ରାସ୍ତା କାର୍ଯ୍ୟରେ ଅନିୟମିତତା

କାଳିଆପାଣି,୧୭ା୪(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଟମକା-ମଙ୍ଗଳପୁର ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଫଳରେ ରାସ୍ତା ନିର୍ମାଣ ହେବାର ୬ ମାସ ନ ପୂରୁଣୁ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହେଲାଣି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ଘଟଣାର ତଦନ୍ତ କରି ଅନୀୟମିତତାରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।
ସୂଚନା ମୁତାବକ, ରାସ୍ତାର ଟାଟା ମାଇନ୍ସ ଜଗନ୍ନାଥ ମନ୍ଦିରଠାରୁ ବେଦାନ୍ତ କମ୍ପାନୀର କଲରଙ୍ଗୀ ଖଣି ଗେଟ୍‌ ପର୍ଯ୍ୟନ୍ତ ଶୋଚନୀୟ ହୋଇଥିଲା। ପ୍ରତିଦିନ ୬ଟି ଖଣିରୁ ହଜାରହଜାର ଟ୍ରକ୍‌ କ୍ରୋମାଇଟ ବୋଝେଇ କରି ବାହାର ରାଜ୍ୟ ଓ ଜିଲାକୁ ଯାଉଛନ୍ତି। ଫଳରେ ଦୈନିକ କେଉଁଠି ନା କେଉଁଠି ଦୁର୍ଘଟଣା ଘଟୁଥିବା ନଜିର ରହିଛି। ଏହାକୁ ଦୃଷ୍ଟିରେ ରଖି ଅଞ୍ଚଳବାସୀ ସ୍ଥାନୀୟ ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଓ ଯାଜପୁର ଜିଲାପାଳଙ୍କୁ ରାସ୍ତା ମରାମତି ପାଇଁ ଲିଖିତ ଦାବି ଭାବେ ଜଣାଇଥିଲେ। ପରେ ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା ମରାମତି କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଟମକାରୁ ମଙ୍ଗଳପୁର ପର୍ଯ୍ୟନ୍ତ ରାସ୍ତା ମରାମତି ପାଇଁ ବିନା ଟେଣ୍ଡରରେ ୬୦ ଲକ୍ଷ ଖର୍ଚ୍ଚ କରାଯାଇଥିବାବେଳେ ପରବର୍ତ୍ତୀ ସମୟରେ କୁସୁମୁଡ଼ିଆଠାରୁ ଏକ ନମ୍ବର ଛକ ପର୍ଯ୍ୟନ୍ତ ପିଚୁ ରାସ୍ତା କାର୍ଯ୍ୟ କରାଯାଇଥିଲା। ତାହାର ବ୍ୟୟବରାଦ ଗୁପ୍ତ ରହିଛି। ଏହାପରେ କଲରଙ୍ଗୀ ଢାବାଛକଠାରୁ ବେଦାନ୍ତ-ଫେକର ଖଣି ଗେଟ ସମ୍ମୁଖ ପର୍ଯ୍ୟନ୍ତ କିଛିକିଛି ଖାଲଖମା ମରାମତି କରାଯାଇଛି।
ସେହିପରି ଟାଟା ଷ୍ଟିଲ ମାଇନିଂ କଲୋନୀ ପାଚେରି ଶେଷ ସ୍ଥାନରୁ ଆରମ୍ଭ କରି ଟାଟା ତାରେଣୀ ବଜାର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟ ଜଣେ ପ୍ରଭାବଶାଳୀ ନେତ୍ରୀଙ୍କ ସ୍ବାମୀ କରିଥିଲେ। ବିନା ସୂଚନା ଫଳକରେ କାର୍ଯ୍ୟ ହୋଇଥିବାବେଳେ ବିଭାଗୀୟ ଅଧିକାରୀ କିମ୍ବା ଯନ୍ତ୍ରୀ ସେଠାରେ ଉପସ୍ଥିତ ନ ଥିଲେ। କାମ ଆରମ୍ଭରୁ ସ୍ଥାନୀୟ ଅଞ୍ଚଳର କେତେଜଣ ପ୍ରଭାବଶାଳୀ କୁଜି