ସ୍କୁଲର ଅବହେଳା: ୪୦ ହଜାର ବୃତ୍ତି ଟଙ୍କା କଟିଗଲା

ଜୁନାଗଡ,୧୨।୧୦(ଡି.ଏନ୍‌.ଏ.) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ୍‌ ମଥୁରା ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଉମାକାନ୍ତ ନିଆଲ ନାମକ ଜଣେ ଛାତ୍ର ବୃତ୍ତି ବାବଦକୁ ୪୦ ହଜାର ଟଙ୍କା ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ଉମାକାନ୍ତ କଳାହାଣ୍ଡି ଜିଲାପାଳ ଓ ଜିଲା ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନ ଥିବା ପ୍ରକାଶ କରନ୍ତି। ଏହି ଘଟଣାରେ ହସ୍ତକ୍ଷେପ କରି ଜିଲା ଶିଶୁ ସୁରକ୍ଷା ଅଧିକାରୀ ମଧ୍ୟ ଏହାର ତଦନ୍ତ କରିବା ପାଇଁ ଏକ ଟିମ୍‌କୁ ଉମାକାନ୍ତଙ୍କ ଘରକୁ ପଠାଇଥିଲେ। ତଦନ୍ତକାରୀ ଦଳ ଉମାକାନ୍ତଙ୍କ ପରିବାରର ଆର୍ଥତ୍କ ଅବସ୍ଥା, ଶିକ୍ଷା ଓ ତାଙ୍କ ପ୍ରତିଭା ଦେଖି ତାଙ୍କୁ ବୃତ୍ତି ପ୍ରଦାନ କରାଗଲେ ସେ ଉପକୃତ ହେବେ ବୋଲି ଜିଲାପାଳଙ୍କୁ ରିପୋର୍ଟ କରିଥିଲେ। ଏହାପରେ ମଧ୍ୟ ଉମାକାନ୍ତଙ୍କୁ ଏ ଯାବତ ବୃତ୍ତି ଟଙ୍କା ମିଳିପାରିନାହଁି।
ସନ୍ନ୍ୟାସୀ କୁଣ୍ଡାମାଲ ଗ୍ରାମର ଉମାକାନ୍ତ ନିଆଲ ମଥୁରା ଗ୍ରାମସ୍ଥିତ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପାସ୍‌ କରିଛନ୍ତି। ୨୦୧୭ ମସିହାରେ ସେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆୟୋଜିତ ଜାତୀୟ ଆୟ ଭିତ୍ତିକ ମେଧାବୃତ୍ତି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ସେହି ସମୟରେ କିନ୍ତୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଅବହେଳା କରି ନ୍ୟାଶନାଲ ସ୍କଲାରସିପ୍‌ ପୋର୍ଟାଲରେ ତାଙ୍କ ନାଁ ପୂରଣ କରି ନ ଥିଲେ। ଏହା ଜାଣିବା ପରେ ଉମାକାନ୍ତ ଅନେକ ସରକାରୀ ଅଧିକାରୀଙ୍କୁ ଜଣାଇଥିଲେ। ହେଲେ ବିଳମ୍ବ ଯୋଗୁ ଅନ୍‌ଲାଇନ୍‌ କିମ୍ବା ଅଫ୍‌ ଲାଇନରେ ଫର୍ମ ପୂରଣ ହୋଇପାରିବ ନାହଁି ବୋଲି କହି ସରକାରୀ ବାବୁମାନେ ମନା କରି ଦେଇଥିଲେ। ଫଳରେ ସେ ୪୦ ହଜାର ଟଙ୍କା ଛାତ୍ରବୃତ୍ତି ବାବଦକୁ ପାଇବାରୁ ବଞ୍ଚିତ ହୋଇଛନ୍ତି। ତେବେ ଉମାକାନ୍ତ କହିଛନ୍ତି ଯେ, ତାଙ୍କ ବାପା ପରିକ୍ଷିତ ନିଆଲ ଜଣେ ଗରିବ ଚାଷୀ। ଏଥିପାଇଁ ବିଭିନ୍ନ ସମୟରେ ତାଙ୍କ ପାଠ ପଢାରେ ସମସ୍ୟା ଉପୁଜିଛି। ଏହି ଛାତ୍ର ବୃତ୍ତି ପାଇଥିଲେ ଯୁକ୍ତ ୨ ପାଠ ପଢାରେ କିଛିଟା ସହାୟକ ହୋଇପାରିଥାନ୍ତା। ଅନ୍ୟପକ୍ଷେ ଏ ନେଇ ଜିଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାରଙ୍କୁ ପଚାରିବାରୁ ଉମାକାନ୍ତଙ୍କୁ ଏହି ବୃତ୍ତି ଟଙ୍କା ପ୍ରଦାନ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରାଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଗିରଫ

ଭୁବନେଶ୍ୱର,୨୯ା୧୦(ବ୍ୟୁରୋ): ଆର୍‌ ଡବ୍ଲ୍ୟୁଏସ୍‌ଏସ୍‌ର ଅତିରିକ୍ତ ଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କୁ ଶନିବାର ଭିଜିଲାନ୍ସ ବିଭାଗ ଗିରଫ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଶୁକ୍ରବାର...

ଲୋକ ସଭାରେ ଉଠିଲା ସ୍ମିତାରାଣୀ ପ୍ରସଙ୍ଗ

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): କଂଗ୍ରେସ ଏମ୍‌ପି ସପ୍ତଗିରି ଉଲାକା ଯାଜପୁର ଜିଲା ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ପ୍ରସଙ୍ଗ ଲୋକ ସଭାରେ ଉଠାଇଛନ୍ତି। ଶୁକ୍ରବାର ଶୂନ୍ୟକାଳ ଚାଲିଥିବା...

୨୫% ସଂରକ୍ଷଣରେ ନାମ ନ ଲେଖାଇଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୯।୭(ବ୍ୟୁରୋ): ଶିକ୍ଷା ଅଧିକାର ଆଇନ (ଆର୍‌ଟିଇ)-୨୦୦୯ ଅନୁଯାୟୀ ଅବହେଳିତ ଶ୍ରେଣୀର ପିଲାଙ୍କ ପାଇଁ ସବୁ ସ୍କୁଲରେ ୨୫% ସିଟ୍‌ ସଂରକ୍ଷଣ ବ୍ୟବସ୍ଥା ରହିଛି। ହେଲେ ବହୁ...

ବୁଣାକାରଙ୍କ ଗାଁରେ ୟୁନେସ୍କୋ ପ୍ରତିନିଧି ଦଳ

ରସୁଲପୁର,୨୩ା୧(ଡି.ଏନ.ଏ.):ଯାଜପୁର ଜିଲା ରସୁଲପୁର ବ୍ଲକ୍‌ର ବୁଣାକାର ଗଁା ଗୋପାଳପୁରରେ ରବିବାର ମିଳିତ ଜାତିସଂଘର ଶିକ୍ଷା, ବିଜ୍ଞାନ ଓ ସଂସ୍କୃତି ସଂଗଠନ(ୟୁନେସ୍କୋ)ର ପ୍ରତିନିଧି ଦଳ ପହଞ୍ଚତ୍ ମା’ତାରିଣୀ...

ରାସ୍ତାରୁ ଉଠାଇ ବ୍ୟକ୍ତିଙ୍କୁ ଏସ୍‌ଆଇଙ୍କ ମାଡ଼

କୋଣାର୍କ,୨୬ା୮(ଡି.ଏନ୍‌.ଏ.): କୋଣାର୍କ ଏନ୍‌ଏସିର ୧୦ନଂ. ଓ୍ବାର୍ଡରେ ରହୁଥିବା ଜ୍ଞାନରଞ୍ଜନ ପଣ୍ଡାଙ୍କୁ ରାସ୍ତାରୁ ଉଠାଇ ନେଇ ମଦ୍ୟପ ଆଖ୍ୟା ଦେଇ କୋଣାର୍କ ଥାନା ଏସ୍‌ଆଇ ଦିଲୀପ କୁମାର...

୩୦ସ୍ଥାନରେ ମନ୍ଦିରରେ ହେବ ରଥ ପର୍ବ

ଭୁବନେଶ୍ୱର,୧୮।୬(ବ୍ୟୁରୋ): କରୋନା ଯୋଗୁ ପୁରୀରେ ରଥଯାତ୍ରା ହେବ ନା ନାହିଁ ସେନେଇ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରି ନାହିଁ। ଅପରପକ୍ଷରେ ରାଜ୍ୟର ୩୦ଟି ସ୍ଥାନରେ...

କେନ୍ଦୁପତ୍ର ତୋଳାଳିଙ୍କ ମୃତ୍ୟୁକାଳୀନ ସହାୟତା ଲୁଟ୍‌, ୨ ବନ ଅଧିକାରୀ ନିଲମ୍ବିତ

ମାଲକାନଗିରି,୧୧ା୩(ଡି.ଏନ୍‌.ଏ.): କେନ୍ଦୁପତ୍ର ଟଙ୍କା ହଡ଼ପ ଘଟଣାରେ ୨ ବନ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ସେମାନେ ହେଲେ କୁଡୁମୁଲୁଗୁମ୍ମା ମହିଳା ଫରେଷ୍ଟଗାର୍ଡ ପଦ୍ମିନୀ ପଟ୍ଟନାୟକ ଏବଂ ବାଲିମେଳା...

ଟ୍ୟାଙ୍କର-ଟ୍ରକ ଧକ୍କା: ଜଳିଗଲା ଟ୍ୟାଙ୍କର

ରାୟଗଡ଼ା ଅଫିସ,୯।୧: ରାୟଗଡ଼ାର ମଝିଘରିଆଣୀ ମନ୍ଦିର ନିକଟରେ ଗୁରୁବାର ଭୋର୍‌ ସମୟରେ ଏକ ଦୁର୍ଘଟଣା ଘଟିଛି। ଟ୍ୟାଙ୍କର ଏବଂ ଟ୍ରକ ମଧ୍ୟରେ ଧକ୍କା ହେବାରୁ ରାସ୍ତା...

Advertisement
Archives

Model This Week