ଜିଲା ମୁଖ୍ୟ ଚିକିତ୍ସାଳୟରେ ପଙ୍ଖା ନାହିଁ

ଯାଜପୁର ଟାଉନ,୧୮।୪: (ଡି.ଏନ.ଏ.) ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଏବେ ଛଟପଟ ରୋଗୀ। ଅଧିକାଂଶ ସ୍ଥାନରେ ପଙ୍ଖା ନାହିଁ ା ଯେଉଁଠି ପଙ୍ଖା ଅଛି ତାହା ଅଚଳ ଅବସ୍ଥାରେ ଝୁଲୁଛି ା ଏବେ ତାପମାତ୍ର ୪୦ ଡିଗ୍ରୀ ଉପରେ ରହୁଥିବାରୁ ରୋଗୀମାନେ ଡାକ୍ତରଖାନାରେ ଛଟପଟ ହେଉଛନ୍ତି। ବହୁ ରୋଗୀ ହାତ ପଙ୍ଖା ବ୍ୟବହାର କରୁଥିବା ବେଳେ ଆଉ କେହି ପଙ୍ଖା କିଣି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି ା
ସୂଚନା ଅନୁଯାୟୀ, ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳକୁ ଦୈନିକ ଶତାଧିକ ଗର୍ଭବତୀ ଏବଂ ଶିଶୁ ଚିକିତ୍ସା ପାଇଁ ଆସୁଛନ୍ତି। ଏହି ୫ ମହଲା ବିଶିଷ୍ଟ ଚିକିତ୍ସାଳୟରେ ଦୈନିକ ୩ଶହରୁ ଊର୍ଦ୍ଧ୍ୱ ରୋଗୀ ରହୁଥିବାବେଳେ ସେମାନଙ୍କ ସମ୍ପର୍କୀୟ ସଂଖ୍ୟା ବି ଅଧିକ ା ଏଥି ସହିତ ଡାକ୍ତରଖାନା କର୍ମଚାରୀମାନେ ବି ଅଛନ୍ତି ା କିନ୍ତୁ ଶିଶୁ ବିଭାଗର ପ୍ରତ୍ୟେକ ୱାର୍ଡକୁ ଛାଡିଦେଲେ ବାରଣ୍ଡାରେ ଲାଗିଥିବା ଶତାଧିକ ପଙ୍ଖାକୁ କାଢ଼ି ନିଆଯାଇଛି। ଏହା ବ୍ୟତୀତ ବାହାରେ ରହୁଥିବା ରୋଗୀମାନେ ଏବଂ ସେମାନଙ୍କ ସମ୍ପର୍କୀୟ ଗରମରେ ଛଟପଟ ହେଉଛନ୍ତି। ଶିଶୁ ବିଭାଗର ୫ ମହଲାରେ ପ୍ରାୟ ୫ଶହରୁ ଊର୍ଦ୍ଧ୍ୱ ପଙ୍ଖା ଲାଗିଥିବା ବେଳେ ୱାର୍ଡ ବ୍ୟତୀତ ଆଉ ସବୁ ଅଚଳ। ୨ଶହରୁ ଊର୍ଦ୍ଧ୍ୱ ପଙ୍ଖା ୨ମାସ ହେଲା ମରାମତି ପାଇଁ ଯାଇଥିବାବେଳେ କେତେକ ପଙ୍ଖା ଥାଇ କି ବି ଚାଲୁନାହିଁ। ଫଳରେ ରୋଗୀମାନେ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ପାଇଁ ବିଞ୍ଚଣା ହିଁ ଭରସା ସାଜିଛି। କେହି କେହି ଘରୁ କିମ୍ବା କିଣିକି ପଙ୍ଖା ଆଣିଥିଲେ ମଧ୍ୟ ସୁଇଚ୍‌ବୋର୍ଡରେ କରେଣ୍ଟ ଆସୁ ନ ଥିବାରୁ ତାହା ବି ବ୍ୟବହାର ହୋଇପାରୁ ନ ଥିବା ରୋଗୀଙ୍କ ସମ୍ପକୀୟମାନେ କହଛନ୍ତି। ଡାକ୍ତରଖାନାରେ ଲାଗିଥିବା ଫ୍ୟାନ୍‌ଗୁଡିକୁ ମରାମତି କରିବା ପାଇଁ କିଏ ନେଇଛି, ତାହା କେବେ ଫେରିବ ତାର ସୂଚନା କାହା ପାଖରେ ନାହିଁ। ଏନେଇ ଜିଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଜଗଦୀଶ ପ୍ରସାଦ ଦାସଙ୍କୁ ପଚାରିବାରୁ ସେ ରାଗି ଯାଇ ନିଜର ଏସି ବନ୍ଦ କରି ଦେବା ସହ ସେ କୌଣସି କାମ କରିବାକୁ ଅଯୋଗ୍ୟ ବୋଲି କହିଛନ୍ତି। ଏନେଇ ଡାକ୍ତରଖାନା ମ୍ୟାନେଜର, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ବି କୌଣସି ସନ୍ତୋଷଜନକ ଉତ୍ତର ଦେଉନାହାନ୍ତି। ଏପରି ପରିସ୍ଥିତିରେ ରୋଗୀମାନେ କଷ୍ଟ ପାଉଥିବା ଅଭିଯୋଗ ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

‘ଚାଷ ପଦ୍ଧତିରେ ଆବଶ୍ୟକ ପରିବର୍ତ୍ତନ‘: କୃଷି ବିଜ୍ଞାନ କେନ୍ଦ୍ରରେ ୨୫ ଜଣ ଅଗ୍ରଣୀ ଚାଷୀ

କର୍ଲାମୁଣ୍ଡା, ୧୭।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ଆତ୍ମା ତଥା କଳାହାଣ୍ଡି ପିଡି ଆତ୍ମା ପକ୍ଷରୁ ୨୫ ଜଣ ଅଗ୍ରଣୀ ଚାଷୀଙ୍କୁ ନେଇ ସୋନପୁର…

ବର୍ଷାରେ ଧୋଇଯାଇଥିଲା ରାସ୍ତା, ମରାମତି ପରେ ଯୋଗାଯୋଗ ସ୍ବାଭାବିକ

କେନ୍ଦୁଝର,୧୭।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରବଳ ବର୍ଷା ସାଙ୍ଗକୁ ମାଟି ଅତଡ଼ା ଧସିବା ଯୋଗୁ ତେଲକୋଇ ବଳଭଦ୍ରପୁର ପୋଲ ନିକଟରେ ରାସ୍ତା କ୍ଷତିଗ୍ରସ୍ତ ହୋଇ ଗାଡି ଚଳାଚଳ ବନ୍ଦ…

ବଲାଙ୍ଗୀର ବ୍ୟବସାୟୀଙ୍କୁ ଅପହରଣ ଘଟଣାରେ ବଡ଼ ଖୁଲାସା; ରାଜଧାନୀରେ କରାଯାଇଥିଲା ଆପରାଧିକ ଷଡ଼ଯନ୍ତ୍ର, ଖଣ୍ଡଗିରି ଥାନାକୁ…

ବଲାଙ୍ଗୀର,୧୭ା୮(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ଘଟଣାରେ ବଡ଼ ଖୁଲାସା କରିଛି ବଲାଙ୍ଗୀର ପୋଲିସ । ଏହି ଆପରାଧିକ ଷଡ଼ଯନ୍ତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri