ଲୋକଙ୍କ ସମସ୍ୟା ଦୂର କର, ଆବଶ୍ୟକତା ପୂରଣ କର

ଜୁନାଗଡ଼,୧୫।୧୦(ଡି.ଏନ.ଏ.) କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଭାଜପା ପକ୍ଷରୁ ବୁଧବାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ୬ ଦଫା ଦାବିପତ୍ର ସ୍ଥାନୀୟ ବିଡ଼ିଓ ଦୁଲାରାମ ମାରାଣ୍ଡିଙ୍କୁ ପ୍ରଦାନ କରାଯାଇଛି। ମହାମାରୀ କରୋନା ସାରା ଦେଶକୁ ଆକ୍ରାନ୍ତ କରିଥିବା ବେଳେ ଓଡ଼ିଶାରେ ମଧ୍ୟ ଅଢେଇ ଲକ୍ଷରୁ ଊଦ୍ଧର୍‌ବ ସଂକ୍ରମିତ। ୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟି ସାରିଲେଣି । ତାଲା ବନ୍ଦ ସମୟରେ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଥିବା ଜିଲାର ଲକ୍ଷାଧିକ ଶ୍ରମିକ ରାଜ୍ୟ ସରକାର ଓ ପ୍ରଶାସନିକ ଦୂରଦୃଷ୍ଟିର ଅଭାବ ଯୋଗୁ ନିଜ ଅଞ୍ଚଳରେ କାମ ପାଇ ପାରୁନାହାନ୍ତି । ଫଳରେ ଫେରିଆସିଥିବା ଦାଦନ ଶ୍ରମିକମାନେ ପୁଣିଥରେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଗଲେଣି । କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଯୋଜନାଗୁଡିକୁ ରାଜ୍ୟ ସରକାର ଠିକ ଢଙ୍ଗରେ ଚଳାଇ ନ ପାରି ତହିଁରେ ଦୁର୍ନୀତି, ଭ୍ରଷ୍ଟାଚାର ଭରି ଦେଇଛନ୍ତି । କେନ୍ଦ୍ର ସରକାରଙ୍କ କୃଷକ କଲ୍ୟାଣ ନିଧି ଯୋଜନାରେ ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଠିକ୍‌ ତାଲିକା କରିବାରେ ବିଫଳତା କାରଣରୁ ଚାଷୀମାନେ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି। ତେଣୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ପ୍ରକୃତ ଗରିବ ହିତାଧିକାରୀଙ୍କୁ ବାଦ ଦିଆଯାଇ ଆନୁଗତ୍ୟ ଆଧାରରେ ଘର ପ୍ରଦାନ କରାଯାଉଛି । ଏହାର ଅନୁଧ୍ୟାନ କରି ଯୋଗ୍ୟ ହିତାଧିକାରୀଙ୍କୁ ଘର ପ୍ରଦାନ କରାଯାଉ। ତାଲା ବନ୍ଦ ସମୟରେ କେନ୍ଦ୍ର ସରକାର ଗରିବଙ୍କ ପାଇଁ ମାଗଣାରେ ଚାଉଳ, ଡାଲିର ବ୍ୟବସ୍ଥା କରିଥିଲେ। ତାହା ଠିକ ଢଙ୍ଗରେ ଗରିବଙ୍କୁ ପ୍ରଦାନ କରାଯାଉ। ଜୁନାଗଡ଼ ବ୍ଲକରେ ୟୁରିଆ ସାରର ଘୋର ଅଭାବ ଦେଖା ଦେଇଥିଲା । ମୁନାଫାଖୋର ବ୍ୟବସାୟୀମାନଙ୍କ ସହିତ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଏହାର ଲୁଣ୍ଠନ କରିଥିଲେ । ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ। ଜୁନାଗଡ଼ ବ୍ଲକର ଅନେକ ପଞ୍ଚାୟତରେ ସାମ୍ପ୍ରତିକ ପରିସ୍ଥିତିରେ ଧାନଚାଷ ଅଧିକାଂଶ କ୍ଷତି ହୋଇଛି । ତାହାର ଠିକ୍‌ ଆକଳନ କରି ରିହାତି ଦରରେ ଔଷଧ ଯୋଗାଇ ଦିଆଯାଉ। ଚଳିତବର୍ଷ ପ୍ରାୟ ଲଘୁଚାପ କାରଣରୁ ବର୍ଷା ଲାଗି ରହିଛି। ବର୍ତ୍ତମାନ ଅନେକ ପଞ୍ଚାୟତରେ ଧାନ ଅମଳ ହେଲାଣି । ବର୍ଷା ଯୋଗୁ ଧାନ କ୍ଷତି ହେଲାଣି। ଏହାର ଅନୁଧ୍ୟାନ କରି କ୍ଷତିପୂରଣ ଦିଆଯାଉ। ତାଲା ବନ୍ଦ ସମୟରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ୮୦୦ କୋଟିରୁ ଉଦ୍ଧର୍‌ବ ଟଙ୍କା ପ୍ରଦାନ କରିଥିଲେ । ରାଜ୍ୟ ସରକାର ପଞ୍ଚାୟତସ୍ତରରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲିଥିଲେ । କିନ୍ତୁ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ସାନିଟାଇଜ ନ କରି ବିଲ୍‌ ଉଠିଛି । କୋଭିଡ-୧୯ର ତ୍ରୁଟିପୂର୍ଣ୍ଣ ପରିଚାଳନା ଯୋଗୁ କରୋନା ବୃଦ୍ଧି ପାଇବାରେ ଲାଗିଛି । ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ। ଏହା ସହିତ ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ୨୦୦୦ ହଜାର ଟଙ୍କା ଲେଖାଏ ପ୍ରଦାନ କରିବା ଆଦି ଦାବି ଉଲ୍ଲେଖ କରାଯାଇଛି। ଏହି ଦାବି ପ୍ରଦାନ ସମୟରେ ରାଜ୍ୟ ସମ୍ପାଦିକା ଶର୍ମିଷ୍ଠା ମେହେର, ବ୍ଲକ ଉପାଧ୍ୟକ ଟଙ୍କଧର ନାଏକ, ପୂର୍ବତନ କାଉନସିଲର ମୁକେଶ ଅଗ୍ରୱାଲ, କାଳେନ୍ଦ୍ରୀ ପାଣିଗ୍ରାହୀ, ସତ୍ୟ ନାରାୟଣ ବେହେରା, ଶିବରାମ ରାଉତ, ଉତ୍ତମ ପାତ୍ର, ସୀମାଞ୍ଚଳ ବୈଠାରୁ, ସତ୍ୟ ନାରାୟଣ ପଣ୍ଡା, ମୀନକେତନ ରଣା, ପିତାମ୍ବର ପାତ୍ର, ଲକ୍ଷ୍ମୀ ନାରାୟଣ ବାଣୁଆ, ବିବ୍ରୁବାହନ ମୁଣ୍ଡ, କ୍ଷେତ୍ରମୋହନ ନାଏକ, ଚନ୍ଦ୍ରହାସ୍ୟ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜମୁଛି ପ୍ରଚାର: ଏମ୍‌ପି, ବିଧାୟକ ପ୍ରାର୍ଥୀ ଘରକୁ ଘର ବୁଲି କରୁଛନ୍ତି ଭୋଟ୍‌ଭିକ୍ଷା

ଦାରିଙ୍ଗବାଡ଼ି,୧୦ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦୁର୍ଗମ ପଞ୍ଚାୟତ କାଟିଙ୍ଗିଆଠାରୁ କଂଗ୍ରେସ ଦଳର ଏମ୍‌ପି ଓ ବିଧାୟକ ପ୍ରାର୍ଥୀ ନିଜ ପ୍ରଚାର ଆରମ୍ଭ କରିଛନ୍ତ।...

ଅଖିମୁଠି ଅନୁକୂଳ କଲେ ପ୍ରଣବ

ସମ୍ବଲପୁର,୧୦ା୫: ଆଜି ପବିତ୍ର ଅକ୍ଷୟ ତୃତୀୟା। ଏହି ଅବସରରେ ପାରମ୍ପାରିକ ଚାଷୀ ବେଶରେ ସମ୍ବଲପୁର ଜିଲା ରେଙ୍ଗାଲି ଢୋରୋପାଣିରେ ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ପ୍ରଣବ...

ରାସ୍ତା, ପାଣି ସୁବିଧା ନ ହେଲେ ଭୋଟ ଦେବୁନି

ରାୟଗଡ଼ା,୧୦।୫(ଭାଗ୍ୟଶ୍ରୀ ମିଶ୍ର ): ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲାରେ ଆଜି ବି ଅନେକ ଅଞ୍ଚଳ ଅପହଞ୍ଚ l କଲ୍ୟାଣସିଂପୁରର ୧୫ ନମ୍ବର ୱାର୍ଡରେ ଥିବା ଘାଗୁଡ଼ିମାଳ...

ଲେଖାଶ୍ରୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ପ୍ରତାପ

ବାଲେଶ୍ୱର,୧୦।୫(ମାନସ ବିଶ୍ୱାଳ): ଓଡ଼ିଶାରେ ଦୀର୍ଘ ୨୫ବର୍ଷ ଧରି ବିଜେଡି ଭ୍ରଷ୍ଟାଚାର ଓ ଦୁର୍ନୀତି କରିଆସୁଥିବା ଅଭିଯୋଗ କରି ବିଜେଡି ସରକାର ଉପରେ ବର୍ଷିଛନ୍ତି ଭାଜପା ରାଜ୍ୟ...

ମୋରମ,ମାଟି ଚାଲାଣକାରୀ ସକ୍ରିୟ

ମୋରଡ଼ା,୧୦ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକରେ ବେଆଇନ ମାଟି ଓ଼ ମୋରମ ଚାଲାଣକାରୀ ସକ୍ରିୟ ହୋଇ ପଡ଼ିଛନ୍ତି। ସଂରକ୍ଷିତ ଜଙ୍ଗଲରୁ ମାଟି ଓ଼ ମୋରମ...

କୃଷି ଅନୁକୂଳ ପର୍ବ: ଅକ୍ଷୟତୃତୀୟା

ଆମ ରାଜ୍ୟରେ ଜଗନ୍ନାଥ ସଂସ୍କୃତିକୁ ଆଧାରକରି ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ। ତନ୍ମଧ୍ୟରେ ମହାନ୍‌ ପବିତ୍ର କୃଷିଭିତ୍ତିକ ପର୍ବ ଅକ୍ଷୟତୃତୀୟା ଅନ୍ୟତମ। ପ୍ରତିବର୍ଷ...

ରଥଯାତ୍ରା ବେଳେ ଖୋଲିପାରେ ରତ୍ନଭଣ୍ଡାର

ପୁରୀ,୧୦ା୫(ଅଜିତ୍‌ ମହାନ୍ତି):ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ରତ୍ନଭଣ୍ଡାର କମିଟିର ଅଧ୍ୟକ୍ଷ...

୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ପ୍ରଚାର ଜୋରଦାର

ଖୋର୍ଦ୍ଧା,୧୦ା୫(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ୩ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପ୍ରତ୍ୟାହାର ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ପ୍ରାର୍ଥୀ ଏବେ ପ୍ରଚାରକୁ ଜୋରଦାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri