ବ୍ୟାଙ୍କ ଆକାଉଣ୍ଟକୁ ଆସୁନି ଭତ୍ତା ଟଙ୍କା, ହିତାଧିକାରୀ ହଟହଟା

ନାଉଗାଁ,୨୮।୪(ସ୍ବ.ପ୍ର.): ଭତ୍ତା ଟଙ୍କା ପ୍ରଦାନରେ ସ୍ବଚ୍ଛତା ଆଣିବା ପାଇଁ ସରକାରଙ୍କ ପକ୍ଷରୁ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଭତ୍ତା ଟଙ୍କା ପଠାଯିବା ପାଇଁ ବ୍ୟବସ୍ଥା କରାଯାଇଛି। ଫଳରେ ହିତାଧିକାରୀମାନେ ଭତ୍ତା ଟଙ୍କା ପାଇବା ପାଇଁ ବ୍ୟାଙ୍କ ଆକାଉଣ୍ଟ ଦେବା ବାଧ୍ୟତାମୂଳକ କରାଯାଇଛି। ଏଥିସହ ସରକାରଙ୍କ ତରଫରୁ ସିଧାସଳଖ ଅନଲାଇନ ମାଧ୍ୟମରେ ଟଙ୍କା ପଠାଯିବା ପାଇଁ ବ୍ୟବସ୍ଥା କରାଯାଇଛି। ମାତ୍ର ଅନେକ ହିତାଧିକାରୀ ଉକ୍ତ ଭତ୍ତା ଟଙ୍କା ପାଇବାରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ ହେଉଛି।
ନାଉଗାଁ ବ୍ଲକର ୧୬ ପଞ୍ଚାୟତରେ ୫,୮୦୫ ହିତାଧିକାରୀ ମଧୁବାବୁ ପେନ୍‌ସନ ଯୋଜନାରେ ସାମିଲ ହୋଇଥିବାବେଳେ ୪,୪୬୦ ଜଣ ଜାତୀୟ ସୁରକ୍ଷା ପେନ୍‌ସନ ଯୋଜନାରେ ସାମିଲ ହୋଇଛନ୍ତି। ବ୍ଲକ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁଯାୟୀ ସରକାରଙ୍କ ତରଫରୁ ହିତାଧିକାରୀମାନଙ୍କ ଆଧାରକୁ ଭିତ୍ତି କରି ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ଭତ୍ତା ଟଙ୍କା ପ୍ରଦାନ କରାଯାଉଛି। ଏପରିକି ଜଣେ ହିତାଧିଙ୍କ ଏକାଧିକ ଆକାଉଣ୍ଟ ନମ୍ବର ରହିଥିବାବେଳେ ପୋଷ୍ଟାଲରେ ମଧ୍ୟ ଏକାଉଣ୍ଟ ରହିଛି। ତେଣୁ ହିତାଧିକାରୀଙ୍କ ଯେଉଁ ଜମା ଖାତା ଆଧାରରେ ଲିଙ୍କ ରହିଛି, ସେହି ଜମା ଖାତାକୁ ଭତ୍ତା ଟଙ୍କା ପ୍ରଦାନ କରାଯାଉଛି। ସେହିପରି ଗତ ମାର୍ଚ୍ଚରେ ଜାତୀୟ ସୁରକ୍ଷା ଭତ୍ତା ପେନ୍‌ସନ ଯୋଜନାରେ ଶତପ୍ରତିଶତ ହିତାଧିକାରୀ ଭତ୍ତା ପାଇଥିବାବେଳେ ମଧୁବାବୁ ପେନ୍‌ସନ ଯୋଜନାରେ ୫,୮୦୫ରୁ ଏଯାବତ୍‌ ମାତ୍ର ୨୯୯୦ ଜଣଙ୍କ ଖାତାକୁ ଭତ୍ତା ଟଙ୍କା ପ୍ରଦାନ କରାଯାଇଛି। ଅପରପକ୍ଷେ ହିତାଧିକାରୀଙ୍କ ଅଭିଯୋଗ ମୁତାବକ କେଉଁଠି ସେମାନେ ଦୀର୍ଘ ୧୦ ମାସ ହେବ ଭତ୍ତା ପାଇ ନ ଥିବା ବେଳେ ଆଉ କେଉଁଠି ୭୦୦ ଟଙ୍କା ପରିବର୍ତ୍ତେ କେବଳ ୫୦୦ ପ୍ରଦାନ କରାଯାଇଛି। ଫଳରେ ହିତାଧିକାରୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି। ଗଳଦାରୀ ପଞ୍ଚାୟତର ପ୍ରମିଳା ସ୍ବାଇଁ ଦୀର୍ଘଦିନ ହେବ ଭତ୍ତା ପାଇ ନ ଥିବାରୁ ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଆସୁଥିବା ପ୍ରକାଶ କରିଛନ୍ତି।
