୬ ଦିନ ହେଲା ବାଲିଯାତ୍ରା ପଡ଼ିଆ ଅନ୍ଧାର

ପାରାଦୀପ, ୭ା୫(ସ୍ବ.ପ୍ର.) ପାରାଦୀପର ସବୁଠାରୁ ଚିତ୍ତବିନୋଦନ ସ୍ଥାନ ବାଲିଯାତ୍ରା ପଡ଼ିଆ ତଥା ବତୀଘର ପାଖ ସମୁଦ୍ର ବେଳାଭୂମି ଗତ ୬ ଦିନ ହେଲା ଅନ୍ଧାରରେ ରହିଛି। ଏହାଦ୍ୱାରା ଉକ୍ତ ସ୍ଥାନ ସା ପରଠାରୁ ଶୂନଶାନ ହେବା ସହ ଭୟାତୁର ପରିବେଶ ସୃଷ୍ଟି ହୋଇଛି। ଏନେଇ ପାରାଦୀପ ଅନ୍ତେବାସୀଙ୍କ ମଧ୍ୟରେ ଆଲୋଚନା ପର୍ଯ୍ୟାଲୋଚନା ହେଉଛି। ଏପରି ହେବା ପଛରେ ଠିକା କର୍ମଚାରୀଙ୍କ ଦରମା ବନ୍ଦ ବୋଲି ପୌର ପ୍ରଶାସନ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ପାରାଦୀପର ବାଲିଯାତ୍ରା ପଡ଼ିଆ ଅଞ୍ଚଳ ସବୁବେଳେ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ପାଇଁ ଏକମାତ୍ର ଚିତ୍ତବିନୋଦନ ସ୍ଥାନ ଭାବେ ପରିଚିତ। କାରଣ ପ୍ରତିଦିନ ସେଠାରେ ଲୋକେ ବୁଲାବୁଲି କରିବା ସହ ସମୁଦ୍ର ଢେଉର ଦୃଶ୍ୟ ଉପଭୋଗ କରିଥାନ୍ତି। ବିଶେଷକରି ଖରାଦିନେ ଅଧିକ ଲୋକ ସେଠାରେ ରାତି ପର୍ଯ୍ୟନ୍ତ ରହିଥାନ୍ତି। ଲୋକଙ୍କ ସମାଗମ ଯୋଗୁ ପାରାଦୀପ ପୌରପରିଷଦ ପକ୍ଷରୁ ସେଠାରେ ଅନେକ ଆଖିଦୃଶିଆ ସୌନ୍ଦର୍ଯ୍ୟକରଣ କାମ କରାଯାଇଛି। ଏଠାରେ ପର୍ଯ୍ୟଟକ ସୁବିଧା କେନ୍ଦ୍ର, ବିଜୁ ମିନାର, ବାଲିଯାତ୍ରା ମଣ୍ଡପ, ଖୋଲା ବ୍ୟାୟାମ ସେଣ୍ଟର, ପିଲାଙ୍କ ପାଇଁ ଦୋଳି, ବସିବା ପାଇଁ ୫୦ରୁ ଅଧିକ ସିମେଣ୍ଟ ପିଣ୍ଡି, ବାଲି ଉପରେ କାଠପୋଲ, ଜାତୀୟ ପତାକା ତ୍ରିରଙ୍ଗା ସ୍ତମ୍ଭ, ଶାରଳା ମଣ୍ଡପ, କଙ୍କ୍ରିଟ ରାସ୍ତା, ପାର୍କିଂ ଏରିଆ, ଜେଏସଡବ୍ଲ୍ୟୁ କମ୍ପାନୀ ସହାୟତାରେ ହାଇଟେକ ଶୌଚାଳୟ, ନୌକା ଚାଳନା ଆଦି ଅନେକ ପ୍ରକଳ୍ପ କରାଯାଇଛି। ସା ସମୟରେ ଆକର୍ଷଣ ପାଇଁ ୪ଟି ସୁଉଚ୍ଚ ହାଇମାଷ୍ଟ ଲାଇଟ, ବେଳାଭୂମି ରାସ୍ତାରେ ୪ ଥାକିଆ ବିଦ୍ୟୁତ ଆଲୋକ, ଲିଚୁ ଲାଇଟ, ମ୍ୟୁଜିକ ବ୍ୟବସ୍ଥା ଆଦି କରାଯାଇଛି। ଏଥିପାଇଁ ସେଠାରେ ସା ସମୟରେ ହଜାରରୁ ଅଧିକ ଲୋକ ପରିବାର ସହ ବୁଲାବୁଲି କରିଥାନ୍ତି। ପୌରପରିଷଦ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ପରିଚାଳନା, ସୁରକ୍ଷା ପାଇଁ ଠିକା କର୍ମଚାରୀ ରଖିଥିଲେ। ଏହାବ୍ୟତୀତ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ହୋଇଥିବା ନୂଆ ପ୍ରକଳ୍ପ, ଜଳସାଥି, ସ୍ବଚ୍ଛ ସାଥି, ଆହାର କେନ୍ଦ୍ର ପରିଚାଳନା, ଆଶ୍ରୟକେନ୍ଦ୍ର ପରିଚାଳନା ପାଇଁ ସମୁଦାୟ ୫୫ ଜଣ ଠିକା କର୍ମଚାରୀ ପ୍ରାୟ ବର୍ଷେ ହେଲା ରହିଥିଲେ। ସେହି କର୍ମଚାରୀଙ୍କ ଦରମା ଗତ ୫ ମାସ ହେଲା ବନ୍ଦ ରହିଛି। ସେଥିପାଇଁ ଆମେ କାମକୁ ଯାଉନାହୁଁ ବୋଲି ପରେଶ ଦଳାଇ ନାମକ କର୍ମଚାରୀ କୁହନ୍ତି। ସେମାନଙ୍କ ଦରମା ବନ୍ଦ ସମ୍ପର୍କରେ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କୁ ପଚାରିଲେ କୁହନ୍ତି, ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ୬ ମାସ ତଳେ ଠିକା କର୍ମଚାରୀ ନିଯୁକ୍ତି ଉପରେ କଟକଣା ଜାରି କରିଛନ୍ତି। ସେଥିପାଇଁ ଆମ ଅଧିକାରୀମାନେ ତାଙ୍କ ଦରମା ରିଲିଜ କରୁନାହାନ୍ତି। ଏଥିପାଇଁ ଏପରି ସମସ୍ୟା ଉପୁଜିଛି। ଏନେଇ ଆଲୋଚନା ଜାରି ରହିଛି। ଖୁବଶୀଘ୍ର ଏହାର ସମାଧାନ ହୋଇଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?