ଭିନ୍ନକ୍ଷମ ପୁଅ ଚିନ୍ତାରେ ଘାରି ହେଉଛନ୍ତି ମା’ବାପା

କୋକସରା, ୧୪।୧୦ (ଡି.ଏନ.ଏ.) – କଳାହାଣ୍ଡି ଜିଲା କୋକସରା ବ୍ଲକ କାଉଡୋଲା ପଞ୍ଚାୟତ ଅନ୍ତର୍ଗତ କାଉଡୋଲା ଗ୍ରାମର ଡମ୍ବରୁଧର କର ଓ ଡାଲିମ୍ବ କରଙ୍କ ପୁଅ ମୁକେଶ। ପାଞ୍ଚବର୍ଷ ତଳେ ପୁଅ ଜନ୍ମ ପରେ ଘରେ ଖୁସିର ଲହରି ଖେଳିଯାଇଥିଲା। ହେଲେ ପୁଅର ବୟସ ବଢିବା ସହ ସବୁ ଖୁସି ଯେମିତି ମିଳେଇଗଲା। ଶାରୀରିକ ବୃଦ୍ଧି ହେଲେ ମଧ୍ୟ ମୁକେଶ କଥାବାର୍ତ୍ତା କରି ପାରିଲେନି। ଚଲାବୁଲା କରି ନ ପାରି ସବୁବେଳେ ଶେଯରେ ଶୋଇ ରହିଲେ। ଗରିବ ବାପମା’ଙ୍କ ମୁଣ୍ଡରେ ଚଡ଼କ ପଡ଼ିଲା। ମୂଲମଜୁରି ଲାଗି ପରିବାର ଚଳାଉଥିବା ଡମ୍ବରୁଧର ପୁଅକୁ ନେଇ ସ୍ଥାନୀୟ ଡାକ୍ତରଖାନାରେ ଦେଖାଇଥିଲେ। ହେଲେ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିଲାନି। ସେହିଦିନୁ ମୁକେଶ ଘରେ ପଡି ରହିଛନ୍ତି। ଯେଉଁ ବୟସରେ ପିଲା ଧଁାଦୌଡ କରିବା କଥା ସେତିକି ବେଳେ ସେ ଘରେ ଗୋଟିଏ ଜାଗାରେ ପଡି ରହିଛନ୍ତି। ଆର୍ଥିକ ଦୁଃସ୍ଥିତି ଯୋଗୁ ପୁଅର ଚିକିତ୍ସା କରାଇ ପାରୁ ନାହାନ୍ତି ଡମ୍ବରୁଧର। ତାଙ୍କ ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ। ଜମିବାଡି କିଛି ନାହିଁ। ଭଙ୍ଗା ଘରେ ରହୁଥିଲେ ବି ଆବାସ ଯୋଜନାରେ ଘର ମିଳିନାହିଁ। ସ୍ଥାନୀୟ ସରପଞ୍ଚଙ୍କୁ ବାରମ୍ବାର କହିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ସରକାର ଭିନ୍ନକ୍ଷମମାନଙ୍କ ଉନ୍ନତି କଳ୍ପେ ବିଭନ୍ନ ଯୋଜନା କରିଛନ୍ତି। ଭିନ୍ନକ୍ଷମ ପ୍ରମାଣ ପତ୍ର ଥିଲେ ବି ମୁକେଶ କୌଣସି ସୁବିଧା ପାଇ ପାରିନାହାନ୍ତି। ଭିନ୍ନକ୍ଷମଙ୍କ ଗୃହ ନିର୍ମାଣ ପାଇଁ ଆବାସ ଯୋଜନାର ବ୍ୟବସ୍ଥା ଥିଲେ ହେଁ ଡମ୍ବରୁଧର ସେଥିରୁ ବଞ୍ଚିତ ରହିଛନ୍ତି। ଏନେଇ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ ବେହେରାଙ୍କୁ ପଚାରିବାରୁ ଆମ ପାଖରେ ଖବର ନ ଥିଲା। ମେଡିକାଲ ଟିମ୍‌ ପଠାଇ ମୁକେଶଙ୍କ ଚିକିତ୍ସାର ବ୍ୟବସ୍ଥା କରାଯିବ। ଭତ୍ତା ପାଇଁ ଅବିଳମ୍ବେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇକ୍‌ମୋ ଚିକିତ୍ସାଧୀନ ଅବସ୍ଥାରେ ଏସ୍‌ସିବିରେ ଆଉ ଜଣଙ୍କର ମୃତ୍ୟୁ

କଟକ ଅଫିସ, ୧।୧୦: ଏସ୍‌ସିବି ମେଡିକାଲର ଇକ୍‌ମୋ ୟୁନିଟ୍‌ରେ ଚିକିତ୍ସାଧୀନ ଥିବା ଆଉ ଜଣେ ରୋଗୀଙ୍କର ଶୁକ୍ରବାର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହୃଦ୍‌ଘାତରେ...

ଶିକ୍ଷୟିତ୍ରୀଙ୍କ ଗହଣା ଲୁଟିନେବା ପରେ ବଳାତ୍କାର ଉଦ୍ୟମ

ଦିଗପହଣ୍ଡି,୧୬ା୮(ଡି.ଏନ.ଏ.)- ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମହୁଡ଼ା ଅଞ୍ଚଳ ଅପରାଧୀଙ୍କ ଅମରାବତୀ ପାଲଟିଛି। ବୋମା ମାଡ଼, ହତ୍ୟା ଉଦ୍ୟମ, ଲୁଟ, ଛିନ୍‌ତାଇ ଭଳି ଘଟଣା ସମ୍ପୃକ୍ତ...

ଟଙ୍କା, ଅଳଙ୍କାର ସହ ବାଇକ୍‌ ନେଇଗଲେ

କୋକସରା,୨୧।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ କନ୍ଦାବୁଟ୍ରା ଗାଁର ଲଛମନ ବେହେରାଙ୍କ ଘରୁ ଟଙ୍କା, ସୁନା ଅଳଙ୍କାର ସହ ଏକ ବାଇକ୍‌ ଚୋରି ହୋଇଥିବା...

କରୋନା ଯୁଦ୍ଧର ନାୟିକା ରମା : କର୍କଟ ଆକ୍ରାନ୍ତ ଅଙ୍ଗନୱାଡି କର୍ମୀଙ୍କୁ ପ୍ରଶଂସା

ହିଞ୍ଜିଳିକାଟୁ,୧୪ା୪(ଡି.ଏନ୍‌.ଏ): ରାଜ୍ୟରେ କରୋନା ସ୍ଥିତିକୁ ନେଇ କରୋନା ଭୂତାଣୁ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୋମବାର ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଖଣ୍ଡରା...

କାଳ ସାଜିଛି ରଙ୍ଗ୍‌ ସାଇଡ୍‌ ଡ୍ରାଇଭିଂ:ଟୁଇନ୍‌ ସିଟିରେ ୨୦୦ ସ୍ଥାନ ଚିହ୍ନଟ, ୬୦ ଅତି ସମ୍ବେଦନଶୀଳ

ଭୁବନେଶ୍ୱର,୪ା୧୨(ବ୍ୟୁରୋ):ରଙ୍ଗ୍‌ ସାଇଡ୍‌ ଡ୍ରାଇଭିଂ ଯୋଗୁ ଅଧିକାଂଶ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ଡିସେମ୍ବର ୧ରୁ ରାଜ୍ୟରେ ନୂଆ ମୋଟର ଯାନ ଆଇନକୁ କଡ଼ାକଡ଼ି କରାଯାଇଥିବାବେଳେ...

ବସ୍ତାରୁ ମଣିଷ ଖପୁରି, ହାଡ଼ ମିଳିବା ଘଟଣା: ତଦନ୍ତ କଲା ପୋଲିସ, ସାଇଣ୍ଟିଫିକ୍‌ ଟିମ୍‌

ବାହାନଗା/ରେମୁଣା, ୧୯।୭(ଡି.ଏନ.ଏ.)-ରେମୁଣା ବ୍ଲକ ଗାଞ୍ଜିଆ ମଙ୍ଗଳା ଛକ ନିକଟରେ ଗତ ଗୁରୁବାର ଅପରାହ୍ନରେ ଏକ ପରିତ୍ୟକ୍ତ ଅମରିବୁଦା ସ୍ଥାନରୁ ଏକ ଛିଣ୍ଡା ବସ୍ତାରୁ ମଣିଷର ଖପୁରୀ...

ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ ଖାଇଲେ ବିଧାୟକ

କୋକସରା,୨୦।୯(ଡି.ଏନ.ଏ.)-କଳାହାଣ୍ଡି ଜିଲା ଧର୍ମଗଡ ବିଧାୟକ ମୌଷଧି ବାଗ ଗୁରୁବାର କୋକସରା ବ୍ଲକର କେତେକ ସ୍କୁଲ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ପିଲାମାନଙ୍କୁ ପାଠ ପଢାଇବା...

ସୁରକ୍ଷା ପାଚେରି ଭାଙ୍ଗି ପଶିଲା ଜଙ୍ଗଲୀ ହାତୀ

ବାରଙ୍ଗ,୧୨।୨(ଡି.ଏନ୍‌.ଏ.): ନନ୍ଦନକାନନରେ ପୁଣି ସୁରକ୍ଷା ପାଚେରି ଭାଙ୍ଗି ଭିତରକୁ ପଶିଛନ୍ତି ଚନ୍ଦକା ଜଙ୍ଗଲର ଦୁଇଟି ହାତୀ। ପରିସରରେ ପଶି ଏଣେତେଣେ ବୁଲି ବୋଟ୍‌ ଘାଟ ପାଖ...

Advertisement
Archives

Model This Week