ସେହିପରି ଶିଖର ପଞ୍ଚାୟତର ଲତିକା ବିଶ୍ୱାଳ ୭୦୦ ଟଙ୍କା ଭତ୍ତା ପାଉଥିବାବେଳେ ଜମାଖାତାକୁ ୫୦୦ ଟଙ୍କା ଆସୁଥିବା କହିିଛନ୍ତି। ଏନେଇ ସେ ଅଭିଯୋଗ କରିବା ପରେ ୨ ମାସର ବଳକା ୪୦୦ ଟଙ୍କା ବ୍ଲକ କାର୍ଯ୍ୟାଳୟକୁ ଆସି ହାତରେ ନେଇଥିବା କହିଛନ୍ତି। ସେହିପରି ରୋହିଆ ପଞ୍ଚାୟତର ଅର୍ଜୁନ ସ୍ବାଇଁ ଓ ସୀତା ସ୍ବାଇଁ ଉଭୟଙ୍କୁ ୮୦ ବର୍ଷରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ ୫ ଶହ ଟଙ୍କା ଭତ୍ତା ପାଉଥିବା ପ୍ରକାଶ କରିଛନ୍ତି। ତିରୁଣ ପଞ୍ଚାୟତ ତେଣ୍ଟୋଇ ଗ୍ରାମର ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ଭତ୍ତା ପାଇ ନ ଥିବା ଅଭିଯୋଗ କରିଛନ୍ତି। ଝରି ଦାସ ଜଣେ ପକ୍ଷାଘାତ ରୋଗୀ ହୋଇଥିବା ବେଳେ ଦୀର୍ଘ ୧୦ ମାସ ହେବ ଭତ୍ତା ପାଇନାହାନ୍ତି ବୋଲି କହିଛନ୍ତି। ଏନେଇ ଜିଲାପାଳଙ୍କ ଜନଶୁଣାଣିରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ସେମାନେ କହିଛନ୍ତି। କିନ୍ତୁ ବ୍ଲକ କାର୍ଯ୍ୟାଳୟରେ ଉଭୟଙ୍କ ଜମାଖାତାକୁ ପ୍ରତି ମାସରେ ଭତ୍ତା ଅର୍ଥ ପ୍ରଦାନ କରାଯାଉଥିବା ଦର୍ଶାଯାଇଛି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାର ସ୍ଥାୟୀ ସମାଧାନ କରିବା ପାଇଁ ଭତ୍ତା ହିତାଧିକାରୀମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି।
ଏ ବିଷୟରେ ବ୍ଲକ ବିଏସ୍‌ଏସ୍‌ଓ ଜୟକୃଷ୍ଣ ସ୍ବାଇଁ କହିଛନ୍ତି, ଅନଲାଇନ ମାଧ୍ୟମରେ ଭତ୍ତା ଟଙ୍କା ସିଧାସଳଖ ରାଜ୍ୟ ସରକାର ପ୍ରଦାନ କରୁଛନ୍ତି। ବହୁ ହିତାଧିକାରୀ ଶୂନ୍‌ ବାଲାନ୍ସରେ ବିଭିନ୍ନ ବ୍ୟାଙ୍କରେ ଜମାଖାତା ଖୋଲିଛନ୍ତି। ଖାତାରେ ଟ୍ରାଞ୍ଜାକ୍ସନ ନ ଥିବାରୁ ଏହା ବନ୍ଦ ହୋଇଗଲାଣି। କିନ୍ତୁ ହିତାଧିକାରୀଙ୍କ ଆଧାର ନମ୍ବର ଉକ୍ତ ଖାତାରେ ରହିଥିବାରୁ ଏହାକୁ ବେଶ କରି ଭତ୍ତା ପ୍ରଦାନ କରାଯାଉଛି। ତାହା ସେମାନଙ୍କ ଜମାଖାତାକୁ ଯାଉଛି। ଅନେକ ହିତାଧିକାରୀଙ୍କ ଏକାଧିକ ଖାତା ରହିଛି। ତେଣୁ କେଉଁ ଖାତାକୁ ଭତ୍ତା ଯାଉଛି ସେମାନେ ଆଧାର ଆଣି ବ୍ଲକ କାର୍ଯ୍ୟାଳୟରେ ଦେଖିପାରିବେ। ଯଦି ଭତ୍ତା ଆସି ନ ଥିବ ପୁନର୍ବାର ଆବଶ୍ୟକ କାଗଜପତ୍ର ପ୍ରଦାନ କରି ଏହାକୁ ଦିଆଯିବା ପାଇଁ ବ୍ୟବସ୍ଥା କରାଯିବ। ଯେହେତୁ ଅନଲାଇନ ମାଧ୍ୟମରେ ପ୍ରଥମ କରି ଭତ୍ତା ପ୍ରଦାନ କରାଯାଉଛି ପ୍ରଥମେ ଅନେକ ଭୁଲ୍‌ ରହୁଛି । ତେଣୁ ହିତାଧିକାରୀମାନେ ବ୍ୟସ୍ତ ନ ହୋଇ କାର୍ଯ୍ୟାଳୟକୁ ଆସି ସଂଶୋଧନ କରିପାରିବେ ବୋଲ ସ୍ବାଇଁ ମତବ୍ୟକ୍ତ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?