ଲୋକଙ୍କ ସମସ୍ୟା ଦୂର କର, ଆବଶ୍ୟକତା ପୂରଣ କର

ଜୁନାଗଡ଼,୧୫।୧୦(ଡି.ଏନ.ଏ.) କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଭାଜପା ପକ୍ଷରୁ ବୁଧବାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ୬ ଦଫା ଦାବିପତ୍ର ସ୍ଥାନୀୟ ବିଡ଼ିଓ ଦୁଲାରାମ ମାରାଣ୍ଡିଙ୍କୁ ପ୍ରଦାନ କରାଯାଇଛି। ମହାମାରୀ କରୋନା ସାରା ଦେଶକୁ ଆକ୍ରାନ୍ତ କରିଥିବା ବେଳେ ଓଡ଼ିଶାରେ ମଧ୍ୟ ଅଢେଇ ଲକ୍ଷରୁ ଊଦ୍ଧର୍‌ବ ସଂକ୍ରମିତ। ୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟି ସାରିଲେଣି । ତାଲା ବନ୍ଦ ସମୟରେ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଥିବା ଜିଲାର ଲକ୍ଷାଧିକ ଶ୍ରମିକ ରାଜ୍ୟ ସରକାର ଓ ପ୍ରଶାସନିକ ଦୂରଦୃଷ୍ଟିର ଅଭାବ ଯୋଗୁ ନିଜ ଅଞ୍ଚଳରେ କାମ ପାଇ ପାରୁନାହାନ୍ତି । ଫଳରେ ଫେରିଆସିଥିବା ଦାଦନ ଶ୍ରମିକମାନେ ପୁଣିଥରେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଗଲେଣି । କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଯୋଜନାଗୁଡିକୁ ରାଜ୍ୟ ସରକାର ଠିକ ଢଙ୍ଗରେ ଚଳାଇ ନ ପାରି ତହିଁରେ ଦୁର୍ନୀତି, ଭ୍ରଷ୍ଟାଚାର ଭରି ଦେଇଛନ୍ତି । କେନ୍ଦ୍ର ସରକାରଙ୍କ କୃଷକ କଲ୍ୟାଣ ନିଧି ଯୋଜନାରେ ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଠିକ୍‌ ତାଲିକା କରିବାରେ ବିଫଳତା କାରଣରୁ ଚାଷୀମାନେ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି। ତେଣୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ପ୍ରକୃତ ଗରିବ ହିତାଧିକାରୀଙ୍କୁ ବାଦ ଦିଆଯାଇ ଆନୁଗତ୍ୟ ଆଧାରରେ ଘର ପ୍ରଦାନ କରାଯାଉଛି । ଏହାର ଅନୁଧ୍ୟାନ କରି ଯୋଗ୍ୟ ହିତାଧିକାରୀଙ୍କୁ ଘର ପ୍ରଦାନ କରାଯାଉ। ତାଲା ବନ୍ଦ ସମୟରେ କେନ୍ଦ୍ର ସରକାର ଗରିବଙ୍କ ପାଇଁ ମାଗଣାରେ ଚାଉଳ, ଡାଲିର ବ୍ୟବସ୍ଥା କରିଥିଲେ। ତାହା ଠିକ ଢଙ୍ଗରେ ଗରିବଙ୍କୁ ପ୍ରଦାନ କରାଯାଉ। ଜୁନାଗଡ଼ ବ୍ଲକରେ ୟୁରିଆ ସାରର ଘୋର ଅଭାବ ଦେଖା ଦେଇଥିଲା । ମୁନାଫାଖୋର ବ୍ୟବସାୟୀମାନଙ୍କ ସହିତ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଏହାର ଲୁଣ୍ଠନ କରିଥିଲେ । ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ। ଜୁନାଗଡ଼ ବ୍ଲକର ଅନେକ ପଞ୍ଚାୟତରେ ସାମ୍ପ୍ରତିକ ପରିସ୍ଥିତିରେ ଧାନଚାଷ ଅଧିକାଂଶ କ୍ଷତି ହୋଇଛି । ତାହାର ଠିକ୍‌ ଆକଳନ କରି ରିହାତି ଦରରେ ଔଷଧ ଯୋଗାଇ ଦିଆଯାଉ। ଚଳିତବର୍ଷ ପ୍ରାୟ ଲଘୁଚାପ କାରଣରୁ ବର୍ଷା ଲାଗି ରହିଛି। ବର୍ତ୍ତମାନ ଅନେକ ପଞ୍ଚାୟତରେ ଧାନ ଅମଳ ହେଲାଣି । ବର୍ଷା ଯୋଗୁ ଧାନ କ୍ଷତି ହେଲାଣି। ଏହାର ଅନୁଧ୍ୟାନ କରି କ୍ଷତିପୂରଣ ଦିଆଯାଉ। ତାଲା ବନ୍ଦ ସମୟରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ୮୦୦ କୋଟିରୁ ଉଦ୍ଧର୍‌ବ ଟଙ୍କା ପ୍ରଦାନ କରିଥିଲେ । ରାଜ୍ୟ ସରକାର ପଞ୍ଚାୟତସ୍ତରରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲିଥିଲେ । କିନ୍ତୁ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ସାନିଟାଇଜ ନ କରି ବିଲ୍‌ ଉଠିଛି । କୋଭିଡ-୧୯ର ତ୍ରୁଟିପୂର୍ଣ୍ଣ ପରିଚାଳନା ଯୋଗୁ କରୋନା ବୃଦ୍ଧି ପାଇବାରେ ଲାଗିଛି । ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ। ଏହା ସହିତ ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ୨୦୦୦ ହଜାର ଟଙ୍କା ଲେଖାଏ ପ୍ରଦାନ କରିବା ଆଦି ଦାବି ଉଲ୍ଲେଖ କରାଯାଇଛି। ଏହି ଦାବି ପ୍ରଦାନ ସମୟରେ ରାଜ୍ୟ ସମ୍ପାଦିକା ଶର୍ମିଷ୍ଠା ମେହେର, ବ୍ଲକ ଉପାଧ୍ୟକ ଟଙ୍କଧର ନାଏକ, ପୂର୍ବତନ କାଉନସିଲର ମୁକେଶ ଅଗ୍ରୱାଲ, କାଳେନ୍ଦ୍ରୀ ପାଣିଗ୍ରାହୀ, ସତ୍ୟ ନାରାୟଣ ବେହେରା, ଶିବରାମ ରାଉତ, ଉତ୍ତମ ପାତ୍ର, ସୀମାଞ୍ଚଳ ବୈଠାରୁ, ସତ୍ୟ ନାରାୟଣ ପଣ୍ଡା, ମୀନକେତନ ରଣା, ପିତାମ୍ବର ପାତ୍ର, ଲକ୍ଷ୍ମୀ ନାରାୟଣ ବାଣୁଆ, ବିବ୍ରୁବାହନ ମୁଣ୍ଡ, କ୍ଷେତ୍ରମୋହନ ନାଏକ, ଚନ୍ଦ୍ରହାସ୍ୟ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?