କର୍ଲାମୁଣ୍ଡା, ୮ା୧୦(ଡି.ଏନ.ଏ.) କଳାହାଣ୍ଡି ଜିଲା ମ.ରାମପୁର ବ୍ଲକକୁ ରାଜସ୍ବ ସବ୍‌ଡିଭିଜନ ମାନ୍ୟତା ଦାବି କରିଛି ମିଳିତ ଆଦିବାସୀ ସଂଗ୍ରାମ ମଞ୍ଚ ମଦନପୁର-ରାମପୁର। ମଞ୍ଚ କର୍ମକର୍ତ୍ତା କର୍ଲାମୁଣ୍ଡା ବ୍ଲକ ସଦର ଶିବ ମନ୍ଦିରଠାରୁ ଏକ ଶୋଭାଯାତ୍ରାରେ ବାହାରି ତହସିଲ କାର୍ଯ୍ୟାଳୟ ନିକଟରେ ପହଞ୍ଚତ୍ଥିଲେ। ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର କର୍ଲାମୁଣ୍ଡା ତହସିଲଦାର ବାସନ୍ତୀ ସେଠ୍‌ଙ୍କୁ ସେମାନେ ପ୍ରଦାନ କରିଥିଲେ। ଏଥିରେ ଆଦିବାସୀ ସଂଘ କର୍ଲାମୁଣ୍ଡା ବ୍ଲକ ସଭାପତି ସୁରେନ୍ଦ୍ର ଭୋଇ, ସଂଗ୍ରାମ ମଞ୍ଚ ସଭାପତି ପ୍ରକାଶ ମାଝୀ, ଉପସଭାପତି ପଦମନ ପାତ୍ର, ସମ୍ପାଦକ ଦ୍ରୋଣାଚାଯ୍ୟ ମାଝୀ, ନନ୍ଦି କିଶୋର ଭୋଇ, କନ୍ଧ ସମାଜ ବ୍ଲକ ସଭାପତି ଗିବର୍ଦ୍ଧନ ଭୋଇ, ସମ୍ପାଦକ ସଂକୀର୍ତ୍ତନ ଭୋଇ, ଲୋଚନ ଧରୁଆ, ଦୟାସାଗର ମାଝୀ, ହଳଦିଆ ତୈଳିକ ବୈଶ୍ୟ ସାହୁ ସମାଜ କର୍ଲାମୁଣ୍ଡା ମଣ୍ଡଳ ସଭାପତି ମୋହନ ସାହୁ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସା ଅବହେଳାରୁ ଗର୍ଭବତୀ ଆଶାକର୍ମୀଙ୍କ ଜୀବନ ଗଲା

ଭବାନୀପାଟଣା,୨୨।୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସାରେ ଅବହେଳା ଯୋଗୁ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ...

ସ୍କୁଲର ଅବହେଳା: ୪୦ ହଜାର ବୃତ୍ତି ଟଙ୍କା କଟିଗଲା

ଜୁନାଗଡ,୧୨।୧୦(ଡି.ଏନ୍‌.ଏ.) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ୍‌ ମଥୁରା ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଉମାକାନ୍ତ ନିଆଲ ନାମକ ଜଣେ ଛାତ୍ର ବୃତ୍ତି ବାବଦକୁ...

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର

ଧର୍ମଗଡ଼,୩୦।୧: କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଜଣେ ଯୁବକ ଅପହରଣ କରି ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ପୋଲିସ...

ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ଟଙ୍କା ବଣ୍ଟନ

ଭବାନୀପାଟଣା/କୋକସରା-୪ । ୪, (ଡି.ଏନ.ଏ.) : ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଥିବା ରାଜ୍ୟର ହିତାଧିକାରୀମାନଙ୍କୁ ଓଡ଼ିଶା ସରକାର ଆଗୁଆ ୩ ମାସର ରାସନ ସାମଗ୍ରୀ...

ବରଗଛରେ ପିଟି ହେଲା ଟ୍ୟାଙ୍କର, ଫସି ରହିଲେ ଡ୍ରାଇଭର

କୋକସରା,୩୧।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ୨୬ ନଂ ଜାତୀୟ ରାଜପଥ ଚାରବାହାଲ ଶାନ୍ତି ନଗର ପଡା ନିକଟରେ ମଙ୍ଗଳବାର ଏକ ପେଟ୍ରୋଲ ଭର୍ତ୍ତି ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଛି।...

ବର୍ଷାରେ ଭୁଶୁଡିଲା ପୋଲ, ଯାତାୟାତ ବାଧାପ୍ରାପ୍ତ: ଯୋଗାଯୋଗରୁ ବିଚ୍ଛିନ୍ନ କଛାରପଡାବାସୀ

ଜୁନାଗଡ,୩୦।୭(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକରେ ଗତ ରବିବାର, ସୋମବାର ୨ ଦିନ ଧରି ଲଗାଣ ବର୍ଷାରେ ଚାରିଆଡେ ଜଳମଗ୍ନ ହୋଇଥିଲା। ଏଥିଯୋଗୁ ନାଳ(ଯୋର), ନଦୀରେ...

ଭବାନୀ ନିଆଲ ବିଜେଡିରୁ ବହିଷ୍କୃତ

ଭୁବନେଶ୍ୱର(ବ୍ୟୁରୋ)/ ଭବାନୀପାଟଣା, ୧୧।୪(ସ୍ବ.ପ୍ର.): କଳାହାଣ୍ଡି ଜିଲା ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟ ପରିଷଦ ସଦସ୍ୟ ଭବାନୀ ଶଙ୍କର ନିଆଲଙ୍କୁ ସୋମବାର ବିଜେଡିରୁ ବହିଷ୍କୃତ କରାଯାଇଛି।...

୪ ମାସ ପରେ ଥାନାରେ ଆତ୍ମସମର୍ପଣ କଲେ ଶୁଚିସ୍ମିତା

ଭବାନୀପାଟଣା,୨୨।୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ବିଇଓ ଅଫିସର ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆର ଲକ୍ଷାଧିକ ଟଙ୍କା ହଡ଼ପ କରି ଦୀର୍ଘ ୪ ମାସରୁ ଊର୍ଦ୍ଧ୍ୱ ହେବ ଫେରାର...

Advertisement
Archives

Model This Week