ଅନିଶ୍ଚିତତା ମଧ୍ୟରେ ଅଣସଂଗଠିତ ଶ୍ରମିକଙ୍କ ଭାଗ୍ୟ

ପାରାଦୀପ,୧।୫(ସ୍ବ.ପ୍ର.): ଭାରତ ସମେତ ସମଗ୍ର ବିଶ୍ୱରେ ସୋମବାର ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ ହେବ। ଏହିକ୍ରମରେ ଓଡ଼ିଶାର ପ୍ରମୁଖ ବନ୍ଦରଭିତ୍ତିକ ପାରାଦୀପ ଶିଳ୍ପାଞ୍ଚଳରେ ମଧ୍ୟ ଏକାଧିକ ଶ୍ରମିକ ସଂଗଠନ ପକ୍ଷରୁ ଶ୍ରମିକ ଦିବସ ପାଳନ କରିବା ନିମନ୍ତେ ପ୍ରସ୍ତୁତି ଚାଲିଛି। କିନ୍ତୁ ୨୦୨୦ ପୂର୍ବରୁ ଯେପରି ଆକର୍ଷଣୀୟ ଭାବେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିଲା, ସେପରି ଏବେ ହେଉନାହିଁ। ଏହାର କାରଣ ଅନେକ ରହିଛି। ସେଥିରୁ ପ୍ରମୁଖ ହେଉଛି, କେନ୍ଦ୍ର ସରକାରଙ୍କ ପକ୍ଷରୁ ଶ୍ରମ ଆଇନରେ ସଂସ୍କାର। ଏହା ଅଣାଯିବା ପରେ ଶ୍ରମିକ ସଙ୍ଗଠନଗୁଡ଼ିକର ଆଉ ସେତେ ଗୁରୁତ୍ୱ ନାହିଁ ବୋଲି ଅନେକ ଶ୍ରମିକନେତା କହିଛନ୍ତି। ସେମାନେ ପୂର୍ବଭଳି ମାଲିକ କିମ୍ବା ବିଭିନ୍ନ ସରକାରୀ ବେସରକାରୀ ସଂସ୍ଥାଗୁଡିକ ଆଗରେ ଶ୍ରମିକର ହକ୍‌ ମାଗିପାରୁ ନାହାନ୍ତି। ଏବେ ୪ ଲେବର କୋଡ୍‌ ମଧ୍ୟରେ ଏହି ଆଇନ ସୀମିତ ହୋଇଯାଇଛି। ଦେଶର ସମୁଦାୟ ଶ୍ରମିକସମାଜ ମଧ୍ୟରେ ସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ସଂଖ୍ୟା ମାତ୍ର ୭%। ଅବଶିଷ୍ଟ ୯୩% ଅଣସଂଗଠିତ କ୍ଷେତ୍ରରେ କାମ କରୁଛନ୍ତି। ଯେଉଁଠି ଜଣେ ଶ୍ରମିକ ବର୍ଷକୁ ୨୪୦ ଦିନରୁ ଅଧିକ କାମ କରିଥା’ନ୍ତି, ସେମାନଙ୍କୁ ସ୍ଥାୟୀ ଶ୍ରମିକ ଭଳି ସୁବିଧା ସୁଯୋଗ ମିଳିବା କଥା। କିନ୍ତୁ ଅନେକ ଉଦ୍ୟୋଗ ଠିକା ସଂସ୍ଥା ଜରିଆରେ ଶ୍ରମିକ ନିୟୋଜିତ କରୁଥିବାରୁ ତାହା ଆଉ ହିସାବକୁ ନିଆଯାଉ ନାହିଁ। ସେ କ୍ଷେତ୍ରରେ ଶ୍ରମିକ ସଂଘଗୁଡ଼ିକ ଆଉ ସ୍ବର ଉଠେଇ ପାରୁନାହାନ୍ତି ବୋଲି ପୋର୍ଟ ଶ୍ରମିକ ସଂଘର ସଭାପତି ରାମଶଙ୍କର କହିଛନ୍ତି।
୧୯୯୧ ଜୁନ୍‌ ୨୪ରେ ତତ୍କାଳୀନ ସରକାର ଆର୍ଥିକ ସଂସ୍କାର ଆଣିଥିଲେ। ତା’ପରଠାରୁ ଶ୍ରମିକ ଆଉ ସ୍ଥାୟୀ ନିଯୁକ୍ତି ପାଉନାହାନ୍ତି। ଯାହା କିଛି ଅଳ୍ପ ନିଯୁକ୍ତି ମିଳୁଥିଲା, ତାହା ୨୦୦୪ ସେପ୍ଟେମ୍ବର ପରଠାରୁ ବନ୍ଦ କହିଲେ ଚଳେ। ଜଗତୀକରଣ, ଉଦାରୀକରଣ, ଘରୋଇକରଣ ନୀତିରେ ସରକାର ଅନେକ ସରକାରୀ ଉଦ୍ୟୋଗଗୁଡ଼ିକୁ ପୁଞ୍ଜପତିଙ୍କ ହାତରେ ଟେକି ଦେଉଛନ୍ତି ବୋଲି ଶ୍ରମିକନେତା ନନ୍ଦଲାଲ ସିଂହ କୁହନ୍ତି। କାର୍ଯ୍ୟ କ୍ଷେତ୍ରରେ ଶ୍ରମିକଶ୍ରେଣୀ ୨୪ ଘଣ୍ଟା କାମ କରିଥାଆନ୍ତି। ଏହାକୁ ୩ଟି ସିଫ୍ଟରେ କରାଯାଉଥିଲା। ଏବେ ମାଲିକମାନେ ୮ ଘଣ୍ଟା କର୍ମ ଦିବସକୁ ପାଳନ କରୁନାହାନ୍ତି ବୋଲି ଏଚ୍‌ଏମ୍‌ଏସ୍‌ର ଶ୍ରମିକ ନେତା ନୃସିଂହ ଶତପଥୀ କୁହନ୍ତି। ଶ୍ରମିକଙ୍କ ଭାଗ୍ୟ ପୁଣି ଗୋତି ପ୍ରଥା ଆଡ଼କୁ ଗତି କରିବାରେ ଲାଗିଛି। ଏପରି ଧାରା ବଳବତ୍ତର ରହିଲେ ଆଗାମୀ ଦିନରେ ଦେଶରେ ଶ୍ରମ ଆନ୍ଦୋଳନ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?