ଜଗତ୍‌ସିଂହପୁର

ତାଳଦଣ୍ଡା କେନାଲରେ ଜଳାଭାବ

ପାରାଦୀପ,୬।୫(ସ୍ବ.ପ୍ର.): ପାରାଦୀପ ବନ୍ଦରଭିତ୍ତିକ ଶିଳ୍ପାଞ୍ଚଳ ପାଇଁ ଜୀବନରେଖା ହେଉଛି ତାଳଦଣ୍ଡା କେନାଲ। କାରଣ ପାରାଦୀପର ୧୫ଟି ବୃହତ୍‌ ଶିଳ୍ପ ଏବଂ ଜଗତ୍‌ସିଂହପୁର ଜିଲାରର ଅଧିକାଂଶ ଗ୍ରାମାଞ୍ଚଳ ପାଇଁ ଏହି କେନାଲ ପାଣି ହେଉଛି ମାଧ୍ୟମ। ସମ୍ପ୍ରତି ଏହି କେନାଲରେ ଗତ ୧୦…

୪ ବର୍ଷ ପରେ ବି ମିଳିନି ଫନୀ ସହାୟତା

ଜଗତ୍‌ସିଂହପୁର ଅଫିସ,୫।୫:୨୦୧୯ରେ ଫନୀ ବାତ୍ୟାରେ ଜଗତ୍‌ସିଂହପୁର ସମେତ ମୋଟ ୧୦ ଜିଲା ପ୍ରଭାବିତ ହୋଇଥିଲା। ବାତ୍ୟା ପରେ ରାଜ୍ୟ ସରକାର କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଦେବେ ବୋଲି ଘୋଷଣା କରିଥିଲେ। ଇତିମଧ୍ୟରେ ୪ ବର୍ଷ ଅତିକ୍ରାନ୍ତ ହୋଇ ଯାଇଥିଲେ ସୁଦ୍ଧା ଜିଲାର…

ଅନିଶ୍ଚିତତା ମଧ୍ୟରେ ଦୀପକ ଫର୍ଟିଲାଇଜର

ପାରାଦୀପ, ୪ା୫ (ସ୍ବ.ପ୍ର.): ପୂର୍ବ ଭାରତର ବିକାଶ ପଥ ପାରାଦୀପକୁ କୁହାଯାଉଛି। ୨୦୧୬ ଫେବୃୟାରୀ ୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାରାଦୀପ ଗସ୍ତ ବେଳେ ଏଭଳି ଘୋଷଣା କରିଥିଲେ। ପାରାଦୀପରେ ଲକ୍ଷେ କୋଟି ଟଙ୍କା ପୁଞ୍ଜି ନିବେଶ ହେବ ବୋଲି କେନ୍ଦ୍ର…

ଜାହାଜରୁ ଖସିପଡ଼ିଲେ ଋଷୀୟ ନାବିକ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ପାରାଦୀପ,୧ା୫(ସ୍ବ.ପ୍ର.): ପାରାଦୀପ ବନ୍ଦର ଏସ୍‌କ୍ୟୁ ବର୍ଥରେ ସୋମବାର ପୂର୍ବାହ୍ନରେ ଲାଗିଥିବା ଏକ ପଣ୍ୟବାହୀ ଜାହାଜରେ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଋଷୀୟ ନାବିକ ଗୁରୁତର ହୋଇଛନ୍ତି। ତାଙ୍କୁ ବନ୍ଦର ବିଭାଗୀୟ କର୍ମଚାରୀମାନେ ଉଦ୍ଧାର କରି ବନ୍ଦର ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ପ୍ରାଥମିକ…

ଅନିଶ୍ଚିତତା ମଧ୍ୟରେ ଅଣସଂଗଠିତ ଶ୍ରମିକଙ୍କ ଭାଗ୍ୟ

ପାରାଦୀପ,୧।୫(ସ୍ବ.ପ୍ର.): ଭାରତ ସମେତ ସମଗ୍ର ବିଶ୍ୱରେ ସୋମବାର ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ ହେବ। ଏହିକ୍ରମରେ ଓଡ଼ିଶାର ପ୍ରମୁଖ ବନ୍ଦରଭିତ୍ତିକ ପାରାଦୀପ ଶିଳ୍ପାଞ୍ଚଳରେ ମଧ୍ୟ ଏକାଧିକ ଶ୍ରମିକ ସଂଗଠନ ପକ୍ଷରୁ ଶ୍ରମିକ ଦିବସ ପାଳନ କରିବା ନିମନ୍ତେ ପ୍ରସ୍ତୁତି ଚାଲିଛି। କିନ୍ତୁ…

ଅବସରର ଦିନକ ପୂର୍ବରୁ ନିଲମ୍ବିତ

କୁଜଙ୍ଗ,୨୯ା୪(ଡି.ଏନ୍‌.ଏ): ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପ କରିବା ପ୍ରଧାନ ଶିକ୍ଷକ ଓ ପ୍ରାଥମିକ ଶିକ୍ଷକଙ୍କ ପାଇଁ ମହାଙ୍ଗା ସାବ୍ୟସ୍ତ ହୋଇଛି। ଏହି ଅଭିଯୋଗରେ ଉଭୟ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ସେମାନେ ହେଲେ ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ନନ୍ଦ ଓ ମଧ୍ୟାହ୍ନ…

ବ୍ୟାଙ୍କ ଆକାଉଣ୍ଟକୁ ଆସୁନି ଭତ୍ତା ଟଙ୍କା, ହିତାଧିକାରୀ ହଟହଟା

ନାଉଗାଁ,୨୮।୪(ସ୍ବ.ପ୍ର.): ଭତ୍ତା ଟଙ୍କା ପ୍ରଦାନରେ ସ୍ବଚ୍ଛତା ଆଣିବା ପାଇଁ ସରକାରଙ୍କ ପକ୍ଷରୁ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଭତ୍ତା ଟଙ୍କା ପଠାଯିବା ପାଇଁ ବ୍ୟବସ୍ଥା କରାଯାଇଛି। ଫଳରେ ହିତାଧିକାରୀମାନେ ଭତ୍ତା ଟଙ୍କା ପାଇବା ପାଇଁ ବ୍ୟାଙ୍କ ଆକାଉଣ୍ଟ ଦେବା ବାଧ୍ୟତାମୂଳକ କରାଯାଇଛି। ଏଥିସହ…

୧୪୦୧ ଶିକ୍ଷକ ପଦବୀରୁ ୩୩୧ ଖାଲି

ଜଗତ୍‌ସିଂହପୁର ଅଫିସ, ୨୭ା୪: ରାଜ୍ୟ ସରକାର ଏବେ ଉଚ୍ଚ ବିଦ୍ୟାଳୟଗୁଡିକୁ ୫-ଟିରେ ରୂପାନ୍ତରଣ ଅଭିଯାନ ଜାରି ରଖିଛନ୍ତି। ଏହାଦ୍ୱାରା ସରକାରୀ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ଭିତ୍ତିଭୂମିର ଅଭାବ ଦୂର କରାଯାଇ ପାରୁଛି। ଏଥିସହ ପ୍ରତ୍ୟେକ ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟରେ ୨ଟି ଲେଖାଏ ସ୍ମାର୍ଟ…

ଜଳାଶୟରେ ମଲାମାଛ ଭାସୁଛନ୍ତି

ପାରାଦୀପ, ୨୭ା୪(ସ୍ବ.ପ୍ର.): ପାରାଦୀପ ବନ୍ଦର ବାଲିଝରା ଜଳାଶୟରେ ବୁଧବାର ସକାଳୁ ମଲାମାଛ ଭାସୁଥିବା ଦେଖିବାକୁ ମିଳିଛି। ସ୍ବଳ୍ପ ପରିମାଣରେ ଏହି ମାଛ ଭାସୁଛନ୍ତି। ଅତ୍ୟଧିକ ଖରା ଓ କାଳବୈଶାଖୀ ବର୍ଷା କାରଣରୁ ପାଣିର ଅମ୍ଳଜାନ ହ୍ରାସ ଯୋଗୁ ଏପରି ହୋଇ ଥାଇପାରେ…

ଭୂତକୋଠି ପାଲଟିଛି ଫରେଷ୍ଟ ବିଟ୍‌ ହାଉସ

ପାରାଦୀପ,୨୬।୪ (ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପ ଷଣ୍ଢକୁଦ ଉପାନ୍ତରେ ଜଙ୍ଗଲ ଓ ପରିବେଶ ବିଭାଗର ଫରେଷ୍ଟ ବିଟ୍‌ ହାଉସ ରହିଛି। ସମ୍ପ୍ରତି ଏହା ଭାଙ୍ଗିରୁଜି ଗଲାଣି। ସେଠାରେ ଏବେ କେହି ରହୁନାହାନ୍ତି। ସମୁଦ୍ର ବେଳାଭୂମି ରାସ୍ତାରେ ଗଲେ ତାହା ଦୂରରୁ ଭୂତକୋଠି…

ବିନା ଛୁଟିରେ ମୁଖ୍ୟାଳୟ ଛାଡ଼ି ପାରିବେନି ଅଧିକାରୀ

ଜଗତ୍‌ସିଂହପୁର ଅଫିସ,୨୫।୪: ଜଗତ୍‌ସିଂହପୁର ଜିଲାରେ କାର୍ଯ୍ୟରତ ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରୁ ଅନେକ ଜିଲା ତଥା ବ୍ଲକ ମୁଖ୍ୟାଳୟରେ ରହୁନାହାନ୍ତି। କେବଳ ଏତିକି ନୁହେଁ, କେତେଜଣ ସରକାରୀ ଗାଡ଼ିର ଦୁରୁପଯୋଗ ସାଙ୍ଗକୁ ହାତପୂରା ଛୁଟି ନେବା ଅଭିଯୋଗ ହୋଇଛି। ଏହାସତ୍ତ୍ବେ…

ମହାନଦୀ ପଠା ଅଞ୍ଚଳରୁ ମାଟି ଲୁଟ୍‌

ପାରାଦୀପ,୨୪।୪(ସ୍ବ.ପ୍ର.): ପାରାଦୀପର ମହାନଦୀ ଅବବାହିକାରୁ ଗତ ମାସେହେଲା ବିପୁଳ ପରିମାଣର ମାଟି ଖୋଳା ଚାଲିଛି। ନୂଆଗଡ଼ ପଞ୍ଚାୟତ ଅଧୀନରେ ଥିବା ଏହି ଜାଗା ଆଗାମୀ ଦିନରେ ଏକ କମ୍ପାନୀ ଅଧିଗ୍ରହଣ କରିବାର ପ୍ରସ୍ତାବ ରହିଛି। ସେହି ଜାଗାରୁ ଲଗାତାର ରାତି ସାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?