ନେତାଙ୍କୁ ହାତବାରିଶୀ କରି ସେ ନିମ୍ନମାନର କରି ଚାଲିଥିଲେ। କେହି ବିରୋଧ କଲେ ରାଜନୀତିର ପ୍ରଭାବ ଦେଖାଇଥିଲେ। ମାତ୍ର ରାସ୍ତା ନିର୍ମାଣ କାର୍ଯ୍ୟ ଅଧା କରି ପକାଇଥିବାବେଳେ ରାସ୍ତା ଜଏଣ୍ଟ ମଝିରେ ଦେଇଥିବା ରଡ୍‌ରେ ପଡ଼ି କିଛିଦିନ ତଳେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ନିମ୍ନମାନର କଂକ୍ରିଟ କାର୍ଯ୍ୟ କରି ଠିକାଦାର ରାସ୍ତାର ଉଭୟ ପାଶର୍‌ବ ଫୁଟପାଥରେ ମାଟି ନ ପକାଇ ବିଲ୍‌ ଉଠାଇ ନେଇଥିଲେ।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସମ୍ପୃକ୍ତ ୧୨୦୦ ମିଟର ରାସ୍ତା କାର୍ଯ୍ୟ ପାଇଁ ୪୦ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା। ଠିକାଦାରଙ୍କ ଏପରି ମନମୁଖି କାର୍ଯ୍ୟ ସମ୍ବନ୍ଧରେ ବିଭାଗୀୟ ମନ୍ତ୍ରୀଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ମାତ୍ର ମନ୍ତ୍ରୀ କିମ୍ବା ବିଭାଗୀୟ ଅଧିକାରୀ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିଲେ। ଏବେ ରାସ୍ତା ନିର୍ମାଣ କାର୍ଯ୍ୟର ୬ ମାସ ପୂରଣ ହୋଇନି କଂକ୍ରିଟ ଗୋଟିଏଗୋଟିଏ ସ୍ଥାନରେ ଭାଙ୍ଗି ଖଣ୍ଡଖଣ୍ଡ ହୋଇ ଉଠିବାରେ ଲାଗିଛି। ଏପରି କି ରାସ୍ତା ଠାଏଠାଏ ଭାଙ୍ଗି ବଡ଼ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ତୁରନ୍ତ ଉପରିସ୍ଥ ଅଧିକାରୀ ଏ ଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳର ଯୁବନେତା ଦିଲୀପ ପାତ୍ର, ନରୋତ୍ତମ ମହାନ୍ତ ଓ ଅବସରପ୍ରାପ୍ତ ଶିକ୍ଷକ ବେଣୁଧର ମହାନ୍ତ ପ୍ରମୁଖ ଦାବି କରିଛନ୍ତି। ରାସ୍ତା କାର୍ଯ୍ୟ ଅନିୟମିତତା ଉପରେ ଜିଲାପାଳ ଓ ଜନପ୍ରତିନିଧି ପଦକ୍ଷେପ ଗ୍ରହଣ ନ କଲେ ଅଞ୍ଚଳରେ ଏକ ବଡ଼ଧରଣର ଆନ୍ଦୋଳନ ହେବ ବୋଲି ଯୁବ ନେତାମାନେ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ କନିଷ୍ଠ ଯନ୍ତ୍ରୀ ମନୋଜ ମାଝିଙ୍କୁ ଫୋନ୍‌ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ବାରଙ୍ଗ,୨୯।୪(ଲିଙ୍ଗରାଜ ରାଉତ): ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉତ୍ପାତ କରି କମ୍ପ୍ୟୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବା ସହ...

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri