ଭୂତକୋଠି ପାଲଟିଛି ଫରେଷ୍ଟ ବିଟ୍‌ ହାଉସ

ପାରାଦୀପ,୨୬।୪ (ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପ ଷଣ୍ଢକୁଦ ଉପାନ୍ତରେ ଜଙ୍ଗଲ ଓ ପରିବେଶ ବିଭାଗର ଫରେଷ୍ଟ ବିଟ୍‌ ହାଉସ ରହିଛି। ସମ୍ପ୍ରତି ଏହା ଭାଙ୍ଗିରୁଜି ଗଲାଣି। ସେଠାରେ ଏବେ କେହି ରହୁନାହାନ୍ତି। ସମୁଦ୍ର ବେଳାଭୂମି ରାସ୍ତାରେ ଗଲେ ତାହା ଦୂରରୁ ଭୂତକୋଠି ପରି ଦୃଶ୍ୟମାନ ହେଉଛି। ଏହି ବିଟ୍‌ ହାଉସ ନିକଟରେ ଏକ ପୋଖରୀ ରହିଛି। ଏହାକୁ ଜଙ୍ଗଲ ବିଭାଗ ପକ୍ଷରୁ ଖନନ କରାଯାଇଛି। ସେଠାରେ ଏକ ଫଳକ ମଧ୍ୟ ରହିଛି। ସେଥିରେ ଦର୍ଶାଯାଇଛି ଏହି ପୋଖରୀରେ ବନ୍ୟଜୀବମାନେ ପାଣି ପିଇବେ। ତେବେ ଉକ୍ତ ଅଞ୍ଚଳରେ କୌଣସି ବନ୍ୟଜନ୍ତୁଙ୍କୁ ଦେଖିବାକୁ ମିଳନ୍ତି ନାହିଁ। ବିଶ୍ୱସ୍ତରୀୟ ସଙ୍ଗଠନ କାମ୍ପା ଅର୍ଥରେ ଏହି ପୋଖରୀ କରାଯାଇଥିଲେ ମଧ୍ୟ କାହା କାମରେ ଲାଗି ପାରୁନାହିଁ।
ଉକ୍ତ ବିଟ୍‌ ହାଉସ ଉତ୍ତର ପାର୍ଶ୍ୱ ଷଣ୍ଢକୁଦ ଏବଂ ଦକ୍ଷିଣ ପାର୍ଶ୍ୱ ଜଟାଧାରମୁହାଣ ପର୍ଯ୍ୟନ୍ତ ଝାଉଁ ଜଙ୍ଗଲ ଅଛି। ପ୍ରତିବର୍ଷ ଏଠାରେ ଝାଉଁ ଚାରାରୋପଣ କରାଯାଉଛି। କିନ୍ତୁ ପରିତାପର ବିଷୟ ସେହି ଝାଉଁ ଗଛଗୁଡ଼ିକୁ ଅବାଧରେ କଟାଯାଉଛି। ଅଞ୍ଚଳର କେତେଜଣ କାଠ ବେପାରୀ ନିୟମିତ ଭାବେ ଏପରି ଗଛ କାଟିବାରେ ଲାଗିଛନ୍ତି। ବଡ଼ଗଛଗୁଡ଼ିକୁ କାଟିବା ଦ୍ୱାରା ସେହି ଅଞ୍ଚଳରେ କେବଳ ଛୋଟ ଗଛ ଦୃଶ୍ୟମାନ ହେଉଛି। ଫରେଷ୍ଟ ବିଭାଗର ଜଗୁଆଳିମାନେ ବିଟ୍‌ ହାଉସରେ ନ ରହିବା ଦ୍ୱାରା ଗଛ କଟାଳିଙ୍କ ପାଇଁ ଅପୂର୍ବ ସୁଯୋଗ ସୃଷ୍ଟି ହୋଇଛି। ଯେଉଁ ୨ଜଣ ଗାର୍ଡ ଅଛନ୍ତି ସେମାନେ ପାରାଦୀପ ବନ୍ଦର ଟାଉନଶିପରେ ରୁହନ୍ତି ବୋଲି କୁଜଙ୍ଗ ବନାଞ୍ଚଳ ଅଧିକାରୀ ରଞ୍ଜନ ମିଶ୍ର କୁହନ୍ତି। ସୂଚନାଯୋଗ୍ୟ, ପାରାଦୀପ ବତିଘରଠାରୁ ଜଟାଧାରୀମୁହାଣ ପର୍ଯ୍ୟନ୍ତ ସୁଦୀର୍ଘ ବେଳାଭୂମି ମୁକୁଳା ପଡ଼ିଛି। ଏହି ବେଳାଭୂମିର ଯେଉଁଠାରେ ସ୍ବଳ୍ପ ଝାଉଁ ଜଙ୍ଗଲ ଅଛି ସେଠାରେ ଏଭଳି ଅବସ୍ଥା ସୃଷ୍ଟି ହୋଇଛି। ଏପରିକି ସେହି ଜଙ୍ଗଲ ମଧ୍ୟରେ କେତେଜଣ ଲୋକ ସମୁଦ୍ର ବାଲି ଖୋଳି ବିକୁଛନ୍ତି। ଆଉ କିଛି ଜାଗାରେ ନଳକୂପ ଖୋଳି ପାଣି ବିକୁଛନ୍ତି। ଜଙ୍ଗଲ ଉଜୁଡ଼ିବା ଏବଂ ବାଲି ଖୋଳିବା ଫଳରେ ପ୍ରାକୃତିକ ସମ୍ପଦ ପ୍ରତି ବିପଦ ସୃଷ୍ଟି ହୋଇଛି ବୋଲି ପ୍ରକୃତି ବନ୍ଧୁ ପ୍ରଭାସ ଚନ୍ଦ୍ର ସ୍ବାଇଁ କୁହନ୍ତି। ବାତ୍ୟା ସମୟରେ ସମୁଦ୍ର ପାଣିକୁ ବାଲିକୁଦ ଅଟକାଇଥାଏ ଏବଂ ପବନକୁ ଝାଉଁ ଜଙ୍ଗଲ କିଛି ମାତ୍ରାରେ ପ୍ରତିରୋଧ କରିଥାଏ। ମାତ୍ର ଏସବୁ ଲୁଟ୍‌ ହେଉଥିବାରୁ ଉପକୂଳ ପ୍ରତି ବିପଦ ଆଶଙ୍କା ରହିଛି ବୋଲି ସେ କହିଛନ୍ତି। ଗଛ କଟାଯିବା ସମ୍ପର୍କରେ ବନାଞ୍ଚଳ ଅଧିକାରୀ ମିଶ୍ର କୁହନ୍ତି, କେତେବେଳେ କିଏ କାଟୁଛନ୍ତି ତାହା ଜଣାପଡ଼ୁନାହିଁ। ବିଟ୍‌ ହାଉସ ଜରାଜୀର୍ଣ୍ଣ ପ୍ରସଙ୍ଗରେ କୁହନ୍ତି, ତାହା ଭାଙ୍ଗିଯାଇଥିବାରୁ ସେଠାରେ ରହିବା ପାଇଁ ବ୍ୟବସ୍ଥା ନାହିଁ। ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀମାନଙ୍କୁ ଅବଗତ କରାଯାଇଛି। ବଜେଟ ଆସିଲେ ନୂଆ ଘର ହେବ। ସେହିପିରି ଜଙ୍ଗଲ ମଧ୍ୟରେ ନଳକୂପ ଖୋଳି ପାଣି ବିକିବା ଘଟଣାରେ ପାନୀୟ ଜଳ ବିଭାଗୀୟ ଯନ୍ତ୍ରୀ ନରେନ୍ଦ୍ର ଦାସ କୁହନ୍ତି, ଏ ନେଇ ସମ୍ପୃକ୍ତ ଅଞ୍ଚଳରେ ଯାଞ୍ଚ କରିବା ପରେ ଜଣଙ୍କୁ ନୋଟିସ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri